Tamalati Nag

Children Stories Fantasy Children

2  

Tamalati Nag

Children Stories Fantasy Children

ଛୋଟ ସଂସାର(ରାତ୍ରି-ସନ୍ଧ୍ୟା)

ଛୋଟ ସଂସାର(ରାତ୍ରି-ସନ୍ଧ୍ୟା)

2 mins
10


ସଂସାରରେ ମନୁଷ୍ୟ ଜୀବନରେ ଦିନ ପରେ ରାତି ରାତି ପରେ ଦିନ ଲାଗି ରହିଥାଏ|ଏହି ଛୋଟ ସଂସାରରେ ଅନେକ ବ୍ୟକ୍ତି ବସବାସ କରନ୍ତି|ସେମାନଙ୍କ ମଧ୍ୟରୁ ରାମ ସାହୁ ହେଉଛି ରାମପୁରର ଜଣେ ସାଧୁ ବ୍ୟକ୍ତି|ତାର ପରିବାର କହିଲେ ସେ ଓ ତା' ସ୍ତ୍ରୀ|ସେମାନଙ୍କର ସନ୍ତାନ-ସନ୍ତତି ନଥିଲେ|ସେ ଦୁହେଁ ତାଙ୍କର ଛୋଟ ସଂସାରକୁ ନେଇ ଖୁସିରେ ଜୀବନ ଯାପନ କରୁଥିଲେ|ରାମ ସାହୁ ଗୋଟିଏ ବେଳ କାର୍ଯ୍ୟ କରି, ତିନି ବେଳ ଚଳିଯାନ୍ତି ଦୁଇପ୍ରାଣୀ|ସେତିକିରେ ଦୁଇପ୍ରାଣୀ ଖୁସି ସେମାନଙ୍କୁ ଆଉ କିଛି ଦରକାର ନାହିଁ|ସେମାନଙ୍କର ସମ୍ପର୍କ ଥିଲା ଶୁକ ଓ ଶାରୀ ପରି|ଦୁହେଁ ଦୁହିଁଙ୍କୁ କ୍ଷଣେ ନ ଦେଖିଲେ ରହିପାରୁନଥିଲେ|ରାତ୍ରି ସମୟରେ ସବୁଦିନ ନିଜର ସନ୍ତାନ ସନ୍ତତି ନଥିବାରୁ ବହୁ ଦୁଃଖ ଅନୁଭବ କରନ୍ତି|ଏବଂ ସେମାନେ ନିଜର ସନ୍ତାନ ଥିଲେ କେମିତି ତାର ପାଳନ ପୋଷଣ କରିଥାନ୍ତେ,ତାର କେମିତି ଯତ୍ନ ନେଇଥାନ୍ତେ, ତାହା ଆଲୋଚନା କରନ୍ତି|ଏମିତି ଏମିତି ଦିନ ରାତି ସମୟ ଗାଡିଚାଳିଲା|ଦିନକର କଥା ରାମ ରାତିରେ କାମ କରି ଫେରୁଥାଏ ତାଙ୍କ ଗାଁ ଶେଷ ହେବା ବାଟରେ ଗୋଟିଏ ବିରାଟ ବରଗଛ ଅଛି,ସେଠି ସେ ଅଟକିଗଲା|ଦେଖିଲା ଯେ ସେଠାରେ କିଏ ଜଣେ ବରଗଛ ପଛ ପଟରୁ ଥଙ୍କ ଶବ୍ଦ ବାହାର କରୁଛି|ସେ ଯେତେବେଲେ ବରଗଛ ପାଖକୁ ଗଲା ସେ ଶବ୍ଦ ବନ୍ଦ ହେଇଗଲା|ଏମିତି ପାଞ୍ଚ ଛଅ ଥର ହେଲା|କିନ୍ତୁ ରାମ ସାହୁକୁ କିଛି ଦେଖାଗଲାଣି|ଫଳରେ ରାମ ସାହୁ ବିରକ୍ତି ଭାବ ପ୍ରକାଶ କରି ସେଇ ବରଗଛଟିକୁ ହାଣି ଦେଲା|ଗଛରେ କୁରାଢ଼ୀ ମାରିବା ମାତ୍ରେ ସେଇ ଗଛରୁ ଗୋଟିଏ ରାତ୍ରି-ନିଶାଚର ଭୂତ ବହାରିପଡ଼ିଲା ଓ ରାମ ସାହୁକୁ ମାରି ପକାଇଲା| ସେହି ଦିନ ଠାରୁ ରାତ୍ରି ସମୟରେ କେହି ମଧ୍ୟ ସେହି ବରଗଛଟିର ପାଖକୁ ଯାଆନ୍ତି ନାହିଁ|ରାମ ସାହୁର ମୃତ୍ୟୁ ଖବର ଶୁଣି ତାର ସ୍ତ୍ରୀ ମର୍ମାହତ ହୋଇଗଲା|ରାମ ସାହୁକୁ ଝୁରି ଝୁରି ତାର ସ୍ତ୍ରୀ ମଧ୍ୟ ଦିନେ ଦୁଇଦିନ କଷ୍ଟେ ମଷ୍ଟେ ବଂଚିକି ରହିଲା ଏବଂ ସେ ମଧ୍ୟ ଏକ ନିର୍ମଳ ସନ୍ଧ୍ୟା ସମୟରେ ସଂସାର ତ୍ୟାଗ କଲା|ସେ ଗାଁର ଲୋକେ ଦୁହିଁଙ୍କର ମୃତ୍ୟୁବରଣ କଥା ଶୁଣି ଡରିଗଲେ ଏବଂ ଅନୁତାପ ମଧ୍ୟ କରିଛନ୍ତି|ତେଣୁ କରି ରାତ୍ରି ସମୟରେ ରାମ ସାହୁକୁ ସେମାନେ ଖାଇବା ପାଇଁ ନିତି ଖାଦ୍ୟ ଦିଅନ୍ତି ସେ ବରଗଛ ମୂଳେ ଓ ତାର ସ୍ତ୍ରୀକୁ ଦିଅନ୍ତି ସନ୍ଧ୍ୟାରେ|

ସେ ସବୁ ଜିନିଷ କିଏ ଖାଏ କେଜାଣି,କିନ୍ତୁ ସକାଳେ ସେଇଟା ନଥାଏ|ଏହି ଗପଟି ରାତିରୁ ଆରମ୍ଭ ହେଲା ଓ ସନ୍ଧ୍ୟାରେ ଶେଷ ହୋଇଛି|



Rate this content
Log in