Panchanan Jena

Drama

3.1  

Panchanan Jena

Drama

କହୁଣିକୁଟର ଛଟା

କହୁଣିକୁଟର ଛଟା

7 mins
237



ଅନୁଗୁଳ-ପୁରୀ ଇଣ୍ଟରସିଟିରେ ଆମେ ସସ୍ତ୍ରୀକ ଭୁବନେଶ୍ଵରରୁ ତାଳଚେର ରୋଡ ଫେରୁଥାଉ । ମନେ ପଡୁନି କଉଁ ଦିନ କି ବାର । ଯାହା ବି ହେଉ, ରୁମାଲ୍ ମାଧ୍ୟମରେ ବହୁ କଷ୍ଟରେ ବଡ଼ ଆଘାତ ସଂଘାତରେ ଭିଡ଼କୁ ଠେଲି ପେଲି ବହୁ ସ୍ଵେଦ ସ୍ଵୀକାର କରି ଦୁଇଟି ସିଟ୍ ଉପଲବ୍ଧ କରିବା ବେଳେ ମୋତେ ଲାଗିଲା ଯେମିତି କଲେଜ ବେଳର ସିନେମା ଟିକେଟ୍ କାଟିବା ପରି ମଇଦାନ୍‌ ମାରିନେବା । ଅଧିକନ୍ତୁ ମଧୁରେଣ ସମାପୟତେ ନ୍ୟାୟରେ ସୁସ୍ଥରେ ପାଖାପାଖି ବସି ଦେହକୁ ଦେହ ଘଷି ଚଉବନରେ ଯଭବନ ଉପଭୋଗ କରିବାକୁ ମନରେ ମଧୁ ହିଲ୍ଲୋଳ ଆସୁ ଆସୁ ଶ୍ରୀମତୀଙ୍କର କହୁଣିକୁଟ ମୋତେ ସଜାଗ କରିଦେଲା ।


ଡବା ଭିତରେ ହକର୍ ମାନଙ୍କର ଗହଳି ଚହଳି ଆରମ୍ଭ । ଗରମ ଗରମ ତାଜା ସମୋସା, ବରା, ଆଳୁଚପର ତତଲା ସୁଗନ୍ଧ ନାଳପୁଡ଼ା ମଧ୍ୟେ ପ୍ରବେଶ କରି କୃତ୍ରିମ ଭୋକର ଲାଳସା ସୃଷ୍ଟି କରି ସାରିଥିଲା । ବେଳେ ବେଳେ ବୁଝି ହୁଏ ନି , ଯେତେ ଖାଇ ଥିଲେ ବି, ପେଟ ଭର୍ତ୍ତି ଥିଲେ ବି କିମ୍ଵା ଆକଣ୍ଠ ତୃପ୍ତି ଭୋଜନ କରିଥିଲେ ବି କାହିଁକି କେଜାଣି ଗରମ ଜିନିଷର ପସରା ଟ୍ରେନରେ ଖାସ୍ କରି ପାଖ ସିଟ୍ ଦେଇ ଚାଲିଗଲେ କେମିତିକା ଭୋକିଲା ଭୋକିଲା ଲାଗେ । ମନରେ ଉଦରସ୍ଥ କରିବାକୁ ନାହିଁ ନ ଥିବା ଉଚ୍ଚାଟ ଉତ୍କଣ୍ଠା ସହିତ ବହୁ ଦିନରୁ ଖାଇ ନ ଥିବାର ଆଦିମ ସିହରଣ ମନ ମସ୍ତିସ୍କରେ ଖେଳିଯାଏ । ଜିଭ ବିଚରା ଦୁଇ ଚାରି ଥର ଦାନ୍ତ ପଜେଇ ଏପଟ ସେପଟ ଚାକୁଳି ପାକୁଳି ବାଉଳି ହୋଇ ଫାଙ୍କା କସରତ କରି ଚାଲିଥାଏ । ସେହି ସ୍ୱର୍ଣ୍ଣାଭ ମୁହୁର୍ତ୍ତକୁ ଆପେକ୍ଷମାଣ ମୁଦ୍ରାରେ ଅପଲକ ଲେଲିହାନ ଅବସ୍ଥାରେ ଜଠରାଗ୍ନି ଜଳେଇ ବସିଥାଏ । ଖାଇବି ଆଉ ନ ଖାଇବି ଦୁନ୍ଦୁଭି ନାଦ ଭିତରେ ବଳ-ତର୍କ କଷାକଷି ଚାଲେ ବିବେକାନୋମୁଦିତ ଢଙ୍ଗରେ ମଗଜ ନ୍ୟାୟାଳୟରେ । କେବେ ଦୁର୍ବାର ଇଚ୍ଛା ଆଉ ଅପ୍ରାକୃତିକ ଯୁକ୍ତି ଆଗରେ ମୁଣ୍ଡ ନଇଁଦିଏ ସ୍ଥାନ କାଳ ପାତ୍ର ସ୍ୱାସ୍ଥ୍ୟର ତୁଣ୍ଡ ବାଇଦ । ଅଥଚ : କେବେ କେବେ ବିବେକର ବୃଶ୍ଟିକ ଦଙ୍ଗଶନ ଜିତାପଟ ମାରି ନିଏ ବୁଲା ବିକାଳିର ତେରେଛା ନଜରକୁ ନମାନି ।


ଶ୍ରୀମତୀ ଆଙ୍ଗୁଳି ଦେଖେଇ ସୁଚେଇ ଦେଲେ କି ଆମ ଆଗ ସିଟ୍ ରେ ଆଉ ଦଳେ ପତି-ପତ୍ନୀ କୁନି ଝିଅକୁ ଧରି ବସିବାକୁ ଉଦ୍ୟତ । ଝିଅ ଶୋଭଯାଇଛି ମା'ର କାନ୍ଧରେ । ଓହଳି ପଡିଛି ଜହ୍ନମାମୁଁ ଶିଶୁ ପତ୍ରିକାର କଭର ପୁଷ୍ଠାର ବିକ୍ରମାଦିତ୍ୟ-ବେତାଳ ଚିତ୍ର ପରି । କେତେ ନିରିହ ନିରିମାଖି ଲାଗୁଛି ମାନୁଛି । ଚିମୁଟାଏ ଅନିର୍ବଚନୀୟ ଲାସ୍ୟରେଖା ସାନ ଝିଅର ଗୋରା ମୁଁହକୁ ବେଶ ସାଯୁଛି । ସତରେ ଝିଅମାନେ ସୃଷ୍ଟିର ଅପୂର୍ବ ସମ୍ଭାର , ଅମୃତର ସନ୍ତାନ । 


ମନେ ମନେ ଭାବିଲି ଯାହା ହେଉ ଯାତ୍ରା ଶୁଭପ୍ରଦ ହେବ । ଶ୍ରୀମତୀ ସହିତ ଆମୋଦ ପ୍ରମୋଦ ହେବନି ତ ! ନ ହେଉ । ଆଗରେ ପରା ନୂଆ କପୋତ କପୋତୀ ଯୋଡିଏ । ନୟନ ସୁଖ ଅବଶ୍ୟ ମିଳିଯିବ । ଜଗନ୍ନାଥ ହେ ! ତୋର ଅଶେଷ ମାୟା । ମାଗୁଥିଲି ଆଞ୍ଜୁଳାଏ , ଆଗରେ ଦେଇଦେଲୁ ପୁରା ଦରିଆ , ମିଠା ପ୍ରେମରେ ଭବୁଟୁବୁ ଶୁଆ-ଶାରୀ ସହିତ ଗେହ୍ଲୀ ପରୀର ନରମ ପଶମ ପରି ନିଦୁଆ ମୋତି ମାଳିଆ ।


ଆମେ ଦୁଇ ଜଣ ଆଗାମୀ ବାତ୍ୟା ବିଷୟରେ ଆଲୋଚନା ଆରମ୍ଭ କରିଦେଲୁ । ହେଇଟି ଶୁଣ ମୋ , କ"ଣ କହୁଛି ଓ-ଟିଭି । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଧିରେ ଧିରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଆହୁରି ଘନିଭୂତ ହୋଇ ୨୩ ତାରିଖ ବେଳକୁ ଗଭୀର ଅବପାତରେ ପରିଣତ ହେବ । ୨୪ ତାରିଖରେ ଏହା ଦିଗ ପରିବର୍ତ୍ତନ କରି ଉତ୍ତର ଆଡ଼କୁ ମୋଡ ବଦଳାଇ ଭୟଙ୍କର ସାମୁଦ୍ରିକ ଝଡରେ ରୂପାନ୍ତରିତ ହେବ । ଏହାପରେ ଉୟଙ୍କର ବାତ୍ୟା । ମାତ୍ର ଖୁସିର କଥା ଏହି ବାତ୍ୟା ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଆଡ଼କୁ ମୁହାଁଇବ । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ , ଓଡିଶାରେ ବାତ୍ୟା ଚାଲିବାର ସମ୍ଭାବନା ଥିଲେ ମଧ୍ୟ ବାଲେଶ୍ଵର ସମେତ ଉପକୂଳ ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଲଘୁଚାପଜନିତ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ମଧ୍ୟ ପ୍ରକାଶ ପାଇଛି ....... ଇତ୍ୟାଦି ଇତ୍ୟାଦି .....


ଝରକା ପାଖ ସିଟରେ ବସିଥିବା ଧୋତି ପିନ୍ଧା ମଉସା ଟିକେ ଚିହିଁକି ଉଠି କିଛି କହିଲେ ବୋଧେ -----


" ଟିଭି ବାଲାମାନେ ଏତେ ଡରେଇ ଦେଉଛନ୍ତି ଯେ , ଯେମିତି ଏଇମାନେ ମହାବାତ୍ୟା କରେଇ ଦେବେ । ହଉରେ ଅଳପେଇସା ! ଆମର ପରା ସାହା ଭରସା ସେହି ଶ୍ରୀଜଗନ୍ନାଥ । ତୁ କ"ଣ ଜାଣିନୁ ! ଆନନ୍ଦେ ସମସ୍ତେ କୁହ ଜଗତର ନାଥ ଜଗନ୍ନାଥ କି ଜୟ ---- ପୁରା ବଗି ଟା ଜୟ ଜଗନ୍ନାଥ ଜୟର ଶଙ୍ଖ ନାଦରେ କଂପି ଉଠିଲା । 


ଆମ ଶ୍ରୀମତି ବି ଦୁଇ ହାତ ଉପରକୁ କରି ଅନ୍ୟ ଯାତ୍ରୀମାନଙ୍କ ପରି ସମବେତ ସ୍ଵରରେ ଜୟ ଜଗନ୍ନାଥ ଜୟ କହି ପକେଇଛନ୍ତି କେତେବେଳେ ଆପେ ଆପେ ସ୍ଵତଃସ୍ପୃତ ଭାବେ ଜାଣି ପାରିନାହାନ୍ତି ବାଦିପାଲା, ଦାସକାଠିଆ ଅବା ଶୀତଳାମଙ୍ଗଳରେ ବସିଥିବା ବିଦଗ୍ଧ ବିମୁଗ୍ଧ ଶ୍ରୋତାମଣ୍ଡଳୀ ପରି । କିନ୍ତୁ ମୋ ଆଖିରେ ଆଖି ମିଶିଗଲା ପରେ ଯେଉଁ ଚାରି ଚକ୍ଷୁର ମିଳନ ଆଉ ଲାଜରେ ସ୍ମିତହାସ୍ୟ ସହିତ କମକୁଟ ଭ୍ରୁଙ୍କୁଚନ ଶୋଭିତ ଆନତ ଚନ୍ଦ୍ରବଦନ--- ଆହା ! ମୁଁ ମରିଯାଏ ପରା ! କି ଶୃଙ୍ଗାର ଭାବର ଖୋଲା ଆମନ୍ତ୍ରଣ ।


ପାଖ ବଗିରୁ "ଶ୍ରୀଗଣେଷ " ଗୀତିନାଟ୍ୟର ମୂର୍ଛନା ଭାସି ଆସୁଥିଲା " ରେ ମୂଢ ବାଳକ କହୁ ମୁଖେ କଟୁ ବାଣୀ ------" । ଆମ ପିଲାବେଳର ପ୍ରଖ୍ୟାତ ବିଖ୍ୟାତ ଲେଖକ ଗୋପାଳ ଛୋଟରାୟଙ୍କର ବଳିଷ୍ଠ କଳାକୃତି । କେତେଥର ଶୁଣିଥିବି , ମନେ ମନେ ମୁଖସ୍ଥ କରି ସାଙ୍ଗ ମେଳରେ ଅଭିନୟ କରିଥିବି ମନେ ନାହିଁ । ବିଦ୍ୟାଳୟରେ ଗଣେଶ ପୂଜା ପାଇଁ ଡ୍ରାମା ଆୟୋଜନ ରିହରସେଲ ବେଲକୁ ସାହିତ୍ୟ ଶିକ୍ଷକ ଗୁରୁଦେବ କାର୍ତ୍ତିକ ସାର୍ ଙ୍କୁ ମୋର ମୋଟା ଅନ୍ତଲା ପେଟ କୁଆଡେ ଆଗେ ଦିଶିଯାଏ ଏବଂ ସେହି ବର୍ଦ୍ଧିତ ଚର୍ବିତ କୁମ୍ଭକର୍ଣ୍ ଉଦର ଯୋଗୁଁ ପ୍ରଥମ ପସନ୍ଦ କୈଳାସପତି ଦେବ ଦେବ ମହାଦେବଙ୍କ ରୋଲ୍ ମୋତେ ମିଳିଯାଉଥିଲା । ମୋ ମନ ଶ୍ରୀମତୀଙ୍କ ବାକ୍ୟ ବିନୋଦରୁ ସେହି ଆଦ୍ୟ କୈଶରର ନାଟ୍ୟାଭିନୟ ଭିତରକୁ ପଶିଯାଉଥାଏ ମୋର ଅଜାଣତରେ ଅବଚେତନ ମନରେ ଅତି ମାନସ ସୋପାନରେ । ପୁଣି ଶ୍ରୀମତୀ ଆଉ ଥରେ କହୁଣୀକୂଟ ମାରି ଚିହିଁକି ଦେଲେ । ହଲେଇ ଚହଲେଇ ଦେଲେ ମୋତେ । ସେହି ସ୍ୱପ୍ନ ରାଜ୍ୟରୁ ଆଦ୍ଯ କୈଶୁର ଜୀବନର ରବୀନ୍ଦ୍ର ମଣ୍ଡପରୁ ଫେରି ଆସିବାକୁ ବାଧ୍ୟ ହେଲି ।

ମୁଁହକୁ ବିକୃତ କରି କିମ୍ଭୁତ କିମ୍ଭାକାର କରିବା ବଦଳରେ ରାଗରେ ତମ୍ ତମ୍ ହେବା ବଦଳରେ ନାଟକୀୟ ଅଭିନୟ ମୁଖ ମଣ୍ଡଳରେ ସୀମିତ ଭାବରେ ଫୁଟେଇ ଦେଲି ଯେମିତି ଧରା ନ ପଡ଼େ ଭିତରେ ଭିତରେ କେତେ ରାଗିଛି ବୋଲି । ମନରେ ମନରେ କିନ୍ତୁ ଗୁଣୁଗୁଣେଇ କହୁଥିଲି --- ସବୁ କଥାରେ ମୁଣ୍ଡ ପୁରେଇବା , ବୁଲା ଷଣ୍ଢ ପରି ଶିଙ୍ଗ ଖେଞ୍ଚିବା ପ୍ରକୃତି ଗଲାଣି ଏ ନାରୀ ଜାତିର । ଏହା ବୋଧହୁଏ ରେସିୟାଲ ୟୁଟୁପିଆ --ଦି ମିଆର ମାଟ୍ରିଲିନିୟାଲ ଇନଟଲରାନସ୍‌ ଏଣ୍ଡ ଜିଲାସି ଏଗେଷ୍ଟ ପାଟ୍ରିଆର୍କାଲ ସୋସିଆଲ ଅଡ଼ର । ( racial utopia---the mere matrilineal intolerance and jealousy against patriarchal social order ) l କିନ୍ତୁ ବାସ୍ତବିକତା ତ ଆପଣ ମାନେ ଦେଖିଲେ । ଆମେ ସବୁ ସତରେ କେତେ ବିଚରା ଅଣ୍ଡିରା । ପୂରା ପୁରି ଶକ୍ତିହୀନ ବାଆଁରା ପ୍ରାଣୀ ପରିବାର - ଜୀଵ ଉଦ୍ୟାନରେ ନାରୀ ରୂପୀ ହଣ୍ଟର ଧାରୀ କହୁଣୀ ମାରୀ ରମଣୀ ପାଖରେ ଆଗରେ ପଛରେ ଟ୍ରେନ୍ ରେ ।


ଏସବୁ ପ୍ରହସନରୁ ଅବ୍ୟାହତି ଖୋଜୁ ଖୋଜୁ ମନ ଦରଜାରେ ସଠିକ୍ ଉପାୟ ଟିଏ ଆସି କରାଘାତ କଲା । ବ୍ୟାଗରୁ ପାଣି ବୋତଲ ବାହାର କଲି । ଢ଼କ ଢକ କରି ପୂରା ପାଣି ବୋତଲ ଶେଷ କରି ଦେଲି ଏକା ଦମ୍ ରେ । ପାଣି ସଙ୍ଗେ ପିଇଗଲି ଅବଶୋଷ ଓ ଅନୁଶୋଚନାର ହଳାହଳ । କରିବାର କିଛି ନାହିଁ ଭାଇ । ଜୀବନ ରଙ୍ଗମଞ୍ଚ ଅଛି ମାନେ ଅଭିନୟ କରିବାକୁ ହେବ । ପିଣ୍ଡରେ ପ୍ରାଣ ଅଛି ମାନେ, କାନ୍ଧରେ ଦାୟିତ୍ଵର ବୋଝ ଅଛି ମାନେ , ବଳିଷ୍ଠ ନିଖୁଣ ନିପୁଣ ଅଭିନୟ କଳାର ଯାଦୁକରୀ ଆକର୍ଷଣ ମାଧ୍ୟମରେ ମାଧ୍ୟାକର୍ଷଣ ବଳ ପରି ଜନ ଗଣ ମନ ,ପରିବାର ଜନ, ସାମାଜିକ ଇତର ପ୍ରାଣୀଙ୍କୁ ବାନ୍ଧି ରଖିବାକୁ ହେବ , ଟାଣି ବସେଇ ତାମସା ଦେଖିବାକୁ ବାଧ୍ୟ କରିବାକୁ ହେବ ହିଁ ହେବ । ଜୟକଳା ।


ଝରକା ଫାଙ୍କାଦେଇ ଦେଖୁଥିଲି ପଶ୍ଚିମ ଆକାଶକୁ । ଲମ୍ବି ଯାଇଥିବା ଅସୀମ ସସୀମ ଦିଗବଳୟକୁ । ସଂଧ୍ୟା ଆଗତ ପ୍ରାୟ । ଧଳା ଧଳା ଭସା ବଉଦ ଚକ୍ରବାଳ ଉପର ଦେଇ ଯେମିତି ଧାଇଁଛନ୍ତି ଦୈଡ଼ି ଚାଲିଛନ୍ତି ମାମୁଁ ଘରକୁ ଅନ୍ଧାର ହୋଇଯିବାର ଭୟରେ ଡରରେ । ଅସ୍ତରାଗର ଛିଟା ଆକାଶର ଅଗଣାକୁ ରଙ୍ଗୀନ କେନ୍‌ଭାସରେ ବଦଳେଇ ଦେଇଛି । ରଙ୍ଗ ବେରଙ୍ଗର ଛୋଟ ବଡ଼ ଚଢ଼େଇ ମାନେ କିଚିରି ମିଚିରି ଶବ୍ଦ କରି ଦଳେ ଉଡି ଚାଲିଗଲେ ନିମିଷକେ । ଟ୍ରେନ୍ ଗତି ବଢ଼େଇ ହର୍ଣ୍ଣ ବଢେଇ ମାଡି ଚାଲିଥିଲା ଆଗକୁ ଆଗକୁ ଅନ୍ଧାରର ଛାତି ଚିରି ଉଦାରି ବିଦାରି ଆର୍ତ୍ତନାଦ ଅଟ୍ଟହାସ୍ୟ କରି ।


କଣେଇ ଦେଖିଲି ଶ୍ରୀମତୀ ମୋବାଇଲ ଭିତରେ ପଶିଯାଇଛନ୍ତି । କାନରେ ଇୟର ଫୋନ ଗେଞ୍ଜି ଫେସ୍‌ବୁକ୍‌ / ହ୍ଵାଟସ୍‌ଅପ୍ ଅପ୍ ଡେଟ୍ କରିବାରେ ମଗ୍ନ ଲଗ୍ନ ନିମଗ୍ନ । 


ବର୍ଥର ଚାରିଆଡ଼କୁ ଥରେ ମୁଁହ ଫେରେଇ ଆଣିଲି ଚୁମ୍ବକରେ । ମୋତେ ଲାଗିଲା  ବସିଥିବା ମ୍ୟାଡ଼ାମ୍ ଜଣଙ୍କ ଆଖିରେ ଲୋଡକର ବନ୍ୟା । କୂଳ ଲଂଘିବ ଲଂଘିବ ହେଉଛି । ଡବଡ଼ବ ଆଖି ଯୋଡିକ କରୁଣାରେ ଆଦ୍ର । ନାକପୁଡ଼ା ଇଷତ୍ ନାଲି ନାରଙ୍ଗୀ ଦିଶୁଛି । 

ହଠାତ୍ କଣ ହେଲା କି ? କିଛି ମୁହୁର୍ତ୍ତ ଆଗରୁ ଚୁଲବୁଲି ମୌନାବତୀର ଅବତାରରେ ଆପାଦମସ୍ତକ ଅବର୍ଣ୍ଣନୀୟ ଶୋଭା ସମ୍ଭାରରେ ବିଭୂଷିତା ବିମଣ୍ଡିତା ପାଟରାଣୀର କିଛି ଅସୁବିଧା ହେଲା କି ? କୁନି ଝିଅ ତ ଶୋଇ ଯାଇଛି ନିଘୋଡ଼ ନିଦରେ । ଲାଗୁଛି ସ୍ୱାମୀ ନାମକ ପୁରୁଷ ଫୁଗବ ବୀରପଣ ଦେଖେଇ ଦେଇଥିବେ । କାନରେ ବାକ୍ୟ ବାଣ ଫୁସ୍ ଫୁସ୍ କରି ଶୁଣେଇ ଦେଇ ଥିବେ । ଧିରେ ଶୁଭିଥିବ କିନ୍ତୁ ଆଘାତ ଛାତିଫଟା ମନ କଟା ଆଉ ହୃଦୟ ଭଙ୍ଗା ନିହାତି ହେଇଥିବ । ପୁରୁଷମାନଙ୍କୁ ପାରି ହେବନି । ସବୁ ଯାଗାରେ ହାକିମାତି ଜମିଦାରୀ । ପାରି ହେବନି ଆଉ । ଘରେ ଯାହା ତ ଅନ୍ୟାୟ ଅତ୍ୟାଚାର କରିଚାଲିଛ , ବର୍ବର କାଣ୍ଡ କାରଖାନା ମହିଳା ମାନଙ୍କ ଉପରେ ବର୍ଷେଇ ଚାଲିଛ ଘର ନାମକ ଜେଲର ଚାରିକାନ୍ଥ ମଧ୍ୟରେ , ବଡ଼ ଘର ବଡ଼ ଗୁମର କଥା ଧାରାରେ ଉଡି ଯାଉଛି । 

ମାତ୍ର ସ୍ଥାନ କାଳ ପାତ୍ରର କାଣ୍ଡଜ୍ଞାନ କେବେ ଆସିବ ଏ ପୁରୁଷମାନଙ୍କୁ । ଗହ ଗହ ଲୋକ ଟ୍ରେନ ଭିତରେ । ପାଦ ପକେଇବାକୁ ଯାଗା ନାହିଁ । ମୁଁହକୁ ମୁଁହ ଯୋଡ଼ି , ଆଖିକୁ ଆଖି ଫେଡ଼ି ଫେଡ଼ି ସମସ୍ତେ ଯୋଡାଯୋଡି ଫେଡ଼ା ଫେଡ଼ି ଭିଡ଼ା ଭିଡ଼ି । ଏଭଳି ଯାଗାରେ ଟ୍ରେନ୍‌ ବର୍ଥ ଭିତରେ ତୁମେ କଟୁ ହାକିମ ବାବୁ ସାଜିବ । ଗାଳି କରିବ । ନାଲି ଆଖି ଦେଖେଇବ । ଭୂଲ ଦର୍ଶେଇବ । ଅପରାଧିର କାଠଗଡ଼ାରେ ଆଣ୍ଠେଇ ଦେବ । ଶୁଶ୍ରୀ ସୀମନ୍ତିନୀ ଜନନୀ ଆଖିରେ ଲୁହ ଜକେଇ ଦେବ । କନ୍ଦେଇ ଦେବ । ତୁମର ତ ଭାରି ବହିପ । ଗୋଟେ ଅତ୍ୟାଚାରିତ ଭଉଣୀର ଭାଇ ଅଛନ୍ତି ଅନେକ ସ୍ଥାନରେ ଆକାଳରେ ସକାଳରେ ସୁବିଧାରେ ଅସୁବିଧାରେ ସବୁ ଯାଗାରେ ।

ମନେ ମନେ ଏମିତି ବାର ମଜା ଚିନ୍ତା ଭାବନାକୁ ଗୋଳେଇ ଘୋଳେଇ ଚର୍ବିତ ଚର୍ବଣ କରି ଭିତରେ ଭିତରେ ଗୋଟେ ବିଦ୍ରୋହ କରିବାକୁ ଅଣ୍ଟା ସଲଖୁଥାନ୍ତି । ନାରୀ ସ୍ଵାଧୀନତା ପାଇଁ ଗୋଟେ ସସସ୍ତ ଆନ୍ଦୋଳନର ସୂତ୍ରପାତ କରିବାକୁ , ନିର୍ଯ୍ୟାତିତା ଭଉଣୀ ପାଇଁ ଦରଦୀ ଭାଇର ସାହସୀ ତୂର୍ଯ୍ୟନାଦରେ ବର୍ଥ କମ୍ପେଇବାକୁ , ନାରୀ ସସକ୍ତୀକରଣ ଉପରେ ଗୋଟେ ଛୋଟକାଟିଆ ଭାଷଣ ଦେବାକୁ , ଲୁହର କୋହ ପାଇଁ ଦାୟୀଙ୍କୁ ତର୍କ-ଖୁଣ୍ଟରେ ଫାସି ଦେବାକୁ , ସର୍ବମୋଟ ସାମାଜିକ ନ୍ୟାୟାଳୟ ପାଲଟିଯାଇ ଯାତ୍ରୀ ଜନାର୍ଦ୍ଦନଙ୍କ ଅନ୍ଧପୋଟଳି ଖୋଲି ଫିଙ୍ଗିଦେବାକୁ ଇତ୍ୟାଦି ଇତ୍ୟାଦି ।


ସବୁ ପ୍ରସ୍ତୁତି ବୈଠକ ସରିବା ପରେ ମନରେ କିନ୍ତୁ ନାମକ ପୋକଟା କାମୁଡି ହେଲା । କହୁଣିକୂଟ ମାରିଲେ ମସ୍ତିରେ ମୁରୁକି ମାରୁଥିବା ଶ୍ରୀମତୀଙ୍କୁ । ଗୋଟିଏ କାନପୁଡ଼ାରୁ ଇୟର କର୍ଡଟା ବାହାର କରିଦେଲେ ସରାଗରେ । ପାଖକୁ ପାଖେଇ ଆସିଲେ । କାନ ମୂଳରେ ଧିରେ ଧିରେ କହିଲେ ---

" ତୁମେ କେମିତିକା ଲୋକ । ନାରୀ ନା ବଇରୀ । ତୁମ ଆଗରେ ତୁମ ସାନ ଭଉଣୀ ବୟସର ଜଣେ ଓଡ଼ିଆ ଭଉଣୀ କାନ୍ଦି କାନ୍ଦି ନୟାନ୍ତ । ଆଖିକୋଣ- ନାକପାଖ ସବୁ ଲୋତକର ଅଚାନକ ଆଗମନରେ କେମିତି ଦୁଃଖିତ ବେଦନାସିକ୍ତ । ଦେଖି ଚାହିଁ କେମିତି ଚୂପ ରହି ପାରୁଛ ? "


ଶ୍ରୀମତୀଙ୍କର ଶ୍ରୀମୁଖରେ ତିବ୍ର ଆଲୋଡନ ପରିବର୍ତ୍ତେ କିଛି ବି ପରିବର୍ତ୍ତନର ଲେଶ ମାତ୍ର ଚିହ୍ନ ନାହିଁ । ତୁମେ ବେଶି ଦରଦୀ ଭାଇର ମୁରବି ପଣିଆ ଛାଡ଼ । ତାଙ୍କୁ ଥଣ୍ଡା ପ୍ରବଳ । ଛିଙ୍କ ଉପରେ ଛିଙ୍କ ହେଉଛି । ପଣତକାନୀରେ ପୋଛି ପୋଛି ଆଖି ନାଳ ସବୁ ଫୁଲିଗଲାଣି । ମାସ୍କ ଆଣିବା ବୋଧେ ଭୁଲି ଯାଇଛିନ୍ତି ବେବି ଝିଅର ବ୍ୟସ୍ତତା ଭିତରେ । 

ତୁମେ ଚୁପ୍ ରୁହ । ଭାବପ୍ରବଣତା ତୁମ ପକେଟରେ ପୁରେଇ ରଖ । 

ପାଲଟା କହୁଣୀକୁଟ ମାରି ଶ୍ରୀମତୀ ଶୁଣେଇ ଦେଲେ ଆଉ ଆଖି ଇଶାରାରେ ତର୍ଜନୀ ଇଂଗିତରେ କହୁଥିଲେ କି ଲକ୍ଷ୍ମଣ ରେଖା ଲଂଘନ କରିବାର ଦଣ୍ଡ ଅବଶ୍ୟ ମିଳିବ ଆଜି ରାତିରେ । ବି ରେଡି ମାଇଁ ଏଦ୍ଭାରେଡି |


Rate this content
Log in

Similar oriya story from Drama