କେତେ ଦିଗନ୍ତ: କେତେ କଥା
କେତେ ଦିଗନ୍ତ: କେତେ କଥା
ସେଦିନର ସନ୍ଧ୍ୟା ଥିଲା ସାରସ୍ବତମୟ ଓ ରୋମାଞ୍ଚକ ।" କେତେ ଦିଗନ୍ତ"ର କାଳଜୟୀ ସ୍ରଷ୍ଟା, ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ ବିଶିଷ୍ଟ ସାହିତ୍ୟିକ, ପ୍ରାଧ୍ୟାପକ ମହାପାତ୍ର ନୀଳମଣି ସାହୁଙ୍କ ବାସଭବନକୁ ରାତ୍ରଭୋଜନ ଲାଗି ନିମନ୍ତ୍ରିତ ଅତିଥିହୋଇ ଅ।ସିଥିଲେ । ମୁଁ ଅଫିସରୁ ଫେରି ରହୁଥିବା ଏକ କ୍ବାର୍ଟର୍ସରେ ପହଞ୍ଚିବା ବେଳେ ଲ୍ୟାଣ୍ଡ ଫୋନକୁ କଲଟିଏ ଅ।ସିଲା । ପ୍ରାଧ୍ୟାପକ ନୀଳମଣି ବାବୁ ଫୋନ କରି କହିଲେ," ଶୀଘ୍ର ଶହୀଦନଗରସ୍ଥିତ ଅ।ମ ଘରକୁ ଅ।ସନ୍ତୁ । ମନୋଜ ବାବୁ ଅ।ପଣଙ୍କ ସହ କଥା ହେବାକୁ ଚାହୁଁଛନ୍ତି। ଏଠି ରାତ୍ର ଭୋଜନ କରି ଫେରିବେ ।"
ସମ୍ମାନନୀୟ ମନୋଜ ବାବୁ ଓ ପୂଜ୍ୟ ନୀଳମଣି ବାବୁଙ୍କ ଭଳି ସାରସ୍ବତ ପୁରୁଷଙ୍କ ଏକତ୍ର ସାନ୍ନିଧ୍ୟଲାଭର ସୌଭାଗ୍ୟ ମୋତେ ଉଲ୍ଲସିତ କରିଥିଲା ।
କେହି ଦମ୍ପତି ସ୍କୁଟରରେ ବସି ରାସ୍ତାରେ ଯିବାବେଳେ ହଂସାଋଢ ହୋଇ ଯିବା ଭଳି ମୋତେ ଲାଗେ। ସେଥିଲାଗି ଅନ୍ୟ ଗାଡି ପରିବର୍ତ୍ତେ ନୂଅ। ସ୍କୁଟରଟିଏ କିଣି ଅଫିସ ଯିବା ଅ।ସିବା କରୁଥିଲି । ଫୋନ ପାଇ କାଳବିଳମ୍ବ ନ କରି କ୍ବାର୍ଟର୍ସରୁ ବାହାରି ସ୍କୁଟର ଷ୍ଟାର୍ଟ କଲି । ଅ।ମ ଘରକୁ ବୁଲି ଅ।ସିଥିବା ଜଣେ ସମ୍ପର୍କୀୟ ସାନଭାଇ ଶହୀଦନଗର ସାଂଗ ଘରକୁ ମୋ ସହ ଯିବାକୁ ବାହାରିଲେ । କଥା କାଟି ନ ପାରି ତାଙ୍କୁ ନେଇ ମୁଁ ଶହୀଦନଗର ଗଲି । ନୀଳମଣି ବାବୁଙ୍କ ବାସଭବନ ଅ।ଗରେ ପହଞ୍ଚି ସାନଭାଇକୁ ସ୍କୁଟର ଦେଇ ସାଂଗ ଘରକୁ ପଠାଇଦେଲି ।
ଗେଟ ଖୋଲି ଭିତରକୁ ପଶୁ ପଶୁ ନୀଳମଣି ବାବୁଙ୍କ ସହଧର୍ମିଣୀ, ଯାହାଙ୍କୁ ମୁଁ ମାଉସୀ ବୋଲି ଡାକେ ସ୍ବାଗତ କଲେ । ସେତେବେଳକୁ ଅନେକ ସାହିତ୍ୟିକ ଅ।ସି ମନୋଜବାବୁଙ୍କୁ ଭେଟି ଫେରି ଯାଇଥାନ୍ତି । ଡ୍ରଇଂ ରୁମର ଶୋଫା ସେଟରେ ବସିଥିବା ଦୁଇ ସାରସ୍ବତ ମହାରଥୀଙ୍କୁ ନମସ୍କାର ଜଣାଇଲି । ମନୋଜ ବାବୁ ଡାକି ପାଖରେ ବସାଇଲେ । ଦେଖିଲି, ଡ୍ରଇଂ ରୁମ ସାଜସଜ୍ଜା ଥିଲା ମନ ମୁଗ୍ଧକର। ଫୁଲଦାନୀରେ ଶୋଭା ପାଉଥିଲା ସଜଫୁଲ । ପଣ୍ଡିଚେରି ଶ୍ରୀଅରବିନ୍ଦଙ୍କ ଅ।ଶ୍ରମ ତିଅ।ରି ଜଳନ୍ତା ଧୂପକାଠି ଅପୂର୍ବ ବାସ୍ନାରେ ମହକୁଥିଲା ।
ମନୋଜ ବାବୁଙ୍କ ଧାରାବାହିକ ଲେଖା " କେତେ ଦିଗନ୍ତ" ସେତେବେଳେ ଧରିତ୍ରୀରେ ପ୍ରକାଶ ପାଉଥିଲା । ଅ।ଗାମୀ ସଂଖ୍ୟା ଲାଗି ସେ ଅ।ଣିଥିବା ହାତଲେଖା ବଢାଇଦେଲେ । ସପ୍ତାହକୁ ଥରେ ଏହି ଲେଖା ସମ୍ପାଦକୀୟ ପୃଷ୍ଠାର ଶୀର୍ଷ ମଣ୍ଡନ କରୁଥିଲା । ଉଭୟ ସାହିତ୍ୟ ଓ ସମ୍ପାଦକୀୟ ପୃଷ୍ଠା ସମେତ ନ୍ୟୁଜ ଦାୟିତ୍ବରେ ଥିବାରୁ ମନୋଜ ବାବୁଙ୍କ ଘନିଷ୍ଠ ସମ୍ପର୍କରେ ଅ।ସିଥିଲି। ନାଟକୀୟ ଶୈଳୀରେ ତାଙ୍କ କଥନ ଓ ମଧୁର ଅ।ଳାପରେ ମୁଁ ମୋହିତ ହେଉଥିଲି । ଓଡିଅ। ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚଳାଇ ଅନେକ ଦିଗନ୍ତକୁ ସେ ଭାସ୍ବର କରିଥିଲେ। ଥରେ ଏକ ସାକ୍ଷାତକାର ନେବା ବେଳେ ତାଙ୍କ ପ୍ରତିଭା ଓ ବାଗ୍ମିତା ସହ ପରିଚିତ ହୋଇଥିଲି । ଓଡ଼ିଅ। ସାହିତ୍ୟରେ ବିଭିନ୍ନ ପରୀକ୍ଷାନିରୀକ୍ଷା ଚଳାଇ ସେ ଫିଚର ସାହିତ୍ୟର ମୂଳଦୁଅ। ପକାଇଥିଲେ। "କେତେ ଦିଗନ୍ତ" ର କେତେକ ଲେଖା ତାହାର ଉଦାହରଣ ଥିଲା । ମଣିଷର ଶାଶ୍ବତ ଚେତନା, ଜୀବନ ଓ ସତ୍ୟର ଅନ୍ବେଷା, ଦୂର ଦିଗବଳୟର ରହସ୍ୟ, ଅ।ଧ୍ୟାତ୍ମିକ ଦର୍ଶନ ଓ ଘଟଣା ପ୍ରବାହ ତାଙ୍କ ଲେଖାରେ ରୂପାୟିତ ହେଉଥିଲା । କେତେ ଦିଗନ୍ତ ଲେଖା ଉପରେ କିଭଳି ପାଠକୀୟ ମତାମତ ମିଳୁଛି ମୋତେ ପଚାରି ବୁଝିଲେ ।
ନିକଟରେ ପ୍ରକାଶ ପାଇଥିବା ଏକ ଲେଖା ଉପରେ ମୁଁ ଅ।ଲୋକପାତ କରି କହଲି, ଲେଖା
ଅ।ରମ୍ଭରେ କ୍ଷଦ୍ର ଗଳ୍ପର ଅବତାରଣା କରି ଜୀବନ ଜିଜ୍ଞାସା ଓ ଦର୍ଶନ ତତ୍ତ୍ବ ଅ।ଡକୁ ପାଠିକାପାଠକଙ୍କୁ ଟାଣି ନେବା ଶୈଳୀ ନିଅ।ରା । ଗୋଟିଏ କାହାଣୀ କଥା ଦର୍ଶାଇଲି । ନଈ ବଢୁଥାଏ । ବନ୍ୟାଜଳ ପ୍ରକୋପ ଦେଖି ନଈ ବନ୍ଧରେ ଘର କରିଥିବା ଲୋକେ ଅ।ଶଙ୍କିତ ହୋଇ ରହିଥାନ୍ତି । କେତେକ ବଢି ପାଣିର ଦୃଶ୍ୟ ଦେଖୁଥାନ୍ତି । ନଈର ପ୍ରଖର ସ୍ରୋତରେ ଉପର ମୁଣ୍ଡରୁ ଧୋଇ ଅ।ସୁଥିବା ଗଛବୃଚ୍ଛ, ଘରର ଚାଳ ଛପର ଓ କାଠ ସିନ୍ଦୁକ ଭଳି ସମ୍ପତ୍ତି ଭାସି ଯାଉଥାଏ । ନଈବଢି ଦେଖୁଥବା ଜଣେ ଗରିବ ଲୋକ ଭାସି ଯାଉଥିବା ସିନ୍ଦୁକ ଦେଖି ଲୋଭ କରି ନ ଥିଲେ । ଏହି ସମୟରେ କଳାରଂଗର ଏକ କମ୍ବଳ ନଈକୂଳ ଦେଇ ଭାସି ଅ।ସୁଥିବା ଦେଖି ଏହାକୁ ଅ।ଣିଲେ ଶୀତ ଦିନେ କାମରେ ଲାଗିବ ବୋଲି ଭାବିଲେ। ନଈ ପହଁରା ଜାଣିଥିବାରୁ ସେ ସୁଅକୁ ଡେଇଁ ପଡି କମ୍ବଳଟିକୁ ଧରି ପକାଇଲେ। ପରେ ଯେତେ ଚେଷ୍ଟା କଲେବି ସେ କୂଳକୁ ଫେରି ଅ।ସି ପାରିଲେନି । ନିକଟରେ ଥିବା ଜଣେ ସାଥୀ କୂଳେ କୂଳେ ଧାଇଁ ତାଙ୍କୁ ନିରୀକ୍ଷଣ କରୁଥିଲେ । ସେ ବଡ ପାଟିରେ ଡାକି କହିଲେ "ଅ।ରେ ତାକୁ ଛାଡି ତୁ ପଳାଇ ଅ।।" ଲୋକଟି ଉତ୍ତର ଦେଲା, "ମୁଁ ଛାଡି ଦେବାକୁ ଚାହୁଁଛି, ସେ ମୋତେ ଛାଡୁନି ।" ଅର୍ଥାତ କମ୍ବଳ ଭଳି ଯାହା ଦିଶୁଥିଲା, ତାହା ଥିଲା ଏକ ଭାଲୁ । ଏତିକିରେ ଗପଟି ସରୁଥିଲା ଓ ପ୍ରସଂଗ ଅ।ରମ୍ଭ ହେଉଥିଲା ।
ଲେଖା ସମ୍ପର୍କରେ ଟିପ୍ପଣୀ ଶୁଣି ମନୋଜ ବାବୁ କହିଲେ ,
" ଜାଣନ୍ତି , ଖବର ଓ ସାହିତ୍ୟର ଏକ ମିଶ୍ର କଳାତ୍ମକ ରୂପ 'ଫିଚର ସାହିତ୍ୟ' । ଦିନ ଅ।ସିବ ଏହି କଳାତ୍ମକ ରୂପ ଅ।ଗଧାଡିର ସାହିତ୍ୟ ହୋଇ ଉଭାହେବ । ବୌଦ୍ଧିକ ଲେଖାଠାରୁ ଏହାର ପାଠକୀୟତା ଅଧିକ ରହିବ ।"
କୌତୂହଳବଶତଃ ମୁଁ ପଚାରିଲି, "ଅ।ପଣଙ୍କ ସୃଜନଶୀଳ ଲେଖାରେ ଅ।ଧ୍ୟାତ୍ମିକ ଦର୍ଶନ ଓ ରହସ୍ୟର ଧାରା ବାରି ହୋଇପଡୁଛି। କିଛି କହିବେ ? ସରଳଭାବେ ସେ ଉତ୍ତର ଦେଲେ "ଜୀବନ ଓ ସତ୍ୟର ଅନ୍ବେଷାକୁ ଛାଡି ସାହିତ୍ୟ ରଚନା ସମ୍ଭବ ନୁହେଁ । ଜୀବନ ସହ ସାହିତ୍ୟ ଗତିଶୀଳ।
ଅ।ଧ୍ୟାତ୍ମିକତା ଏଭଳି ଜଗତ ଯାହା ଜୀବନର ଚିରନ୍ତନ ମୂଲ୍ୟବୋଧ ସହ ଅ।ମକୁ ପରିଚିତ କରାଏ ।"
ଅ।ଲୋଚନା ବେଳେ ମହାପାତ୍ର ନୀଳମଣି ସାହୁ ମଝିରେ ମଝିରେ ସୁନ୍ଦର ସାରସ୍ବତ ଟିପ୍ପଣୀମାନ ଦେଉଥିଲେ ।
ମନୋଜ ବାବୁଙ୍କୁ ଅ।ଉ ଏକ ପ୍ରଶ୍ନ ପଚାରି କହିଥିଲି, ଅ।ପଣଙ୍କର କେତେକ ଗଳ୍ପ , ଉପନ୍ୟାସ ପଢିଛି। କିଶୋରୀ ଚରିତ୍ରଟିଏ ବାରମ୍ବାର ଅ।ଖିରେ ପଡେ। ଏହାର ରହସ୍ୟ କ'ଣ ? କଥା ଛଳରେ ତାଙ୍କ ଉପନ୍ୟାସର କାହାଣୀ ଅବତାରଣା କରି କହିଲି," ଅ।ପଣ ଛୋଟ ପିଲା ଥିବା ବେଳେ ପଡିଶାଙ୍କ ଘରେ ନୂଅ।କରି ରହୁଥିବ। ଚଷମାପିନ୍ଧା ଜଣେ କିଶୋରୀଙ୍କୁ ଦେଖି ଈର୍ଷା କରୁଥିଲେ । ତାଙ୍କ ଚଷମା ଭାଙ୍ଗି ଦେବାକୁ ଲୁଚି ଲୁଚି ଟେକା ଫୋପାଡି ଥିଲେ । ତାହା ଲକ୍ଷ୍ୟଭ୍ରଷ୍ଟ ହୋଇ ଯାଇଥିଲା। କିଶୋରୀଟି ଏହା ଦେଖି ଅ।ପଣଙ୍କ ଦୁଇ କୁନିହାତକୁ ଧରି ଘର ଭିତରକୁ ଟାଣି ନେଇ ତାଗିଦ କରିଥିଲା । ଅ।ପଣ ଡରିଯାଇ କାନ୍ଦିଲେ । ଝିଅଟି କାନ୍ଦ ବନ୍ଦ କରିବାକୁ ଲଜେନ୍ସ ଭର୍ତ୍ତି ଏକ ଡବାଅ।ଣି ଖାଇବାକୁ ଯାଚିବାରୁ ଅ।ପଣଙ୍କ ଅ।ଖି ଝଲସି ଉଠିଲା । ବିସ୍ମୟରେ କହିଲେ, " ଅ।ରେ ମୁଁ ଅ।ଗରୁ ନଙ୍ଗଳା ଲଜେନ୍ସ ଦେଖିଥିଲି, ଏମାନେ ତ ସୁନ୍ଦର ଜରି ଫ୍ରକ ପିନ୍ଧିଛନ୍ତି !!" ଏଭଳି ରମ୍ୟ କଥନ ପାଠକଙ୍କ ମନ ମୋହି ନେଉଛି । "ଶେଷ ବସନ୍ତର ଚିଠି" ଭଳି ଗଳ୍ପରେ ଏଭଳି ଚରିତ୍ରଙ୍କୁ ଅ।ମେ ଭେଟୁଛୁ ।
ମନୋଜ ବାବୁ ହସିଉଠି କହିଲେ, "ପ୍ରତ୍ୟେକ ସାହିତ୍ୟିକଙ୍କ ଲେଖାରେ ଏକ ରହସ୍ୟ ବିନ୍ଦୁ ଥାଏ । ପାଠିକାପାଠକ ସେହି ରହସ୍ୟକୁ ଖୋଜି ସାରସ୍ବତ ଅ।ନନ୍ଦ ପାଅ।ନ୍ତି । ରହସ୍ୟକୁ ରହସ୍ୟ ହୋଇ ରହିବାକୁ ଦିଅ।ଯାଉ ।"
ଗପଶପ ଭିତରେ ରାତ୍ର ଭୋଜନ ସରି ଯାଇଥିଲା । ଶେଷରେ
ଅ।ଗାମୀ "କେତେ ଦିଗନ୍ତ" ସଂକଳନ ସମ୍ପର୍କରେ ଖବରକାଗଜକୁ ଦେଉଥିବା ଲେଖାଛଡା ଅନ୍ୟ ଲେଖା ଲେଖୁଥିବା ସୂଚନା ଦେଇ ମନୋଜ ବାବୁ ବିଦାୟ ମାଗିଲେ । ମୋତେ ପଚାରିଲେ, " ଅ।ପଣ କେମିତି ଅ।ସିଛନ୍ତି ? ମୁଁ ସତ୍ୟନଗରସ୍ଥିତ ସାନଭାଇଙ୍କ ଘରକୁ ଯିବି । ଅ।ସନ୍ତୁ କାରରେ ନେଇ ଅ।ପଣଙ୍କ କ୍ବାର୍ଟର୍ସରେ ଛାଡି ଦେବି ।" ମୋ ସାନଭାଇ ସ୍କୁଟର ନେଇ ଅ।ସୁଥିବା କହି ମୁଁ ଅଟକି ପରେ ଫେରିଥିଲି ।
ଶ୍ରୀମା ଶ୍ରୀଅରବିନ୍ଦଙ୍କ ଅ।ଦର୍ଶ ପ୍ରତି ଉତ୍ସର୍ଗୀକୃତ ପୂଜ୍ୟ ମହାପାତ୍ର ନୀଳମଣି ସାହୁଙ୍କ ଦେହାବସାନ ବହୁ ଅ।ଗରୁ ଘଟି ସାରିଛି । ପଣ୍ଡିଚେରୀସ୍ଥିତ ଶ୍ରୀଅରବିନ୍ଦଙ୍କ ଅ।ଶ୍ରମକୁ ଶେଷ ସାଧନାକ୍ଷେତ୍ର ଭାବେ ଗ୍ରହଣ କରିଥିବା ମନୋଜ ବାବୁ ଉଭୟ ଓଡ଼ିଅ। ଓ ଇଂଲିଶ ଭାଷାରେ ଅନେକ ସାହିତ୍ୟ କୃତୀ ରଚନା କରି ପ୍ରଭୂତ ଯଶ ଓ କୀର୍ତ୍ତି ଅର୍ଜନ କରିଛନ୍ତି । ସମ୍ମାନଜନକ ସରସ୍ବତୀ ସମ୍ମାନ, ପଦ୍ମଶ୍ରୀ, ପଦ୍ମଭୂଷଣ ଭଳି ଅନେକ ସମ୍ମାନ ଓ ପୁରସ୍କାର ଲାଭ କରି ଓଡ଼ିଶା ଓ ଓଡ଼ିଅ। ସାହିତ୍ୟର ଗୌରବ ବଢାଇଛନ୍ତି । " କେତେ ଦିଗନ୍ତ" ଭଳି ଧୂମ୍ରାଭ ଦିଗନ୍ତ, ଜିଜ୍ଞାସାର ଦିଗଦିଗନ୍ତ, ଚେତନାର ଦିଗବଳୟ, ଗୋଧୂଳିର ବାଘ, ଅମୃତଫଳ ଭଳି ଅନେକ ଅମର କୃତୀ ରଚନା କରି ନିଜକୁ ଜାତୀୟ ଓ ଅନ୍ତର୍ଜାତୀୟ ସାହିତ୍ୟରେ ପ୍ରତିଷ୍ଠିତ କରିଛନ୍ତି।" କେତେ ଦିଗନ୍ତ" ସମ୍ପର୍କରେ ପ୍ରକାଶିତ ମନୋଜ ବାବୁଙ୍କର ଏକ ଭିଡିଓ ତାଙ୍କ ଅମାପ ଜ୍ଞାନ ଗରିମାର ପରିଚୟ ଦିଏ । ୧୯୩୪ରେ ତାଙ୍କର ଜନ୍ମ ଓଡ଼ିଶାର ବାଲେଶ୍ବର ଜିଲା ଶଙ୍ଖାରୀ ଗ୍ରାମରେ । ୨୦୨୧ ଏପ୍ରିଲ ୨୭ ତାରିଖରେ ପଣ୍ଡିଚେରୀରେ ତାଙ୍କ ଦେହବସାନ ଘଟିଲା।ସାହିତ୍ୟ ଦିଗନ୍ତରେ ଭରିଗଲା ଅସ୍ତରାଗର ଅ।ଭା। ଓଡ଼ିଅ। ସାହିତ୍ୟ ଅ।କାଶରୁ ଏକ ସମ୍ମୁଜ୍ଜ୍ବଳ ସୂର୍ଯ୍ୟ ଅସ୍ତମିତ ହେବା ଏକ ଅପୂରଣୀୟ କ୍ଷତି, ଯାହା ସାରସ୍ବତ ଜଗତକୁ ଶୋକାକୁଳ କରିଛି ।
