Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

PRANATI MAHAPATRA

Classics

5.0  

PRANATI MAHAPATRA

Classics

କେମିତି ଏସବୁ ସମ୍ଭବ

କେମିତି ଏସବୁ ସମ୍ଭବ

3 mins
328


ହଠାତ ଫୋନଟି ବହୁତ ଜୋରରେ ରିଂ ହେଉଥାଏ। ଘରର ସମସ୍ତେ ବି ଥାଆନ୍ତି। ହେଲେ ଫୋନ ଟା ଯେ କେହି କାହିଁକି ଉଠାଉ ନଥିଲେ। ତ ବାଧ୍ୟ ହୋଇ ନୀହାରିକା ଫୋନ ଉଠାଇଲେ। ଆରପଟରୁ ଶୁଭିଲା ଜଣଙ୍କର ସ୍ଵର। ପୋନ ଥିଲା ଜଣେ ଯୁବକ ଙ୍କର। ସେ ପଚାରିଲେ ଆପଣ ସୌମ୍ୟକାନ୍ତର ମାଆ ତ। କଣ କରୁଛନ୍ତି, ଆମର ଏବେ ଆଡ଼ମିସନ ସମୟ ତ। ସେଥିପାଇଁ ଅଭିଭାବକ ମାନଙ୍କର ଦସ୍ତଖତ ଦରକାର। ତେଣୁ ଆପଣ ଆସି ଫର୍ମ ଉପରେ ଦସ୍ତଖତ କରି ଦେଇ ଯାଆନ୍ତୁ। ଏଇ ନିଅନ୍ତୁ, ସୌମ୍ୟକାନ୍ତ ଆପଣଙ୍କ ସହ କଣ କଥା ହେବ ବୋଲି କହୁଛି। ନିଅନ୍ତୁ ଆପଣଙ୍କ ପୁଅ ସହ କଥା ହୁଅନ୍ତୁ।

ଏବେ ଫୋନ ରିସିଭର ଧରିଲା ଆଉ ଜଣେ। ହ୍ୟାଲୋ ମାଆ, ମାଆ କଣ କରୁଛ।

ନିହାରିକା ଏପର୍ଯ୍ୟନ୍ତ କିଛି କହି ନ ଥାନ୍ତି। ସେ ଏତେ ବେଳ ଯାଏ ଖାଲି ଶୁଣୁଥିଲେ। ସେପଟର କଥାକୁ। ସେପଟରୁ ଶୁଭୁଥିଲା ହଁ ସାର୍,ଆପଣ ଯାଆନ୍ତୁ ମୁଁ ମୋ ମାଆ ସହ ଦୁଇ ମିନିଟ କଥା ହୋଇ ଯାଉଛି।

ପୁଣି ଥରେ ଦୁହିଁଙ୍କ ଭିତରେ କଥାବାର୍ତ୍ତା। ସେପଟରୁ ସେ ପିଲାଟି କହୁଥାଏ, ମ୍ୟାମ କ୍ଷମା କରିବେ, ମୁଁ ହଠାତ କଲେଜ କର୍ତ୍ତୃପକ୍ଷ ଙ୍କୁ ଅନୁମାନ କରି ଏଇ ନମ୍ବର ଟି ଦେଇଦେଲି। ମୁଁ ଜାଣି ନ ଥିଲି ଯେ ଲାଗିଯିବ ବୋଲି। ଯା ହେଉ ଆପଣ ମୋ ମାଆର ପରିଚୟ ଦେଇ ଦୟାକରି ଆସି ଫର୍ମ ଦସ୍ତଖତ କରିଦେଇ ଯିବେ। ପ୍ଲିଜ, ପ୍ଲିଜ, ପ୍ଲିଜ।

ଆଶା କରୁଛି ଆପଣ ମୋର ଅନୁରୋଧ ରକ୍ଷା କରିବେ।

ଏତେ ବେଳକରେ ନିହାରିକା ମୁହଁ ଖୋଲିଲେ, ହେଲେ ବାପା ତୁମେ ମୋତେ ଜାଣିନ କି ଚିହ୍ନିନ,ଏତେକଥା କହୁଛ। ମୋର ପରିଚୟ ନ ଜାଣି...

କିନ୍ତୁ ଆପଣ ତ ଜଣେ ନାରୀ, ମାତୃତୁଲ୍ୟା। ଯଦି ଅନ୍ୟକିଛି ଭାବିବେ ମୋର କିଛି କହିବାର ନାହିଁ। ଖାଲି ଏତିକି କହିବି, ମୋର ମାଆ ବାବା ଆଉ ନାହାଁନ୍ତି। ଆଉ କେମିତି କଣ ପାଇଁ ନାହାଁନ୍ତି ସେ ଅନେକ କଥା। ମୁଁ ଆଜି ଅନାଥ ସତ,ହେଲେ ଗରୀବ ନୁହେଁ। ମୋ ନାମରେ ବହୁତ ସମ୍ପତ୍ତି ମୋ ବାବା ରଖିଦେଇ ଯାଇଛନ୍ତି। ସେହି ଟଙ୍କାରେ ମୁଁ ଏଠାରେ ରହି ପାଠ ପଢୁଛି। ମାଟ୍ରିକ ପରୀକ୍ଷା ଆଗକୁ ଅଛି। ସେଥିପାଇଁ ଅଭିଭାବକ ମାନଙ୍କର ଦସ୍ତଖତ ଦରକାର ଏବେ। ଯଦି ମୋର ମାଆ ବାବା ନାହାଁନ୍ତି ଏଠାରେ ଜାଣିବେ, ବିଦ୍ୟାଳୟରେ ରହିବାର ସୁଯୋଗ ହରାଇବି। ଗୋଟିଏ ଥର ପାଇଁ ଆପଣ ମୋ ମାଆ ହୋଇ ଦସ୍ତଖତ କରିଦେଇ ଯିବେ। ବାସ୍ ,ତେଣିକି ଯାହା ହେବାର ଥିବ ହେବ। ଆପଣ ଠିକଣା ନୋଟ କରନ୍ତୁ। ଏଇ ସ୍କୁଲରେ କାଲି ସକାଳେ ଆପଣ ଆସି ପହଞ୍ଚି ଯିବେ, ଠିକ୍ ଏଗାରଟା ବେଳକୁ, ମୁଁ ସ୍କୁଲର ଗେଟ୍ ପାଖରେ ନୀଳରଙ୍ଗର ସାର୍ଟ ପିନ୍ଧି ଠିଆ ହୋଇଥିବି। ପ୍ଲିଜ ମାଆ ଆସିବ।

ହଠାତ ପୁଅ ସ୍ମେତିରଞ୍ଜନର ଡାକରେ ନିଦ ଭାଙ୍ଗିଗଲା ନିହାରିକା ଦେବୀ ଙ୍କର। ପୁଅ ଡାକରେ ହଡ଼ବଡେଇ ଗଲେ ସତ। ସ୍ୱପ୍ନରେ ଘଟିଥିବା ଘଟଣା ମନେ ପକେଇ ବାକୁ ଚେଷ୍ଟା କଲେ। ସବୁ ଯେମିତି ଚଳଚ୍ଚିତ୍ରର ଘଟଣା ଭଳି ଲାଗୁଥିଲା। ଲାଗୁଥିଲା କେହି ଯେମିତି ବିକଳର ତାଙ୍କୁ ଖୋଜୁଛି। ମାଆ ମାଆ ବୋଲି ଚିତ୍କାର କରୁଛୁ। ଆଉ କହୁଛି ପ୍ଲିଜ ମାଆ ଗୋଟିଏ ଥର ମୋତେ ପୁଅ ବୋଲି ସ୍ଵୀକାର କର। ଆଉ ରହିପାରିଲେ ନାହିଁ ନିହାରିକା। ଭାରି ବ୍ୟସ୍ତ ଲାଗୁଥାଏ। ମନ ଅସ୍ଥିର ଲାଗୁଥାଏ। ନିତ୍ୟକର୍ମ ପରେ ବାହାରିଲେ ।

ନିକଟସ୍ଥ ଛକ ଉପରକୁ ଯାଇ ରିକ୍ସାଟିଏ ଧରିଲେ। ଚାଲିଲେ ଗନ୍ତବ୍ୟ ସ୍ଥଳକୁ। କେବଳ ସ୍କୁଲର ନାମ ମନେ ଥିଲା। ସ୍କୁଲ ପାଖରେ ଓହ୍ଲାଇ ପଡି ରିକ୍ସା ବାଲାକୁ ପଚାଶ ଟଙ୍କା ଧରେଇ ଦେଇ ଗେଟ୍ ପାଖରେ ପହଞ୍ଚି ଗଲେ। ଦେଖିଲେ ଗେଟ୍ ପାଖରେ ନୀଳରଙ୍ଗର ସାର୍ଟ ପିନ୍ଧି ଗୋଟିଏ ୧୨/୧୪ବର୍ଷର ପିଲାଟିଏ ଠିଆ ହୋଇଛି। ଗେଟ୍ ଖୋଲିବା ମାତ୍ରେ ପିଲାଟି ଏକରକମ ହାତ ଟାଣି ନେଇ ମାଆ ମାଆ ଡାକି ଗୋଟିଏ ପାଖକୁ ନେଇଗଲା।

ନିହାରିକା କହିଲେ, ଆରେ ତୁ ...

ସୌମ୍ୟକାନ୍ତ ମାଆ ମୁଁ, ତୁମେ ପରା ଏଇ ସମୟରେ,ଏଇ ନୀଳରଙ୍ଗର ଶାଢ଼ୀ ପିନ୍ଧି ଆସିବ ବୋଲି ମୋତେ କହିଥିଲ। ମୁଁ ସେହି ସୌମ୍ୟକାନ୍ତ ମାଆ।

ନିହାରିକା ଭାବୁଥିଲେ,ଏମିତି ସମ୍ଭବ କେମିତି।

ସ୍ୱପ୍ନ ପୁଣି ବାସ୍ତବ।

ଏମିତି କେମିତି ସମ୍ଭବ।

ପିଲାଟି ଅତି ଆପଣାର ଭଳି ହାତ ଧରି ପ୍ରିନ୍ସ ପାଲଙ୍କ କକ୍ଷକୁ ନେଇ ଗଲା। ସେଠାରେ ଫର୍ମ ପୂରଣ କରି ନିହାରିକା ବି ଆସିଲେ। ବାହାରକୁ ଆସିବା ପରେ ସୌମ୍ୟକାନ୍ତ ତା ନିଜ ରୁମକୁ ନେଇଗଲା ନିହାରିକା ଙ୍କୁ। ନିହାରିକା ବି ଯନ୍ତ୍ରବତ୍ ପିଲାଟି ପଛେ ପଛେ ଯାଇ ତା ରୁମରେ ବସିଲେ। ସୌମ୍ୟକାନ୍ତ ଘରର କବାଟ ବନ୍ଦକରି ନିହାରିକା ଙ୍କୁ ଧରି ଅନେକ କାନ୍ଦିଲା। ନିଜ ବାପା ମାଆଙ୍କ ପରିଚୟ ବି ଦେଲା। ବାପା ମାଆ ତାର ଏକ ଗାଡ଼ି ଦୁର୍ଘଟଣା ରେ ମରିଯିବା କଥା କହି ବହୁତ କାନ୍ଦିଲା। ନିଜକୁ ଅନାଥ କହି ଅସହାୟ ବୋଧ କଲା। ନିହାରିକା ତାକୁ ବହୁତ ପ୍ରବୋଧନା ବି ଦେଲେ।

ଦେଖ୍ ବାବା ଆଜିଠାରୁ ତୋ ମାଆ ନାହିଁ ବୋଲି କେବେ କହିବୁ ନାହିଁ। ମୁଁ ଆଜିଠାରୁ ତୋ ମାଆ। ଯେତେବେଳେ ଯେଉଁ ମୂହୁର୍ତ୍ତରେ ଦରକାର ପଡିବ ମୋତେ ଡାକିବୁ,ମୋ ପାଖକୁ ତୁ ଆସି ପାରିବୁ କହି ବିଦାୟ ନେଲେ।


ଏବେ ନିହାରିକା ୬୫ବର୍ଷର ବୃଦ୍ଧା। ସୌମ୍ୟକାନ୍ତର ଦୁଇଟି ପୁଅ ଝିଅ। ସେ ଏବେ ଭୁବନେଶ୍ୱର ମହାନଗର ର ବଡ଼ ଡାକ୍ତରଖାନାରେ ଡାକ୍ତର। ନିହାରିକା ର ନିଜ ପୁଅ ଆମେରିକା ରେ ବଡ କମ୍ପାନୀର ମେନେଜର। କେହି ଓଡ଼ିଶାରେ ନାହାଁନ୍ତି। ଝିଅ ବି ବାହାସାହା ହୋଇ ଯୁକ୍ତରାଷ୍ଟ୍ର ଆମେରିକାରେ ଚାକିରୀ କରି ରହୁଛି। ସ୍ଵାମୀଙ୍କ ଦେହାନ୍ତ ପରେ ନିହାରିକା ଏକା ହୋଇ ଗଲେ, ପୁଅ ସ୍ମୃତିରଞ୍ଜନ ଗାଆଁରେ ସବୁ ଜମି, ଘର ବିକ୍ରି କରି ମାଆଙ୍କୁ ଜରାଶ୍ରମରେ ଛାଡି ଦେଇ ଚାଲିଗଲେ।

ଅକସ୍ମାତ ଗୋଟିଏ ଦିନ ସୌମ୍ୟକାନ୍ତ ସହ ଜରାଶ୍ରମରେ ଦେଖାହୋଇ ଗଲା, କାରଣ ପ୍ରତ୍ୟେକ ମାସର ତୃତୀୟ ରବିବାର ଦିନ ବିଭିନ୍ନ ଜରାଶ୍ରମର ଅନ୍ତେବାସୀ ମାନଙ୍କରେ ଚିକିତ୍ସା କରିବାର ସଂକଳ୍ପ ନେଇଥିଲେ ସୌମ୍ୟକାନ୍ତ। ତେଣୁ ସେହି ଦିନ ଠାରୁ ସୌମ୍ୟକାନ୍ତ ପାଖରେ ନିହାରିକା ରହୁଛନ୍ତି।

ନିହାରିକା ଆଜି କେବଳ ଭାବି ଚାଲିଛନ୍ତି ସେଦିନ ରାତିର ସ୍ଵପ୍ନ ବୃତାନ୍ତ ଓ ସୌମ୍ୟକାନ୍ତର କଥା।

କେମିତି ଏସବୁ ସମ୍ଭବ।



Rate this content
Log in

More oriya story from PRANATI MAHAPATRA

Similar oriya story from Classics