Pranati Mahapatra

Inspirational

4  

Pranati Mahapatra

Inspirational

ଅବିସ୍ମରଣୀୟ ସ୍ମୃତି ଟ୍ରେନରେ

ଅବିସ୍ମରଣୀୟ ସ୍ମୃତି ଟ୍ରେନରେ

3 mins
396


ହଠାତ ଟ୍ରେନ ଆସି ଯିବାର ଶବ୍ଦ କିଛି ଦୂରରୁ ଶୁଭିଲା,ଜିନିଷପତ୍ର ସହ ପୁଅ ଝିଅ ଦୁଇଜଣକୁ ପ୍ରସ୍ତୁତ ହେବାକୁ କହି ନିଜେ ମଧ୍ୟ ଠିଆ ହୋଇଗଲି । ପାଖରେ ସୁଧାଂଶୁ ମଧ୍ୟ ସମସ୍ତଙ୍କୁ ପ୍ରସ୍ତୁତ ହେବା ପାଇଁ କହି କିଛି ଚକୋଲେଟ୍,ବିସ୍କୁଟ ଧରେଇଦେଲେ ଝିଅ ଗୁଡଲିର ହାତରେ। ଟ୍ରେନ ଆସିଗଲା, ଆଉ ତରତର ହୋଇ ଚଢିଗଲେ ମାଆ ପୁଅଝିଅ ତିନି ଜଣ । ମାତ୍ର୧/୨ମିନିଟ ମଧ୍ୟରେ ଟ୍ରେନ ଛାଡିଦେଲା । ସଂଘମିତ୍ରା ଦେବୀ ସିଟ୍ ଖୋଜୁ ଖୋଜୁ ପାଖାପାଖି୧୫ ମିନିଟ୍ ହୋଇଗଲା ତଥାପି ସିଟ୍ ମିଳିଲା ନାହିଁ । ଏହି ସମୟରେ ଫୋନ ଆସିଲା ସୁଧାଂଶୁଙ୍କ ପାଖରୁ ।

ହାଲୋ..

ଆରେ ,ତାହେଲେ କଣ କରିବୁ ଆମେ ଏବେ ।ଆସି ୫ ଟା ବାଜିଲାଣି ।ଆଉ ଅଳ୍ପ ସମୟ ପରେ ସନ୍ଧ୍ୟା ହୋଇ ଯିବ । ତୁମେ କିଛି ନ ବୁଝି ଚଢେଇ ଦେଲ । ଏ ବଗିଟି ମଧ୍ୟ ରିଜର୍ଭେସନ ବଗି ।

ଏବେ ଟିଟିଆଇ ଆସି ଫାଇନ କରିବେ ।

କ'ଣ କରିବୁ ଆମେ ଏବେ ,ବଡ଼ ହଇରାଣରେ ପଡିଲୁ ।

ଠିକ ଅଛି, ଦେଖୁଛି କ'ଣ କରି ହେବ ।

ପୁଅ ନୀରବରେ ଏପଟ ସେପଟ ଚାହିଁ ସିଟ୍ ଖୋଜୁଥିବା ବେଳେ ଝିଅ ଉତ୍ସୁକତାର ସହ ପଚାରିଲା ,କ'ଣ ହେଲା କି ମାମା ।

ସଂଘମିତ୍ରା ଦେବୀ କହିଲେ କି ଏ ଟ୍ରେନ ଗୋଟାଏ ଏକ୍ସପ୍ରେସ ଟ୍ରେନ, ଯାଜପୁରରେ ରହିବ ନାହିଁ, ସିଧା ଭୁବନେଶ୍ୱର । ତା ପରେ ଏହି ବଗିଟି ରିଜର୍ଭେସନ ବଗି ।

ବାପା କହିଲେ, ଆଗ ଷ୍ଟେସନରେ ଓହ୍ଲାଇ ପଡି ପରବର୍ତ୍ତୀ ଟ୍ରେନରେ ଚଢିବାକୁ ।

ଠିକ କଥା ମାମା,ଆଗ ଷ୍ଟେସନ ବୋଧହୁଏ ଭଦ୍ରକ ।

ଆମେ ସେଇଠି ଓହ୍ଲାଇ ପଡିବା ।

ନାହିଁ ଛଅଟା ପରେ, ସନ୍ଧ୍ୟାରେ ,ଆମେ ଓହ୍ଲାଇ ହଇରାଣ ହେବା । ଦେଖିବା ଯାହା ପ୍ରଭୁଙ୍କର ଇଚ୍ଛା । ରଖିବା କଥା ରଖିବେ ନହେଲେ ମାରିବାର ଥିଲେ ମାରିବେ । ଶୀତ ସନ୍ଧ୍ୟାରେ ଅଜଣା ଜାଗାରେ ଓହ୍ଲାଇ କାହିଁକି ହଇରାଣ ହେବା । 

ମନେ ମନେ କେବଳ ଜଗନ୍ନାଥ, ଜଗନ୍ନାଥ, ଜଗନ୍ନାଥ ବୋଲି ଡାକି ଚାଲିଥିଲେ ସଂଘମିତ୍ରା ଦେବୀ । 

ଆଖି ଆଗରେ ବିରାଟ ଅନ୍ଧକାରରେ ଜଗନ୍ନାଥଙ୍କ କ୍ଷୀଣ ଆଲୋକ ଆଶାରେ ଚିନ୍ତିତ ହୋଇ ନୀରବି ଯାଇଛନ୍ତି । 

ଏପାଖରେ ଦ୍ରୁତଗତିରେ ଯାଉଥିବା ରେଳଗାଡିରେ ପିଲା ଦୁଇଟି ଯାକ ଠିଆ ହେବା କଷ୍ଟକୁ ମଧ୍ୟ ଅସହ୍ୟ ହେଉଥାଏ । ତଥାପି ଦୁଇଜଣଙ୍କ ହାତକୁ ଧରି ପ୍ରବୋଧନା ଦେଉଥାନ୍ତି ସଂଘମିତ୍ରା । ଆଉ ଅଳ୍ପ ବାଟ ଅଛି, ଓହ୍ଲେଇବା,ଓହ୍ଲେଇବା । ଟିକେ ସମୟ ଠିଆ ହୁଅ,ପହଞ୍ଚି ଯିବା ଆମେ ।

ଏହି ସମୟରେ ସଂଘମିତ୍ରା ଦେଖିଲେ ଯେ ଗୋଟିଏ ସିଟରେ ଜଣେ ମଧ୍ୟ ବୟସ୍କା ମହିଳା ଶୋଇଥିଲେ, ଉଠି ବସିଲେ । 

ସଂଘମିତ୍ରା ପିଲା ଦୁଇଜଣଙ୍କୁ ସେଇଠି ବସିବା ପାଇଁ କହିବାରୁ ସେ ମହିଳା ଜଣକ ଯେମିତି କାମୁଡ଼ି ଖାଇଯିବେ କି ଆଉ । ଚଟାପଟ୍ ,କି କି ଭାଷାରେ ଗାଳି ଗୁଲଜ କରିବାକୁ ଲାଗିଲେ । ଅତି ସାଦାସିଧା ସଂଘମିତ୍ରା ଦେବୀ ପିଲାଙ୍କୁ ଉଠେଇ ଆଣିଲେ । ମ୍ୟାମ୍ ଆପଣ ଏତେ ଉତକ୍ଷିପ୍ତ କାହିଁକି ହେଉଛନ୍ତି । ପିଲାମାନେ ଅନେକ ବେଳରୁ ଠିଆ ହୋଇ ଗୋଡ଼ ବିନ୍ଧିଲାଣି । ସେଥିପାଇଁ ଏଇଠି ବସେଇ ଦେଲି । ଆପଣ ବିରକ୍ତ ହୁଅନ୍ତୁ ନାହିଁ ।

ଏ ରେଳଗାଡି କାହାର ବ୍ୟକ୍ତିଗତ ଘର ନୁହେଁ ଯେ ଏତେ ଆସକ୍ତ ହେଉଛନ୍ତି ଆପଣ । ନିଜ ନିଜ ଷ୍ଟେସନ ଆସିଲେ ସମସ୍ତେ ଓହ୍ଲେଇ ଯିବା । କିନ୍ତୁ କାହାକୁ ଯଦି ଆପଣ ସହଯୋଗ କରିଥିବେ ତ ଆପଣ ସବୁଦିନେ ମନେ ରହିବେ । 

ସେ ମହିଳା ଜଣକ କଣ ବୁଝିଲେ କେଜାଣି ଆହୁରି ବଡ଼ପାଟିରେ ଗରଗର ହେଲେ ।

ଏକଥା ଦେଖୁଥିଲେ ଜଣେ ,ସମସ୍ତ କଥାକୁ ପଚାରି ବୁଝିଲେ । ଅଭୟ ବାଣୀ ଭଳି କହିଲେ ,ମ୍ୟାମ୍ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଏଇଠି ଆପଣ ପିଲାମାନଙ୍କୁ ନେଇ ବସନ୍ତୁ । ମୁଁ ଏଇଠି ଝରକା ପାଖରେ ଠିଆ ହୋଇଛି। 

ଯାଜପୁର ଷ୍ଟେସନ ଆସିଲେ ଚେନ୍ ଟାଣି ଦେବି । ଆପଣ ଓହ୍ଲେଇ ପଡିବେ । ଅନନ୍ୟୋପାୟ ହୋଇ ସଂଘମିତ୍ରା ଦେବୀ ପିଲା ଦୁହିଁଙ୍କୁ ବସେଇ ନିଜେ ଠିଆ ହୋଇ ରହିଲେ ।

ମଝିରେ ମଝିରେ ସୁଧାଂଶୁ ଫୋନ କରି ବୁଝୁ ଥାଆନ୍ତି, କଣ କଲେ ବୋଲି । ଏଣେ ଯାଜପୁରରୁ ବାରମ୍ବାର ଫୋନ ଆସୁଥାଏ । ବଡ଼ ବ୍ୟସ୍ତବିବ୍ରତ ସମସ୍ତେ ଓ ସଂଘମିତ୍ରା ଦେବୀ ମଧ୍ୟ ।

କିଛି ସମୟ ପରେ ସଂଘମିତ୍ରା ଦେବୀ ଦେଖିଲେ, ଜଣେ ୨୫/୨୬ ବର୍ଷର ଯୁବକ ଟହଲ ମାରୁଥାଏ । ରାତି ସେତେବେଳକୁ ୭.୨୫ ହେଲାଣି । 

ହଠାତ ପିଲାଟି ପଚାରିଲା ପାଖକୁ ଆସି ! ଦିଦି କ'ଣ ହୋଇଛି କି । ଆପଣ ଏତେ ଚିନ୍ତିତ ଆଉ ବ୍ୟସ୍ତ । ଦିଦି ଶବ୍ଦରେ ସଂଘମିତ୍ରା ଦେବୀ ନିଆଁରେ ପାଣି ପଡିବା ଭଳି ଆଶ୍ବାସନା ପାଇଲେ ।ସାହସ ସଞ୍ଚୟ କରି ସମସ୍ତ କଥା ଏକାନିଶ୍ବାସକେ କହି ପକାଇଲେ ।

ଭାଇରେ ଟିଟିଆଇ ଯଦି ଧରିବ ତ ମାଆ ପୁଅଝିଅ ହଇରାଣ ହେବୁ । କାରଣ ଆମେ ଜେନେରାଲ ଟିକେଟ କାଟିଛୁ । ସେପାଖ ବଗିରେ ଟିଟିଆଇ ଟିକେଟ ଯାଞ୍ଚ୍ କରୁଛନ୍ତି ।

ଯୁବକଟି ସଙ୍ଗେ ସଙ୍ଗେ ତିନୋଟି ଟିକେଟ ସଂଘମିତ୍ରା ଦେବୀଙ୍କୁ ଦେଇ କହିଲେ ,ଏହି ନିଅନ୍ତୁ ଏ ଟିକେଟ । ପୁରୀ ପର୍ଯ୍ୟନ୍ତ ଟିକେଟ କାଟିଥିଲୁ ଆମେ । ଆମେ ସପରିବାର ତୀର୍ଥ ଭ୍ରମଣରେ ଯାଇଥିଲୁ ।କିନ୍ତୁ ମାଆ ଭାଇଭଉଣୀମାନେ ରହିଗଲେ । ମୁଁ ଏକା ଆସିଲି । ତେଣୁ ଟିକେଟ ପାଖରେ ଅଛି । ଯଦି କାମରେ ଲାଗି ପାରିବ ତ ମୁଁ ଖୁସି ହେବି । ଧରନ୍ତୁ ଦିଦି ,ଓହ୍ଲେଇବା ବେଳେ ଏ ଟିକେଟ ମୋତେ ଫେରେଇ ଦେବେ ।

ବିନା ବାକ୍ୟ ବ୍ୟୟରେ ଟିକେଟ ତିନୋଟି ଧରିଲେ ସଂଘମିତ୍ରା । ଟିଟିଆଇ ମଧ୍ୟ ଟିକେଟ ଯାଞ୍ଚ୍ କରି ଚାଲିଗଲେ । ସମୟ ପାଖାପାଖି ୮ ଟା ବାଜିଲାଣି । ଯାଜପୁର ଷ୍ଟେସନ ଆସିଗଲା ,ପାଖରେ ବସିଥିବା ଅର୍ଥାତ ବସିବାକୁ ସିଟ୍ ଦେଇଥିବା ବାବୁ ଜଣକ ଚେନ୍ ଟାଣିଲେ । ରେଳଗାଡି ରହିଲା ,ଯୁବକ ଜଣକ ଜିନିଷପତ୍ର ତଳେ ଆଣି ରଖି ଟିକେଟ ଫେରେଇ ନେଲେ । ଚେନ୍ ଟାଣିଥିବା ବାବୁ ଜଣକ ଖୁସିରେ ହାତ ହଲେଇ ହଲେଇ ବିଦାୟ ଦେଲେ । ଜିନିଷପତ୍ର ରଖି ଯୁବକ ଜଣକ କହିଲେ ଦିଦି ଗାଡ଼ି ଭଡା କରି ଗନ୍ତବ୍ୟ ସ୍ଥଳକୁ ଯିବେ ।

ବଗି ଉପରକୁ ପିଲାଟି ଚଢିଯାଇ ବଡ଼ ପାଟିରେ କହୁଥାଏ, ଜୟ ଜଗନ୍ନାଥ ଦିଦି, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ।



Rate this content
Log in

Similar oriya story from Inspirational