Pranati Mahapatra

Action

4  

Pranati Mahapatra

Action

ଆସିବ କି ଲୁଚି ଲୁଚି

ଆସିବ କି ଲୁଚି ଲୁଚି

2 mins
373



ଆସିବ କି ଲୁଚି ଲୁଚି ଥରେ, ଦେଖିଯିବ ଝଡ଼ର ପରବର୍ତ୍ତୀ ଦୃଶ୍ୟ ,କେତେ ବିଭତ୍ସ,କେତେ ହୃଦୟବିଦାରକ । ତୁମ ଇଶାରାରେ ନାଚୁଥିବା ଏ ରବର କଣ୍ଢେଇଟା କେମିତି କ୍ଷତାକ୍ତ ହୋଇ ଚିତ୍କାର କରୁଛି, ଦେଖିଯିବ ତୁମ ହାତ ତିଆରି ସୁନ୍ଦର କଣ୍ଢେଇଟା ଆଜି ଅନ୍ଧାରରେ କେମିତି ଅଣ୍ଡାଳି ବୁଲୁଛି ତୁମକୁ । ଆସ, ଦେଖିଯାଅ ,ତୁମକୁ ସାହାରା କରି ଆଗକୁ ବଢୁଥିବା କଣ୍ଢେଇଟା ପକ୍ଷହୀନ ହୋଇ କେମିତି ନିଃସହାୟ ଭାବେ ବାଟ ଖୋଜୁଛି । ଥରେ ତ ଆସ ,ଆସ ଦେଖିଯାଅ । ଦିନର ଆଲୁଅରେ ନ ହେଲା ନାହିଁ, ରାତିର ଅନ୍ଧାରରେ ଦେଖିଯାଅ,ତୁମ ସୃଷ୍ଟିରେ କୁହୁଳୁ ଥିବା ଧୂଆଁ ଭିତରେ କେମିତି କୁହୁଳି କୁହୁଳି ଅଗିରା ପୁନେଇଁର ଦରସିଝା ବାଇଗଣ ହୋଇ ତୁମରି ନିଷ୍ପତ୍ତିକୁ ଚାହିଁ ରହିଛି । ଦେଖିଯାଅ ଥରେ ଲୁଚି ଲୁଚି, ତୁମର ଦାନରେ ,ତୁମରି ପୁଣ୍ୟରେ ,ତୁମରି ଇଛାରେ ଦରଗଢା ହୋଇଥିବା କଣ୍ଢେଇଟାକୁ କେମିତି ଆଜି ପଳପଳ କରି ଝୁଣି ଝୁଣି ଖାଇ ଯାଉଛନ୍ତି ତା ଚତୁର୍ପାଶ୍ବର ଆତ୍ମୀୟ ସ୍ବଜନ । ଦେଖି ପାରୁଛ ତ , ତୁମକୁ ପରା ଉତ୍ତର ନାହିଁ ,ସେଥିପାଇଁ ମୋ ପାଟି ଖୋଲୁନାହିଁ । ସତ୍ୟର ଡିଣ୍ଡିମ ପିଟୁଥିବା ସତ୍ୟପ୍ରକାଶ ତୁମେ, ଧର୍ମର ଡିଣ୍ଡିମ ପିଟୁଥିବା ଧର୍ମଦେବତା ତୁମେ, ନ୍ୟାୟର ବିଚାର କରୁଥିବା ନ୍ୟାୟାଧୀଶ ତୁମେ । ଅକର୍ମରୁ ସୁକର୍ମ କରୁଥିବା ଚକ୍ରଧାରୀ ତୁମେ । ନୀରବ କାହିଁକି ! ତୁମକୁ ତ ସାରାଜୀବନ ଆଦର୍ଶ ମାନି ମାନି ଆଜି ନିଆଁ ପାଣି ଅଟକ ମୋତେ ,ଆଜି କଳାପାଣି ସଜା ଭୋଗୁଛି ମୁଁ । ଦେଖିବନି ମୋର ଏ ଦୁର୍ଦ୍ଦଶାକୁ , ଦେଖିଦେଇ ଥରେ କୁହ, ମୋର କଲାକର୍ମର ଫଳ ବୋଲି । ହସି ହସି ତାତ୍ସଲ୍ୟ କରି କୁହ,ଯଧ୍ୟାତାଂ ନିଜ ଭାଟ୍ଟମ୍ କର୍ମାନୁସାରେ ଫଳମ୍ ବୋଲି । ହେଲେ ଆସ ଥରେ ପାଖକୁ ମୋର । ମୋର ନିର୍ଜୀବ ଶରୀରରେ ତୁମ ଶବ୍ଦ ଧ୍ବନି ବାଜୁ ଚକ୍ରଧର । ତୁମକୁ ଆଖି ପୁରେଇ ଥରେ ଦେଖେ ଦୀନବାନ୍ଧବ,ୟ । ତୁମର ଦୀନବାନ୍ଧବ ରୂପକୁ ଏ ନିର୍ଜୀବ ଶରୀର ପଚାରୁଛି - ହେ ଜଗଦୀଶ୍ବର ,ହେ ବିଶ୍ବନିୟନ୍ତା, ହେ ଅଗତିର ଗତି, ହେ ଚକାନୟନ । 


   ଭେଳିକି କରିଛ କାନ ନାହିଁ ବୋଲି, ତଥାପି ଶୁଣୁଛ ସବୁ । କୁରୁକ୍ଷେତ୍ରରେ ଏକାକୀ ଧ୍ବଂସର ତାଣ୍ଡବଲୀଳା ରଚନା କରିଥିଲ ପରା,ଦୁଃଖ କିଆଁ ଭୋଗିଲେ ପଞ୍ଚୁପାଣ୍ଡବ,କାହିଁକି ବିବସନା ହେଲେ ଯାଜ୍ଞସେନୀ,କାହିଁକି ମହାଜ୍ଞାନୀ ବିଦୁର ଦାସୀପୁତ୍ର ବୋଲି ଅବହେଳିତ, କାହିଁକି କୁନ୍ତୀ ମାତା ଯାତନାର ଯତୁଗୃହ ଭିତରେ ଜର୍ଜରିତ, କାହିଁକି ମାଆ ଗାନ୍ଧାରୀ ସାରା ଜୀବନ ଅନ୍ଧୁଣୀ ହୋଇ ରହିଗଲେ । ମୁଁ ଆଜି ପଚାରୁଛି ,ସବୁ ଯଦି ତୁମ ଇଶାରାରେ ହୁଏ ତେବେ ଭୁଲ୍ ମୋର କେଉଁଠି, ସବୁ ଯଦି ତୁମେ କରୁଛ ଏ ନିଃସହାୟ ଜୀବନ ମୋର କାହିଁକି ?ସବୁ ଯଦି ତୁମେ କୁହ ,ଏ ଅସହାୟ ପଣ ପାଇଁ ଦାୟୀ କିଏ ?

   ନିର୍ମଳ ଆକାଶରେ ଆଜି ସୂର୍ଯ୍ୟର ଉତ୍ତାପ ଠାରୁ ଚାରିପାଖର ନିର୍ଯ୍ୟାତନାର ଉତ୍ତାପ ଅସହ୍ୟ ହେଉଛି ସଖା, ତୁମେ ବୁଝେଇଥିବା ଗଣିତର ସୂତ୍ରାନୁସାରେ ଆଉ ସମାଧାନ ହେଉନି ମିଶାଣ,ଫେଡାଣ, ଗୁଣନ,ହରଣ । ତୁମେ ଦେଖେଇଥିବା ରାସ୍ତା କେବଳ କର୍ଦ୍ଦମାକ୍ତ ନୁହେଁ, ରାସ୍ତା ସାରା କଣ୍ଟକିତ ପୂର୍ଣ୍ଣ । ନା ପାଦ ବଢେଇ ହେଉଛି ନା ସାହସ ପାଉଛି । 


ତୁମେ ଶିଖେଇଥିବା ମଧୁର ମନ୍ତ୍ରରେ ଆଉ ବଶୀଭୂତ ହେଉ ନାହାଁନ୍ତି କେହି, ବରଂ ସେ ମନ୍ତ୍ରଧ୍ବନିରେ ବଜ୍ରପାତ ହେଉଛି ।

କେମିତି ବଞ୍ଚିବି,ଦରପୋଡା ହୋଇ ପଡିଛି ପ୍ରଭୁ ।

ନା ଭୁଲି ପାରୁଛି ,ନା ସହି ପାରୁଛି

ସବୁବେଳେ ତ ପାଖେ ପାଖେ ଥିଲ,ସବୁ କିଛି ବତେଇ ଦେଉଥିଲ, ଆଜି କାହିଁକି ନୀରବ !

ଥରେ ଦେଖିଯାଅ, କେମିତି ବଞ୍ଚିଛି

ନିବେଦନ ମୋର

ଆସିବ କି ଲୁଚି ଲୁଚି ।





Rate this content
Log in

Similar oriya story from Action