Pranati Mahapatra

Inspirational

4.0  

Pranati Mahapatra

Inspirational

ଅଣସରରେ ଜଗତାଧିପତି

ଅଣସରରେ ଜଗତାଧିପତି

2 mins
151



ଜଗତ ଅଧିପତି ବିଶ୍ବନିୟନ୍ତା ପରଂବ୍ରହ୍ମ ଭାରତର ବଡ଼ଠାକୁର ପରମେଶ୍ବର ଲୀଳାମୟ ଶ୍ରୀକ୍ଷେତ୍ର ଧାମରେ ମାନବୀୟ ଲୀଳା ପୂର୍ବକ ଜ୍ୟେଷ୍ଠ ପୂର୍ଣ୍ଣିମାର ପବିତ୍ର ଲଗ୍ନରେ ଜନ୍ମବାସରେ ସୁନାକୁଅର ସୁବାସିତ ସୁଗନ୍ଧିତ ୧୦୮ ଗରା ଜଳରେ ସ୍ନାନ ପରେ ଗଣପତି ଭଟ୍ଟଙ୍କ ଅତୁଟ ବିଶ୍ବାସ ରଖିବା ନିମନ୍ତେ ଗଜବେଶ ଧାରଣ କରିବା ସହ ଗଣପତି ଭଟ୍ଟଙ୍କ ବ୍ରହ୍ମତ୍ବ ପରେ ପ୍ରଭୁ ମୋର କାଳିଆ ଠାକୁରଙ୍କର ଶରୀରରେ ପ୍ରବଳ ଉତ୍ତାପ ଯୋଗୁଁ ଜରରେ ପଡିଯାଆନ୍ତି । ଏଥିପାଇଁ ସେ ଏକାନ୍ତବାସ କରନ୍ତି । ନିରୋଳାରେ ରହି ଦେବ ବୈଦ୍ୟଙ୍କ ପାଖରୁ ପଥି ସେବନ କରନ୍ତି । 

ମହାପ୍ରଭୁଙ୍କ କାଳିଆ ସାଆନ୍ତେ କୋଳାହଳ ଠାରୁ ଦୂରେଇ ରହିଥାଆନ୍ତି । ଲୀଳାବତାର ଲୀଳାପୁରୁଷୋତ୍ତମ ,ଲୀଳାମୟଙ୍କୁ କିଏ ବା ବର୍ଣ୍ଣନା କରି ପାରିବ ।

ପୁରୁଷୋତ୍ତମ କ୍ଷେତ୍ରରେ ଏମିତି ଲୀଳା ଲଗାନ୍ତି ଯେ ଭକ୍ତ ଭାବବିହ୍ବଳ ହୋଇ ଧାଇଁ ଯାଆନ୍ତି ନିଜର ସୁଖଦୁଃଖ ଭାଗବଣ୍ଟା କରିବାକୁ ଜଗତର ଏକମାତ୍ର ସ୍ବାମୀ ଜଗନ୍ନାଥ ସ୍ବାମୀ ନିକଟକୁ । କହି ତ ପାରେନି, କେବଳ ଚକାଚକା ଆଖିକୁ ଚାହିଁ ପରମତୃପ୍ତି ଲାଭ କରି ପରମାନନ୍ଦେ ଫେରେ । 

ଆଜି ସେହି ମହାବାହୁଙ୍କୁ ଜ୍ବର ହୋଇଛି । ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି ,ଗୁପ୍ତନୀତିରେ ସେବା ହେଉଛି ତାଙ୍କର । ଶ୍ରୀଅଙ୍ଗରେ ଜ୍ବର ଯୋଗୁଁ ନାନାଦି ତୈଳ ମର୍ଦ୍ଦନ ହେଉଛି । ଭକ୍ତଟିଏ ଆଉ ତା କାଳିଆକୁ ଦେଖିପାରୁ ନାହିଁ ତଥାପି ପଟ୍ଟିଦିଅଁ ରୂପରେ ମଧ୍ୟ ଦର୍ଶନ କରୁଛି।

ଅଣସର ସମୟରେ ଗର୍ଭଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ । ବଳଭଦ୍ରଙ୍କୁ ବାସୁଦେବ, ମାଆ ସୁଭଦ୍ରାଙ୍କର ଯାଜ୍ଞସେନୀ ବା ଭୁବନେଶ୍ୱରୀ ଓ ମହାପ୍ରଭୁଙ୍କୁ ନାରାୟଣ ପଟ୍ଟିଦିଅଁରେ ଦର୍ଶନ କରେ । 

ଜ୍ୱର ହେବାପରେ ଶ୍ରୀଜୀଉମାନଙ୍କୁ ଉପଚାର ପାଇଁ ଦଇତାପତି ଓ ଅନ୍ୟ ସେବକମାନେ ଠାକୁରମାନଙ୍କୁ ଜଗନ୍ନାଥ ମନ୍ଦିରର ଜଗମୋହନର ଚନ୍ଦନ ଅର୍ଗଳି ନିକଟରେ ଥିବା ଏକ ସ୍ଥାନକୁ ନିଅନ୍ତି । ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନର ପାରମ୍ପାରିକ ଉପଚାର ହୁଏ । ଅଣସର ଘରେ ବିଶ୍ୱାବସୁଙ୍କ ବଂଶଧରମାନେ ସେବାକାର୍ଯ୍ୟ କରନ୍ତି । 

ମହାପ୍ରଭୁଙ୍କ ଅଣସର ଦୁଇପ୍ରକାର ପାଳିତ ହୁଏ ସାଧାରଣ ଅଣସର ଓ ମହା ଅଣସର ।

ସାଧାରଣ ଅଣସର ଗୁଣ୍ଡିଚା ପୂର୍ବରୁ ୧୫ ଦିନ,ମହା ଅଣସର ୪୫ଦିନ ପ୍ରତି ନବକଳେବର ପୂର୍ବରୁ ହୋଇଥାଏ।

ଶ୍ରୀଅଙ୍ଗ ଫିଟା,ଫୁଲରି ତେଲ ଲାଗି,ପଇତା ଲାଗି,ଶ୍ରୀକପଡ଼ା ଉତ୍ସବ ବା ପଟ୍ଟାବନ୍ଧନ,ମସୃଣ ଲେପନ,ଚକା ବିଜେ,ଚନ୍ଦନ ଲାଗି,ଖଡି ଲାଗି,ଓଷୁଅ ଲାଗି ଓ ରାଜ ପ୍ରସାଦ ବିଜେ,ଅଣସର ତ୍ରୟୋଦଶୀ,ବନକ ଲାଗି, ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ: ଦତ୍ତ ମହାପାତ୍ର ସେବକମାନେ ଗାଢ଼ ହେଙ୍ଗୁଳ, ଶୁଦ୍ଧ ଶଙ୍ଖ, ଅଅଁଳା, ତମ୍ବା, କଜ୍ୱଳ, କୁଙ୍କୁମ, ହରିତାଳ, ଫୁଲ ଖଡ଼ି ଗୁଣ୍ଡ କରି ରାଶି ତେଲ ମିଶାଇ ଏକ ରଙ୍ଗ ପ୍ରସ୍ତୁତ କରି ଶ୍ରୀଜୀଉମାନଙ୍କର ରୂପ କାମ କରନ୍ତି । ଚକା ଅସରପ: ନୂତନ କନା ଓ ତୁଳାରେ ଯନ୍ତ୍ର ଆକାରରେ ପ୍ରସ୍ତୁତ ହୋଇଥିବା ଏବଂ ଶାସ୍ତ୍ରୀୟ ବିଧିରେ ତଥା ଶାବର ତନ୍ତ୍ର ପରମ୍ପରାରେ ସଂସ୍କାରିତ ହୋଇଥିବା ଏକ କୋମଳ ଚକା ସଦୃଶ ଗୋଲ ଆସନକୁ ବିଗ୍ରହଙ୍କୁ ଲାଗି କରାଯାଏ । ଏହାକୁ ଚକା ଅସରପ ନୀତି କୁହାଯାଏ । ଏହା ହିଁ ଅଣସରରର ଶେଷ ଦିବସ ।

ନବଯୌବନ ଦର୍ଶନ: ଆଷାଢ଼ ଅମାବାସ୍ୟାରେ ନୂତନ ଚିତ୍ରିତ ଠାକୁରମାନେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି । ଏତେ ଦିନର ଅଣସର ପରେ ଅର୍ଥାତ ଅପେକ୍ଷାର ଅନ୍ତ ଘଟେ । ଭକ୍ତମାନଙ୍କର ମନପ୍ରାଣ ଉଲ୍ଲସିତ ହୁଏ କଳାଗୋସେଇଁଙ୍କୁ ଦେଖିବାକୁ ବାମନ ରୂପରେ ପୁଣି ରଥରେ ଆଉ ପଥରେ । 



Rate this content
Log in

Similar oriya story from Inspirational