Pranati Mahapatra

Inspirational

4.3  

Pranati Mahapatra

Inspirational

ମାଆ କେବଳ ଦେଇପାରେ

ମାଆ କେବଳ ଦେଇପାରେ

2 mins
215



ବଡ଼ ବିଷର୍ଣ୍ଣ ବଦନ ,ଅସ୍ଥିର ଚିତ୍ତ । କେତେବେଳେ ଯେ ଚାଲି ଚାଲି ଘରଠାରୁ ଅନେକ ଦୂର ପହଞ୍ଚି ଗଲି ମୁଁ ନିଜେ ମଧ୍ୟ ଜାଣି ପାରିଲି ନାହିଁ ।

 ହେଲେ ବିନା ଉଦ୍ଦେଶ୍ୟ କିମ୍ବା ଇଛାରେ ଏତେ ବାଟ ପୁଣି ଅଜଣା ରାସ୍ତାରେ ପହଞ୍ଚି ଯାଇ ଭାବିଲି ଦେଖିବା ଆଗକୁ ଚାଲି ଚାଲି ଯାଏ,ଯଦି କେଉଁଠି କିଛି ମନ୍ଦିର ଥିବ ତ କିଛି ସମୟ ସେହି ମନ୍ଦିର ପ୍ରାଙ୍ଗଣରେ ବସିବି ,ଏ ଅସ୍ଥିର ମନକୁ ସ୍ଥିର କରିବା ପାଇଁ । ଆଗକୁ ଯାଉ ଯାଉ ସତରେ ପଡିଆ ଆରପାଖରେ ମନ୍ଦିରଟିଏ ଦିଶିଲା । ପଡିଆ ମୁଣ୍ଡରେ ଦେକାନଟିଏ,ଲୋକଙ୍କର ଲମ୍ବା ଲାଇନ ।ଦୋକାନୀ ଆଜି ସୋମବାର ବୋଲି ଫୁଲ ବେଲପତ୍ର ଓ କ୍ଷୀର ମାତ୍ର ୫ ଟଙ୍କାରେ ବିକ୍ରି କରୁଛନ୍ତି ।ତେଣୁ ଏତେ କମ୍ ମୂଲ୍ୟ ଯୋଗୁଁ ଏଭଳି ସ୍ଥିତି । ଦେଖିଲି ଲମ୍ବା ଲାଇନରେ କେବଳ ମହିଳା ମାନେ ହିଁ ଥିଲେ । ଜଣଜଣ କରି ଲାଇନ ଫାଙ୍କା ହେଲା, ଏପଟେ ପୂଜକଙ୍କ ପାଖରେ ସମଦଶା ।।ଧୀରେ ଧୀରେ ପୂଜକଙ୍କ ପାଖରୁ ବି ଫାଙ୍କା ହେଲା , ମନ୍ଦିର ବେଢା ଭିତରେ ୧୫ଜଣ ପାଖାପାଖି ମହିଳା ଠିଆ ହୋଇ କଥା ହେଉଥିବା ଦେଖିଲି । ଜଣେ ଅନ୍ୟମାନଙ୍କୁ କହୁଥାଏ ତୁମେ ସବୁ ଚାଲି ଚାଲି ଯାଅ ,ସୁଦାମକୁ କହିବ ମୋତେ ଟିକେ ଆସି ନେଇଯିବେ । ସମସ୍ତେ ଚାଲି ଚାଲି ଆସିଲେ, ସେ ମହିଳା ଜଣକ ମୋ ପାଖରେ ଆସି ବସିଲେ । ମୁଁ ପଚାରିଲି କୁଆଡ଼େ ଯାଇଥାନ୍ତେ କି ?

--ନାହିଁ ରେ ମୁଁ ଏହି କୋଶେ ଦୁଇକୋଶ ଦୂର ବୃଦ୍ଧାଶ୍ରମରେ ରହେ । ବୟସ ଆସି ୪ କୋଡି ୮ ,ଗୋଡ଼ଟା ଆଉ ସାଥ୍ ଦଉନି ମୋର । ସୁଦାମ ବୋଲି ଗୋଟିଏ ନାତି ଅଛି ,ସେହି ଆସିବ ନେଇଯିବ । ଭଲ ପିଲାଟିଏ । 

କୁଆଡ଼େ ଯାଇଥାନ୍ତେ କି ? ର ପ୍ରଶ୍ନରେ ଏତେ ଉତ୍ତର ।

ଏଥର କହିଲି ତୁମର ପୁଅପାତି ନାହିଁ କି ,ଏଠି କାହିଁକି ?

--ଦି ପୁଅ ମୋର, କରୋନା ଜଣକୁ ନେଇଗଲା । ସାନପୁଅ୪ବର୍ଷ ହେଲା ହାତକୁ ଦି ହାତ ହୋଇଛି । ତା'ର ଶନି,ରାହୁ ଏମିତି କେତେ ଦଶା ପଡିଛି । ସବୁ ସୋମବାର ତା ନାଆଁରେ କ୍ଷୀର ଢାଳେ । ସେ ବୋହୁ ପୁଅ ଦିହେଁ ଚାକିରୀ କରନ୍ତି, ରାତି ପାହିଲେ ଯେଝା କାମରେ ଯେଝା ,ଭାତ ତିଅଣ ଆଉ ରାନ୍ଧି ପାରିଲି ନାହିଁ । କେତେ ଓପାସ ରହିବି ,ପୁଅ କହିଲା ତୁ ବୃଦ୍ଧାଶ୍ରମରେ ରହ ,ତୋର ଖାଇବା, ପିଇବା କିଛି ଅସୁବିଧା ହେବ ନାହିଁ। ସବୁ ରବିବାର ମୋତେ ଦେଖା କରିବ କହି ଏଇ ଅଜଣା ଜାଗାରେ ଆଣି ଛାଡି ଦେଇ ଗଲା । ଆଜିକୁ ଚାରି ବର୍ଷ ହେଲା ଏଇଟା ମୋର ଘର । 

ମୁଁ ଏକରକମ ସ୍ଥାଣୁ ପାଲଟି ଯାଇଥିଲି ।

ତୁମ ଘର କେଉଁ ଜିଲ୍ଲାରେ ମାଉସୀ ?

--ଦି ବର୍ଷ ହେଲା ମୋ ମୁଣ୍ଡ କାଳେ କିଛି କାମ କରୁ ନାହିଁ, ସେଥିପାଇଁ ମନେ ପକେଇ ପାରୁନି ମୋ ଘର କେଉଁଠି ବୋଲି, ହେଲେ ମନେ ଅଛି ମୋ ସାନପୁଅର ଶନିଦଶା ୧୦ ବର୍ଷ ପଡିଛି । ଚତୁର୍ଦ୍ଦଶୀ ଓପାସ ଆଉ କରି ପାରୁନାହିଁ, କେବଳ କ୍ଷୀର ବେଲପତ୍ର ପୁଅ ନାଆଁରେ ଢାଳେ । 


ହେଇ ସେ ନାତି ଆଇଲାଣି ମୋତେ ନେବାପାଇଁ ,ମୁଁ ଯାଏ ।

ରହରେ ନାତିଆ।


ମାଉସୀ ହାତ ଧରି ଧରି ସୁଦାମ ଅଟୋରେ ବସେଇ ଘରକୁ ଫେରିଲି ।।



Rate this content
Log in

Similar oriya story from Inspirational