STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

କବିତା ଆସର

କବିତା ଆସର

2 mins
6


ବାହାଘର ସରିଲା ପରେ ଉପରକୁ ସବୁ ଠିକ ଠାକ ଦେଖାଯାଉଥିଲେ ମଧ୍ୟ ଏକମାତ୍ର ପୁତ୍ର ପ୍ରକାଶ ଖୁସି ଅଛି କି ନା ଜାଣିବାକୁ ଚାହିଁ ସୁଲୋଚନା ବ୍ୟସ୍ତ ହୋଇପଡୁଥିଲେ ମଧ୍ୟ ଜାଣିବାର କୌଣସି ଉପାୟ ନଥିଲା. ଏମିତି ଅନେକ ବାହାଘର ପରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଫାଟ ସୃଷ୍ଟି ହୋଇ ନାଟ ହେଉ ହେଉ ବାଟ ଘାଟରେ କଥା ପଡି କୋର୍ଟ କଚେରୀ ପର୍ଯ୍ୟନ୍ତ କଥା ଯାଏ. ମାନ ସମ୍ମାନ ପ୍ରତିପତ୍ତି ହାନି ହେବା ଭୟରେ ସେଦିନ ବୋହୁ ଆନିକୁ କଥାରେ କଥାରେ ପଚାରି ଦେଇଥିଲେ ସୁଲୋଚନା କି ତତେ ଆମ ଘର ଭଲ ଲାଗୁଛି ତ ମାଆ?ମୋ ପୁଅକୁ ପାଇ ତୁ ନିଜକୁ ଖୁସି ଦେଇପାରୁଛୁ ତ ମାଆ!ଆନି ଶାଶୁମାଆଙ୍କ କଥାରୁ ତାଙ୍କ ଉଦେଶ୍ୟ ଠିକ ଠିକ ବୁଝିପାରିଲେ ବି ଶାଶୁ ଯେ ତାକୁ ପରୋକ୍ଷରେ ତାଙ୍କ ପୁଅ ଅର୍ଥାତ ପ୍ରକାଶକୁ କାନିରେ ବାନ୍ଧି ରଖିବାକୁ କହୁଛନ୍ତି ବୁଝିପାରିଥିଲା ଆନି.ଖୁବ ବୁଦ୍ଧିମତୀ ହୋଇଥିବାରୁ ସେଦିନ ରାତିରେ ଅନ୍ତରଙ୍ଗ ମୁହୂର୍ତ୍ତର ସୁଯୋଗରେ ଆନି ପଚାରିଦେଇଥିଲା ସ୍ୱାମୀ ପ୍ରକାଶଙ୍କୁ ଯେ ମାଆ ଏତେ କବିତା ଲେଖନ୍ତି ଓ ଗଳ୍ପ ଉପନ୍ୟାସ ତଥା ଶିଶୁଗଳ୍ପ ଓ ଶିଶୁ କବିତା ଲେଖି ସମ୍ମାନିତ ଓ ସମ୍ବର୍ଦ୍ଦିତ ହେଉଥିଲା ବେଳେ ତୁମେ କାହିଁକି କବିତା ଲେଖୁନ? କବିତା ଲେଖୁଥିବା ଵ୍ୟକ୍ତି ହିଁ ଦ୍ୱିତୀୟ ଇଶ୍ୱର. କାରଣ ଏ ମର ଶରୀର ମାଟିରେ ମିଶି ଯାଇପାରେ କିନ୍ତୁ ତାର ସୃଜନୀ କବିତା ସବୁ ଯୁଗ ଯୁଗ ବଞ୍ଚି ରହି କେଵେ କାଳଜୟୀ ହୋଇଯାଏ ତ କେଵେ ମନେପକେଇ ଦେଉଥାଏ ସେ ଅମୁକ କି ସମୁକ ଜଣେ ଭଲ କବି ଥିଲେ. ଅଶୋକ ଏଥର ପ୍ରିୟତ୍ତମା ପତ୍ନୀଙ୍କୁ ସତ କହିବାକୁ ବାଧ୍ୟ ହୋଇଥିଲେ.
   ଅଶୋକ ମଧ୍ୟ ବିବାହ ପୂର୍ବରୁ କବିତା ଲେଖୁଥିଲେ ଓ ବୁଦ୍ଧ ମନ୍ଦିର ପରିସରରେ ହେଉଥିବା ସମସ୍ତ ସାହିତ୍ୟ ସମ୍ପର୍କିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଶଂସିତ ହେଉ ହେଉ ସେଦିନ ତାଙ୍କ ଗାଁ ଝିଅ ଲେଖା ସେହି ବୁଦ୍ଧ ମନ୍ଦିର କବିତା ଆସରରେ ଯୋଗ ଦେଇ ଢେର ସାରା ପ୍ରଶଂସା ସାଉଁଟି ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା. ଲେଖାକୁ ସେ ପିଲାଦିନରୁ ଜାଣନ୍ତି. ଲେଖାଙ୍କ ଘରେ ଥିବା ଗାଈମାନଙ୍କୁ ସେ ଖୁବ ଭଲ ପାଏ. ମଣିଷ ପରି ଭାବି ଡାକୁଥାଏ ଚାନ୍ଦ ତ ଦଉଡି ଆସେ କୁନି ବାଛୁରୀ. ରାକ୍ଷୀ ପୂର୍ଣ୍ଣମୀରେ ଚାନ୍ଦ ବେକରେ ରାକ୍ଷୀ ବାନ୍ଧି ତାକୁ ତା ମାଆ ଠାରୁ କ୍ଷୀର ପିଇବା ପାଇଁ ଫିଟେଇ ଦେଇ ଲେଖା ଗାଳି ଖାଇବା ବେଳେ ପ୍ରକାଶକୁ କିନ୍ତୁ ତାଙ୍କ ଗାଁର ସେହି ଝିଅ ଲେଖା ପ୍ରତି ଗଭୀର ସ୍ନେହ ଥାଏ.ସେ ମଧ୍ୟ ତାଙ୍କୁ ଭାଇ ବୋଲି ଭାବି ରାକ୍ଷୀ ପିନ୍ଧେଇ ସାରିଥାଏ କିନ୍ତୁ ସେଦିନ ତା କବିତା ଶୁଣିବା ପରେ ପ୍ରକାଶଙ୍କ କବିତା ଗୁଡିକ କାହିଁକି ଯେ ଆପେ ଆପେ ଜୀଵନ ଧର୍ମୀ ନହୋଇ ଐଶ୍ଵର୍ଗିକ ଭକ୍ତି ପୂର୍ଣ୍ଣ ପ୍ରେମ କବିତା ହୋଇଯାଉଥିଲା ସେ ବୁଝି ନପାରିବା ବେଳେ ତାଙ୍କ କବିତା ପଢି ବାପା ଓ ମାଆ ଭାବିଥିଲେ ହୁଏତ ସେ କାହାକୁ ଭଲ ପାଉଛନ୍ତି, ତେଣୁ ବାପା ପଚାରିଥିଲେ ତୋ ମନରେ କିଏ ଅଛି ସତ କହ କିନ୍ତୁ ସେଦିନ ନାହିଁ କରି ତୁମ ବାପା ମା ଙ୍କ ପସନ୍ଦର ଝିଅକୁ ହିଁ ବିବାହ କରିବି କହିଥିଲଲେ ତ ମାଆ ତଥାପି ତାଙ୍କୁ ବିଶ୍ୱାସ କରୁନଥିଲା ବୋଲି କହିଚାଲିଥାଆନ୍ତି ପ୍ରକାଶ. ସେତେବେଳକୁ ମୁଁ ଆଉ କବିତା ଲେଖୁନଥିଲି. ଇଶ୍ୱରଙ୍କୁ ଭଲପାଇ ପ୍ରେମ ଭକ୍ତରେ କବିତା ଲେଖିବା ଛାଡ଼ି ଦେଇଥିଲି. ମାଆ ଭାବୁଥିଲା ହୁଏତ କୋଉ ଝିଅ ପାଖରୁ ଧୋକା ଖାଇ ମୁଁ ଆଉ କବିତା ଲେଖୁନି କିନ୍ତୁ ପ୍ରକୃତରେ ଲେଖାର ମୃତ୍ୟୁ ହିଁ ମତେ ଇଶ୍ୱରଙ୍କ ଉପରୁ ବିଶ୍ୱାସ ତୁଟେଇ ଦେଇଥିଲା ବେଳେ ତୁମ ବାପଙ୍କ ଭଳି ସରଳ, ସଚୋଟ୍ଟ ନିରୀହ ଲୋକଙ୍କ ସଂସ୍ପର୍ଶରେ ଆସିବା ପରେ ମଣିଷ ରୂପୀ ଜୀବନ୍ତ ଇଶ୍ୱରଙ୍କୁ ଭେଟିଥିଲି ତ ତୁମକୁ ବିବାହ କରିବାରେ ମୋର ଆପତ୍ତି ନଥିଲା. ବୋହୁ ଠାରୁ ସବୁ ଶୁଣି ମାଆ ଆଶ୍ଵସ୍ତ ଥିଲେ ମଧ୍ୟ ଲେଖା ଶିଉଳିରେ ପାଦ ଖସାଇ ନଈରେ ବୁଡି ଯାଇ ମୃତ୍ୟୁ ବରଣ କରିଥିବା କଥାଟିର ଦୁଃଖରେ ପୁଣି ଆଉଟୁ ପାଉଟୁ ହେଲାବେଳେ ବୁଦ୍ଧ ମନ୍ଦିର ସାହିତ୍ୟ ସଭାକୁ ଡାକରା ଆସିଯାଇଥିଲା ମାଆ ସୁଲୋଚନାଙ୍କୁ.


Rate this content
Log in

Similar oriya story from Classics