STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

କାଠଗୋଡ଼

କାଠଗୋଡ଼

3 mins
9

ମାଆ ମିନତି କହୁଥିଲେ ଆଉ ହେବନି ସମ୍ଭାଳି ଏ ଗରମ. ମତେ କୋଉ ବରଫ ଦେଶରେ ନେଇ ଛାଡ଼ିଦେ ପୁଅ. ତତେ ଏଇଥି ପାଇଁ କହୁଛି କି ବାପା ଓ ମୁଁ ଆମେ ଏ ଡିଜିଟାଲ ଯୁଗର ପଛ ଧାଡିର ମଣିଷ. ଅନଲାଇନରେ ନା ଠିକ କରିପାରିବୁ ସ୍ଥାନ ନିରୂପଣ ନା ବୁକ କରିପାରିବୁ ହୋଟେଲ କହୁଥିଲେ ପୁଅକୁ ମିନତି. ପୁଅ ସବୁ ଶୁଣି କହୁଥିଲା ମୁଁ ମାନୁଛି ଆମ ଗାଁ ଅଳ୍ପବୃଷ୍ଟି ଅଞ୍ଚଳ. ଖୁବ କମ ବର୍ଷା ହୁଏ. ଲଘୁଚାପ ଜନିତ ବର୍ଷା ଯେତିକି ସେତିକି, ନହେଲେ ନାହିଁ. ଏପଟେ ପୁରୀ, ସେପଟେ ଭୁବନେଶ୍ୱର ଓ ସାଇଡରେ ଜଟଣୀ ଇତ୍ୟାଦି ସ୍ଥାନରେ ପ୍ରବଳରୁ ପ୍ରବଳ ମେଘ ବର୍ଷା ହେଉଥିଲେ ମଧ୍ୟ ଆମ ଗାଁ ଆକାଶରେ ଉଠେଇଥିବା ମେଘ କୁଆଡେ ଉଡି ଯାଏ. ଏକଥା ତ ସବୁ ସତ ହେଲେ ମାର୍ଚ୍ଚରୁ ଅଗଷ୍ଟ ତୁ ଓ ବାପା ଯିବ କୋଉଠିକି? କାଶ୍ମୀର ଯାଇ ତୋର ସହକର୍ମୀ ଚିନ୍ମୟୀ ଗୁରୁମାଙ୍କ ମୃତ୍ୟୁ ତୁ ଏଯାଏଁ ଭୁଲିନୁ. ପୁଣି ଯୁଦ୍ଧ ଭୟ ସାଙ୍ଗକୁ ପ୍ରାକୃତିକ ଓ ଦୈବୀ ଦୁର୍ବିପାକର ଭୟ ବି ରହିଛି ତ କୁଆଡେ ଯିବୁ କହ. କୋଲକାତାର ଯେଉଁ ସବୁ ବରଫ ଭଳି ଜାଗା ଅଛି ଯେମିତିକି ଦାର୍ଜିଲିଙ୍ଗ,ସେସବୁ ସ୍ଥାନ ଖୁବ ଖର୍ଚ୍ଚ ବହୁଳ. ତତେ ଗଙ୍ଗମାତାଙ୍କ ଆଳତୀ ଭଲ ଲାଗେ ତ ହରିଦ୍ୱାର ଚାଲିଯା. ହରିଦ୍ୱାର ଯିବାର ଇଛା ବଳବତ୍ତର ହେଉଥିଲା ବେଳେ ଝିଅ ଆସି କହିଲା ବାପା ଓ ମାଆ ଉଭୟଙ୍କୁ ମୁଁ ନେଇଯାଉଛି କୋରାପୁଟ. ସେଠି ସୁନାବେଡାର ଜୋଇଁଙ୍କ କ୍ଵାଟରରରେ ଯେମିତି ବର୍ଷା ମୁଁ ସୁନାବେଡାରୁ ରହୁଥିବା ପଚାଶ କିଲୋମିଟର ଦୂର ରଣ୍ଡାପାଲୀରେ ମଧ୍ୟ ଖୁବ ବର୍ଷା. ଗରମ ଓ ଝାଳ ବୋହିବା ନାହିଁ କହିଲେ ଚଳେ.କେଵେ ମୋ ପାଖେ ଓ କେଵେ ସୁନାବେଡାରେ ରହି ସମୟ କଟିଯିବ. ଲାଗିବବରଫ ଦେଶରେ ରହିଲା ଭଳି.     ପୁଅ ଝିଅଙ୍କ କଥା ଶୁଣି ଭାବନା ରାଇଜରେ ହଜିଗଲେ ମିନତି. ଜୀବନରେ କରିଥିବା ଅନେକ ଭୁଲଭାଲ ଭିତରୁ ଏମିତି ଥରେ କୋରାପୁଟ ଯାଇ ଯେଉଁ ଭୁଲ କରିଛନ୍ତି ଭୁଲି ନାଁହାଁନ୍ତି ଏଯାଏଁ ସେ ସ୍ମୃତି. ସେଥର ଝିଅ ଜୋଇଁ ଉଭୟଙ୍କ ଛୁଟିର ସୁଯୋଗ ନେଇ ଭାଇଜାଗ ଯାଇ ଗେଷ୍ଟ ହାଉସରେ ରହୁ ରହୁ ସୀମାଞ୍ଚଳ ଯିବାର ସୁଯୋଗ ମିଳିଥିଲା ମିନତିଙ୍କୁ. ସେଠି ଦର୍ଶନ ଧାଡ଼ିରେ ଥିଲାବେଳେ ଦୃଷ୍ଟିଗୋଚର ହୋଇଥିଲା ଭିକାରୀ ମାନଙ୍କ ଭିତରେ ଜଣେ ପଙ୍ଗୁ ଓ ଅଥର୍ବ ଲୋକ ଉପରେ. କିଛି ତ କରିପାରିନି କାହାର ମଙ୍ଗଳ ଅନ୍ତତଃ ଶହେଟା ଟଙ୍କା ଦେଇ ଦିଅନ୍ତି କି ଲୋକଟିକୁ ଭାବୁ ଭାବୁ ନା ଦର୍ଶନ ଧାଡ଼ିରୁ ବାହାରି ପାରିଥିଲେ ନା ଫେରିଲା ବେଳେ ସେପଟେ ଫେରି ଲୋକଟିକୁ ଭେଟି ପାରିଥିଲେ ମିନତି. ଦର୍ଶନ ଭିତରେ ତାଙ୍କୁ ଠାକୁରଙ୍କ ବଦଳରେ କେବଳ ସେହି ଲୋକଟି ଦିଶୁଥିଲା ଯାହାର ଗୋଟିଏ ଗୋଡ଼ ଆଣ୍ଠୁ ତଳକୁ ନଥିଲା. ନା କାଠ ଗୋଡ଼ ଲଗାଯାଇଥିଲା ବରଂ ଦୁଇ ପାପୁଲିରେ ଦୁଇ ଗୋଲିଆ କାଠ ପଟା କରି ଓ ସେଇ କାଠ ପଟା ପାପୁଲି ତଳେ ରଖି ଯିବା ଆସିବା କେତେ କଷ୍ଟ ସାଧ୍ୟ୍ୟ ପ୍ରଭୁ ଭାବି ମିନତି ଠାକୁରଙ୍କୁ ମିନତି କରି କହୁଥିଲେ କାହାକୁ ଏମିତି ଦୁଃଖ ଦିଅନା ପ୍ରଭୁ ଓ ଲୋକଟିକୁ ସହାୟତା ପ୍ରଦାନ କର ପ୍ରଭୁ କହିଚାଲିଥିଲେ.ସେଠୁ ଗେଷ୍ଟ ହାଉସକୁ ଫେରିବା, ସମୁଦ୍ରକୁଳେ ବୁଲିବା କାହିଁରେ ମନ ଲାଗୁନଥିଲା.ନୀରବ ଅଶ୍ରୁର ସାକ୍ଷୀ ମଧ୍ୟ ସେ ଏକା. ଏଥର ପୁଣି କୋରାପୁଟ ଯିବା ଶୁଣି ହୁଏତ ଆଉଥରେ ସୀମାଞ୍ଚଳ ଯିବାର ସୁଯୋଗ ମିଳିବ ଓ ସେହି ପଙ୍ଗୁ ଲୋକ ସଙ୍ଗେ ଦେଖା ହେଲେ ତାକୁ ହଜାରେ କି ଦୁଇହଜାରେ ବା କିଛି ସାହାଯ୍ୟ ସହଯୋଗ କରି ହେବ ଭାବି ମିନତି ବେଡିଙ୍ଗ ସଜାଡିଲେ ଓଡିଶାର ବରଫ ଅଞ୍ଚଳକୁ ଯିବାକୁ. ଝିଅ ଓ ଟିକି ନାତୁଣୀ ନାଇଟ କୋଚ ବସର ଆଗ ସିଟ ଦୁଇଟିରେ ବସିଲା ପରେ ପଛ ସିଟ ଦୁଇଟିରେ ମିନତି ଓ ସ୍ୱାମୀ ବସିଗଲେ ତ ଗାଡି ବଢୁଥିଲା ଆଗକୁ.    ଭୁବନେଶ୍ୱରରେ ଯାତ୍ରୀମାନେ ଫ୍ରେସ ହେବା ପାଇଁ ଓଲ୍ହେଇ ଗଲେ. ମିନତି ମଧ୍ୟ ଝିଅ ଓ ନାତୁଣଙ୍କ ସହ ଓଲ୍ହେଇ ୱାସ ରୁମ ଆଡକୁ ଆଗେଇ ଯାଉଥିଲେ. କିଛି ସମୟ ପରେ ଏତିକି ନମ୍ବର ବସ ଛାଡିବ ଡାକରାରେ ଧଡପଡ଼ ହୋଇ ଆସି ଦେଖିଲା ବେଳକୁ ଅପରୂପା ସୁନ୍ଦରୀ ଜଣେ ମିନତିଙ୍କ ସିଟରେ ବସି ସ୍ୱାମୀଙ୍କ ସଙ୍ଗେ ଘନିଷ୍ଠ ହୋଇଯାଇଛି. ଝିଅ ଓ ମାଆ କିଛି ବୁଝିବା ପୂର୍ବରୁ ତାର ତାଳି ମରା,ଢଙ୍ଗ,ରଙ୍ଗ ଓ ଚାଲି ତଥା ବୋଲିର ବେଢଙ୍ଗ ଜଣେଇ ଦେଉଥିଲା ସେ ସ୍ତ୍ରୀ ଲୋକ ଆଉ କେହି ନୁହେଁ ଜଣେ କିନ୍ନର. ବସ ଛାଡିବ ହେଲେ ସେ ସ୍ୱାମୀଙ୍କ ପାଖ ମିନତିଙ୍କ ସିଟରୁ ନଉଠି ଗପ ଯୋଡି ଦେଇଥିଲା ସ୍ୱାମୀଙ୍କ ସହିତ.ତ ତା ହାତ ଧରି ଉଠାଇ ଦେଇ ମୋ ସିଟ ଛାଡ଼ ମୁଁ ବସିବି କହୁ କହୁ କିନ୍ନରଙ୍କର କାଠଗୋଡ଼ ପଟେ ଖସିଗଲା. ମିନତି ଚମକି ପଡିଲେ. ଏ ତ ସେଇ ପଙ୍ଗୁ ଭିକାରୀ ଯାହାକୁ ସେ ଖୋଜି ଖୋଜି ନିଜ ପାପ ପଥରକୁ ପୁଣ୍ୟ ପତରରେ ପରିଣତ କରିବାକୁ ଚାଁହୁଥିଲେ. ଏଥର ସ୍ୱାମୀ ସ୍ତ୍ରୀ ଦୁହେଁ ଖସି ଯାଇଥିବା କାଠ ଗୋଡଟିକୁ କଟା ଆଣ୍ଠୁରେ ଲଗାଇ ତାଙ୍କୁ ସାଷ୍ଟାଙ୍ଗ କରିବାକୁ ଚେଷ୍ଟା କରୁ କରୁ କେତେ କଥା ଯେ ଭାବୁଥିଲେ ତାର ଠିକଣା ନଥିଲା.ବରଫ ଦେଶ ଭ୍ରମଣ ତ ପଛ କଥା କୋରାପୁଟ ଯିବାକୁ ଆଉ ଇଛା ନଥିଲା ମିନତିଙ୍କର. ହେଲେ ଟିକି ନାତୁଣୀ କହୁଥିଲା ଆମ ସୁନାବେଡାରେ ବର୍ଷା ହେଲେ ଖାଲି ବରଫ ପଡେ ତେଣୁ ସେଇଟା ବରଫ ଦେଶଟି ଅଜା!ଅଜା କହୁଥିଲେ ହଁ ତୋ ଅଜା ଘର ଅପେକ୍ଷା ଅଧିକ ଥଣ୍ଡା ନିଶ୍ଚୟ.ଆଈ ଲାଗିପଡ଼ିଥିଲେ ସେହି କିନ୍ନରଙ୍କ କାଠ ଗୋଡ଼ ଲଗାଇବାରେ. ଝାଳ ନଥିଲା କି ନଥିଲା ଗରମ ବରଂ କାଠ ଗୋଡ଼ଟି ବରଫ ପରି ମନେ ହେଉଥିଲା ମିନତିଙ୍କୁ. ସାହାଯ୍ୟ କରୁଥିଲେ ସ୍ୱାମୀ ଓ ଝିଅ.
,,,,,,,,,,,,,,,,,,,,



Rate this content
Log in

Similar oriya story from Action