MANAS KUMAR KAR

Fantasy Inspirational Others

4  

MANAS KUMAR KAR

Fantasy Inspirational Others

କାଳିଆର ପ୍ରିୟ ପଖାଳ

କାଳିଆର ପ୍ରିୟ ପଖାଳ

2 mins
421


ପ୍ରତ୍ୟେକ ଓଡିଆଙ୍କ ପ୍ରିୟ ଖାଦ୍ୟ କହିଲେ ସେ ପଖାଳ କଂସାକୁ ବୁଝାଏ । ଖାଲି ଓଡ଼ିଆ ନୁହେଁ, ଓଡ଼ିଆଙ୍କ ଆରାଧ୍ୟ ବଡ଼ ଠାକୁରଙ୍କର ମଧ୍ୟ ପ୍ରିୟ ହେଉଛି ପଖାଳ । ଜଗତର ନାଥ ମଧ୍ୟ ପଖାଳକୁ ଭାରି ଭଲ ପାଆନ୍ତି । ମଉଡମଣି ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଅନେକ ପ୍ରକାରର ପଖାଳ ମହାପ୍ରଭୁଙ୍କ ପାଖରେ ଲାଗି ହୁଏ । ସେଥିପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ବଢା ହେଉଥିବା ପଖାଳରେ କେତେବଳେ ଦହି ଭାସେ, ତ ପୁଣି କେତେବେଳେ ଘିଅ । ଏଠାରେ ମହାପ୍ରଭୁଙ୍କର ଉପାସନାରେ କେବଳ ଅରୁଆ ପଖାଳ ହିଁ ଲାଗେ ।

ତେବେ ଓଡିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ମଣୋହି ହେଉଥିବା ଏହି ପଖାଳର ଅନେକ ନାଁ ରହିଛି । ସାଧାରଣରେ ଲୋକମାନେ ଦିନରେ ଏବଂ ରାତିରେ ମଧ୍ୟ ପଖାଳ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଶ୍ରୀମନ୍ଦିରରେ ମହାପ୍ରଭୁ କେବଳ ସନ୍ଧ୍ୟାଧୂପରେ ହିଁ ସ୍ୱତନ୍ତ୍ର ପଖାଳ ଭୋଗ ଗ୍ରହଣ କରିଥାନ୍ତି । ଆସନ୍ତୁ ଜାଣିବା ପ୍ରଥମେ ମହାପ୍ରଭୁଙ୍କର ଏହି ସ୍ୱତନ୍ତ୍ର ପଖାଳ ସବୁ କଣ ଏବଂ ଏହି କଣ ରହିଛି ଏହି ପଖାଳର ସ୍ୱତନ୍ତ୍ରତା ।

 *ସୁବାସ ପଖାଳ* : ପ୍ରଥମେ କୁଡୁଆରେ ଅନ୍ନ ରନ୍ଧା ହୋଇ ସାରିବା ପରେ ସେଥିରେ ପାଣି ମିଶିଥାଏ । ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ପରଷା ଯାଏ । ଏହା ଏକ ସୁଗନ୍ଧିତ ଅନ୍ନ ହୋଇଥିବାରୁ ପାରମ୍ପରିକ ଭାବେ ଏହାକୁ ସୁବାସ ପଖାଳ ବୋଲି କୁହାଯାଏ ।

 *ଚୁପୁଡା ପଖାଳ:* ରନ୍ଧା ହୋଇଥିବା ଅନ୍ନକୁ ପ୍ରଥମେ ଭଲ ଭାବେ ଚିପୁଡି ଦିଆଯାଏ । ଏଥିରେ ଭଜା ଜିରା, ଲୁଣ ଓ ଦହି ମିଶାଇ ପ୍ରସାଦ ଭାବେ ମାଟି ପାତ୍ରରେ ମହାପ୍ରଭୂଙ୍କୁ ପରଷି ଦିଆଯାଏ । ଅନ୍ନକୁ ଚିପୁଡା ଯାଇ ଥିବାରୁ ଏହାକୁ ଚୁପୁଡା ପଖାଳ କୁହାଯାଏ ।

 *ପାଣି ପଖାଳ* : ରନ୍ଧା ହୋଇଥିବା ଅନ୍ନରେ କେବଳ ପାଣି ଓ ଲୁଣ ମିଶାଇ ଏହି ପଖାଳ ପ୍ରସ୍ତୁତ ହୁଏ । ଏଥିରେ ଅନ୍ୟ କୌଣସି ପ୍ରକାରର ଦ୍ରବ୍ୟ ମିଶ୍ରଣ କରାଯାଇ ନଥାଏ । ଯାହାକି ହେଉଛି ପ୍ରତ୍ୟେକ ଓଡ଼ିଆ ଘରର ସାଧାରଣ ଖାଦ୍ୟ ।

 *ଦହି ପଖାଳ:* ଶୁଖିଲା ଅନ୍ନରେ କେବଳ ଦହି ପକାଇ ଗୋଳାଇ ଦିଆଯାଏ । ଏଥିରେ ଦହିର ମାତ୍ରା ଅଧିକ ଥାଏ ଏବଂ ଏହି ମିଶ୍ରିତ ଅନ୍ନରେ ଭଜା ଜିରା ଓ ଅଦା ପକାଇ ପ୍ରସ୍ତୁତ କରାଯାଇଥାଏ ଦହି ପଖାଳ ।

 *ମିଠା ପଖାଳ* : ସାଧା ଅନ୍ନରେ ଚିନି କିମ୍ବା ଧଳା ଗୁଡ ପକାଇ ରନ୍ଧାଯାଇଥାଏ ମିଠା ପଖାଳ । ପୁଣି ଏଥିରେ ଭଜା ଜିରା, ଲୁଣ ଓ ଅଦାଖଣ୍ଡ ପକାଇ ପରଷା ଯାଇଥାଏ ।

 *ମଲ୍ଲିଫୁଲ ପଖାଳ* : ଏହି ପଖାଳ ଦହି ପଖାଳ ଭଳି ପ୍ରସ୍ତୁତ ହୋଇଥାଏ କିନ୍ତୁ ଏହାକୁ ସୁବାସିତ କରିବାକୁ ମଲ୍ଲିଫୁଲ ଦେଇ ପରସାଯାଏ ।

 *ଟଭା ପଖାଳ* : ସାଧାଅନ୍ନରେ ଟଭା ମିଶ୍ରିତ ଜଳ ଦେଇ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହୁଏ । ଏଠାରେ ମଲ୍ଲୀଫୁଲ ପଖାଳ ପରି ହିଁ ଏହି ପଖାଳର ପ୍ରସ୍ତୁତି ମଧ୍ୟ ସମାନ । ସୁବାସ ପଖାଳ ସହ ସମାନ ଥାଏ ଟଭା ପଖାଳ ।

 *ଘିଅ ପଖାଳ* : ସାଧା ଅନ୍ନ, ଲୁଣ, ଅଦାଖଣ୍ଡ, ଦହି, ଭଜା ଜିରା ଇତ୍ୟାଦି ଓଳିରେ ରଖାଯାଇ ଏଥିରେ ଘିଅ ମିଶାଯାଏ । ଯାହାକୁ ଶ୍ରୀମନ୍ଦିର ପାରମ୍ପରିକ ପରିଭାଷାରେ ଘିଅ ପଖାଳ କୁହାଯାଏ । ବିଶେଷ କରି ସନ୍ଧ୍ୟାଧୂପ ଓ ବଡ଼ ସିଂହାର ବା ରାତ୍ର ପହୁଡ଼ ପୂର୍ବରୁ ମହାପ୍ରଭୁଙ୍କ ପାଖରେ ପଖାଳ ଓ କଦଳୀ ଭଜା ଭୋଗ ଲାଗିଥାଏ ।

କେବଳ ଶ୍ରୀଗୁଣ୍ଡିଚାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମୟକୁ ଛାଡ଼ିଦେଲେ ବାକି ବର୍ଷର ସମସ୍ତ ଦିବସରେ ଦାରୁଦିଅଁ ପଖାଳରେ ଆତ୍ମସନ୍ତୋଷ ପାଇଥାନ୍ତି । ଖରାଦିନେ ଶ୍ରୀଜଗନ୍ନାଥଙ୍କ ପାଖରେ ଏଭଳି ସ୍ୱତନ୍ତ୍ର ପଖାଳ ଭୋଗ କରାଯାଇଥାଏ । ପ୍ରଚଣ୍ଡ ଖରା ଦାଉରୁ ରକ୍ଷା ପାଇବାପାଇଁ ଚନ୍ଦନଯାତ୍ରା ଅବସରରେ ଦହି ପଖାଳ ମଣୋହି କରି ମଦନମୋହନ ଚାପ ଖେଳ ପାଇଁ ବାହାରନ୍ତି । ଖରାଦିନେ ଭକ୍ତମାନେ ମହାପ୍ରସାଦକୁ ପଖାଳ କରି ଖାଇବାର ଦେଖାଯାଏ ପ୍ରତିଦିନ ସକାଳୁ ଶ୍ରୀମନ୍ଦିରରେ ଟଙ୍କ ତୋରାଣି ମିଳିଥାଏ, ଯାହା ମହା ପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ ।


Rate this content
Log in

Similar oriya story from Fantasy