ନଳକୂପ ମୂଳେ ଦେହ ଧୋଉଥିଲା ରାଜୁ.ଏମିତି ପିଲାବେଳୁ ଦେହ ଧୋଇ ଆସୁଛି ସେ.ଏଇ ପ୍ରଥମ ନଳକୂପ ବସିବା ଦିନୁ. ବୋଉ ଆକାଶରେ କେବେ ତାରା ହୋଇଗଲା ତାକୁ ଜଣା ନଥିଲା ସତ ହେଲେ ସେ ଯାହାକୁ ବୋଉ ଡାକୁଥିଲା, ସେ ସମସ୍ତଙ୍କ ବୋଉଠାରୁ ଏତେ ଅଲଗା କାହିଁକି ଥିଲା ବୁଝିଲା ବେଳକୁ ତାଙ୍କ ସାହି ପ୍ରୀତିକୁ କହୁଥିଲା ଯାହା କହ ପ୍ରୀତି ଚେହେରା ଖଣ୍ଡେ ପାଇଛୁ, ଭଲ ବୁଦ୍ଧି ବି ଅଛି ତୋର, ହେଲେ ବୁଦ୍ଧି ହଜେଇ କେବେ କାହାର ସାବତ ବୋଉ ହେବୁନି ଲୋ ପ୍ରୀତି.ଆଉ ଯଦି ବି ହେଲୁ ସାବତ ପୁଅ ଝିଅଙ୍କୁ ପର ଭାବିବୁନି ଲୋ କେବେ. ଯେମିତି ସବୁରି ବୋଉଙ୍କ ପଣତ ପିଲାଙ୍କୁ ବଡମନ୍ଦିର ନେତ ପରି ଲାଗିବ, ସେକଥାକୁ ହେଜ ରଖିବୁ.
ଦେହ ମୁଣ୍ଡ ଝାଡ଼ି ବୋଉ କେବେ ରାଜୁକୁ ଉଠେଇ ଦେଇନି ତଳୁ କି କେବେ ଛାତିରେ ଜାକି ବୋକ କି ଗେଲ କରିଦେଇନି ତାକୁ ବରଂ ପଡିଗଲା ବେଳେ ମରିଗଲୁନି ଯାହା ବୋଲି କହିଛି, ଦେହ ଝାଡ଼ି ଦେବା ବଦଳରେ ଦୂରରୁ ଢାଳେ ପାଣି ଶୀତରେ ଢାଳି ଦିଏ ଯେ ଆହୁରି ପଙ୍କ ସରସର ହୋଇଯାଏ ଦେହ ମୁଣ୍ଡ. ଏଇ ନଳକୂପ ମୂଳେ ବସି ସେଇଦିନୁ ଦିହ ଧୋଉ ଧୋଉ ରାତି ଆକାଶରେ ଖୋଜୁଥାଏ ନିଜ ବୋଉକୁ ରାଜୁ.କୁଆଡେ କାହିଁକି ତାରା ହୋଇ ଆକାଶକୁ ଚାଲିଗଲୁ ବୋଉ! ତୋ ବିଷୟରେ ରଚନା ଲେଖିଲା ବେଳେ, ଝୁଣ୍ଟୁଛି ମୁଁ ବୋଉ. ଯାହାର ଅନୁଭୂତି ନାହିଁ ବୋଉ କଣ ବୋଲି ସେ କିପରି ଭଲ ରଚନା ଲେଖିପାରିବ କହୁନୁ ବୋଉ. ସେଦିନ ପରା ଲେଖୁ ଲେଖୁ ଲେଖିଦେଇଥିଲି ବୋଉ କେବେ ବି ପେଟିମାଛ ଦିଏନି ମତେ. ତେଣୁ ମୁଁ ଲାଞ୍ଜ ଖାଇବାକୁ ଭଲ ପାଏ. ବୋଉ କେବେବି ଦେହର ଧୂଳି ଝାଡ଼ି ଉଠେଇନି ମତେ ବରଂ ବୋଉ ଅପେକ୍ଷା ଆମ ଘର ତୀର୍ଯ୍ୟକରେ ଠିଆ, ଆମ ସାହି ପ୍ରଥମ ନଳକୂପ ମୋ ବୋଉଠୁ ଯଥେଷ୍ଟ ଭଲ. ସାର ରଚନା ପଢି ଡାକିଥିଲେ ରାଜୁକୁ.ସବୁ ଶୁଣିଥିଲେ ରାଜୁଠୁ ଆଉ କାନ୍ଦି ପକେଇଥିଲେ.ପ୍ରଥମ ବୋଉ ବିଷୟରେ ଲେଖିଥିବା ରଚନା ବାପାଙ୍କୁ ଦେଖାଇ ସାବଧାନ କରିଦେଇଥିଲେ. ଆଉ ଏଣିକି ଘରକୁ ମାଛ ଆସିଲେ ତାଙ୍କ ଥାଳିର ପେଟି ମାଛ ରାଜୁ ପତ୍ରରେ ଥୋଇ ତା ପତ୍ରରୁ ଲାଞ୍ଜ ଉଠେଇ ନେଉଥିଲେ ବାପା.
ରାଜୁର ଏବେ ବି ମନେଅଛି. ତାଙ୍କ ଗାଁର ଗୋଟେ ଆଠ ବର୍ଷର ବାଳକକୁ ବାଘ ଝାମ୍ପି ନେଲା ପରେ ତା ନିଜ ବୋଉ ଦାଣ୍ଡରେ କାନ୍ଦି କାନ୍ଦି ଗଡୁଥିଲା ଭୂଇଁ ସାଉଁଟି. ଘରକୁ ଯାଇନଥିଲା ଢେର ଦିନ. କହୁଥିଲା ଯୋଉ ବାଘ ମୋ ପୁଅକୁ ନେଇଛି, ସେଇ ବାଘ ମୁହଁରେ ନଯିବା ଯାଏଁ ଘରକୁ ଯିବିନି ମୁଁ. ସେତିକିବେଳେ ରାଜୁର ନୂଆ ବୋଉ କହୁଥିଲା ଭଲ ପିଲାଟାକୁ ବାଘମୁହଁରେ ପଡିବାର ଥିଲା!ଅଲେକ୍ଷଣାମାନଙ୍କୁ ବାଘ ନେଉନି ଯାହା. ସେଦିନ ରାଜୁ ଏଇ ନୂଆ ନଳକୂପ ପାଣିରେ ଦେହ ଧୋଉଥିଲା ଢେର ସମୟ ଯାଏଁ ଆଲେକ୍ଷଣା ଛଡ଼େଇବା ପାଇଁ.ତ ବୋଉ ନୁହେଁ ବରଂ ପ୍ରୀତି କହିଥିଲା, ମୋ ବୋଉ କୁହେ ଏତେ ସମୟ ଧରି ଗାଧେଇଲେ ଜର ହେବ. ତୁ କାହିଁକି ଏତେ ଗାଧଉଛୁ ରାଜୁ ଭାଇ? ସେଦିନ ପ୍ରୀତି କଥା ଶୁଣି ରାଜୁ ଭାବୁଥିଲା ଆକାଶକୁ ଚାହିଁ,ବୋଉଲୋ ତୁ ବଞ୍ଚିଥିଲେ ମତେ ଯେତିକି ଭଲ ପାଉଥାଆନ୍ତୁ, ମତେ ଆମ ଗାଁ ଝିଅ ପ୍ରୀତି ସେତିକି ଭଲ ପାଏ.ହେଲେ ମତେ ଆଲେକ୍ଷଣା କାହିଁ କଲୁ?
ଏବେର ବୋଉ ତୁଣ୍ଡ କଥା ସତ ହେଇଗଲା. ଦୁଇ ଚାରି ଦିନ ଯାଉ ନଯାଉ ବାଘ ରାଜୁ ଉପରେ ଆକ୍ରମଣ କରିଥିଲା. ବାପା ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ, ବାଘ ମୁହଁରୁ ବଞ୍ଚିଗଲା ରାଜୁ. ଏଇ ନଳକୂପ ମୂଳେ ତା ଦେହକୁ ସମ୍ପୂର୍ଣ୍ଣ ରୂପେ ଧୋଇ ବାପା ଡାକ୍ତରଖାନା ନେଇଗଲା ବେଳେ ତା ଏବେର ବୋଉ ନୁହେଁ ବରଂ ପ୍ରୀତି କାନ୍ଦିଥିଲା ଖୁବ. ବୋଉ ବୋଉ କହି ଚେତା ବୁଡିଯିବା ପୂର୍ବରୁ ତା କାନରେ ଶୁଭୁଥିଲା କିଏ ଯେମିତି କହୁଛି ତୁ ବଞ୍ଚିଯିବୁ ଧନ, ସେ ସ୍ୱର ସହ ସେ ପରିଚିତ ନଥିଲେ ବି ସେ ତା ଆକାଶ ବୋଉ ଥିଲା ନିଶ୍ଚୟ. ନହେଲେ ସେ ମରଣ ମୁହଁରୁ ବଞ୍ଚି ସେ ଫେରିଲା କେମିତି. ବାଘ ଯନ୍ତାରେ ପଡିସାରିଥିଲା ଆଉ ବାପାଙ୍କ ସଙ୍ଗେ ପୁଣି ସ୍କୁଲ ଗଲା, ପାଠ ପଢିଲା. ସାଙ୍ଗମାନେ ରାଜୁର ସାର୍ଟ ଖୋଲି ତା ପିଠିରେ ପଡ଼ିଥିବା ପଟା ପଟା ଆଞ୍ଚୁଡା ଦାଗ ଉପରେ ହାତ ବୁଲେଇ ଆଣିଲା ବେଳେ ତାକୁ ଲାଗେ ତା ଆକାଶ ବୋଉର କଅଁଳ ହାତ ତା ଦେହରେ ହାତ ବୁଲେଇ ଦେଉଛି ଯେମିତି. ବାପାଙ୍କୁ ପଚାରେ, ମୋ ବୋଉକୁ ତାରା ହେବାକୁ କାହିଁକି ଛାଡିଲ ବାପା?? କାନ୍ଦିପକାନ୍ତି ବାପା କହନ୍ତି ବଡ଼ ହେଲେ ଜାଣିବୁ.
ବଡ଼ ହେଲା ରାଜୁ ଆଉ ବୋଉ କାହିଁକି ଆକାଶରେ ତାରା ହେଲା କି ନାହିଁ ବୁଝିବା ସହ ବୁଝିସାରିଥିଲା ଏ ଜନ୍ମରେ ତା'ର ବୋଉ ପରି କେହି ଜଣେ ଅଛି. ସତରେ ପ୍ରୀତି ତାକୁ ଖୁବ ଭଲ ଲାଗୁଥିଲା ଏଣିକି. ଏଇ ନୂଆ ନୂଆ ନଳକୂପ ତା ଜୀବନ କାହାଣୀ ସହିତ ଯେତିକି ପୁରୁଣା ହେଉଥିଲା ତା ବଢୁଥିବା ବୟସର କାହାଣୀ ସେତିକି ନୂଆ ଲାଗୁଥିଲା. ଦୀପାବଳୀରେ ପ୍ରୀତି ହାତକୁ ଦୀପ ବଢ଼େଇ ରାଜୁ କହୁଥିଲା ଦୀପ ଛୁଇଁ ଶପଥ କର ପ୍ରୀତି ମୋ ଛଡା ଆଉ କାହାର ହେବୁନି ଯେମିତି. ପ୍ରୀତି ମୁହଁ ଝଟକୁ ଥିଲା ଆଲୋକର ରୋଷଣୀରେ. ବାପା ଡାକୁଥିଲେ ଆ ରାଜୁ କାଉଁରିଆ ଜାଳି ପିତୃପୁରୁଷଙ୍କୁ ଡାକିବା ଅନ୍ଧାରେ ଆସି ଆଲୁଏ ଯାଅ. ପ୍ରୀତି ହସୁଥିଲା ଦୂରରୁ ଓ ରାଜୁ କାନରେ କହୁଥିଲା ତୁ ଜମା ଅଲେକ୍ଷଣା ନୁହଁ ରାଜୁ ଭାଇ.ରାଜୁକୁ ସେଦିନ ହଠାତ ସବୁ ସୁନ୍ଦର ଦିଶୁଥିଲା ପୃଥିବୀ ଓ ପୃଥିବୀ ମାଟି କୋଳରେ ଫୁଟିଥିବା ଫୁଲ.
ପ୍ରତିଟି ସୁନେଲି ସକାଳେ ସତେ ଯେମିତି ଫୁଲ କୁହୁଥାଏ : “ସେଇ ସାର୍ଥକ ଜୀବନ, ଯେଉଁଠି ଉପକାର ରହିଥାଏ।”ଫୁଲ କେବଳ ଦେଖିବାକୁ ସୁନ୍ଦର ନୁହେଁ, ଏହା ଜୀବନର ଏକ ଗଭୀର ପାଠକୁ ଅତୁଟ ଭାବେ ଶିଖାଏ। ତଳେ ପଡ଼ିଥିବା ମାଟି, ବାତାବରଣର ଅନୁକୂଳତା ନଥିବା ସତ୍ୱେ ମଧ୍ୟ, ଫୁଲ ନିଜ ସୌନ୍ଦର୍ୟ ଓ ସୁଗନ୍ଧକୁ ବିକିରଣ କରିଥାଏ। ସେ କାହାକୁ ଅପମାନ କରେନାହିଁ ବରଂ ସମସ୍ତଙ୍କ ସେବା କରିଚାଲେ, କିଏ ତା' ରୂପ ବାସ୍ନାରେ ବଶବର୍ତ୍ତୀ ହୋଇ ସ୍ୱପ୍ନ ଦେଖି କିଏ ନିଜ ଦୁଃଖ ଭୁଲେ ତ କିଏ ତାକୁ ନେଇ ଗଭାରେ ଖୋସି ନିଜକୁ ସଜାଇ ହୁଏ, କିଏ ତାକୁ ନେଇ ପାଦ ତଳେ ମକଚି ଦିଏ ତ ଆଉ କିଏ ତାକୁ ନେଇ ଦେବତାଙ୍କ ଗଳାର ହାର କରେ, ଏମିତି ଇତ୍ୟାଦି ଇତ୍ୟାଦି ବହୁତ କିଛି. ଫୁଲ ଭଳି ଆମେ ମଧ୍ୟ ଆପଣା ଜୀବନରେ ହସ ବିକିରଣ କରିପାରିବା, ଯାହା ଅନ୍ୟଙ୍କ ଅନ୍ତରକୁ ପ୍ରଭାବିତ କରିପାରିବ ଏବଂ ତାଙ୍କୁ କର୍ମମନସ୍କ କରି ଖୁସି ଦେଇ ପାରିବ. ନିଜେ ହସିବା ଓ ଅନ୍ୟକୁ ହସାଇବା ପାଇଁ ଫୁଲର ଯେମିତି ଜନ୍ମ ପ୍ରବାସରେ ଥାଇ ପ୍ରବାସୀ ଭାରତୀୟ ମାନେ ପ୍ରତ୍ୟେକ ଅଢେଇ ଦିନର ଜୀଵନ ରହଣିରେ ନିଜ ଜନ୍ମଭୂମି ଭରତ ବର୍ଷର ସାମଗ୍ରିକ ଉର୍ନ୍ନତି ପାଇଁ ଚିନ୍ତା କରିବା ଉଚିତ ଭାବି, କାଳବୈଶାଖିର କାଦୁଆ ପବନ ତେଜି ଉଠିବସିଲା ରାଜୁ.ତାକୁ ଏହି ଭାବନା ବିଚଳିତ କରୁଥିଲା କି ସ୍ୱଳ୍ପ ଜୀବନର ଏକ ବଡ଼ ମହଷୋଧି ହେଲା ନିଜ ଜନ୍ମଭୂଇଁ ପାଇଁ କିଛି ଚିନ୍ତା ପ୍ରକଟ କରିବା ଦରକାର.ସନ୍ତ୍ରାସବାଦର ଉପଯୁକ୍ତ ଜବାବ ଦେବାକୁ ଦେଶ ସିନ୍ଦୁର ନାମକ ଅପରେସନ ଆରମ୍ଭ କରିଥିବା ବେଳେ ପ୍ରବାସୀ ସୈନିକ ଭାରତୀୟଭାଇମାନଙ୍କୁ ଏକାଠି କରି ବୈଜ୍ଞାନିକ ମନୋଭାବ ରଖି କାରିଗରୀ ବିଦ୍ୟା ପ୍ରୟୋଗ କରିବା ସହିତ ସୀମାନ୍ତରେ ସୈନିକମାନଙ୍କ ପାଇଁ କିଛି କରିବାକୁ ହେବ ବୋଲି ଭାବୁଥିଲା ରାଜୁ.
ଫୁଲ ପରି ମଣିଷମାନଙ୍କ ଭିତରେ ଅନେକ ସୁବାସ. କାହାର ବଳ ତ କାହାର କଳ, କାହାର ବୁଦ୍ଧି ତ କାହାର ବିଦ୍ୟା, କାହାର ପ୍ରେରଣା ତ କାହାର ଆହ୍ୱାନକୁ ଏକାଠି କରି କିଛି କରିବାକୁ ରାଜୁ ଏକାଠି କରେଇଥିଲା ଅନେକ ପ୍ରବାସୀ ସୈନିକ ଭାରତୀୟଙ୍କୁ.ପାହାଡ଼ କାଟି ସୁଡ଼ଙ୍ଗ ତିଆରି କରିପାରିଲେ ସୈନିକମାନଙ୍କ ମନୋବଳ ବଢିବା ସହିତ ଖରା, ବର୍ଷା, ଶୀତ, କାକର ସହିତ କାଳବୈଶାଖି ପ୍ରଭାବରୁ କାଦୁଆ ପବନରୁ ରକ୍ଷା ପାଇବା ସଙ୍ଗେ ଶତୃ ଆକ୍ରମଣ ସହିତ ବନ୍ୟ ହିଂସ୍ର ଜନ୍ତୁଙ୍କ ଭୟରୁ ମଧ୍ୟ ରକ୍ଷା ପାଇପାରିବେ ସେମାନେ.ଲାଗିଗଲେ ପ୍ରବାସୀ ଭାରତୀୟ ସୈନିକମାନେ.ପାହାଡ଼ କାଟି ନିଜ ଵୁଦ୍ଧିମତା ପ୍ରୟୋଗ କରି ପାହାଡ଼ ଗୁମ୍ଫାମାନଙ୍କରେ ଏମିତି ପଥର କବାଟ ଖଞ୍ଜିଦେଲେ ଯେମିତି ସୈନିକଭାଇମାନେ ସୁରକ୍ଷା ପ୍ରାପ୍ତ ହେବା ସହ ସନ୍ତ୍ରାସ, ଆତଙ୍କବାଦୀଙ୍କ ମୂଳତ୍ପାଟନ ପାଇଁ ସିନ୍ଦୁର ଅପରେସନରେ ପ୍ରକୃତ ସହାୟକ ହୋଇ କହିବେ ଜୟ ମୋ ଦେଶ ଭରତ ବର୍ଷ କି ଜୟ.ଆଉ ଦେଶବାସୀ କହିବେ ଜୟ ପ୍ରବାସୀ ଭାରତୀୟ ସୈନିକ ଭାଇଙ୍କି ଜୟ ଏବଂ ତତ ସହିତ କହିଉଠିବେ ଜୟ ଯବାନ ଓ ଜୟ ମୋ ଜନମ ଭୂଇଁ ଯାହାର ଉଦେଶ୍ୟ କେବଳ ଶାନ୍ତି ପ୍ରୀତି ଓ ମୈତ୍ରୀ ସହ ସଦ୍ଭାବନା.ଜୟ ଜଗନ୍ନାଥ.ପ୍ରୀତି ନୂଆବୋହୂ ବେଶରେ ଝରକା ସେପଟୁ ଦେଖୁଥିଲା ପିଲାଙ୍କ ପ୍ରଭାତ ଫେରି ଓ ଜୟ ମୋ ଦେଶ କି ଜୟର ଧ୍ୱନି ସହିତ ଜୟ ଯବାନ ଜୟ କିଷାନ ଧ୍ୱନି.ରାଜୁ ଘରକୁ ଫେରିବାକୁ ଆହୁରି ଢେର ଦିନ ବାକି ଥିଲା ସତ ହେଲେ ରାଜୁର ନୂଆ ବୋଉ ଏ ଭିତରେ ବଦଳି ଯାଇଥିଲେ ଢେର.
,,,,,,,,,,,,,,,,,,
,,,,,,,,,,,,,,,,,,