Lalita Mohan Mishra

Action Classics Inspirational

3  

Lalita Mohan Mishra

Action Classics Inspirational

ଜନ୍ମ ଓ ମୃତ୍ୟୁ

ଜନ୍ମ ଓ ମୃତ୍ୟୁ

2 mins
181



ମୃତ୍ୟୁ ଚିରନ୍ତନ ସତ୍ୟ l ଜନ୍ମ ମାତ୍ରକେ ଧୃବ ସତ୍ଯ ମୃତ୍ୟୁ । ଜନ୍ମ ମୃତ୍ୟୁ ମନୁଷ୍ଯ ପକ୍ଷେ ଅବଶ୍ଯାମ୍ଭବୀ l ନିୟତି ମୃତ୍ୟୁକୁ ବଦଳେଇ ପାରେ ନାହିଁ । ଓଡିଆ ଭାଗବତ କହିଲେ - ମର୍ତ୍ତ୍ଯ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ। ଜୀବନ ଓ ମୃତ୍ୟୁ ର କଥା ଉଠିଲେ ଆମେ ଏ ଦେଶ, ଦୁନିଆ, ସଂସାର ଓ ସୃଷ୍ଟି ଇତ୍ୟାଦି କଥା ମନକୁ ଆଣିଥାଉ । ଦୁନିଆରେ ବଞ୍ଚିବାକୁ ହେଲେ ପ୍ରତି ମୁହୂର୍ତ୍ତରେ ଆମକୁ ସଂଘର୍ଷ କରିବାକୁ ପଡେ । ଏଠାରେ ଆମର କର୍ମ ଓ ଧର୍ମ ଆମର ମୃତ୍ୟୁ ର ନିର୍ଣ୍ଣାୟକ ମାର୍ଗ । ଏ ଦୁନିଆଟି ଅଢେଇ ଦିନ । ଏହି ଅଢେଇ ଦିନରେ ଆମେ ଜନ୍ମ ମୃତ୍ୟୁର ଚକ୍ର ରେ ପେଶି ହୋଇ କେତେ ଘାତ ପ୍ରତିଘାତ, ଲାଭ କ୍ଷତି, ଉଚ୍ଚ ନୀଚ ଓ ଭଲ ମନ୍ଦର ହିସାବ ନିକାଶ କରୁଥାଉ । ଏହି ଦୁନିଆ ଦୁଇଟି ନିଆଁ । ତା'ର ମଧ୍ୟବର୍ତ୍ତୀ ସମୟକୁ ବୁଝାଏ ଦୁନିଆ । ଗୋଟିଏ ଏନ୍ତୁଡିର ନିଆଁ ଓ ଅନ୍ଯଟି ଜୂଇର ନିଆଁ । ତେଣୁ ଜନମ ଓ ମରଣ ହେଉଛି ଆମ ପାଇଁ ଦୁଇ ଦିନ । ଏହାର ମଧ୍ୟବର୍ତ୍ତୀ ସମୟ ହେଉଛି ଆମର ଜୀବନ । ଯାହା କି ଆମ ପାଇଁ ସବୁବେଳେ ଅଧୁରା ଅସମାପ୍ତ । ଜୀବନ କାଳରେ ଯେତେ ସୁଖ ମିଳିଲେ ବି ମନୁଷ୍ଯ ସଦା ଅତୃପ୍ତ ଓ ଅଶାନ୍ତ । କୌଣସି ଆଶା ପୂରଣ ହେଲେ , ସେ ଏକ ନୂତନ ଆଶା ରେ ପୁନଃ ବାନ୍ଧି ହୋଇଯାଏ। ଅସରନ୍ତି ଆଶା ଅସୁମାରି ସ୍ବପ୍ନ ଓ ଅମାପ ମନୋକାମନାରେ ଏ ଜୀବନ ବିତିଯାଏ । କେବେ ବି ଏ ମଣିଷ ଚରମ ତୃପ୍ତି ପାଏ ନାହିଁ । ଆଦି ଗୁରୁ ଶଙ୍କରାଚାର୍ଯ୍ଯ ଙ୍କ ମତରେ - ଯାବତ୍ ଜନମଂ ତାବତ୍ ମରଣମ୍, ପୁନରପି ଜନନୀ ଜଠରେ ଶୟନମ୍ । ଅର୍ଥାତ ଯେତେବେଳେ ଜନ୍ମ ସେତେବେଳେ ମରଣ । ପୁନଃ ଜନ୍ମ ଏବଂ ପୁନଃ ମାତୃ ଗର୍ଭରେ ଶୟନ । ତେଣୁ ଜୀବନ ମରଣ ଚକ୍ରର ଉର୍ଦ୍ଧ କୁ ଯାଇ କୋଟି ହୃଦୟରେ ଅମର ହେବାକୁ ପଡିବ। ସେଥିପାଇଁ ଆମକୁ ପରୋପକାର, ସୃଷ୍ଟି ଓ ସ୍ରଷ୍ଟା ର ମଙ୍ଗଳ ଉଦ୍ଦେଶ୍ୟ ରେ କାର୍ଯ୍ୟ କରିବା ଦରକାର। ସମଗ୍ର ସୃଷ୍ଟି ରେ ସ୍ରଷ୍ଟା ଙ୍କ ଗୁଣ କୀର୍ତ୍ତନ ପୂର୍ବକ ତାଙ୍କ ଚରଣାରବିନ୍ଦରେ ନିଜକୁ ସମର୍ପଣ କରିବାର ମନୋଭାବ ପୋଷଣ କରିବାକୁ ପଡିବ। ଆତ୍ମାନୁଶୀଳନ, ଆତ୍ମ ସମୀକ୍ଷା ଓ ଆତ୍ମ ଚିନ୍ତନ ମାଧ୍ୟମରେ ପରମାତ୍ମା ଙ୍କୁ ସ୍ମରଣ କରିବା। ଏବଂ ତାଙ୍କ ନିର୍ଦ୍ଦେଶ ମୁତାବକ ଆମ ଅନ୍ତଃକରଣର ଆହ୍ୱାନ କୁ ପାଳନ କରି କାର୍ଯ୍ୟ କଲେ ଆମେ ସତ୍କାର୍ଯ୍ଯ କରିପାରିବା । ସମସ୍ତଙ୍କ ମୁହଁ ରେ ହସ ଫୁଟାଇ ପରକୁ ଆପଣାର ଭାବି କାର୍ଯ୍ୟ କରିବା । ଯେଉଁମାନଙ୍କର ଜୀବନ ପର ପାଇଁ ସମର୍ପିତ, ସେହିମାନେ ହିଁ ଏ ମରଣଶୀଳ ସଂସାର ରେ ମରି ମଧ୍ୟ ଅମର ହୋଇ ରହିଥାନ୍ତି । ସକଳ ଜୀବ ଜଗତ ଏ ଦୁନିଆରେ କିପରି ମୃତ୍ୟୁ ବରଣ କରନ୍ତି, ତାହା ସମସ୍ତେ ଜାଣନ୍ତି । କିନ୍ତୁ ଏ ମରଣଶୀଳ ଦୂନିଆ ରେ ମରି ମଧ୍ୟ କିଛି ବ୍ଯକ୍ତି ଅମର ହୋଇ ରହିଥାନ୍ତି, ତାହାହିଁ ମୂଖ୍ୟ । ତେଣୁ ଉତ୍କଳମଣୀ ଗୋପବନ୍ଧୁ ଦାସ କହିଲେ - ମଣିଷ ଜୀବନ ନୁହଁଇ କେବଳ, ବର୍ଷ ମାସ ଦିନ ଦଣ୍ଡ । କର୍ମେ ଯିଏ ନର କର୍ମ ଏକା ତା'ର

ଜୀବନ ର ମାନଦଣ୍ଡ । ତେଣୁ ମୃତ୍ୟୁ ଚେତନା ବିକଶିତ ହେବା ଦ୍ୱାରା ମଣିଷ ମୃତ୍ୟୁ ସହ ଆତ୍ମୀୟତା ଅନୁଭବ କରି ପାରେ । ଏବଂ ତାର ଆଗମନକୁ ସହର୍ଷ ସ୍ୱାଗତ କରିପାରେ l ଏକ ପୂଣ୍ୟମୟ ଜୀବନ ଅତିବାହିତ କରେ l ମୃତ୍ୟୁର ଭୟକୁ ସେ ମନରୁ ମୂଳପୋଛ କରିବାକୁ ଚେଷ୍ଟା କରେ l 



Rate this content
Log in

Similar oriya story from Action