Pradipta Sundar Rath

Action Inspirational Others

3  

Pradipta Sundar Rath

Action Inspirational Others

ଜନ ପ୍ରତିନିଧି

ଜନ ପ୍ରତିନିଧି

2 mins
124


କେନ୍ଦ୍ର ସରକାରଙ୍କ କୌଣସି ଏକ ଯୋଜନାକୁ ନେଇ ସବୁ ଲୋକ ତାତିକି ଅଛନ୍ତି ପୁରା ଏକ ଯୋଜନା ବି ହେଇଯାଇଛି ଆଜି ଏକ ବିଶାଳ ଆନ୍ଦୋଳନ ହେବା ପାଇଁ , ଆଉ ଏଇଟା ସଂପୂର୍ଣ୍ଣ ସତ ଯେ ଯେତେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବେ ବୋଲି କହିଲେ ବି ଏପରି ଆନ୍ଦୋଳନ ରେ ଅନେକ ବିଶୃଙ୍ଖଳା ହିଁ ହୋଇଥାଏ । ଏଣୁ ରାଜ୍ଯର ପୋଲିସ୍ ଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ। ପୂର୍ବ ଯୋଜନା ପରି ସମସ୍ତେ ଆସି ଏକାଠି ହୋଇଗଲେ ରାଜରାସ୍ତାରେ ଆନ୍ଦୋଳନ ପାଇଁ । କିନ୍ତୁ ଇଏ କଣ ସମସ୍ତେ ପୂରା ସ୍ତବ୍ଧ ଜଣଙ୍କୁ ଦେଖିକି ସେ ଆଉ କେହି ନୁହଁ ନ୍ତି ସେ ଥିଲେ ସ୍ବୟମ୍ ସେହି ରାଜ୍ଯର ନିଜେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମହୋଦୟ ସଭିଙ୍କ ନିକଟକୁ ଆସି ବୁଝାଇ କହିଲେ , ଦେଖନ୍ତୁ ଭାଇ ଓ ଭଉଣୀ ମାନେ , ମୁ ମାନୁଛି ଆପଣମାନଙ୍କ ଆନ୍ଦୋଳନ ସମ୍ବିଧାନ ସମ୍ମତ  ଆଉ ନ୍ୟାୟ ସମ୍ମତ । କିନ୍ତୁ ଆପଣମାନେ କାହିଁକି କଷ୍ଟ ପାଇବେ ଏଠାରେ ଖରା ରେ ନିଜର ପରିବାର ଆଉ ରୋଜଗାର ଛାଡି କି ? ଆପଣମାନଙ୍କ ସବୁ ସୁଖ ଦୁଃଖ ବୁଝିବା ପାଇଁ , ଆଉ ଆପଣମାନଙ୍କ କଥା କେନ୍ଦ୍ର ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଆପଣ ମାନେ ଅନେକ ପରିଶ୍ରମ କରି ଅନେକ ଭାବି ଚିନ୍ତି ଆମକୁ ଜନ ପ୍ରତିନିଧି ଭାବେ ବାଛିଛନ୍ତି । ଏଣୁ ପୁଣି ଯଦି କିଛି କଥା ଜଣାଇବା ପାଇଁ ସବୁବେଳେ ଏପରି କଷ୍ଟ ପାଇବାକୁ ହେବ , ତେବେ ଆମକୁ କାହିଁକି ବାଛିଥିଲେ । ଦେଖନ୍ତୁ ମୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି , କିନ୍ତୁ ସେ ଏପର୍ଯ୍ୟନ୍ତ ଏହାର ଉତ୍ତର ଦେଇ ନାହାଁନ୍ତି । ଯଦି ଆପଣ ମାନେ ଏହା ପରେ ବି ଆନ୍ଦୋଳନ କରିବାକୁ ଚାହୁଁଛନ୍ତି ତେବେ ଆପଣମାନେ ନୁହେଁ ମୁ କରିବି ଆନ୍ଦୋଳନ ।

   ଏତିକି କହି ମୁଖ୍ୟମନ୍ତ୍ରୀ ନିଜେ ସେହି ଠାରେ ଲୋକମାନଙ୍କ ଧାରଣାରେ ବସିଲେ , ତାଙ୍କର ଦେଖା ଦେଖି ସମସ୍ତ ମନ୍ତ୍ରୀ ମଣ୍ଡଳ ବି ଆସି ଧାରଣାରେ ବସିଲେ । କିନ୍ତୁ ଏପର୍ଯ୍ୟନ୍ତ ସମସ୍ତ ଜନତା ମଧ୍ଯ ସେଇଠି ଥିଲେ ।କିପରି ଏପରି ପ୍ରିୟ ନେତାଙ୍କୁ କିଏ ଏକା ଛାଡିଦେଇ ଯିବ । ପୁଣି ଥରେ ମୁଖ୍ୟମନ୍ତ୍ରୀ ମହୋଦୟ ସମସ୍ତଙ୍କୁ ଚାହିଁ କହିଲେ - ଦେଖନ୍ତୁ ଏହା ପରେ ବି ଯଦି ଆପଣମାନଙ୍କୁ ମୋ ଉପରେ ବିଶ୍ବାସ ଆସୁନାହିଁ ତେବେ ମୋତେ ନେତା ଭାବରେ ଚୟନ କରିଥିବା ଆପଣମାନଙ୍କ ଅଞ୍ଚଳ ର ବିଧାୟକ ମାନଙ୍କ ପାଖକୁ ଯାଆନ୍ତୁ , ଏବଂ ତାଙ୍କୁ କୁହନ୍ତୁ ଆପଣମାନଙ୍କ ଅସୁବିଧା ଏବଂ କୁହନ୍ତୁ ଆପଣମାନଙ୍କ ପାଇଁ ସେ ଆସି ଆନ୍ଦୋଳନ କରିବେ ଆପଣ ନୁହେଁ ।

ରାଜନୈତିକ ସ୍ତର ରେ ଆମ ସୁଖ ଦୁଃଖ ରେ ଠିଆ ହେବା ପାଇଁ ତ ଆପଣମାନେ ଆପଣମାନଙ୍କର ବିଧାୟକଙ୍କୁ ବାଛିଛନ୍ତି ।ତେବେ ପ୍ରତିଟି କଥାରେ ଆପଣମାନେ କାହିଁକି ଆପଣଙ୍କ ର କାର୍ଯ୍ଯ ଆଉ ପରିବାର ଛାଡି ଆନ୍ଦୋଳନ କରିବେ । 

ଏବେ ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣି ସମସ୍ତେ ନିଜ ନିଜ ଅଞ୍ଚଳର ବିଧାୟକଙ୍କ ଘର ଆଗରେ ଧାରଣା ଦେଇ ବିଧାୟକମାନଙ୍କୁ ମଜବୁର କରିଦେଲେ ସେମାନଙ୍କ ପାଇଁ ଆନ୍ଦୋଳନ କରିବାକୁ । ଆଉ ଧୀରେ ଧୀରେ ସଂପୂର୍ଣ୍ଣ ବିଧାନ ସଭା ସେଠାରେ ବସିଗଲା । ଆଉ ଯେତେବେଳେ କୌଣସି ଏକ ରାଜ୍ଯର ସଂପୂର୍ଣ୍ଣ ବିଧାନ ସଭା ଆନ୍ଦୋଳନ ରେ ବସିପଡ଼େ ସେତେବେଳେ କିପରି ସେ ଯୋଜନା ସେ ରାଜ୍ଯରେ ଲାଗିପାରିବ । ବାଧ୍ଯ ହୋଇ କେନ୍ଦ୍ର ସରକାରଙ୍କୁ ନିଜର ଯୋଜନାକୁ ରଦ୍ଦ କରିବାକୁ ପଡିଲା । ସତରେ ଯଦି ପ୍ରତି ଜନ ପ୍ରତିନିଧି ନିଜର ଦଳ ର କଥାକୁ ଦଳର ସ୍ବାର୍ଥ କୁ ବାଦ୍ ଦେଇ ନିଜର ଜନତାଙ୍କ କଥା ଭାବନ୍ତେ ତାହାହେଲେ ଅନେକ ଆନ୍ଦୋଳନ ଅନେକ ବିଶୃଙ୍ଖଳା ରୋକାଯାଇପାରନ୍ତା।  କିନ୍ତୁ ଏହି ଦଳୀୟ ସ୍ବାର୍ଥ ଦଳୀୟ ରାଜନୀତିରେ ଆଜି ଗଣତନ୍ତ୍ର ଦଳତନ୍ତ୍ର ପାଲଟିଯାଇଛି ।

  


Rate this content
Log in

Similar oriya story from Action