Pradipta Sundar Rath

Others

4  

Pradipta Sundar Rath

Others

କଣ ସେ ଏତେ ଖରାପ ?

କଣ ସେ ଏତେ ଖରାପ ?

2 mins
282


କଣ 25 ବର୍ଷ ଭିତରେ କଣ ସେ କିଛି ବି ଭଲ କାମ କରିନି, କଣ ସେ ଏତେ ଖରାପ ...କାହିଁ କେବେ ବି ତ ଗୋଟେ ଥର ଶୁଣିନି ଯେ ନାହିଁ ତୋର ବୋଉ ଭଲ ବୋଲି ...କଣ ସେ ଦୁନିଆର ସବୁଠୁ ଖରାପ ମଣିଷ । ହେଇପାରେ ଅନେକ ଭୁଲ୍ କରିଥିବ....ହଁ ଏଇଟା ବି ସତ ହେଇପାରେ ରୀନା ପିଉସୀ ଙ୍କ ପାଇଁ କିଛି କରିଚି କି ନାହିଁ ତାହା ମୁ ଜାଣିନି ...କିନ୍ତୁ ମୀନା ପିଉସୀ ତୁମ ପାଇଁ ସେ କଣ କରିଛି ,ମୁ ମୋ ନିଜ ଆଖିରେ ତ ଦେଖିଛି ନା । ତୁମର ପିଲାମାନଙ୍କ ପ୍ରତିଟି କାର୍ଯ୍ୟ ରେ ସେ ଠିଆ ହେଇଛି ତୁମ ପାଖରେ ତାର ନିଜର ପିଲାଙ୍କୁ ବାଦ୍ ଦେଇ । ଭୁଲିଗଲ ତୁମ ବଡ ଝିଅ ମଧୁସ୍ମିତା ନାନୀ ବାହାଘର ସମୟ ର କଥା , ସେତେବେଳେ ଆମ ଭାଇ ଭଉଣୀ ଦଶମ ବୋର୍ଡ ପରୀକ୍ଷା ଥିଲା ,କିନ୍ତୁ ସେ ଆମକୁ ବାଦ୍ ଦେଇ ବାହାଘର ର 15 ଦିନ ଆଗରୁ , ବାହାଘର ର 15 ଦିନ ପର୍ଯ୍ୟନ୍ତ ତୁମ ଘରକୁ ଦୌଡୁଥିଲା , ମାର୍କେଟିଂ ଠାରୁ ଆରମ୍ଭ କରି ସବୁ କାମ ରେ ସେ ତୁମ ପାଖରେ ଠିଆ ହେଇଥିଲା , ଏମିତି କି ଅନେକ କାମ ରେ ତୁମ ଭାଇ ତୁମ ପାଖରେ ନଥିଲେ ,କିନ୍ତୁ ତୁମ ଭାଉଜ ତୁମ ପାଖରେ ଥିଲା । ଆରେ ତୁମ ପୁଅ ଜନ୍ମ ହେବା ପାଇଁ ବା ସେ ନିଜେ ଓଷା ବ୍ରତ କରୁଥିଲା । ଭୁଲିଗଲ କିପରି ସେହି ତୁମ ଝିଅ ମଧୁସ୍ମିତା ନାନୀଙ୍କ ଦେହ ଖରାପ ସମୟ କଥା ...ତା ଶାଶୁ ଘର ତାକୁ ବାହାର କରିଦେଲେ ...କିନ୍ତୁ ସେ ଆପଣେଇ ନେଇ ଘରେ ରଖି ଭଲ କରିବାକୁ ଚେଷ୍ଟା କରିଥିଲା । ଏବେ ବି ଯେବେ ଯାହା ଅସୁବିଧା ହେଲେ ଧାଇଁ କି ଯାଇ ପହଞ୍ଚିଯାଉଛି ସେ ତୁମ ପାଖରେ । 

   ହଁ ମାନୁଛି ତାର କଥାବାର୍ତ୍ତା ଠିକ୍ ନଥାଇ ପାରେ ,ତାର ସବୁ ଭୁଲ୍ ଥାଇପାରେ । କିନ୍ତୁ ତା ବୋଲି ତାର ପୁଅ ମାନେ ମୋ ଆଗରେ ତା ବିରୁଦ୍ଧ ରେ କହିବ । ଯେପରି ତା ପ୍ରତି ମୋର ଘୃଣା ଭାବ ଜାଗ୍ରତ ହୁଏ । 

  ମୁ ମାନିପାରେ ମୋ ବୋଉ ର ସବୁ ଭୁଲ୍ ଥାଇପାରେ ,କିନ୍ତୁ ସେ ଯେତିକି ତୁମ ବିପଦ ଆପଦ ରେ ଠିଆ ହୋଇଛି ,ସେତିକି ଯଦି ଆଉ କାହା ପାଖରେ ଠିଆ ହେଇଥାନ୍ତା ନା ,ତାହାହେଲେ ସେ ଲୋକ କେବେ ବି ତା ପୁଅ ଆଗରେ କଣ ,କାହା ଆଗରେ କେବେ ତା ବିରୁଦ୍ଧ ରେ କହିନଥାନ୍ତା । 

  ଆଜି ପୂରା ଦୁନିଆ କହିପାରେ ସେ କିପରି ମଣିଷ , ବାସ୍ ତୁମ ଆଖି ଆଗରେ ତାର ସବୁ ଠିକ୍ ଗୁଡିକ ଛପିଯାଇ କେବଳ ଭୁଲ୍ ଗୁଡିକ ଏଥିପାଇଁ ଦେଖାଯାଉଛି କାରଣ ତୁମେ ନଣନ୍ଦ ଆଉ ସେ ତୁମର ଭାଉଜ । 

  ତୁମକୁ ଏବେ ବି ଲାଗୁଛି ତୁମ ଭାଇ ପାଇଁ ତୁମର ପରିବାର ପାଇଁ ସେ ଠିକ୍ ନୁହେଁ ବୋଲି ...., ଯଦି ତୁମକୁ ପୁଣିଥରେ ତୁମ ଭାଇ ପାଇଁ ଭାଉଜ ଖୋଜିବାକୁ ପଡେ ...ଗୋଟେ ତା ଠାରୁ ଭଲ ଭାଉଜ ଖୋଜିପାରିବ , ଯେ ପୂରା ପୂରି ନିର୍ଭୁଲ ଥିବ ତୁମ ସାମ୍ନା ରେ ।

  ହଁ ଏଇଟା ସତ ଯେ ଏହି ସଂପର୍କ ଟା ଏହିପରି ....ଶାଶୁ ବୋହୁ ,ନଣନ୍ଦ ଭାଉଜ ....। 

  କିନ୍ତୁ ସେ ଏତେ ଖରାପ ମଣିଷ ନୁହଁ ଯେ ତୁମେ ତା ପୁଅ ଆଗରେ ତା ବିଷୟରେ କହି ତା ପୁଅ ମନରେ ତା ପ୍ରତି ଘୃଣା ଭରିଦେବାକୁ ଚେଷ୍ଟା କରିବ । 

  ସତରେ ମୋ ବୋଉ କୁ ଦେଖିବା ପରେ ଗୋଟିଏ କଥା ମନକୁ ଆସେ ....ଯେତେବେଳେ କିଏ ବୟସ୍କ କୁହେ ଆଜିକାଲି ବୋହୂ ମାନେ ଭଲ ଆସୁନାହାଁନ୍ତି । 

  " ଭଗବାନ ଯେତେବେଳେ ଭଲ ଦିଏ , ତାକୁ ତ ତୁମେ ଖରାପ ବୋଲି କୁହ , ତେବେ ଆଉ ଭଲ ର ଆଶା କିପରି କରିପାର ।


Rate this content
Log in