STORYMIRROR

Secret Superstar

Abstract

4  

Secret Superstar

Abstract

ଏ ମୁହୂର୍ତ୍ତ ବି କିଛି ସମୟ ପାଇଁ

ଏ ମୁହୂର୍ତ୍ତ ବି କିଛି ସମୟ ପାଇଁ

1 min
27

କିଏ କହିପାରିବ କି କେତେ ସମୟ ପାଇଁ ଆସିଅଛି ଏହି ମୁହୂର୍ତ୍ତ। କିଛି ଘଣ୍ଟା ଅବା କିଛି ଦିନ ନା କିଛି ବର୍ଷ...। ଯଦି ଏପରି କିଛି ମିଳନ୍ତା ସାଇତି ରଖିବାକୁ ଏହି ମୁହୂର୍ତ୍ତ କୁ...ରଖିଦିଅନ୍ତି ସବୁଦିନ ପାଇଁ....,କିନ୍ତୁ ମୁ ଜାଣିଛି ଏଇଟା ବି ସମ୍ଭବ ନୁହେଁ ।

 ଜାଣେନା କଣ ନାମ ଦେବି ମୁହୂର୍ତ୍ତ ର ...କିନ୍ତୁ କାହିଁକି କେଜାଣି ଭଲ ଲାଗେ ତାର ସହ କଥା ହେବାକୁ ସମୟ ବିତାଇବାକୁ । ଇଏ ଜାଣି କି ବି ଏହି ମୁହୂର୍ତ୍ତ କିଛି ସମୟ ପାଇଁ .....ପୁଣି ଚାଲିଯିବି ଦୂର୍ ...କିଛି ବାହାନା ନେଇ ।

   

   ଯଦି କିଏ କହିପାରନ୍ତା କି ଏହି ମୁହୂର୍ତ୍ତ ଆସିଛି କେତେ ସମୟ ପାଇଁ .....ବାଣ୍ଟିଦିଅନ୍ତି ପୂରା ଜୀବନ ଅଳ୍ପ ଅଳ୍ପ ନେଇ ...ଅଳ୍ପ ସମୟ ପାଇଁ ହେଉନା କାହିଁକି ...ତାର ସାଥ୍ ଟିକେ ପାଇବା ପାଇଁ ...

  ଏ ମନ ବି ବଡ ଦୁଷ୍ଟ ଅଟଇ ...ନିଜର ଭୁଲ୍ କୁ ଲୁଚାଇବା ପାଇଁ ....କହେ ...ଏ ମୁହୂର୍ତ୍ତ ବଡ ସ୍ବାର୍ଥପର ଅଟଇ...ଦେଖ ସେତେବେଳେ ତୋ ଜୀବନେ ଆସଇ ଯେବେ ସଫଳତା ଛୁଅଁଈ ....ବିଫଳତା ସମୟେ ଦୂରେ ଚାଲିଯାଇ ।

   ହୃଦୟ କହେ ଟିକେ ହସିଦେଇ ....ଚାନ୍ଦ ସେ ଅଟେ ମୋ ପାଇଁ ...ଚାନ୍ଦ କୁ ଛୁଇଁବାପାଇଁ ଉପରକୁ ଯିବାକୁ ପଡଇ...ଅମାବାସ୍ୟାର ଅନ୍ଧକାରେ ଚାନ୍ଦ କୁ ଖୋଜିବା ଭୁଲ୍ ଚାନ୍ଦ ର ନୁହେଁ ...ତୁମର ଅଟଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract