STORYMIRROR

Secret Superstar

Inspirational

3  

Secret Superstar

Inspirational

ସଫଳତା ବି ତୁମର ସଂଘର୍ଷର ପଥ ବି

ସଫଳତା ବି ତୁମର ସଂଘର୍ଷର ପଥ ବି

3 mins
206

ତୁ ପାଗଳ ଟା କିରେ ଚିଲାଇ ଚିଲାଇ କହୁଛୁ ସଭିଙ୍କୁ " ଯେ ମୁ ଡିଷ୍ଟର୍ବ ଅଛି ,ମୁ ଦୁର୍ବଳ ଅଛି ,ମୋତେ ସାହାରା ଦରକାର ,ସାହାସ ଦରକାର " , ତତେ କଣ ଲାଗୁଛି ଏହି ଦୁନିଆ ର କିଏ ଆସି ତୋ ପାଖରେ ବସି ତତେ ସାହାରା ଦେବ, ତୋ ସାହାସ ବନିବ ତୋ ସହିତ ସଫଳତା ର ରାସ୍ତାରେ ଚାଲିବ । ଏ ରାସ୍ତା ବାଛିଛୁ ଆଉ କିଏ ନୁହେଁ । କେହି ଆସିବେ ନାହିଁ , ସବୁ ଦୂର ରେ ଥାଇ ହସିବେ ଆଉ କହିବେ ଦେଖରେ ହାରି ଯାଉଛି । ଆଉ ତୁ ଯେଉଁ ଚିଲାଇ ଚିଲାଇ କହୁନୁ ମୁ ଦୁର୍ବଳ ମୁ ଦୁର୍ବଳ, ଦେଖ ସବୁ ସଇତାନି ଶକ୍ତି ଆସି ତୋ ଉପରେ ହବି ହେଇଯିବ । ଅନେକ ଖରାପ ଅଭ୍ୟାସ ଆସି ତତେ ତୋ ସଫଳତା ରାସ୍ତାରୁ ଦୂରେଇ ନେଇଯିବ । ସମସ୍ତେ ଦେଖି ହସୁଥିବେ କେହି ଆସିବେନି ତୁ ପଡିଗଲେ ଦୂରେ ଥାଇ ସହାନୁଭୂତି ଦେଖାଇବେ କିନ୍ତୁ କେହି ପାଖକୁ ଆସିବେ ନାହିଁ ।

  ଏପରି ଆଜି ପାଗଳ ପରି ପ୍ରଦୀପ୍ତ ଚିଲାଉଥିଲା କାହିଁକି ନା ସେ ଜାଣିଛି ତାର ଲକ୍ଷ୍ୟ କଣ , ସେ ଜାଣିପାରୁଛି ସେ ଭୁଲ୍ ରାସ୍ତା ରେ ଯାଉଛି କିନ୍ତୁ କେଜାଣି କାହିଁକି ନିଜକୁ ରୋକିପାରୁନି ପାରୁନି ସେ ଆଜି ଜୀବନର ସଫଳତାର ପଥର ଚରମ ସୀମା ରେ ଆସି ଆଜି କାହିଁକି ସେ ଏକା ଏକା ଅନୁଭବ କରୁଛି । ଏତେବାଟ ଏକା ଏକା ଆସିବା ପରେ ବି ଆଜି କାହିଁକି ସେ ଆଗକୁ ଯିବାକୁ ସାହାରା ଖୋଜୁଛି, ପାଖରେ ଥିବା ନିଜର ବନ୍ଧୁ କୁ କହୁଛି ଭାଇ ଆସ ନା ସାଙ୍ଗ ହେଇ ଯିବା ଏଇ ସଫଳତାର ଶିଖରକୁ, କିନ୍ତୁ ସେ ବି ନୀରବ । ନିଜର ବେଷ୍ଟ ଫ୍ରେଣ୍ଡ ସସ୍ମିତା କୁ ବି ଆକୁଳ ଭାବେ ଡାକୁଛି -" ଦେଖ ୟାର୍ ଏହି ସମୟରେ ମୁ ତୋର ଉପସ୍ଥିତି କୁ ଅନୁଭବ କରୁଛି , ପ୍ଲିଜ୍ ପ୍ଲିଜ୍ ଥରୁଟେ ମୋ ସହ କଥା ହୁଅ ନା , ଥରୁଟିଏ ମୋ ସାଥ୍ ଦେନା , ମୁ ଏକା ଯିବାକୁ କହୁନି , ସାଥୀ ହୋଇ ଚାଲିଯିବା ସଫଳତା ର ଶିଖରକୁ। କିନ୍ତୁ ସେ ବି ନୀରବ ! 

  ଏବେ ବୁଝିପାରିଛି ପ୍ରଦୀପ୍ତ ଏବେ ସେ ଏକା ଏଠି , କେହି ବି ଆସିବେନି., ଯାହା କରିବାକୁ ହେବ ତାକୁ ହିଁ କରିବାକୁ ହେବ । ନା କୌଣସି ବନ୍ଧୁ, ନା ବେଷ୍ଟ ଫ୍ରେଣ୍ଡ, ନା ପ୍ରେମିକା କିଏ ବି ଏଠାରେ ସାହଯ୍ୟ କରିବେନି । 

  ହଠାତ୍ ପୁଣି କାହିଁକି ଚିଲାଇବାକୁ ଲାଗିଲା ଆକାଶକୁ ଚାହିଁ - 

  " ନା ନା ମୁ ଭୀରୁ ନୁହେଁ ମୁ କାପୁରୁଷ ନୁହେଁ , ହେ ପରମପିତା ମୁ ତୁମରି ସନ୍ତାନ , ମୁ ଆଉ ତୁମକୁ ଭୁଲି ନରକ ଆଡକୁ ଦୌଡିଯିବି ନାହିଁ ,ତୁମ ଆଡକୁ ପଛ କରି ଆଉ ଅନ୍ଧକାର ଅନ୍ଧକାର ଚିନ୍ତା କରିବି ନାହିଁ । " 

  କିଛି ସମୟ ବେଶି ଧ୍ୟାନ କରିବା ପରେ ଜୀବନରେ ପ୍ରଥମ ଥର ଆଜି ଲେଖିବାକୁ ଆରମ୍ଭ କଲା ନିଜର ସବୁ ଭୁଲ୍ ଗୁଡିକୁ - 

1 - ଉତ୍ସାହ ପାଇଁ ଅନ୍ଯ ଉପରେ ନିର୍ଭର କରିବା 

 2 - ଜାଣି କି ବି ଭୁଲ୍ କରୁଛି ବାରମ୍ବାର ଭୁଲ୍ କରିବା 

3 - ନିଜର ଭୁଲ୍ ପାଇଁ ନିଜକୁ ଶାସ୍ତି ନଦେବା 


ନିଜର ଭୁଲ୍ ପାଇଁ ଶାସ୍ତି ଦେବା ଆରମ୍ଭ କରିଦେଲା , ନିଜେ ନିଜର ବିଚାରପତି ବନି ନିଜ ଭୁଲ୍ ପାଇଁ କଠୋର ଶାସ୍ତି ସ୍ବୀକାର କରିବାକୁ ପଛଘୁଞ୍ଚା ଦେଲା ନାହିଁ । ନିଜକୁ ନିଜେ କହିଦେଲା-ଯଦି ମନ ଏପଟ ସେପଟ କରିବୁ ,ତେବେ 200 ଥର କାନ ଧରି ବସ ଉଠୁ ହେବୁ ।    


ପଛକୁ ବୁଲି ଆଉ ନାଁ କୋଉ ବନ୍ଧୁ ନା କେଉଁ ସାଥୀ କାହାର ବି ସାଥ୍ ଖୋଜିଲା ନାହିଁ । 

 ସତରେ ସଫଳତା ରାସ୍ତା ରେ ଏକା ହିଁ ଚାଲିବାକୁ ହୁଏ , ହଁ ଏହା ସତ ସବୁ ସଫଳତା ପଛରେ ଜଣେ ନାରୀର ହାତ ଥାଏ କିନ୍ତୁ ସଫଳତା ରାସ୍ତା ରେ ଏକା ହିଁ ଚାଲିବକୁ ହୁଏ । ନିଜ ପାଇଁ ନିଜେ ଉତ୍ସାହ ବନିବାକୁ ହୁଏ , ନିଜର ଭୁଲ୍ ପାଇଁ ନିଜକୁ ଦଣ୍ଡ ଦେବାକୁ ହୁଏ । କାହିଁକି ନା ସଫଳତା ବି ତୁମର ଆଉ ଏହି ସଂଘର୍ଷର ପଥ ବି ..


Rate this content
Log in

Similar oriya story from Inspirational