Pradipta Sundar Rath

Inspirational

3  

Pradipta Sundar Rath

Inspirational

ଆଶୀର୍ବାଦ

ଆଶୀର୍ବାଦ

4 mins
201


ଆମର ପରିସ୍ଥିତି ହିଁ ଅନେକାଂଶ ଆମର ସଫଳତା ପାଇଁ ଆମକୁ ପ୍ରେରଣା ଦେଉଥାଏ, ଯାହା କି ଆମେ ଜାଣିପାରୁନା, ଆଜିର କାହାଣୀ ଠିକ୍ ଏହି ପରିସ୍ଥିତିର ଉପରେ ।


 ସମୟ କିଛି ଏପରି ଆସିଥିଲା ବିନୟ ଜୀବନରେ ଯେ, ସେ ଯାହା ବି କରୁଥିଲା ସବୁଥିରେ ଯେପରି ବିଫଳତା ହିଁ ଲେଖା ଥିଲା, କୌଣସି କାମକୁ କେତେ ବି ନିଷ୍ଠାର ସହ କଲେ ବି ଫେଲ୍ ହିଁ ହେଉଥିଲା ବାର ବାର । ବାସ୍ ଏମିତି ତାକୁ ତାର ଜଣେ ରିଲେଟିଭ୍ ଗାଳି କରି କହିଦେଲେ- ତୁ କଣ କରିବୁ କହିଲୁ ? ତୁ ଯେତିକି ଥର ଫେଲ୍ ହେଲୁଣି ତୋ ଭଳି ପିଲା ଯଦି ଭିକ ବି ମାଗିବ ନା, ତାହାହେଲେ ତତେ ଭିକ ମୁଠାଏ ବି କେହି ଦେବେନି। 


 ବିନୟର ବୟସ 26 ବର୍ଷ ହୋଇସାରିଥିଲା, କ୍ୟାରିୟର ଫାଷ୍ଟକ୍ଲାସ୍ ଥାଇ କି ବି ଦିନ ରାତି ପରିଶ୍ରମ ପରେ ବି ତାକୁ କୋଉଠି ଚାକିରିଟିଏ ମିଳୁନଥିଲା । ସ୍ୱାଭିମାନୀ ବିନୟ କାହାର ସାହାଯ୍ୟରେ ଅବା ଲାଞ୍ଚ ଦେଇ ଚାକିରି କରିବାକୁ ପସନ୍ଦ କରୁନଥିଲା ।ବାସ୍ ଚାକିରି କରିବି ତ ନିଜ ଦକ୍ଷତାରେ । 


 ସହଜରେ ବାରବାର ବିଫଳତା ପରେ ସେ ଭାଙ୍ଗିଯାଇଥିଲା, ଆଉ ଲୋକଙ୍କ କଥା ବି ତାକୁ ଆହୁରି କଷ୍ଟ ଦେଉଥିଲା, ଏପରି ଶୁଣିବା ପରେ କେଜାଣି କାହିଁକି ତାର ମନକୁ କଣ ଆସିଲା ସେ ନିଜ ଘର ନିଜ ସହର ଛାଡି ଚାଲିଗଲା ଟ୍ରେନରେ, ଯିବା ବେଳେ ନିଜର ପରିଚୟ ପାଇଁ ଆଧାର କାର୍ଡ ବ୍ୟତୀତ ଆଉ କିଛି ନେଇ ନଥିଲା ତା ସାଥିରେ ।


 ଏକ ଅଜଣା ଅଚିହ୍ନା ସହରରେ ଏବେ ପୂରା ସେ ଏକା, ନା ତା ଦୁଃଖରେ ଦୁଃଖୀ ହେବାକୁ କିଏ ଥିଲେ ନା ତାର ଉପହାସ ଉଡେଇବାକୁ ...।


 କିନ୍ତୁ ଏବେ ସେ କରିବ କଣ ? ସେ ପ୍ରଥମେ କାମ ଖୋଜିବାକୁ ଲାଗିଲା, କିନ୍ତୁ କିଏ ବା ଏକ ଅଜଣା ମଣିଷକୁ କାମ ଦେବ, ଆଉ ଏମିତି ବି ହେଇପାରେ ଏଇଟା ବି ଭଗବାନଙ୍କ ଇଚ୍ଛା ହିଁ ଥିଲା ।


 ପରିସ୍ଥିତି ତାର ଏପରି ହେଇଗଲା, ସେ ବାଧ୍ୟ ହେଲା ନିଜର ଖାଦ୍ୟ ପାଇଁ ଭିକ ମାଗିବାକୁ। ସତରେ ପରିସ୍ଥିତି କେତେବେଳେ କାହାକୁ ରାଜା ବନେଇଦିଏ ତ କାହାକୁ କେବେ ଭିକାରୀ ।


 କିନ୍ତୁ ଏଇଟା ଆମକୁ ବୁଝିବାକୁ ହେବ ଯେ ବିନୟ ନିଜ ଇଚ୍ଛାନୁସାରେ ନୁହେଁ ପରିସ୍ଥିତିର ଚାପରେ ଭିକ୍ଷା ବୃତ୍ତିକୁ ଆପଣାଇଥିଲା । 


 ସେ ପ୍ରଥମ ଦିନ ସେହି ସହରର ଏକ ମନ୍ଦିରର ସାମ୍ନାରେ ବସିଥିଲା, କିଛି ଲୋକଙ୍କଠୁ ତ କିଛି କଥା ଶୁଣିବାକୁ ପଡୁଥିଲା "ଏତେ ସୁସ୍ଥ ସବଳ ପିଲାଟା କାମ ନକରି ଭିକ ମାଗୁଛି " ଏପରି ଅନେକ କିଛି । 


 ସେ ଯାହା ବି ହେଉ, କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ କିଛି ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କ ଆଗମନ ଯୋଗୁଁ ସେଦିନ ଭିକ୍ଷାରେ ତାକୁ 700 ଟଙ୍କା ମିଳିପାରିଥିଲା। ବିନୟ ସେଦିନ କିନ୍ତୁ କିଛି ଖାଇ ନଥିଲା ସେଦିନ, ପରନ୍ତୁ ସେ ସେହି ପଇସାରେ ଖାଦ୍ୟ ନକିଣି ସେ ବଜାରକୁ ଯାଇ କିଛି ଦୀପ, ବଳିତା, ଠାକୁରଙ୍କ ଭୋଗ ଆଣି ଥିଲା । 


 ଆଉ ଠିକ୍ ତା ପର ଦିନ, ଯେଉଁ ଜାଗାରେ ସେ ଭିକ ମାଗୁଥିଲା ସେହି ମନ୍ଦିର ସାମ୍ନାରେ ବସି ପଡିଲା ଆଣିଥିବା ଦୀପ ଆଉ ସଳିତାର ବିକ୍ରି କରିବା ପାଇଁ । ଦୟା କଥା କହିବା ଅତି ସହଜ କିନ୍ତୁ ନିଜ ଉପରକୁ ଆସିଲେ ଅନେକ ସ୍ୱାର୍ଥପର ହେଇଯାଆନ୍ତି। କାଲି ଯେଉଁମାନେ କହୁଥିଲେ ଏତେ ଭଲ ପିଲା କିଛି ନକରି କାହିଁକି ଭିକ ମାଗୁଛି, ଆଜି ସେହି ମନ୍ଦିରର ନିକଟସ୍ଥ ଦୋକାନୀମାନେ ବିରୋଧ କରିଥିଲେ ତାକୁ, ଯେ କୁଆଡୁ ଆସି ଏଠାରେ ବସି ପଡିଛି ବେପାର କରିବାକୁ। ସେମାନେ ତାକୁ ମନ୍ଦିର ସାମ୍ନାରେ ବସିବାକୁ ଦେଇନଥିଲେ। ତଥାପି ବି ବିନୟ ହାର ମାନିନଥିଲା । ସେ ମନ୍ଦିରଠୁ ଟିକେ ଦୂରରେ ଯାଇ ମନ୍ଦିର ଆଖ ପାଖରେ ବୁଲି ବୁଲି ବିକ୍ରିକରିଥିଲା। ସେ ବିକିବା ବେଳେ ଦୀପ ଆଉ ଭୋଗ ନିଜର କାହାଣୀକୁ ଭଗବାନଙ୍କ ଆଶୀର୍ବାଦ ଭାବେ ସଭିଙ୍କୁ କହୁଥିଲା, କିପରି ଭଗବାନଙ୍କ ଆଶୀର୍ବାଦରୁ କାଲି ଯେ ଏଠି ଭିକ ମାଗୁଥିଲା ଆଜି ସେ ଏଠାରେ ଛୋଟ ହେଉ ପଛେ ବେପାର ଟିଏ କରୁଛି । ସେ ନିଜର କଥାରେ ସଭିଙ୍କୁ ବିଶ୍ୱାସ କରେଇବାକୁ ଚାହୁଁଥିଲା ଯେ "ସେ ବିକୁଥିବା ଦୀପ ଆଉ ଭୋଗରେ ସମ୍ପୂର୍ଣ୍ଣ ଭାବେ ଭଗବାନଙ୍କ ଆଶୀର୍ବାଦ ହିଁ ଭରି ରହିଛି । 


 ତାର କଥାରେ ଲୋକମାନଙ୍କ ଭଗବାନଙ୍କ ପ୍ରତି ବିଶ୍ୱାସ ବଢିଯାଉଥିଲା, ଆଉ ଏହି ବିଶ୍ୱାସ ପାଇଁ ଅନେକ ଲୋକଙ୍କ ମନୋସ୍କାମନା ବି ପୂରଣ ଦେଉଥିଲା । କିନ୍ତୁ ଲୋକ ଭାବୁଥିଲେ ବିନୟ ପାଖରେ ଅବା ସେ ବିକୁଥିବା ଦୀପ ଆଉ ଭୋଗରେ କିଛି ଜାଦୁ ଅଛି, ଯେପରି ତା ଠୁ ନେଲେ ହିଁ ଭଗବାନ ଶୁଣୁଛନ୍ତି । ପ୍ରକୃତରେ ଅନ୍ୟମାନେ ବେପାର କରୁଥିଲେ କିନ୍ତୁ ବିନୟ ନିଜର ପ୍ରତିଟି ଗ୍ରାହକକୁ ଭକ୍ତ ବୋଲି ମାନୁଥିଲା ଆଉ ନିଜର ଅନୁଭୂତିରେ ଭକ୍ତିରେ ଲୀନ କରିଦେଉଥିଲା। ଧୀରେ ଧୀରେ ତାର ବେପାର ବଢିବା ପରେ ସ୍ଥାନୀୟ ବ୍ୟବସାୟୀଙ୍କ ବିରୋଧ ସତ୍ତ୍ୱେ ମନ୍ଦିର ଠୁ ଟିକେ ଦୂରରେ ପୋଲିସର ସାହାଯ୍ୟ ନେଇ ନିଜର ଏକ ଛୋଟ ଦୋକାନଟିଏ ଖୋଲିଥିଲା..ଯାହାର ନାଁ ଦେଇଥିଲା " ଆଶୀର୍ବାଦ " ।


 ଦୋକାନ ଯେଉଁଠି ବି ଥାଉ ଲୋକ ଖୋଜି ଖୋଜି ଯାଇ ସେହି ଦୋକାନରୁ ହିଁ କିଣୁଥିଲେ। ଏବେ ଧୀରେ ଧୀରେ ତାର ବେପାର ବଢିବା ସହିତ ଦୋକାନ ବି ବଢିଲା। ସେଠାରେ ଥିବା ଅନ୍ୟ ଭିକାରୀମାନଙ୍କ ମଧ୍ୟରୁ କିଛି ଜଣକୁ ସେ ନିଜର ଦୋକାନରେ ରଖିଲା ।ବିନୟ ଧୀରେ ଧୀରେ ସେହି ଭିକାରୀମାନଙ୍କ ସାହାଯ୍ୟ ନେଇ "ଆଶୀର୍ବାଦ" ନାମରେ ଏକ ଭୋଜନାଳୟ ବି ଖୋଲିଲା ।

 ସୋସିଆଲ ମିଡିଆ ମାଧ୍ୟମରେ ବିନୟର କାହାଣୀ ମଧ୍ୟ ଧୀରେ ଧୀରେ ଅନ୍ୟମାନେ ଜାଣିପାରୁଥିଲେ, କିପରି ଭଗବାନଙ୍କ ଆଶୀର୍ବାଦ ପାଇଁ ଏକ ଭିକାରୀର ପରିବର୍ତ୍ତନ ହେଇଛି । ଧୀରେ ଧୀରେ ବିନୟର ପରିବାର ଲୋକ ବି ଜାଣି ପୁଣିଥରେ ତା ପାଖକୁ ଫେରିଆସିଥିଲେ। 

 ଏବେ ବିନୟ ପୂରା ଖୁସିରେ ଏକ ସୁଖଦ ଜୀପନଯାପନ କରୁଥିଲା। କିନ୍ତୁ କିଛି ଲୋକ ଥାନ୍ତି ଯେଉଁମାନେ ବୁଝିସାରିଥାନ୍ତି ସଂଘର୍ଷ ହିଁ ଜୀବନ ହୋଇଥାଏ, ବିଳାସବ୍ୟସନ ନୁହେଁ ।

 ବିନୟ ଭାବିଲା ଯେଉଁ ସହର, ଯେଉଁ ମନ୍ଦିର ତା ପାଇଁ ଏତେ କିଛି କରିଛି, ସେହି ମନ୍ଦିର ଆଉ ସହର ପାଇଁ ଏବେ କିଛି କରିବାର ସମୟ ଆସିଛି ।


 ସେ ନିଜର ସମ୍ପୂର୍ଣ୍ଣ ବ୍ୟବସାୟର ପ୍ରତ୍ୟକ୍ଷ ଦାୟିତ୍ୱ ଅନ୍ୟ ଜଣଙ୍କ ଉପରେ ଦେଇ ସେ ଚାଲିଲା ଧର୍ମ ପ୍ରଚାର ଉଦ୍ଦେଶ୍ୟରେ। ସେ ବିଭିନ୍ନ ଜାଗା ବୁଲି ଭାଗବତ କଥା, ରାମାୟଣ କଥା କହିବା ସହିତ ସେ କହୁଥିଲା ନିଜର ସହର ଆଉ ନିଜର ମନ୍ଦିର ମହତ କଥା । କିପରି ସେହି ମନ୍ଦିର ତାକୁ ଏଠାରେ ପହଞ୍ଚାଇପାରିଛି। ଆଉ ତାର କଥାରେ ମୁଗ୍ଧ ହୋଇ ଆଶୀର୍ବାଦ ପାଇଁ ଧାଇଁ ଆସିଥିଲେ ଅନେକ ଶ୍ରଦ୍ଧାଳୁ ସେହି ମନ୍ଦିରକୁ । କାହିଁକି ନା ସେ ମନ୍ଦିର ଏପରି ଏକ ମନ୍ଦିର ଥିଲା ଯେଉଁଠାରେ ଏକ ଭିକାରୀକୁ ଏକ ଭଲ ଜୀବନ ମିଳିପାରୁଥିଲା "ଆଶୀର୍ବାଦ" ଭୋଜନାଳୟ ଆଉ "ଆଶୀର୍ବାଦ" ଦୋକାନ ମାଧ୍ୟମରେ ।


 ଆଉ ଏକ ଛୋଟ ସହର ସେହି "ଆଶୀର୍ବାଦ" ପାଇଁ ବନିଯାଇଥିଲା ସଭିଙ୍କ ଆକର୍ଷଣର "ପର୍ଯ୍ୟଟନର ସ୍ଥଳ " ।



Rate this content
Log in

Similar oriya story from Inspirational