Pradipta Sundar Rath

Inspirational Others

3.9  

Pradipta Sundar Rath

Inspirational Others

ଜନ୍ମଦିନର ଅନେକ ଶୁଭେଚ୍ଛା ସସ୍ମିତା

ଜନ୍ମଦିନର ଅନେକ ଶୁଭେଚ୍ଛା ସସ୍ମିତା

2 mins
216


ଆଜି ତାର ଜନ୍ମଦିନ....କିପରି ଶୁଭେଚ୍ଛା ଜଣାଇବି ? କଣ ବା ଉପହାର ଦେବି ? ହଁ ହଁ ଉପହାର କଥା ରୁ ମନେପଡିଲା ,ଛୋଟବେଳେ ଯେତେବେଳେ ମୁ ତାକୁ ପଚାରିଥିଲି ସବୁଠାରୁ ବେଶୀ ପସନ୍ଦ କରୁଥିବା ଜିନିଷ କଣ ,ଯେଉଁ ଟା ମୁ ବଡ ହେଲେ ସ୍ବତନ୍ତ୍ର ଉପହାର ଭାବେ ତାକୁ ଦେଇ ପାରିବି । ମୁ ତ ଭାବିଥିଲି ମାଗିବ ସରଗର ଚାନ୍ଦ ଅବା ପାରିଜାତ ...ଯାହା ବି କହିବ ମୁ ତାକୁ ଦେବା ପାଇଁ ପ୍ରସ୍ତୁତ ଥିଲି । କିନ୍ତୁ ସେ କହିଥିଲା - " ତୁ ଜାଣଛୁ ? ମୋର ସବୁଠୁ ପସନ୍ଦ ର ଉପହାର କଣ - " ତତେ ସଫଳତାର ଶୀର୍ଷ ପାହାଚରେ ଦେଖିବା ହିଁ ମୋର ଗୋଟେ ଈଛା " , ମୋତେ କଥା ଦେ ତୁ ନିଶ୍ଚିତ ତୋର ବେଷ୍ଟ ଫ୍ରେଣ୍ଡ ର ଈଛା ପୂରଣ କରିବୁ । " 

  କିନ୍ତୁ ଆଜି କାହିଁକି କେଜାଣି ସେ ରାଗିଯାଇଛି ମୋ ଉପରେ , ମୋ ସହ କଥା ହେବାକୁ ତାର ଆଉ ଇଚ୍ଛା ନାହିଁ। ମୋତେ ଦେଖି ହସୁଥିବା ଓଠ ଟା ...ଆଜି ନୀରବି ଯାଇଛି ରାଗରେ....

   ତେଣୁ ମୁ କେମିତି ତା ପାଖକୁ ଯାଇ ତାର ସାମ୍ନାରେ କହିବି " ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା ସସ୍ମିତା " । 

   ନା ମୁ ପାରିବିନି , ମୁ ବି ତ ଚାହେଁ ତା ଓଠର ହସ ଟିକେ ।

 ସେଥିପାଇଁ ଆଜି ତାର ଜନ୍ମଦିନରେ ଚାଲି ଆସିଛି ଭଗବାନଙ୍କ ପାଖକୁ...,ତାର ଶୁଭମନାସୀ ଧନ୍ୟବାଦ ଦେବାକୁ ଭଗବାନଙ୍କୁ , ଅଳ୍ପସମୟ ପାଇଁ ହେଉ ମୋ ଜୀବନରେ ସେ ଆସିଥିବା ରୁ , ମୋ ପାଖରେ ଠିଆ ହୋଇଥିବାରୁ। ମୋ ଜୀବନ ସ୍ମୃତିର ଏକ ଛୋଟ ଅଂଶଟିଏ ହୋଇଥିବାରୁ , ଆଜି ବି ମନେ ମନେ ମନ ହସୁଥାଏ ,ଯେବେ ମନେପଡେ ତା ସହ ବିତାଇଥିବା ସେହି ଛୋଟ ଛୋଟ ସ୍ମୃତି ।

  ଏବେ ଆପଣମାନେ ଭାବୁଥିବେ ମୁ ବୋଧହୁଏ ମୋର ଅତୀତର କେଉଁ ପ୍ରେମିକା ବିଷୟରେ କହୁଛି , କିନ୍ତୁ ନା ମୁ କେଉଁ ପ୍ରେମ ବିଷୟରେ କହୁନାହିଁ ,ମୁ କହୁଛି ବନ୍ଧୁତାର ବିଷୟରେ, ମୋ ବେଷ୍ଟ ଫ୍ରେଣ୍ଡ ବିଷୟରେ । କାହିଁକି ନା ପ୍ରେମ ତ ଜୀବନରେ ପୁଣିଥରେ ଆସିପାରେ, କିନ୍ତୁ ବନ୍ଧୁତା ର ସେ ମୁହୂର୍ତ୍ତ ...


Rate this content
Log in

Similar oriya story from Inspirational