STORYMIRROR

Secret Superstar

Inspirational Others

3  

Secret Superstar

Inspirational Others

ସତରେ କଣ ମୁଁ ଓଡିଆ ?

ସତରେ କଣ ମୁଁ ଓଡିଆ ?

3 mins
25

ଉତ୍କଳ ଦିବସ ତ ପାଳନ କରୁଛେ ଆମେ...କିନ୍ତୁ ଆମେ ଯେ ଓଡିଆ ..କାହିଁକି ଏହି ଦିବସ ପାଳନ କରୁଛି ..ତାହା ଆମେ ଭୁଲିଯାଇଛେ ...କଣ ପାଇଁ ଏକ ଅଞ୍ଚଳଭିତ୍ତିକ ଭାଷାଭିତ୍ତିକ ରାଜ୍ୟର ଦରକାର ଥିଲା ତାହା ବି ଆମେ ଭୁଲିଯାଇଛେ । ଗୋଟେ ପ୍ରଦେଶର ଉନ୍ନତି ପାଇଁ ସେ ଅଞ୍ଚଳ ର ନେତା ହେବା କେତେ ଜରୁରୀ...ସେ ଅଞ୍ଚଳର ଭାଷା ଜାଣିବା କେତେ ଜରୁରୀ ତାହା ଆମେ ଭୁଲିଯାଇଛେ...। 

  ଆଜି ଆମେ ମନେପକାଇବା ସେହି ଉତ୍କଳ ଗୌରବ ଙ୍କୁ ତାଙ୍କର କବିତାକୁ , ଯାହା ସେତେବେଳେ ପ୍ରତିଟି ସ୍ପନ୍ଦନ ରେ ଏକ ପ୍ରେରଣା ଏକ ଆନ୍ଦୋଳନ ପାଇଁ ଏକ ସଂଗଠନ ପାଇଁ ଆଉ ଏକ ପରିବର୍ତ୍ତନ ପାଇଁ ... 


  ତୁ ପରା ବୋଲାଉ ଉତ୍କଳ ସନ୍ତାନ 

    ତେବେ କିମ୍ପା ତୁହି ଭୀରୁ ।

  ତୋହର ଜନନୀ ରୋଦନ କରିଲେ 

   କହିବାକୁ କିମ୍ପା ଡରୁ ?


  ତୋର ପୂର୍ବ ପୁରୁଷ ବୀର ପଣିଆରେ 

   ଲଭିଥିଲେ କେତେ ଖ୍ଯାତି 

  ହାକିମ ନିକଟରେ ଦୁଃଖ କହିବାକୁ 

  କିମ୍ପା ଥରେ ତୋର ଛାତି ? 

  


ଠିକ୍ କଥା ତ କହିଛନ୍ତି ମଧୁ ବାବୁ ...ସତରେ ତ ଯଦି ଆମେ ଆମର ଅଞ୍ଚଳ ର ଆମ ମାଆ ର ଆମ ମାଟିର ଦୁଃଖକୁ ଅସୁବିଧାକୁ ଯଦି କହିବାକୁ ଆମର ନେତା ଆଗରେ ଭୟ ପ୍ରକାଶ କରୁ ...ତେବେ ଆମେ ଯେ ଓଡିଆ ବା ଆମର ନେତା ଯେ ଓଡିଆ ତାହା ସନ୍ଦେହଜନକ । ସେଇଟା ବି ହେଉଛି ଆଜି କାଲି ...ଭୟ ତ ଦୂର ର କଥା ଜଣେ ନେତାଙ୍କ ପାଖରେ ପହଞ୍ଚିବି କିପରି ..କାହିଁକି ଏପରି ନେତା ମିଳୁଛି ଯେ ନାଁ କେବେ ଆମ ଅଞ୍ଚଳ ର ସୁଖ ଦୁଃଖ ରେ ଆମ ଆଗରେ ଠିଆ ହୋଇଛି ନାଁ ଆମେ ଏହି ନିର୍ବାଚନ ପୂର୍ବ ରୁ ଆମେ ତାଙ୍କୁ କେବେ ଦେଖିଛେ । କେବଳ ଦଳ ନାଁ ରେ ଆମ ସାମ୍ନାରେ ନେତା ନାମରେ ଆସି ଜଣେ ଠିଆ ହେଉଛି । ବଡ ଅଜବ ସତରେ ଏହି ନିୟମ...ଏପରି ନିୟମ ହେବା ଦରକାର ଯେ ସେହି ଅଞ୍ଚଳର ପ୍ରାର୍ଥୀ ହେବା ପୂର୍ବ ରୁ ସେହି ନେତାଙ୍କୁ ସେହି ଅଞ୍ଚଳରେ ଅତି କମ୍ ରେ 2 ବର୍ଷ ସ୍ଥାନିୟ ବାସିନ୍ଦା ଭାବରେ ରହିବାକୁ ହେବ । ଯେତେବେଳେ ଜଣେ ସେ ଅଞ୍ଚଳ ରେ ରହିବନି ..ସେ ଲୋକଙ୍କ ରହିବନି କିପରି ଲୋକଙ୍କର ଅସୁବିଧା କଥା ବୁଝିବ ...ଆଉ ବିଶ୍ବାସ ତ ତାର ଦଳ ପ୍ରତି ରହିବ ଲୋକଙ୍କ ପ୍ରତି ନୁହେଁ । 

    


    ତୋ ପୂର୍ବ ପୁରୁଷ ଜୟ କରିଥିଲେ 

     ଗଙ୍ଗା ଠାରୁ ଗୋଦାବରୀ 

    ତାଙ୍କରି ଔରସେ ଜନ୍ମ ହେଇ 

    ତୁହି କେଉଁ ଗୁଣେ ତାଙ୍କୁ ସରି ? 


   ତୁ ମନେ ଭାବିଛୁ ତୋଷାମଦ କରି 

    ବଢାଇବୁ ଜାତିର ମାନ 

    ତୋଷାମଦିଆର କୁକୁର ପ୍ରକୃତି

     ଅଇଁଠା ପତରେ ଧ୍ୟାନ ।।

  

   ତୋଷାମଦ ଅଟେ ଅନ୍ଧାର ଗୋହିରୀ 

   ସ୍ବାର୍ଥ ତହିଁ ଲୁଚି ବସେ 

   ସରଳ ପଥିକ ବାଟରେ ଭେଟିଲେ 

    ଅକାତରେ ତାକୁ ନାଶେ ।। 


 ଉପରୋକ୍ତ ପଦରୁ ଏତିକି ତ ଜଣାପଡୁଛି ତୋଷାମଦିଆ ପ୍ରକୃତି ଲୋକ କେବେ ଓଡିଆ ହୋଇପାରେନା । ଆଉ ଆମେ ଯେହେତୁ ଭଲଭାବେ ଜାଣିଛେ ଉତ୍କଳ ଦିବସର ପ୍ରତିଟି ସ୍ମୃତି ଆମକୁ ମନେ ପକାଇଦେଉଛି ଯେ ଆମେ ଉତ୍କଳ ପ୍ରଦେଶ ସ୍ବାତନ୍ତ୍ର୍ଯ ଦାବି ଏଥିପାଇଁ କରିଥିଲେ ଏକ ସ୍ବାଭିମାନୀ ଓଡିଆ କୁ ଆମ ଅଞ୍ଚଳର ଲୋକ କୁ ନିଜର ନେତା ଭାବେ ମାନିବା ପାଇଁ । ତେବେ ଏଇଟା ନିଶ୍ଚିତ ଯେ ତୋଷାମଦକାରୀ କେବେ ବି ଓଡିଆ ହେଇପାରିବନି। ଆଜି ଆମକୁ ନିଜକୁ ପଚାରିବାକୁ ହେବ ଆମେ କଣ ସତରେ ଓଡିଆ ....ନା ଓଡିଆ ହେବାର ଏକ ମିଛ ଅଭିନୟ କରୁଛେ ...। କାହିଁକି ନା ଓଡିଆ ରକ୍ତରେ କେବେ ତୋଷାମଦ କରିବା ଲେଖା ହେଇନି । 

   ଜାତିର ଉନ୍ନତି ହେବକି ରେ ଭାଇ 

    ସ୍ବାର୍ଥ କୁ ଜଗତ ମଣି? 

  ଗୋଦର ଗୋଡରେ ମାଉଁସ ଲାଗିଲେ 

   ଦେହର କି ଶୁଭ ଗଣି ? 

   

   ଜାତିର ଉନ୍ନତି ସେ କାହିଁ କରିବ 

    ସ୍ବାର୍ଥେ ଯା'ର ବ୍ୟସ୍ତ ମନ 

  ଶାଗୁଣା ବିଲୁଆ ଚିକିତ୍ସକ କଲେ 

   ଶବ କି ପାଇବ ପ୍ରାଣ ? 

  

   ଜାତି ନନ୍ଦିଘୋଷ ଚଳିବ କି ଭାଇ 

   ସ୍ବାର୍ଥ କୁ ସାରଥୀ କଲେ 

  ଟାଣେ କିରେ ଗାଡି ଦାନାର ତୋବଡା 

   ଘୋଡା ମୁହେଁ ବନ୍ଧା ଥିଲେ ।। 


ଉପରୋକ୍ତ ପଂକ୍ତି ରେ କିଛି ବୁଝାଇବା ପାଇଁ ବି ମୁ ଅଯୋଗ୍ୟ। କିନ୍ତୁ ଏତିକି କହିବି ଆଜି ଯଦି ଆମେ ବାହାରେ ଗର୍ବ ର ସହ ନିଜକୁ ଓଡିଆ କହୁଛେ ତାହା କେବଳ ଉତ୍କଳ ଗୌରବଙ୍କ ପରି କେତେକ ନିଃସ୍ବାର୍ଥପର ନେତାଙ୍କ ପାଇଁ ....ଏବେ ଆମେ ଓଡିଶା କୁ ନେଇ ଗର୍ବ ଅନୁଭବ କରିବାକୁ ଚାହୁଁଛେ ନା ପୁଣି ବିଲିନ...ତାହା ଆମର ନେତା ଚୟନ ଉପରେ ନିର୍ଭର କରିବ । 

  ଉଠରେ ଉଠରେ ଉତ୍କଳ ସନ୍ତାନ 

  ଉଠିବୁ ତୁ କେତେ ଦିନେ 

  ପୂରୁବ ଗୌରବ ପୂରୁବ ସାହାସ 

  ପଡିବ କି କେବେ ମନେ ? 


   ତୋହର ଜନନୀ ବୀର 

  ପ୍ରସବିନୀ ଧୂଳିରେ ପଡିଛି ଦେଖ 

  ଜନ ସମାଜର ଏ ମହୀ ମଧ୍ଯ ରେ 

   କିପରି ଦେଖାଉ ମୁଖ ? 


  ତୋଷାମଦ ଛାଡି ସ୍ବାର୍ଥ ପରିହରି

    ସତ୍ଯ କୁ ଆଶ୍ରୟ କର 

  ଦୁଇ ଦିନ ପରେ ସ୍ବାଧୀନ ରାଷ୍ଟ୍ର ରେ 

  ମଙ୍ଗଳ ହୋଇବ ତୋର ।

ଉପରୋକ୍ତ ପଂକ୍ତି ସଂପୂର୍ଣ୍ଣ ଭାବେ ବର୍ତ୍ତମାନ ସମୟ ପାଇଁ । ଏବେ ଯଦି ଜାଗିବାନି ଦୁଇ ଦିନ ପରେ ଆମର ଦୁଃଖ ପାଇଁ ଆମେ ହିଁ ଦାୟୀ ରହିବା । 

  ପ୍ରଥମ ଦୁଇଟି କଥା ଆମକୁ ଭାବିବାକୁ ହେବ ନିଜର ନେତା ଚୟନ ପଛରେ ।ପ୍ରଥମ ଟି ସେ ଆମ ଅଞ୍ଚଳ ର ତ ? ଦେଖନ୍ତୁ ଏହି ଦଳୀୟ ରାଜନୀତି ରେ ବହୁତ ବଡ ଭାବନା ସହ ଖେଳାଯାଉଛି ...ଏପରି ଏକ ମଣିଷକୁ ପ୍ରାର୍ଥୀ ଭାବେ ଚୟନ କରାଯାଉଛି ଯାହାର ସ୍ଥାଇ ତ ଦୂରେ ଥାଉ ଅସ୍ଥାଇ ଭାବେ ସେ ସେ ଅଞ୍ଚଳ ର ନୁହଁ । ଏମିତି କି ଜନତା ତ ବହୁ ଦୂରରେ ସେ ନେତାଙ୍କୁ ବି ଦୁଇମାସ ଆଗରୁ ଜଣା ନାହିଁ ସେ ସେହି ଅଞ୍ଚଳର ଜନସାଧାରଣଙ୍କ ପ୍ରତିନିଧିତ୍ବ କରିବେ ବୋଲି ? ଏପରି ମଣିଷ କିପରି ଆମ ଅଞ୍ଚଳ ର ଅସୁବିଧା ପୂରା ଦେଶ ସାମ୍ନା ରେ ରଖିବ ଯେ କେବେ ବି ନିଜେ ସେ ଅସୁବିଧା ଭୋଗ କରିନାହିଁ । ସେପରି ନେତାଙ୍କୁ ବାଛିବା ଦରକାର ଯେ ଅତି କମ୍ ରେ 2 ବର୍ଷ ଆଗରୁ ସେଠାରେ ସ୍ଥାଇଭାବେ ରହୁଥିବେ...ସେ ଅଞ୍ଚଳର ସୁଖ ଦୁଃଖ ର ଭାଗିଦାର ଥିବେ । ସେ ଅଞ୍ଚଳ ର ସ୍ବାର୍ଥ ହିଁ ତାଙ୍କର ସ୍ବାର୍ଥ ହେଇଥିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational