Pradipta Sundar Rath

Action Crime Inspirational

4  

Pradipta Sundar Rath

Action Crime Inspirational

ବିକାଶର ରଥରେ ଚାପିହେଇଯାଇଥିବା ସ୍ବପ୍ନ

ବିକାଶର ରଥରେ ଚାପିହେଇଯାଇଥିବା ସ୍ବପ୍ନ

3 mins
323


ସସ୍ମିତାର ପରିବାର ଏକ ମଧ୍ଯବିତ୍ତ ଶ୍ରେଣୀର। 

ବଚପନ ସେ ପାଠ ପଢା ସହିତ ଖେଳ କୁଦରେ ବି ମନ ଥିଲା ସସ୍ମିତାର । ଟି.ଭି. ରେ ଯେତେବେଳେ ବି ଦେଖୁଥିଲା ଅଲିମ୍ପିକ୍ସ ରେ ଏହି ବର୍ଷ ଏତିକି ଖେଳାଳୀ ମେଡାଲ ଆଣିଛନ୍ତି , ସେତେବେଳେ ସଭିଙ୍କ ଭିତରେ ନିଜର ପ୍ରତିଛବି ଟିଏ ଦେଖୁଥିଲା । ହଁ ବାପା ଟିକେ ଟିକେ ବିରୋଧ କରୁଥିଲେ ତାର ...କିନ୍ତୁ ଯେତେବେଳେ ଟିଭି ରେ ଦେଖିଲେ ତାଙ୍କର ସବୁଠୁ ପ୍ରିୟ ନେତା ମାନନୀୟ ପ୍ରଧାନମନ୍ତ୍ରୀ ଅଲିମ୍ପିକ୍ସ ରୁ ମେଡାଲ ଆଣି ଫେରିଥିବା ଖେଳାଳୀଙ୍କ ସହ ସେଲଫି ନେଉଛନ୍ତି ,ସେମାନଙ୍କର ପରିବାର ଲୋକଙ୍କ ସହ କଥା ହେଉଛନ୍ତି । ସେବେଠାରୁ ତାର ବାପା ବି ତାକୁ ଉତ୍ସାହିତ କରୁଛନ୍ତି ଖେଳିବା ପାଇଁ । କାହିଁକି ନା ଗୋଟେ ବିଶ୍ବାସ ଆସିଯାଇଛି ,ସତରେ ବହୁତ ବଡ ଅଟେ ଅଲିମ୍ପିକ୍ସ ମେଡାଲ ,ନିଜେ ପ୍ରଧାନମନ୍ତ୍ରୀ ସ୍ବାଗତ କରିବେ ! । 

    କିନ୍ତୁ ଏବେ କିଛି ମାସ ହେଲା କାହିଁକି କେଜାଣି ସବୁକିଛି ବଦଳିଯାଇଛି । ଝିଅ ଏବେ ନିଜର ଦୌଡର ଅଭ୍ୟାସ ଛାଡି କଣ ଦିଲ୍ଲୀ ଯିବ ବୋଲି ବାହାରିଛି ନିଜର ବାପା ମାଆଙ୍କୁ ମିଛ କହି କି ଯେ ସେ ଖେଳ ଛାଡିଦେଇଛି , ଆଉ ସେ ଦିଲ୍ଲୀ ରେ ସରକାରୀ ଚାକିରୀ କିଛି ଗୋଟେ ପାଇବା ପାଇଁ କୋଚିଙ୍ଗ ନେବ । 

  ବାପାଙ୍କୁ ଏଥିପାଇଁ ମିଛ କହିଛି ,ଯେଉଁ ବାପା ତାକୁ ସାହାସ ଦେଉଥିଲେ ,ସେ ବୁଝି ସାରିଥିଲେ ମନେ ମନେ ଏଠାରେ ଝିଅ ଖେଳାଳୀଙ୍କୁ ସମ୍ମାନ ନାହିଁ ,ଆଉ ଯେଉଁ ମେଡାଲ ପାଇଁ ତାଙ୍କ ଝିଅ ଦିନ ରାତି ପରିଶ୍ରମ କରୁଛି ,ସେ ମେଡାଲ ର ଦାମ୍ ତ ମାତ୍ର 15 ଟଙ୍କା । 

   ଝିଅ ଯେତେ ବୁଝେଇଲେ ବି ବାପା ମାନିବାକୁ ନାରାଜ । ବାପା କହିବା କଥା ଯେ ଏହି କଥା କହିଲେ ସେ ତ ଜଣେ ତୁମର ସିଷ୍ଟମ ର ଆଉ ଦେଶର ସାସଂଦ ବି । ଯଦି ସେ ମିଛ କହିଥାନ୍ତେ ,ତାହାହେଲେ ସେ ଏପରି ଦେଶର ଖେଳାଳୀଙ୍କ ମେଡାଲ କୁ ଅସମ୍ମାନ କରି ,କିପରି ବାହାରେ ବୁଲୁଛନ୍ତି , ନା ତାଙ୍କର ବିରୋଧରେ କିଛି ଆକ୍ସନ ନିଆଯାଉଛି ନା ଆରେଷ୍ଟ । ତା ମାନେ ସମସ୍ତେ ତାଙ୍କର କଥା କୁ ସହମତି ପ୍ରଦାନ କରୁଛନ୍ତି । ଏହି ମଡେଲ ର କିଛି ବି ମୂଲ୍ୟ ନାହିଁ , ପ୍ରଧାନମନ୍ତ୍ରୀ ବୋଧ ହୁଏ ସେତେବେଳେ ଏହି ବିଷୟରେ କିଛି ଜାଣିନଥିଲେ ଅବା ସେ ଅଲିମ୍ପିକ୍ସ ରୁ ମେଡାଲ୍ ଜିତିଆସିଥିବା ଖେଳାଳୀଙ୍କୁ ଯେଉଁ ସମ୍ମାନ ଦେଉଥିଲେ ,ତାହା ତାଙ୍କର ମିଛ ଅଭିନୟ ଥିଲା । 

   ମାଆ ଯେ ଏବେ ଏବେ ନ୍ୟୁଜ୍ ରେ ଦେଖିଛନ୍ତି କିପରି ନିଜର ଟିକେ ଈଜ୍ଜତ ବଞ୍ଚାଇବା ପାଇଁ ଆନ୍ଦୋଳନ କରୁଥିବା ପହଲବାନ ଝିଅ ମାନଙ୍କୁ ପୋଲିସ୍ ମାନେ ଏକ ଅପରାଧୀ ଭଳି ବ୍ଯବହାର କରୁଛନ୍ତି। ତେଣୁ ମାଆଙ୍କ ର ମନ ଆଜି ଭାରି ଖୁସି ଯେ ଝିଅର ଖେଳିବାର ଜିଦ୍ ଏବେ ସେ ଛାଡିଦେଇଛି । ସ୍ବପ୍ନ ପଛ ରେ ଆଗ ଜୀବନ ଆଉ ସମ୍ମାନ ନା ..

  କିନ୍ତୁ ଜେଜେବାପା ଆଉ ଜେଜେମାଆଙ୍କ ର ଗୋଟେ ଜିଦ୍ ଝିଅ କୁ ବାହାରକୁ ଛାଡନି, କିଏ ଜାଣିଲା କେରଳ ଷ୍ଟୋରି ପରି ତାକୁ କିଏ ଧର୍ମ ପରିବର୍ତ୍ତନ କରି ଆଫଗାନିସ୍ତାନ ନେଇଯିବ , ଝିଅ ଯେତେ ବୁଝେଇଲେ ବି ସେମାନେ ବୁଝିବାକୁ ନାରାଜ । କଣ ନା ଏଠି କେହି କାହାରିକୁ ରକ୍ଷା କରିପାରିବେନି, ଦେଖିଲୁନି କେରଳ ଷ୍ଟୋରି 32000 ଝିଅଙ୍କୁ କିପରି ନେଇଗଲେ ,ନା ସରକାର ନା ଆମର କଣ ସେ ତୁମେ କହୁଛ ଗୁଇନ୍ଦା ବିଭାଗ କାହାକୁ କିଛି ଜଣାପଡିଲାନି, ଧନ୍ୟବାଦ ସେ ଫିଲ୍ମ ନିର୍ମାତାଙ୍କୁ ଯେ ଏତେ ସବୁ ଗବେଷଣା କରି ଆମକୁ ସତ କଥା ଦେଖେଇଲେ, ଦେଖିଲୁନି ସେଥିରେ କିପରି କେବଳ ହିନ୍ଦୁ ଝିଅ ମାନଙ୍କୁ ମତାଇ ଆଫଗାନିସ୍ତାନ ନେଇଯାଉଥିଲେ ,କଣ ମୁସଲିମ ମାନଙ୍କୁ କିଏ ଅତ୍ୟାଚାର କରୁଥିଲେ ନା ତାଙ୍କୁ କିଏ ଆଫଗାନିସ୍ତାନ ନେଉଥିଲେ , ଯାହା କଷ୍ଟ ଦେଉଥିଲେ କେବଳ ହିନ୍ଦୁ ଝିଅ ମାନଙ୍କୁ । ମୁସଲିମ ଝିଅ ମାନଙ୍କୁ ବତାଇ ଯଦି ଆଫଗାନିସ୍ତାନ ରେ ନେଇ କି ଦାସ କରୁଥାନ୍ତେ ,ତାହାହେଲେ କଣ ସେ ତାଙ୍କ କଥା ଫିଲ୍ମ ରେ ଦେଖେଇନଥାନ୍ତେ ? 

  କିନ୍ତୁ ଶେଷରେ ସସ୍ମିତା କାହା କଥା ନଶୁଣି ବାଧ୍ଯ ହୋଇ ଘରେ ମିଛ କହି ଦିଲ୍ଲୀ ଚାଲିଆସିଥିଲା ନିଜର ମହିଳା ପେହେଲବାନଙ୍କୁ ସମର୍ଥନ କରିବା ପାଇଁ ।

 ଆଉ ସସ୍ମିତାକୁ ଷ୍ଟେସନ ରେ ବିଦାୟ ଦେଉଥିବା ସମୟରେ ମନେ ମନେ ଭାବୁଥିଲେ ,ସତରେ ଦେଶ ଆଜି କେତେ ବିକାଶ ହେଇଯାଇଛି , ଆଉ ଦେଶର ଏହି ଏତେ ବଡ ବିକାଶର ରଥରେ ମୋ ଝିଅର ସ୍ବପ୍ନ ଆଉ ସମ୍ମାନ ଚାପି ହେଇ ମରିଯାଇଛି । 

 ଏପଟେ ପୁଅକୁ ମନ ଦୁଃଖ ରେ ଦେଖି କି ଜେଜେବାପା କହୁଛନ୍ତି , ବ୍ୟସ୍ତ ହଅନି ରେ ପୁଅ ଆମର ପ୍ରୀୟ ନେତା ପ୍ରଧାନମନ୍ତ୍ରୀ ସବୁ ଠିକ୍ କରିଦେବେ ....

  


Rate this content
Log in

Similar oriya story from Action