Pradipta Sundar Rath

Abstract Inspirational Others

3  

Pradipta Sundar Rath

Abstract Inspirational Others

କେଉଁ ଟା ଠିକ୍ ?

କେଉଁ ଟା ଠିକ୍ ?

4 mins
203


ଜୟ ଶ୍ରୀ ରାମ , ଆଲ୍ଲା ହୋ ଆକବର ..., Jesus is everything of world , ...ହେଇପରି ଅନେକ ନାରା ଲାଗିଥାଏ.....,ଏପରି ଲାଗୁଥାଏ ଯେପରି ଯେପରି ଭଗବାନଙ୍କ ପ୍ରତିଷ୍ଠା ପାଇଁ ପ୍ରଚାର ନୁହେଁ ବାସ୍ ନିଜେ ନିଜର ଅସ୍ତିତ୍ଵ ରକ୍ଷା ପାଇଁ କିଏ କେତେ ଜୋର୍ ରେ ଚିଲାଇପାରିବ..., ପ୍ରତିଯୋଗୀତା ଚାଲିଛି କାହାର ସ୍ବର କେତେ ଅଧିକ ...

  ପୁଲିସ୍ ଚାରିଆଡେ ବି ଅଛନ୍ତି ...ଯେପରି କିଛି ଗଣ୍ଡଗୋଳ ବା ମାରପିଟ୍ ହେଇ ନଯାଏ ....

  ନିଜର ବରକୋଳି ରେ ଥାଇ ସୁବ୍ରତ ସବୁ କିଛି ଦେଖୁଥାଏ ନିଜ ବାପା ସହ । 

  ହଠାତ୍ ସୁବ୍ରତ ନିଜର ବାପାଙ୍କୁ ପଚାରିଲା 


ସୁବ୍ରତ - ଆଛା ବାପା କହିଲ - ଏଠି ଏତେ ଆଜି ପୋଲିସ୍ କାହିଁକି ଏକାଠି ହୋଇଛନ୍ତି....?

 ସୁବ୍ରତ ର ବାପା - ପୁଅ ଆଜି ସବୁ ଧର୍ମ ସଂପ୍ରଦାୟର ଲୋକ ଏକାଠି ହୋଇଛନ୍ତି ତ ...ତେଣୁ ଯେପରି କିଛି ବିଶୃଙ୍ଖଳା ହେଇ ନଯାଏ ,ସେଥିପାଇଁ ପୋଲିସ୍ ଅଛନ୍ତି ଏଠାରେ ।

ସୁବ୍ରତ- କିନ୍ତୁ ବାପା ତୁମେ ତ କହୁଥିଲ ...ଧର୍ମ ଶାନ୍ତିର ପ୍ରତୀକ...ଶାନ୍ତି ପାଇଁ ମଣିଷ ଧର୍ମ ର ଶରଣ ନେଇଥାଏ । ତେବେ କିପରି ଅଶାନ୍ତି ହୋଇପାରିବ ?


ସୁବ୍ରତ ର ବାପା - ନାଇଁ ପୁଅ କେବଳ ଗୋଟେ ଧର୍ମ ର ଲୋକ ଏକାଠି ହୋଇଥିଲେ ,କିଛି ହେଇନଥାନ୍ତା....କିନ୍ତୁ ଏଠାରେ ଅନେକ ଧର୍ମ ର ଲୋକମାନେ ଅଛନ୍ତି ତ ...ସେଥିପାଇଁ 


ସୁବ୍ରତ - ଯେପରି ଭିନ୍ନ ମତର ଲୋକ ଏକାଠି ହେଲେ କଥା କଟା କଟି ହୋଇ ଗଣ୍ଡଗୋଳ ହୁଏ,ସେମିତି ବି କଣ ଧର୍ମ ମାନଙ୍କ ଭିତରେ ହୁଏ ? କିନ୍ତୁ କାହିଁକି ? ଭଗବାନ ଏପରି କରିଛନ୍ତି କାହିଁକି ? କାହିଁକି ଏତେ ଧର୍ମ ଏତେ ଭେଦ ଭାବ ? 


ସୁବ୍ରତର ବାପା - ଆଛା ତୁ ପୁଅ କହିଲୁ...ଭଗବାନ କାହାକୁ କୁହନ୍ତି ?


ସୁବ୍ରତ- ଅତି ସରଳ ଯେ ଆମକୁ ସମସ୍ତ ବିପଦରୁ ଉଦ୍ଧାର କରି ଏକ ସୁନ୍ଦର ଜୀବନ ଯାପନ କରିବାର ମାର୍ଗ ଦେଖାନ୍ତି ,ତାଙ୍କୁ ହିଁ ଭଗବାନ କୁହାଯାଏ ।


ସୁବ୍ରତ ର ବାପା - ଠିକ୍ ସେହିପରି ଭିନ୍ନ ଭିନ୍ନ ପରିସ୍ଥିତିରେ ଭିନ୍ନ ଭିନ୍ନ ସମୟରେ ଭଗବାନ ବିଭିନ୍ନ ରୂପରେ ବିଭିନ୍ନ ସ୍ଥାନରେ ଆସିଛନ୍ତି ଲୋକଙ୍କୁ ରକ୍ଷା କରିବା ପାଇଁ ...କେତେବେଳେ ଶ୍ରୀରାମଙ୍କ ରୂପରେ ତ କେତେବେଳେ ଭଗବାନ ରସୁଲ ଆଉ କେବେ ଭଗବାନ ଯୀଶୁ । 

  କେବେ ଆମେ ଶୁଣିଛେ ଭଗବାନ ଯୀଶୁ ଭଗବାନ ରସୁଲ ଭଗବାନ ରାମଙ୍କୁ ପରଷ୍ପର ଭିତରେ ଲଢିବାର ।

  ଭଗବାନ ଯୀଶୁ ଯାହା ବି ନିୟମ କହି ଯାଇଥିଲେ ତାହା ସେ ସମୟରେ ସେହି ପରିସ୍ଥିତି ପାଇଁ ସେହି ଜାଗାର ମଣିଷର ବଞ୍ଚିବା ବଢିବା ପାଇଁ ଜରୁରୀ ଥିଲା ...ଠିକ୍ ସେହିପରି ଭଗବାନ ରସୁଲ ବି ...

 ବାଇବେଲ ଆଉ କରୋନ୍ ଆଉ ଗୀତା ର ଯଦି ସାରାଂଶ ଦେଖାଯାଏ ...ତେବେ ଅନେକ ସମାନ ଥାଏ ....ଆଉ ଅଳ୍ପ କିଛି ଟା ଭିନ୍ନ ବି ଥାଏ ....ଆଉ ରହିବ ବି ...କାହିଁକି ନା ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଜାଗାରେ ତାହା ଲେଖା ହୋଇଛି। 


ସୁବ୍ରତର ମାଆ- ତେବେ କାହିଁକି ଏତେ ସଂଗଠନ ...ଏତେ ଭିନ୍ନତା...କେବଳ ସଂପ୍ରଦାୟ ନୁହେଁ ...ଆମର ହିନ୍ଦୁ ଧର୍ମ ଭିତରେ ବି ଏତେ ଧାମିର୍କ ଅନୁଷ୍ଠାନ ଅଛି ଯେ ...ଜଣେ ଯଦି କେବଳ ଆଧ୍ୟାତ୍ମିକ ଦିଗରେ ଯିବା ପାଇଁ ଚାହିଁବ ,ତଥାପି ସେ ସନ୍ଦେହରେ ପଡିଯିବ କେଉଁଟା ଠିକ୍ କେଉଁଟା ଭୁଲ୍...?


ସୁବ୍ରତର ବାପା - ସେ କ୍ଷେତ୍ର ରେ ବି ସମାନ କଥା ...ଭିନ୍ନ ଭିନ୍ନ ସନ୍ଥ ଭିନ୍ନ ଭିନ୍ନ ସମୟରେ ମଣିଷ ର ବଞ୍ଚିବା ପାଇଁ ଯାହା ଜରୁରୀ ତାହା କହିଦେଇଯାଇଛନ୍ତି । କିନ୍ତୁ ତାଙ୍କ ପରେ ତାଙ୍କର ଭକ୍ତ ମାନେ ଏକ ସଂଗଠନ କରି ସେହି ମହାପୁରୁଷଙ୍କୁ ସେହି ସଂଗଠନ ଭିତରେ ହିଁ ଆବଦ୍ଧ କରିଦେଇଛନ୍ତି ....,ଯେପରି ଆଜି ପବିତ୍ର ଗୀତା ,ବାଇବେଲ ଆଉ କୋରାନ୍ ଭଳି ଐତିହ୍ୟ ଗ୍ରନ୍ଥ କେବଳ ସାଂପ୍ରଦାୟିକତାର ଦଲ ଦଲ ରେ ବନ୍ଧା ପଡିଛି ।


ସୁବ୍ରତ- ତେବେ ବାପା ଧର୍ମ ର ପ୍ରକୃତ ମାନେ କଣ ? 


ସୁବ୍ରତର ବାପା - ଧର୍ମ ର ପ୍ରକୃତ ଅର୍ଥ ହେଉଛି ବଞ୍ଚିବା ଆଉ ବଢିବା । 

ସୁବ୍ରତର ମାଆ - ଏତେ ଭିନ୍ନତା ଆଜି ବଢିଯାଇଛି ଯେ ମଣିଷ ସଠିକ୍ ଭାବେ ନିଷ୍ପତ୍ତି ନେଇପାରେ ନି କେଉଁଟା ଠିକ୍ କେଉଁଟା ଭୁଲ୍ । ଆଉ ଶେଷରେ ନିଜ ଇଛା ମୁତାବକ ଚଳିବାକୁ ଚେଷ୍ଟା କରେ ...,ଆଜି ଆମ ପାଖରେ ଏକ ନିର୍ଦ୍ଦିଷ୍ଟ ଜୀବନଶୈଳୀ ବି ନାହିଁ ..ଯାହାକୁ ସମସ୍ତେ ଅନୁସରଣ କରିପାରିବେ ଏକ ସୁସ୍ଥ ଆଉ ସୁନ୍ଦର ସମାଜ ଗଢିବା ପାଇଁ । ଏଠି କିଏ ପ୍ରତିଦିନ ଆମିଷ ଖାଉଛି ତ ଆଉ କିଏ ନିରାମିଷ ....କିଏ ଦିନ 12 ଟା ରେ ଶଯ୍ୟା ତ୍ଯାଗ କରୁଛି ତ କିଏ ବଡି ଭୋର ରୁ ।କେଉଁ ପୋଷାକ ପିନ୍ଧିବା ପରିବେଶ ଆଉ ସମାଜ ପାଇଁ ଅନୁକୂଳ ରହିବ ,ତାହା ବି ଆମେ ଜାଣୁନା ....କିଏ ପାରମ୍ପରିକ ପୋଷାକ ଭଲ ପାଉଥିବା ବେଳେ କିଏ ଆଧୁନିକ ନାମରେ ନିଜର ସଂସ୍କୃତି କୁ ବରବାଦ କରିଚାଲିଛି । 

  ମୋଟାମୋଟି କହିବାକୁ ଆମେ ଆମର ମନ ମୁତାବକ ଚାଲୁଛେ ...ଫରକ ପଡେନି କଣ ହେବ ଭବିଷ୍ୟତ....କଣ ହେବ ସମାଜ । 


ସୁବ୍ରତର ବାପା - ଯଦି ଏତେ ପରସ୍ପର ଭିତରେ ଗଣ୍ଡଗୋଳ ନକରି ସମସ୍ତେ ଏକତ୍ରିତ ହୋଇ ସବୁ ଧର୍ମ ର ଆଉ ଧର୍ମ ଗ୍ରନ୍ଥ ର ଭଲ ସାରାଂଶ କୁ ନେଇ ଏକ ସ୍ବତନ୍ତ୍ର ପରିବେଶରେ ସ୍ବତନ୍ତ୍ର ଜଳବାୟୁ ରେ କଣ ପିନ୍ଧିବା ଉଚିତ୍ ,କଣ ଖାଇବା ଉଚିତ୍ ତାହା ମଣିଷ କୁ ଯଦି ବୁଝାଇ ଦେଇଯାଏ । ଆଜି ଯାହା ବି ଯେଉଁ ଧର୍ମ ରେ ନିୟମ ରହିଛି ...ତାହା ପୂର୍ବତନ ଋଷିମାନଙ୍କ ଦୂର ଦୃଷ୍ଟି ପାଇଁ । 


ସୁବ୍ରତ - ତା ମାନେ ବାପା ତୁମେ କଣ ଚାହୁଁଛ...ଆମର ନିଜର ଇଛା ଆଉ ସ୍ବାଧୀନତା ବୋଲି କଣ କିଛି ନାହିଁ ।


ସୁବ୍ରତର ବାପା - ଏଇଟା ହିଁ ଅସୁବିଧା ...ଆମେ ସ୍ବାଧୀନତା ର ଅର୍ଥ ସଠିକ୍ ଭାବେ ବୁଝିନେ...ସ୍ବାଧୀନତାର ଅର୍ଥ ସୁ ର ଅଧୀନ ...କିନ୍ତୁ ଆମେ ସ୍ବାଧୀନତା ନାମରେ ଆମେ ମନ ଈଛା ଚଳୁଛେ ...ଯେପରି ଶୀତକାଳୀନ ଦେଶରେ ଆଲକୋହଲ ର ଜରୁରୀ ହୋଇପାରେ ...କିନ୍ତୁ ଭାରତ ପରି ଗ୍ରୀଷ୍ମ ଦେଶରେ ଏହାର କଣ ଜରୁରୀ ? ଏହା ଦ୍ବାରା ପରିବେଶର ହିଁ କ୍ଷତି ହେଉଛି ନା । 

  ମଡେଲିଂ ନାମରେ...webseries ନାମରେ ଫେମସ ହେବା ପାଇଁ କେତେ ତଳକୁ ଖସି ଯାଆନ୍ତି ,ଆଉ ତାହା ସମାଜରେ ଯୁବ ପିଢି ଉପରେ କେତେ ଯେ କୁପ୍ରଭାବ ପକାଏ ...ତାହା ମଧ୍ଯ କିଏ ଭାବନ୍ତି ନାହିଁ । କହିଲେ ହୁଏତ କହନ୍ତି...ଆମ ଈଛା ଆମେ ଯାହା କରିବୁ ...ତୁମେ କିଏ କହିବାକୁ ? 

  ଧର୍ମ ଭିନ୍ନ ଭିନ୍ନ ପରିବେଶ ସମାଜ ଦେଶ କାଳ ପାତ୍ର ଅନୁଯାୟୀ....କିନ୍ତୁ ତାହା ବୋଲି ଏକ ଦେଶ ରେ ଭିନ୍ନ ଭିନ୍ନ ନୁହେଁ ...ନିଜ ଈଛା ଅନୁସାରେ ନୁହେଁ ଅନ୍ଧ ଭାବେ ନୁହେଁ ...ବରଂ ଦୂର ଦୃଷ୍ଟି ସହିତ ଗବେଷଣା ଦ୍ବାରା ଯାହା ସମୂହ ପାଇଁ ମଙ୍ଗଳପ୍ରଦ ।

  ନହେଲେ କେବଳ ଯଦି ସ୍ବାଧୀନତା ନାମରେ ଆମେ ଆମର ପ୍ରବୃତ୍ତି କୁ ଗୁରୂତ୍ଵପୂର୍ଣ୍ଣ ଦେବା ...ତାହାହେଲେ ନିଜ ହାତରେ ନିଜର ଜୀବନକୁ ମରଣ ମୁଖକୁ ନେଇଯିବା ...ଯେପରି ଜଣେ ମଦୁଆ ଜାଣି ଜାଣି ନିଜ ହାତରେ ନିଜର ପରିବାରକୁ ଆଉ ନିଜକୁ ଦୁଃଖ ଭିତରକୁ ଠେଲି ଦିଏ ।


Rate this content
Log in

Similar oriya story from Abstract