Pradipta Sundar Rath

Abstract Inspirational

3  

Pradipta Sundar Rath

Abstract Inspirational

ଦାଦନ

ଦାଦନ

5 mins
142


ଦୁଇଜଣ ସାଙ୍ଗ ବିନୟ ଆଉ ବିନୋଦ ।ବହୁତ ଦିନ ପରେ ଆଜି ହଠାତ୍ ଦେଖା ହୋଇଗଲେ , ବୋଧେ ହୁଏ ସ୍କୁଲ୍ ପରେ ପ୍ରଥମ ଥର ପାଇଁ ଦେଖା ହେଲେ। ସମୟ ସହିତ ସବୁକିଛି ବଦଳିଯାଇଛି ।ବିନୟ ଆଜି ଏକ କମ୍ପାନୀ ର ଜେନେରାଲ୍ ମ୍ୟାନେଜର୍ ଥିଲାବେଳେ ,ବିନୋଦ ଅଛି ସେହି କମ୍ପାନୀ ର ଶ୍ରମିକ ।କିନ୍ତୁ ଦୁଇଜଣଙ୍କ ଭିତରେ ଗୋଟିଏ ଜିନିଷ ସମାନ ଅଛି , ଦୁଇଜଣ ଯାକ ଆଜି ନିଜ ଗାଁ ,ନିଜ ସହର ,ନିଜ ଦେଶ ଠୁ ବହୁତ ଦୂର ରେ । 

    ଛୋଟ ବେଳେ ଦୁଇଜଣ ବହୁତ ଭଲ ଦୋସ୍ତ୍ ଥିଲେ , ଅବଶ୍ଯ ତାଙ୍କର ଏହି ବନ୍ଧୁତା କୁ କେହି ବି ପସନ୍ଦ କରୁନଥିଲେ , କାହିଁକି ନା ବିନୟ ଥିଲା ସ୍କୁଲ୍ ଟପର୍ ତ ବିନୋଦ ଯେ ଅନେକାଂଶ ବିଷୟରେ କେବଳ ନାମକୁ ମାତ୍ର ପାସ୍ କରୁଥିଲା ।କିନ୍ତୁ ଏଇଟା ଉଭୟଙ୍କ ବନ୍ଧୁତା ମଝିରେ କେବେ ବି ଆସେନି ।ବିନୟ କୁ ତା ବାପା ଯେତେବେଳେ କୁହନ୍ତି , ତୁ ସେ ମୁର୍ଖ ବିନୋଦ ସହ କାହିଁକି ମିଶୁଛୁ, ବିନୟ କହେ ବାପା ତାର ପାଠ ପଢିବାରେ ଇଚ୍ଛା ନାହିଁ ,ତା ମାନେ ଏହା ନୁହେଁ ଯେ ସେ ମୂର୍ଖ ।

   ଆଜି ବହୁତ ଦିନ ପରେ ଏକାଠି ଦେଖା ହୋଇଛନ୍ତି ଦୁଇ ସାଙ୍ଗ । ଏକାଠି ବସି ମନେ ପକାଉଥାନ୍ତି ନିଜର ଛୋଟବେଳ ର ଛୋଟ ଛୋଟ ସ୍ମୃତି । କେମିତି ଛୋଟବେଳେ ଦୁଇଜଣ ଯାକ ମିଶି କି ମସ୍ତି କରୁଥିଲେ ,ଆଉ ଶେଷରେ ସବୁ ଦୋଷ ଆଉ ଗାଳି ବିନୋଦ ନିଜ ମୁଣ୍ଡକୁ ନେଇଯାଉଥିଲା ବିନୟ କୁ ବଞ୍ଚାଇବା ପାଇଁ। 

  ଏମିତି କଥା ହେଉ ହେଉ ମନେପଡ଼ିଗଲା ବିନୟ ର ଛୋଟ ବେଳ ର ଛୋଟ ସ୍ବପ୍ନ ଟିଏ । ବହୁତ ଛୋଟ ଥିଲେ ଦୁଇଜଣ ସେତେବେଳେ ,ବୟସ ଏହି ନଅ ବା ଦଶ ବର୍ଷ ହେବ ; ଏମିତି ବସି କଥା ହେଉ ହେଉ ବିନୟ କହିଥିଲା ସେତେବେଳେ ବିନୋଦକୁ- ତୋତେ ତ ସବୁ କାମ ଜଣା ପାଠ ପଢା କୁ ଛାଡି କି ,ଆଉ ମୋତେ ପାଠ ପଢା ବ୍ୟତୀତ କିଛି ଜଣା ନାହିଁ ।ଶୁଣେ ତୁ ସବୁ ପ୍ରକାର ଚାଷ ଶିଖି ଏକ ବହୁତ ବଡ ଚାଷୀ ହୋଇଯିବୁ, ଆଉ ମୁ ପାଠ ପଢି ଏକ ଭଲ କୃଷି ବୈଜ୍ଞାନିକ ବନିଯିବି ଆଉ ତୋର ମୋର ମିଶି ତୋର ପ୍ରାକ୍ଟିକାଲ୍ ନଲେଜ୍ ଆଉ ମୋର ବିଜ୍ଞାନକୁ ନେଇ ଏପରି ଚାଷ କରିବା ଯେ ଆଉ ଆମ ଗାଁରେ କେବେ ମରୁଡି ଆସିବନି ,କେଉଁଠି କିଏ ଭୋକିଲା ରହିବେନି ।

   କିନ୍ତୁ ବିନୋଦ କହିଲା ସମୟ ସହ ସବୁକିଛି ବଦଳିଗଲା ।ବାରମ୍ବାର ଦଶମ ରେ ଫେଲ୍ ହେବାରୁ ସମସ୍ତେ କହିଲେ - ଏଇଟା ବାଳୁଙ୍ଗା ଟା, ତୁ ତୋ ଜୀବନରେ କିଛି କରିପାରିବୁନି ।ନା ବାପା ନା ଭାଇ ନା ମା କିଏ ବି ଭଲ ପାଇଲେନି। ସମସ୍ତେ କହିଲେ ପାଠ ତ ପଢିଲୁନି ଯା ଏବେ ସେହି ଦୁବାଇ ଦାଦନ ଖଟିବାକୁ।ସେଠୁ ହେଲେ କିଛି ପଇସା ଆଣି କି ଚଳିବୁ । ଆଉ ବାରମ୍ବାର ଫେଲ୍ ହେବା କାରଣରୁ ମୋର ବି ମନବଳ ଭାଙ୍ଗି ଯାଇଥିଲା , ଆଉ ମୁ ବି ଭାଙ୍ଗିପଡିଥିଲି। ଆଉ ଶେଷରେ ସେଇଆ କଲି ଯାହା ସମସ୍ତେ କହିଲେ । ହେଲେ ବିନୟ ତୁ ତ ଭଲ ପଢୁଥିଲୁ ତୋର କଣ ଅସୁବିଧା ହେଲା ? 

  ଭାଇ ତୁ ସିନା ଭଲ ପଢୁନଥିଲୁ କିନ୍ତୁ ମୁ ଭଲ ପଢୁଥିଲି ସେଇଟା ହିଁ ମୋର ଅସୁବିଧା ଥିଲା । ବିଟେକ୍ ଏଗ୍ରିକଲଚର୍ ଇଂଜିନିୟରିଂ ରେ କରିବା ପରେ , ଗାଁକୁ ଯାଇଥିଲି ଗାଁରେ ଚାଷ କରି କିଛି ଗୋଟେ କରିବାକୁ । ତୁ ତ ନଥିଲୁ ଗାଁରେ ଯେ ମୋତେ ସପୋର୍ଟ କରିବ , ସମସ୍ତେ କହିଲେ ପାଗଳ ଟା ବିଦେଶ ଚାକିରୀ ଛାଡି ଗାଁକୁ ଆସିଛି ଚାଷ କରିବାକୁ । ଏତେ ପାଠ ପଢି ସେହି ଗାଁରେ ।କ’ଣ ଲାଭ ଅଛି ଏଥିରେ ?ବାପା ବୋଉ ବି କେହି ମୋ ସହ କଥା ହେଲେନି ।କୌଣସି କାମ କରିବାକୁ କାହା ଠାରୁ ବି ସହଯୋଗ ମିଳିଲାନି । ଏକା ଏକା ଅନୁଭବ କଲି ଯେମିତି ଆଉ ଶେଷରେ ହାରିଯାଇ ସବୁକିଛି ଛାଡି ଆସିଗଲି ଚାକିରୀ କରିବାକୁ ।

  ଜାଣିଛୁ ଯାହା କୁ ଆମେ ଶିକ୍ଷା କହୁଛେ , ତାହା ଆମକୁ ସବୁକିଛି ତ ଶିଖେଇ ଦେଉଛି କିନ୍ତୁ ନିଜର ଦେଶ ପ୍ରତି ନିଜର ଜାତି ପ୍ରତି ଭଲପାଇବା ଶିଖାଇପାରୁନି। ଏଠି ବିଦେଶରେ ଚାକିରୀ କରୁଥିବା ଲୋକକୁ ସଫଳତା କୁହାଯାଉଥିବା ବେଳେ ଗାଁର କୃଷକ ଯାହା ପାଇଁ ସମସ୍ତେ ଖାଇବାକୁ ପାଆନ୍ତି ସେ ଅପମାନ ଆଉ କଷ୍ଟରେ ଜୀବନ ଜିଉଁଥାଏ । ହଁ ଇତିହାସ ଆଉ ଭୂଗୋଳ ,ସାହିତ୍ୟ ରେ ଦେଶ ଆଉ ଜାତି କଥା ଥାଏ , କିନ୍ତୁ ତାକୁ ଆଜି ଯାଏଁ କଣ କିଏ ମନ ଦେଇ ପଢାଇଛି ନା କିଏ ପଢିଛି , ସମସ୍ତଙ୍କୁ ଦରକାର ଗଣିତ , ଇଂରାଜୀ ,ବିଜ୍ଞାନ, ର ଟିଉସନ୍ ।

   ବିନୋଦ କହିଲା ହଁ ହଉ ଆଉ ତୋର କ’ଣ ଅବା ଅସୁବିଧା ?ଆମେ ସିନା ଆଜି ପାଠ ପଢିନାହୁଁ ବୋଲି ଦାଦନ ଖଟିବାକୁ ଆସିଛୁ।ହେଲେ ତୁ ତ ଏଠି ମ୍ୟାନେଜର୍। 

   ବିନୟ ଏମିତି ବସି ଥିଲା , ହଠାତ୍ କହିଲା ବହୁତ ହେଇଗଲା ।ଆଉ ନୁହେଁ ତୁ ପାଠ ନ ପଢି ଦାଦନ ରେ ଆସିଛୁ ,ଆଉ ମୁ ପାଠ ପଢି ବି ଦାଦନ ରେ । ଫରକ କେବଳ ଏତିକି ତୁ ଅଶିକ୍ଷିତ ବୋଲି କମ୍ ଟଙ୍କାର ଦାଦନ ,ଆଉ ମୁ ଶିକ୍ଷିତ ବୋଲି ଅଧିକ ଦାମ୍ ର । ଗୋଟେ କାମ କରିବା ବିନୋଦ ଫେରିଯିବା କି ପୁଣି ଛୋଟବେଳ କୁ ?ଆମେ ହାରି ଯାଇଥିଲେ ,କାହିଁକି ନା ଆମ ପାଖରେ ନଥିଲେ କିଏ । ଏବେ ଦୁଇଜଣ ଦୁଇଜଣଙ୍କ ପାଇଁ ଅଛେ ।ଏବେ କ’ଣ ଏମିତି ବସି କଥା ହେବା ପାଇଁ ,ଚାଲ୍ ଫେରିଯିବା ଗାଁକୁ କିଛି ଗୋଟେ କରିବା ପାଇଁ । 

  ଆଉ ଏମିତି କଥା ହେଉ ହେଉ ଉଭୟ ନିଷ୍ପତ୍ତି ନେଲେ ଫେରିଯିବାକୁ ଗାଁକୁ । ଗାଁକୁ ଫେରିଆସିଲେ । ସମସ୍ତଙ୍କ ଥଟ୍ଟା ପରିହାସ ସତ୍ତ୍ବେ କାହା କଥା ନଶୁଣି ନିଜର କାମ କଲେ । ବିନୋଦ ଥିଲା ଖୁବ୍ ପରିଶ୍ରମୀ ଆଉ ବିନୟ ଥିଲା ବୁଦ୍ଧିମାନ। ପ୍ରଥମେ ସେମାନେ ନିଜ ନିଜର ଜମିରେ ଚାଷ କରିଥିଲେ । ପ୍ରଥମ ବର୍ଷ ବର୍ଷା ର ପରିମାଣ କମ୍ ଥିବା ସତ୍ତ୍ୱେ, ବିନୟ ର ଆଧୁନିକ ପ୍ରଣାଳୀ ଯୋଗୁଁ ଭଲ ଅମଳ କରିପାରିଥିଲେ । ଏବେ ଧୀରେ ଧୀରେ ନିଜର ଫସଲ ଜମି ବଢାଇ କେଉଁ ଜମିରେ ଗହମ ତ କେଉଁ ଜମିରେ ବାଜରା ଏହିପରି ମାଟିର ପରୀକ୍ଷଣ କରି କରୁଥିଲେ । ଏବଂ ଧୀରେ ଧୀରେ ୨୫ ବର୍ଷ ପରେ ସେମାନେ ବନିଗଲେ ରାଜ୍ୟର ସବୁଠୁ ଅଧିକ ଉତ୍ପାଦନ କରୁଥିବା ସଂସ୍ଥା । ଧୀରେ ଧୀରେ ଏହାକୁ ସେମାନେ ରାଜ୍ୟର ବିଭିନ୍ନ ଜାଗାରେ ଆଉ ରାଜ୍ୟ ବାହାରେ ବି ନିଜର ଶାଖା ଖୋଲିଥିଲେ। ଏମିତି ଏକ ଦିନ ଆସିଥିଲା ଲୋକେ କହିଲେ ଯେ “ଯେ ପର୍ଯ୍ୟନ୍ତ ବିନୟ ଆଉ ବିନୋଦ ଅଛନ୍ତି " ସେପର୍ଯ୍ୟନ୍ତ କେବେ ବି ଦେଶରେ ମରୁଡି ଆସିପାରିବ ନାହିଁ ।

 ଏକ ସଭାରେ ସ୍ବୟଂ ରାଷ୍ଟ୍ରପତିଙ୍କ ଠୁ ପୁରସ୍କାର ପାଇଁ ,ଉଭୟଙ୍କୁ ଡକା ଯାଇଥିଲା ।

   ନିଜର ଅଭିଭାଷଣ ରେ ବିନୋଦ କହିଲା ଶିକ୍ଷା ଏପରି ହେବା ଉଚିତ୍ ,ଯାହା ମଣିଷ ର ଅନ୍ତର୍ନିହିତ ଦକ୍ଷତା କୁ ଜାଣି ତାକୁ ଆହୁରି ଉନ୍ନତ କରି ତାକୁ ସେଥିରେ ଦକ୍ଷ କରି ତୋଳିବ । ନା କି କେବଳ ଗୋଟେ ଦିଗ କୁ ଦେଖି ତାକୁ ପଣ୍ଡିତ ଆଉ ମୁର୍ଖ ର ସାର୍ଟିଫିକେଟ ଧରେଇଦେବ । 

 ବିନୟ ନିଜର ଅଭିଭାଷଣ ରେ କହିଥିଲା - ଆମେ ସମସ୍ତେ ଆଧୁନିକତାର ନାଁରେ ଆମର ମୂଳଭିତ୍ତି କୁ ଭୁଲିଯାଉଛେ । ଆମର ଦେଶ ଖଣିଜ ସମ୍ପଦ ଆଉ ପ୍ରାକୃତିକ ସମ୍ପଦ ରେ ଭରପୁର । ଏହାର ଅର୍ଥ ମୁଁ ଏହା କହୁନି ଯେ ସମସ୍ତଙ୍କୁ ସବୁକିଛି ଛାଡି ଚାଷ କରିବା ଦରକାର ।ଏଇଟା ବି ଭାବିବା ଆମର ଭୁଲ୍ ଯେ ଲେଖକ ସେ ଲେଖିପାରେ କିନ୍ତୁ ଆମର ସମସ୍ତଙ୍କ ଯେପରି ସମ୍ମାନ ସୀମାରେ ଥିବା ଜବାନ୍ ଙ୍କ ପାଇଁ ଥାଏ ,ସେପରି ଯଦି ଆମ ନିକଟରେ ଥିବା କୃଷକ ପାଇଁ ରହିବ ,ଯଦି ଆମେ ତାର ଖୁସିରେ ଖୁସି ଆଉ ଦୁଃଖରେ ଦୁଃଖି ହେବା ତାହାହେଲେ ଯେଉଁମାନେ ପ୍ରକୃତରେ କୃଷକ କୃଷି ଯାହାର ଜୀବିକା ସେମାନେ ଆଉ ପଇସା ପାଇଁ ବାହାରକୁ ଦାଦନ ଖଟିବାକୁ ଯିବେ ନାହିଁ । ବରଂ ଆମର ଏହି ଭାରତ ଭୂମି କୁ ସବୁଜ ଆକାଶ ର ସେହି ସ୍ବର୍ଗ ଭୂମି ରେ ପରିଣତ କରିବେ ।ଆଉ ନୂତନ ପିଢି ମଧ୍ଯ ବୈଜ୍ଞାନିକ ପ୍ରଣାଳୀରେ କୃଷି କୁ ସମ୍ମାନ ର ସହ ନିଜର ପ୍ରଫେସନ୍ ଭାବେ ବାଛିବେ।ଆଉ ଦିନ ଏପରି ଆସିବ ,ଯେବେ ପୁରା ଦୁନିଆ ଜାଣିବ ସତ ରେ ଭାରତ ମାତା ଏହି ଦୁନିଆ ର ମାଆ ,ଯେ ପର୍ଯ୍ୟନ୍ତ ଭାରତ ଅଛି ,ସେ ପର୍ଯ୍ୟନ୍ତ ମରୁଡି ର ଭୟ ନାହିଁ ।

  " ଜୟ ଜବାନ୍ ଜୟ କିସାନ୍ "


Rate this content
Log in

Similar oriya story from Abstract