ଗର୍ବ
ଗର୍ବ
( ଆପଣମାନେ ପ୍ରଥମ ଭାଗରେ ପଢିଥିଲେ ଯେ ସୁନିଲ୍ ଯେ ପେଶାରେ ଏକ ଝାଡୁଦାର...ଏକ ଆଇ.ଏ.ଏସ୍ ଅଫିସର ଠାରୁ ଅପମାନ ପାଇବା ପରେ କିଛି ଗୋଟେ କରିବା ପାଇଁ ଭାବିନେଇଥିଲା )
ସୁନିଲ୍ ବୁଝିସାରିଥିଲା କି କୌଣସି କାର୍ଯ୍ୟରେ ସଫଳତା ପାଇଁ ଦରକାର ସୁନିୟୋଜିତ ଲକ୍ଷ୍ୟ, ସୁନିୟନ୍ତ୍ରିତ ଜୀବନ ଆଉ କଠିନ ପରିଶ୍ରମ । କିନ୍ତୁ ତଥାପି ସେ ବୁଝି ପାରୁନଥିଲା କେଉଁଠୁ ଆରମ୍ଭ କରିବ, ବାସ୍ ସବୁଦିନ ଅଫିସ୍ ଯାଉଥିଲା, ଅଫିସରୁ ଫେରୁଥିଲା ....ଏମିତି ଚାଲିଥିଲା ।
ମଣିଷ ଯେତେବେଳେ ବି ସନ୍ଦେହରେ ଥାଏ, ଗୁରୁ ଙ୍କ ପାଖକୁ ଧାଇଁଯାଏ...ଆଉ ଏହିଥିପାଇଁ ତ ଜୀବନରେ ଗୁରଙ୍କର ନିହାତି ଆବଶ୍ୟକ।
ପୁଣି ସୁନିଲ୍ ଧାଇଁଲା ନିଜର ଶିକ୍ଷକଙ୍କ ପାଖକୁ ...
ସୁନିଲ୍- ସାର୍, ଆଉ କିଛି ନା କିଛି ତ ଆପଣ ମୋତେ ଲୁଚାଉଛନ୍ତି ...ଏହା ଠିକ୍ ଯେ କଠିନ ପରିଶ୍ରମ ତ ଦରକାର କିନ୍ତୁ କଠିନ ପରିଶ୍ରମ ଜଣେ କରିବ କିପରି ..? ଥକା ଲାଗିବନି ...କିପରି ଜଣେ ଆଇ.ଏ.ଏସ୍. aspirant ଦିନକୁ 16 ଘଣ୍ଟା 17 ଘଣ୍ଟା ପଢିପାରୁଛନ୍ତି। ଯେତେବେଳେ କି ଆମକୁ ଅଫିସର ଆଠ ଘଣ୍ଟା କାମରେ ଥକା ଲାଗିଯାଉଛି ।
ଶିକ୍ଷକ - ଆରେ ତୁ ଏହି କଥାଟା ଜାଣିନୁ, ଜାଣିବୁ ବା କିପରି ...ସେତେବେଳେ ତୁ ଛୋଟ ଥିଲାବେଳେ କେତେ କହିଛି ତତେ ବାପାରେ ସୁନିଲ୍ ପଢେ ପଢେ ....କିନ୍ତୁ ତୁ କଣ ସେତେବେଳେ ମୋ କଥା ଶୁଣିଥିଲୁ....
ଆରେ ଏଇଟା ଅତି ସାଧାରଣ କଥା ....ସେମାନେ କେବଳ ଏକ ଲକ୍ଷ୍ୟ ବନେଇ ନଥାନ୍ତି...କିନ୍ତୁ ସେମାନେ ତାକୁ ପାଗଳ ପରି ଭଲପାଆନ୍ତି....ଆଉ ଏହି ଭଲପାଇବା ହିଁ ତାଙ୍କୁ ସାହସ ଆଉ ଧୈର୍ଯ୍ୟ ଦେଇଥାଏ କଠିନ ପରିଶ୍ରମ ପାଇଁ ବାରବାର ବିଫଳତା ଛୁଇଁବା ସତ୍ତ୍ୱେ ।
ସୁନିଲ୍ - ଠିକ୍ ଅଛି ସାର୍ ମୁଁ ବୁଝିଗଲି ଏବେ ...ଆଉ କଣ ସେ ଭୁଲ୍ ହେବ ...ଆଉ କଣ ଆପଣଙ୍କ କଥାକୁ ଅବମାନନା କରିବି ।ହଉ ସାର୍ ନମସ୍କାର ...ମୁଁ ଆସୁଛି
( ସୁନିଲ୍ ସାରଙ୍କଠୁ ଆସିଗଲା ସତ ....କିନ୍ତୁ ମନେ ମନେ ଭାବିଲା...ପୁଣି ଏହି ଭଲପାଇବା ଶିଖିବି କାହାଠାରୁ...କିଏ କହିବ ମୋତେ କିପରି ଭଲପାଇବାକୁ ହୁଏ ??
ହଠାତ୍ ତାର ମନେ ପଡିଗଲା ତା ବୋଉ କଥା ...ଭଲପାଇବାର ପ୍ରତିଶବ୍ଦ ତ ବୋଉ ...ଧାଇଁଲା ସେ ତା ବୋଉ ପାଖକୁ....ବୋଉ କୋଳରେ ଶୋଇ ସୁନିଲ୍ କହିଲା )
ସୁନିଲ୍ - ବୋଉ ଗୋଟେ କଥା ପଚାରିବି କହିବୁ ?
ସୁନିଲ୍ର ବୋଉ - କିରେ ପଚାରୁନୁ ..?
ସୁନିଲ୍ - ଆଛା କହିଲୁ ତୋର ମୋ ପ୍ରତି ଏତେ ଭଲପାଇବା ଆସିଲା କିପରି ?
ସୁନିଲ୍ର ବୋଉ - ଆରେ ଇଏ କି କଥା ପଚାରୁଛୁ ? ତୁ ଜନ୍ମ ହେବା ପରଠାରୁ ଦିନ ରାତି ତୋ କଥା ଭାବୁଛି ...ତୁ ଛୋଟ ଥିଲା ବେଳେ ତୋର ସବୁକଥା ମୁଁ ବୁଝିଛି ....ଧନ ତୋ ବିନା ଆଉ ମୋର କିଏ ଅଛି ଯେ ମୁଁ ଆଉ କାହାକୁ ଭଲପାଇବି ।
ସୁନିଲ୍ ଏବେ ବୁଝିଗଲା - ଆମେ ଯଦି କୌଣସି କାର୍ଯ୍ୟକୁ ନିଃସ୍ୱାର୍ଥ ଭାବେ ଦିନ ରାତି କରିବା ...ବା ଦିନ ରାତି ସେହି କଥା ଭାବିବା ...ଯେପରି ଏକ ମାଆ ସନ୍ତାନର କଥା ଭାବେ ...ତେବେ ସ୍ୱତଃ ହିଁ ସେହି କାର୍ଯ୍ୟ ପ୍ରତି ଭଲପାଇବା ବଢିଯିବ ।
ଏବେ ସୁନିଲ୍ ଅଫିସ୍ ରୁ ଫେରିବା ପରେ ବି ନିଜର ପରିବେଶର ସଫେଇ ଉପରେ ଅଧିକ ଧ୍ୟାନ ଦେଲା। ନିଜ ହାତରେ ନିଜର ଆଖ ପାଖର ଅଳିଆ ସଫା କରୁଥିଲା ...., ପୁଣି ପରିବେଶର ସଂପର୍କୀତ ବିଭିନ୍ନ ପ୍ରକାର ବହି ବି ପଢିଲା ..internet ମାଧ୍ୟମରେ ....enviroment technology ଉପରେ knowledge ସଂଗ୍ରହ କରିବାକୁ ଚେଷ୍ଟା କଲା ...ଲୋକଙ୍କୁ ମଧ୍ୟ ବୁଲି ବୁଲି ପରିବେଶର ସୁରକ୍ଷା ଦ୍ୱାରା କିପରି ଆମର ଶାରୀରିକ ସୁସ୍ଥତା, ମନର ଶାନ୍ତି ନିର୍ଭର କରେ ତାହା ବୁଝାଇଲା ...
ପରନ୍ତୁ "ଗାଁ କନିଆଁ ସିଂଘାଣିନାକି" ପରି ତାର ଏହି କାମକୁ କେହି ବିରୋଧ କଥୁନଥିଲେ ମଧ୍ୟ କେହି ସମର୍ଥନ ବି କରୁନଥିଲେ ....ବରମ୍ ପରିବେଶ ପାଗଳ ପରିବେଶ ପାଗଳ କହୁଥିଲେ ।
ଏବେ ସୁନିଲ୍ ତ ଖୁସିଥିଲା ....କିନ୍ତୁ ସେ ଯେଉଁ ସ୍ୱପ୍ନ ଦେଖିଥିଲା ଯେ ଏକ ଛାଡୁଦାରକୁ ବି ସମାଜ ନୀଚ ଦୃଷ୍ଟିରେ ନୁହେଁ ଉଚ୍ଚ ଭାବେ ସମ୍ମାନ ଦେବ, ତାହା ଏପର୍ଯ୍ୟନ୍ତ ହେଇ ପାରିନଥିଲା.....ସୁନିଲ୍ ତ ଏକ ସ୍ୱେଚ୍ଛାସେବୀ ଭାବେ ମହାନ ହୋଇଯାଇଥିଲା.....କିନ୍ତୁ ତାର ଝାଡୁଦାର ଜାତି ଯେଉଁ ଘୃଣାକୁ ସେହି ଘୃଣା ହିଁ ପାଉଥିଲେ ।
ଏମିତି ସୁନିଲ୍ ଟେନସନରେ ଅଫିସରୁ ଘରକୁ ଫେରୁଥିଲା ....ଏପଟେ ଘରେ କିନ୍ତୁ ଟେନସନ...କାହିଁକି ନା ସୁନିଲ୍ ଏବେ ବି ପୂର୍ବ ପରି ଆର୍ଥିକ ସ୍ତରରେ କମଜୋର ଥିଲା ...
ଆଉ ଆଜି ତ ଖାଇବା ପାଇଁ ବି ତା ଘରେ କିଛି ନଥିଲା ....ଏହି ପରିବେଶର ସଫେଇ ଚକରରେ ସେ ନିଜ ପରିବାର କଥାଟି ଭୁଲିଯାଇଥିଲା......ଯେଉଁଥିପାଇଁ ଯେଉଁ ପରିବାର ଦିନେ ତାକୁ ଭଲପାଉଥିଲା.....ଆଜି ଅଭିମାନରେ ତାର ବାପା ଆଉ ତାର ମା ବି ତାକୁ ଗାଳି କରୁଥିଲେ ....ଯେ ଏହି ମହାନତା ପେଟର ଭୋକକୁ ମାରିପାରିବନି....ପେଟର ଭୋକକୁ ମାରିବା ପାଇଁ ଅର୍ଥ ତ ଦରକାର ।
କିନ୍ତୁ ସୁନିଲର ସ୍ତ୍ରୀ ଏପରି ପରିସ୍ଥିତିରେ ବି ସୁନିଲକୁ ସର୍ପୋଟ କରୁଥିଲା ...
ସୁନିଲର ସ୍ତ୍ରୀ - ଦେଖ ତୁମ ସମସ୍ୟାର ସମାଧାନ ବି ଏହା ...ଦେଖ ତୁମେ କିଛି ଏପରି କର ଯାହା ଦ୍ୱାରା ତୁମ କାମ ଦ୍ୱାରା ତୁମେ ନିଜେ ଆଉ ଅନ୍ୟମାନେ ମଧ୍ୟ କିଛି ଅର୍ଥ ରୋଜଗାର କରିପାରିବେ । ଦେଖିବ ତା ପରେ କେବଳ ତୁମକୁ ସମସ୍ତେ ଭଲପାଇବେନି ...ସମ୍ମାନ ବି କରିବେ ...
ଆଉ ଶୁଣ ଏବେ ମୋର ଏହି ଗହଣା ନେଇ ବନ୍ଧକ ରଖି କୁଆଡୁ କିଛି ପଇସା ଆଣ ଆଜି ପାଇଁ ...
ବ୍ୟସ୍ତ ହୁଅନି....ମୋର ବିଶ୍ୱାସ ଅଛି ...ତୁମେ ନିଶ୍ଚୟ ପାରିବ ।
ସୁନିଲ୍ ବୁଝିପାରୁନଥିଲା କଣ କହି ସେ ତା ସ୍ତ୍ରୀକୁ ଧନ୍ୟବାଦ ଦେବ ...
ବାସ୍ ସୁନିଲକୁ କିଛି ଏପରି କରିବାର ଥିଲା ....ସେ ଏମିତି ନିଜର ଗାଁ ମନ୍ଦିରରେ ବସି ଭାବୁଥିଲା ....ଠିକ୍ ସୁନିଲ୍ ପାଖରେ ବସି ଦୁଇଜଣ ଲୋକ କଥା ହେଉଥିଲେ ...ଆଜି ସେ ଆମ ଗାଁ ପାଖ ତାରା ତାରିଣୀଙ୍କ ମନ୍ଦିର ପାଖରେ ବହୁତ ଲୋକ ହେଇଥିଲେ ...ଆଜି ସେମାନଙ୍କ ଭଲ ବେପାର ହେଇଛି ....ଭଲ ଜାଗାଟିଏ...ଅନେକ ଲୋକ ଆସନ୍ତି ।
ସୁନିଲ୍ ମୁଣ୍ଡକୁ ହଠାତ୍ ଏକ ବୁଦ୍ଧି ଆସିଲା ...କିପରି କରି ଯଦି ନିଜର ଗାଁର ଏହି ଛୋଟ ମନ୍ଦିରକୁ ଏକ ପର୍ଯ୍ୟଟନ ସ୍ଥାନ ରୂପେ ବଦଳାଇ ଦିଆଯାଏ, ତେବେ ଏଥିରେ ନିଜର ଗାଁର ବି ଉନ୍ନତି ହେବ ଆଉ ନିଜ ଗାଁର ଲୋକ ବି କିଛି ରୋଜଗାର ପାଇପାରିବେ ।
ସବୁଠୁ ବଡ ସୁବିଧା ଏହା ବି ଥିଲା ଯେ ତାଙ୍କର ଗାଁର ମନ୍ଦିରକୁ ଲାଗି କି ଏକ ନଦୀଟିଏ ପ୍ରବାହିତ ହେଉଥିଲା । ସୁନିଲ୍ ପ୍ରଥମେ internet ମାଧ୍ୟମରେ ବିଭିନ୍ନ ବହି ମାଧ୍ୟମରେ ଏହା ଶିଖିବାକୁ ଆଉ ଜାଣିବାକୁ ଚେଷ୍ଟା କଲା କିପରି advanced technology ସାହାଯ୍ୟରେ ଏକ କୃତ୍ରିମ water park ବନାଯାଇପାରେ...,
ପୁଣି ଯୋଜନା କଲା କିପରି ନଦୀ କୂଳରେ ବୁଲିବା ପାଇଁ ଏକ ସୁନ୍ଦର ଘଞ୍ଚ ଜଙ୍ଗଲ ବନାଯାଇପାରେ...।
ସେ ନିଜର ଏହି ଯୋଜନାକୁ ନିଜ ଅଞ୍ଚଳର ବିଧାୟକଙ୍କ ନିକଟକୁ ଯାଇ ସବୁକିଛି ବୁଝାଇବାକୁ ଚେଷ୍ଟା କଲା ...ଏହାଦ୍ୱାରା ତାଙ୍କର ବି ଅନେକ ଲାଭ ହେବ ...ତାଙ୍କର ବି ଲୋକପ୍ରିୟତା କିପରି ବଢିବ ତାହା ବି ବୁଝାଇଲା ....
ଆଉ କିଛି ବଡ ବଡ ଶିଳ୍ପପତିଙ୍କୁ ବି ସହଯୋଗ କରିବା ପାଇଁ ଅନୁରୋଧ କଲା ।
ଏକ 5 ବର୍ଷର ଲକ୍ଷ୍ୟ ରଖି ସବୁକିଛି ଯୋଜନା କଲା ....
ଆଧ୍ୟାତ୍ମିକତାର ପରିବେଶ କରିବା ପାଇଁ ନିଜର ମନ୍ଦିରର ପୂଜାରୀଙ୍କୁ ଅନୁରୋଧ କରି କହିଲା ...ଯେ ବି ଭକ୍ତ ଆସିବେ ସେମାନଙ୍କ ମନରେ ଯେପରି ଏକ ସକାରାତ୍ମକ ମନୋଭାବ ସୃଷ୍ଟି କରିବାକୁ ଚେଷ୍ଟା କରିବେ, ଯେମିତିକି ଲୋକଙ୍କୁ ଲାଗିବ ...ଏହି ମନ୍ଦିରକୁ ଆସିଲେ ହିଁ ମଣିଷର ସବୁ ମନୋସ୍କାମନା ପୂରଣ ହେଇଯିବ ।
ଅନେକ ପରିଶ୍ରମ ପରେ 5 ବର୍ଷ ପରେ ସୁନିଲ୍ ସତରେ ନିଜ ଗାଁକୁ ଏକ ପର୍ଯ୍ୟଟନ ସ୍ଥଳିରେ ପରିଣତ କରିଦେଲା ।ଯାହାଦ୍ୱାରା କେବଳ ନିଜର ଗାଁର ନୁହେଁ ନିଜ ରାଜ୍ୟର ବି କିଛିଟା ଆର୍ଥିକ ବିକାଶ କରିପାରିଲା .....ଏବେ ସମସ୍ତେ ସମ୍ମାନ କରିବାକୁ ଲାଗିଲେ ସୁନିଲକୁ.....
ସୁନିଲକୁ ମଧ୍ୟ ଅନେକ ପର୍ଯ୍ୟଟନ ସ୍ଥଳୀର ପରିବେଶକୁ ସୁନ୍ଦର କରିବା ପାଇଁ offer ଆସିଲା ....ଏଣୁ ସୁନିଲ୍ " ପରିବେଶ ହିଁ ଜୀବନ " ନାମେ ନିଜର ସାଥୀମାନଙ୍କୁ ନେଇ ନିଜର ଏକ କମ୍ପାନୀ ଆରମ୍ଭ କରିଥିଲା ।
ଆଜି ସେହି ସରକାରୀ ଅଫିସ୍ ସେହି ବାର୍ଷିକୋତ୍ସବ ଥିଲା ....କିନ୍ତୁ ଫରକ କେବଳ ଏତିକି ଥିଲା ଆଜି ସୁନିଲ୍ ସେଠାରେ ମୁଖ୍ୟ ଅତିଥି ଥିଲା ...
ସୁନିଲ୍ ନିଜର ଅଭିଭାଷଣରେ କହିଲା - ଯେ ଏକ ଛାଡୁଦାର ସମାଜ ପାଇଁ ଘୃଣ୍ୟ ନୁହେଁ ...ନା ଅପମାନର ପେଶା ....ଏକ ଝାଡୁଦାର ଏକ ମାଆ ପରି ସମାଜର ଯତ୍ନ ନିଏ ....ସେ ପରିବେଶର ମାଆ ବାପା ସବୁକିଛି ଅଟେ ....ଆଉ ମାଆ କଣ କେବେ ଛୋଟ ହୋଇଥାଏ ???