Basanti Pattnaik

Action Classics Inspirational

4.4  

Basanti Pattnaik

Action Classics Inspirational

ଜୀବନର ଏକ ଫର୍ଦ୍ଦ

ଜୀବନର ଏକ ଫର୍ଦ୍ଦ

5 mins
363


 ମୁଁ ସମାଜ ସେବୀକା ଭାବରେ ଏକ ମହିଳା ସଂଗଠନ ଗଢ଼ି ଥିଲି,‌‌‌‌‌‌‌‌‌‌‌‌‌‌‌‌‌ଉଦେଶ୍ୟ ଅତି ମହତ୍ ଥିଲା ମହିଳା ମାନଙ୍କୁ ସ୍ବାବଲମ୍ବୀ କରାଇବା, ଭୂବନେଶ୍ଵରର ସୁନ୍ଦରପଦା ପାଖାପାଖି କପିଳେଶ୍ୱର ଗ୍ରାମ ଅବସ୍ଥିତ, ଏଠାରେ ମହିଳା ମାନେ ସାହସୀ, କର୍ମଠ ଓ ଉଚ୍ଚମନା ଅଟନ୍ତି, କିଛି କରି ନିଜକୁ ପ୍ରମାଣିତ କରିବା ପାଇଁ ଆଗ୍ରହୀ, ମୁଁ ସେମାନଙ୍କର ଏହି ଆଗ୍ରହ ଭାବ ଦେଖି ସେମାନଙ୍କ ର ଆର୍ଥିକ ପରିସ୍ଥିତି ର ଉନ୍ନତି ପାଇଁ ଏକ ସଚେତନ ନାଗରିକ ହିସାବରେ ଏକ ଏନ୍ ଜି ଓ ର ମୋର ଜଣେ ବନ୍ଧୁଙ୍କ ସହଯୋଗ ନେଇ ଷ୍ଟେଟବ୍ୟାଙ୍କ ରେ ଗ୍ରୃପ୍ ଆକାଉଣ୍ଟ୍ ଖୋଲିଦେଲି, ସେମାନଙ୍କ ଗ୍ରୃପ୍ର ନାମକରଣ ଗ୍ରାମ ଠାକୁରାଣୀ ନାମରେ ନାମିତ ହେଲା, କ୍ରମଶଃ ସଂଖ୍ୟା ବୃଦ୍ଧି ପାଇବାରୁ ଦୁଇ ଭାଗରେ ବିଭକ୍ତ କରିଦେଲି, ଗୋଟିଏ ଗ୍ରୃପ୍ରରେ ୧୫ଜଣ ଲେଖାଏଁ ସଦସ୍ୟା ରହିଲେ ।

        ମୋର ପିଲାମାନେ ଛୋଟ ଥିଲେ କିନ୍ତୁ ସାମାଜିକ ସେବାର ପ୍ରବଳ ଆଗ୍ରହ ଦୃଷ୍ଟିରୁ କିଛି ଦାୟିତ୍ବ ମୋର ସ୍ବାମୀ ଙ୍କୁ ପ୍ରଦାନ କରି ଏହି ମହତ୍ କାର୍ଯ୍ୟ ରେ ନିଜକୁ ସମର୍ପିତ କରୁଥିଲି, ମୋର ପରିବାରର ‌‌‌‌‌‌‌‌‌‌‌‌‌‌‌‌ବଡ଼ ମାନଙ୍କର ମଧ୍ୟ ଆଶ୍ରିବାଦ ରହିଥିଲା, ତେଣୁ ପିଲାମାନଙ୍କୁ ଛାଡି ଏହି କାର୍ଯ୍ୟ କରିପାରୁଥିଲି, ସମାଜ ର କେତେକ ଙ୍କ ମନରେ ପ୍ରଶ୍ନ ଶୁଣେ ଆପଣଙ୍କ ର କଣ ଫାଇଦା ମିଳୁଛି?

ଏତେ ପରିଶ୍ରମ ଏହି ନାରୀ ମାନଙ୍କ ଉନ୍ନତି ପାଇଁ କାହିଁକି କରୁଛନ୍ତି? କିଛି ପ‌ଇସା ନିଶ୍ଚୟ ପାଉଛନ୍ତି ଲୁଚାଉଛନ୍ତି, ମୁଁ ଦୁଃଖ ରେ ମର୍ମାହତ ହୋଇ ପଡେ...ଆଖିର ଲୁହ କୁ କାହା ଆଗରେ କେବେବି ଦେଖାଏନି...ସମସ୍ତଙ୍କ ଅଲକ୍ଷରେ ଏହାକୁ ପୋଛି ବାକୁ ଚେଷ୍ଟା କରେ, କେବଳ ବିନା ଉତ୍ତର ରେ ହସିଦିଏ ।

         ଏହି ନାରୀ ସ୍ବୟଂ ସହାୟକ ଗୋଷ୍ଠୀ କ୍ରମଶଃ ସୁଦୃଢ ହେବାକୁ ଲାଗିଲା, ମାସିକ ଖାତା ଖୋଲି ସେଭିଂ ରେ ଜଣଙ୍କୁ ୧୦୦ଟଙ୍କା ଲେଖାଏଁ ୫ମାସ ରଖିବା ପରେ ସେମାନଙ୍କୁ ଷ୍ଟେଟବ୍ୟାଙ୍କ ସାର୍ ମାନଙ୍କ ସହଯୋଗ ନେଇ ଲକ୍ଷେ ଟଙ୍କା ପ୍ରଥମେ ଲୋନ୍ ସୁବିଧା କରାଇଦେଲି, ଜଣଙ୍କୁ ୧୦ହଜାର ଲେଖାଏଁ ପ୍ରଥମେ ମିଳିଲା, ସେମାନଙ୍କୁ ମାସକୁ ୫୦୦ ଟଙ୍କା ଲେଖାଏଁ ଦୁଇବର୍ଷ ପର୍ଯ୍ୟନ୍ତ ସୁଝିବାକୁ ‌‌‌‌‌‌‌‌‌‌‌‌‌‌ବୁଝାଇଲି, ମୁଁ କିପରି ଭାବରେ ଏହି ମହାନ୍ କାମକୁ ବହୁତ ସୁନ୍ଦର ଭାବରେ ସମ୍ପାଦନ କରୁଥିଲି ନିଜେହିଁ ଜାଣିନାହିଁ କେବଳ ଇଶ୍ଵର ଙ୍କ ଆଶ୍ରିବାଦ ଓ ପିତା ମାତାଙ୍କ ‌‌‌‌‌ସସ୍କାର ବୋଲି ଭାବେ ଅବଶ୍ୟ ମୋତେ କଠିନ ପରିଶ୍ରମ କରିବାକୁ ପଡିଛି,୨ବର୍ଷ ଭିତରେ ପ୍ରଥମ ଲୋନ୍ ସୁଝି ପୁଣି ୨ଲକ୍ଷ ଲୋନ୍ ପାଇଲେ ମାନେ ଜଣକେ ୨୦ହଜାର ଲେଖାଏଁ ପାଇଲେ, ସେମାନଙ୍କ ଖୁସି ରେ ମୁଁ ଖୁସି ରେ ଆତ୍ମହରା

 ହୋଇ ପଡେ, ମୋ ପ୍ରତି ସେମାନଙ୍କର ସମ୍ମାନ, ସ୍ନେହ ଶ୍ରଦ୍ଧା ମୋ ବଳିଦାନ ର ମୂଲ୍ୟ ପ୍ରଦାନ କରିଥାଏ।

               

        ସମୟ ଗଡ଼ି ଚାଲେ, ସଂଗଠନ ବିଶାଳ ଋପ ଧାରଣ କରେ,୨ରୁ ୩.୪..୫ଗ୍ରୃପ ସୃଷ୍ଟି ହୋଇ ଏକ ବିରାଟ ସଂଗଠନ ଋପେ ସମାଜ ରେ ମୁଣ୍ଡ ଟେକେ, ବିଭିନ୍ନ ଅନୁଷ୍ଠାନ ଓ ରାଜନେତା ମାନଙ୍କର ନଜରକୁ ଆସେ, ଆମେ ବିଭିନ୍ନ ପ୍ରୋତ୍ସାହନମୂଳକ ପ୍ରୋଗ୍ରାମ କରି କିଛି ଗୁଣୀଲୋକ, ରାଜନେତା,ଓ ବିଭିନ୍ନ କ୍ଷେତ୍ରରୁ ଦୃଢ଼ମନତା ନାରୀ ମାନଙ୍କୁ  

ଅନ୍ତର୍ଭୁକ୍ତ କରାଇଲୁ, ମୋତେ ରାଜନୀତି ରେ ଉଚପଦବୀ ଗ୍ରହଣ ପାଇଁ ବହୁ ଅନୁରୋଧ କରାଗଲା କିନ୍ତୁ ମୁଁ ଏହାକୁ ଗ୍ରହଣ କରିନଥିଲି, କାରଣ ମୁଁ କିଛି ବର୍ଷ ପାଇଁ ବିଜେପିର ଲିଙ୍ଗରାଜ ମଣ୍ଡଳ ମହିଳା ମୋର୍ଚ୍ଚା ର ସଭାନେତ୍ରୀ ଭାବରେ ଦାୟିତ୍ୱ ବହନ କରିଥିଲି,ମୋ ସମୟରେ ଏହି ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକର ସଫଳ ସୃଷ୍ଟି ହୋଇଥିଲା, ମହିଳା ମାନଙ୍କୁ ସ୍ବାବଲମ୍ବୀ କରାଇବା ପାଇଁ ମୁଁ ସବୁବେଳେ ପ୍ରଚେଷ୍ଟା କରୁଥିଲି, ମୁଁ ରାଜନୀତି କ୍ଷେତ୍ର ରେ ଅଣନିଃଶ୍ବାସୀ ହୋଇ ପଡ଼ୁଥିଲି, ସାଲିସ ନିତି,ଚାଟୁତାଭାବକୁ ଘୃଣା କରୁଥିଲି,ମୋ ନିର୍ଭିକ ବିତର୍କର ଭାବ ବଡ଼ ବଡ଼ ନେତାଙ୍କ ମୁଣ୍ଡ ବିନ୍ଧା ର କାରଣ ପାଲଟିଗଲା,ନିଜ ଦଳରେ ନିଜ ନେତାଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ସାହାସ ରଖି ବହୁତ ଚାଟୁକାରଙ୍କ ଲୋଲୁପ ଦୃଷ୍ଟି ର ଶୀକାର ହେଲି, ଫଳରେ ମୁଁ 

ସାହସିକତା ପ୍ରଦର୍ଶନ କରି ରାଜନୀତିରୁ ଦୂରେଇ ଗଲି, ନିଜକୁ ସମାଜସେବା କାର୍ଯ୍ୟ ପାଇଁ ଉତ୍ସର୍ଗ କରି ଶାନ୍ତି ପାଇଲି,ମୋ ସଂଗଠନର ଦୃଢ଼ତା ଦେଖି କିଛି ରାଜନେତା, ସମାଜସେବୀକା ଓ ଚାଟୁକାରୀ ଗଣ ଟାର୍ଗେଟ କଲେ, ମୁଁ ସରଳ ଜାଣି ପାରିଲିନି ମୋ ଗୋଷ୍ଠୀକୁ ଭାଙ୍ଗିବା ପାଇଁ ପଶାପାଲି ଖେଳିଲେ.. ଏହାରି ଭିତରୁ କିଛି ଟାଣୁଆ ନାରୀ ମାନଙ୍କୁ ନେଇ ମୋ ବିରୁଦ୍ଧରେ ଠିଆ କଲେ ଯେଉଁ ମାନଙ୍କୁ ନିଜ ହାତରେ ଗଢିଥିଲି ସେମାନଙ୍କୁ ମେଳି କରି ଉସ୍କାଇଲେ, ମୋର ସୃଷ୍ଟ ନାରୀ ଗୋଷ୍ଠୀ ରୁ କେତେକ ମୋର ଶତ୍ରୁ ସାଜିଥିଲେ

ଉଦେଶ୍ୟ କେବଳ ଇର୍ଷା ଥିଲା ମୋର ବ୍ୟକ୍ତିତ୍ୱ କୁ ହଲେଇ ଦେବାକୁ ପ୍ରବଳ ଚେଷ୍ଟା  ମୋ ପ୍ରଚେଷ୍ଟା ରେ

ଜାଗୃତି ମହିଳା ସ୍ବୟଂ ସହାୟକ ସଂଘ,ମା ଜାଗେଶ୍ବରୀ,ମା କାମିନେଶ୍ବରୀ, ଓମ୍ ସ୍ବୟଂ ସହାୟକ ଗୋଷ୍ଠୀ ରାଜଧାନୀ ରେ ମୁଣ୍ଡ ଟେକିଥିଲା, ନାରୀ ମାନେ ଆର୍ଥିକ ସ୍ଥିତି ଉନ୍ନତି କରିବା ସଙ୍ଗେ ସଙ୍ଗେ ଅନେକ ଲୋକ ହିତକର କାର୍ଯ୍ୟାବଳୀ

କରୁଥିଲେ, ଏମାନେ ଚାରିଆଡ଼େ ମିଶାଲ ପାଲଟି ଥିଲେ,

        ପରିବାର ରେ ମୋର ସମୟ ଅଭାବ ଯୋଗୁଁ 

ଛୁଆ ମାନଙ୍କ ର ପାଠ ପଢା ରେ ବ୍ୟାଘାତ ଘଟିଲା, ସ୍ବାମୀ ବୁଝେଇଲେ ଅନ୍ୟ ମାନଙ୍କର ଭଲ କରିବାକୁ ଯାଇ

ତୁମେ ନିଜ ପରିବାର ଓ ନିଜର କ୍ଷତି କରୁଛ କେବେ ଭାବିଛ?ଏ ସ୍ୱାର୍ଥପର ମଣିଷ ତା ସ୍ବାର୍ଥ‌ ରେ ଆଞ୍ଚ ଆସିଲେ  

ତୁମକୁ ହିଁ ଆଙ୍ଗୁଠି ଦେଖେଇବ ତୁମେ ଦୁଃଖ ରେ

ଭାଙ୍ଗି ମୋ ଆଗରେ କାନ୍ଦିବନି ଲୁଚେଇ ଲୁଚେଇ କାନ୍ଦିବ ମୁଁ ଜାଣିଛି ମୁଁ ସ୍ବଳ୍ପ ନିରାଶ ଭରା ହସଟିଏ ହସି ଚୁପ୍ ରହିଗଲି ସତେ ଯେପରି ମୋ ସ୍ବାମୀ ମୋତେ ଅନ୍ଧକାରରୁ ଓହରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି

                ମୁଁ ବହୁ ପରିଶ୍ରମ କରି ସମାଜର

କୋଣ ଅନୁକୋଣ ରୁ ନାରୀ ମାନଙ୍କୁ ନେଇ

ଏକାଠି କରି ସେମାନଙ୍କ ଭିତରେ ଜାଗ୍ରତ ଭାବ ସୃଷ୍ଟି କରିଥିଲି, ସେମାନେ ବିଭିନ୍ନ କାର୍ଯ୍ୟ କରି ଯଥା ଧୂପ କାଠି,ଫିନାଇଲ୍,‌‌‌‌‌‌‌‌ହର୍ବଲ ପଦାର୍ଥ ସୃଷ୍ଟି କରିଲେ, ସାମାଜିକ ସେବାରେ ନିଜକୁ ନିୟୋଜିତ କରୁଥିଲେ, ‌‌‌‌‌ କପିଳେଶ୍ୱର ପାଟଣା ସାହି ରେ ଆମ ମହିଳା ମାନଙ୍କ ପ୍ରଚେଷ୍ଟାରେ

ଗୋଡ଼ି ରାସ୍ତା ସିମେଣ୍ଟ ହୋଇଛି,କୂପ ମୂଳକୁ ସିମେଣ୍ଟ ରେ ତିଆରି କରି ନିଜ ମହିଳା ସମିତିର ନାମକୁ ଖୋଦିତ କରିଛନ୍ତି,ନିଜେ ସିମେଣ୍ଟ ବାଲି,ଗୋଡି ଏକାଠି କରି ନିଜ ହାତରେ ତିଆରି କରି ରାଜନେତା ମାନଙ୍କୁ ଦେଖାଇ ଦେଇଥିଲେ, ମଶାଣି ରେ ଭୟକୁ ଦୂରିଭୂତ କରିବା ପାଇଁ ମୁଁ ମୋର ବଡ଼ ଝିଅ କୁ ସାଙ୍ଗରେ ନେଇ ମହିଳା ମାନଙ୍କୁ ଏକାଠି କରି ବୃକ୍ଷ ରୋପଣ କରି ଜାଗରଣର ଆଲୋକ ବିଞ୍ଚି ଥିଲି, ପୁରୁଣା ଭୁବନେଶ୍ବରରେ ସରକାରୀ ସ୍କୁଲରେ ବୃକ୍ଷ ରୋପଣ,ବିଏମ୍ସି ହସ୍ପିଟାଲରେ ଶିଶୁ ବିଭାଗରେ ଖାଦ୍ୟ ବଣ୍ଟନ,ବଧୂ ନିର୍ଯାତନା ବିରୁଦ୍ଧରେ ପୋଲିସ ଫାଣ୍ଡି ଘେରାଉ, ଜରାଶ୍ରମରେ ସେମାନଙ୍କ ମୁହଁ ରେ ହସ ସୃଷ୍ଟି ପାଇଁ ବାତାବରଣ ସୃଷ୍ଟି କରି ପ୍ରେରଣା ମୂଳକ କାର୍ଯ୍ୟକ୍ରମ.କରୁଥିଲୁ ଏହିପରି ଅନେକ କାର୍ଯ୍ୟାବଳୀ କରି

ସତେଯେମିତି ଥକି ଯାଉଥିଲି କାରଣ ନିଜସ୍ବ ଆର୍ଥିକ ସମ୍ଭଳ ମୋତେ ଦୋହଲାଇ ଦେଉଥିଲା, ମୁଁ ସରକାରୀ ସାହାଯ୍ୟ ଭିକ୍ଷା କରୁନଥିଲି କି କାହାଠାରୁ କିଛି ଆର୍ଥିକ ସାହାଯ୍ୟ ନେଉନଥିଲି, ଅବଶ୍ୟ ବେଳେ ବେଳେ ମେମ୍ବର ମାନେ ନିଜ ଭିତରେ ଟଙ୍କା ଆଦାୟ କରି ସମାଜ ସେବା ପାଇଁ ଗୋଡ଼ ବଢ‌ଉ ଥିଲେ, ସେମାନଙ୍କ ଭିତରେ ବହୁ ଉଚ୍ଚମନା ନାରୀ ମଧ୍ୟ ଥିଲେ ସେଥିପାଇଁ ମୋତେ ଏକ ପରିବାର ଭଳିଆ ଲାଗୁଥିଲା, ସଂଗଠନ ଏକ ମନ୍ଦିର ଥିଲା କିଛି  ଲୋକେ ଅଙ୍ଗୁଳି ଟେକିଲେ କହିଲେ ତୁମେ ନିଜ ପକେଟ୍ ରୁ ଖର୍ଚ୍ଚ କରୁଛ ବୋଧହୁଏ ନିଜସ୍ବ ସମ୍ମାନ ପାଇବାପାଇଁ ଏହି ଭଳି ବିଭିନ୍ନ କଟୁ ଇଙ୍ଗିତରେ ସତରେ

ମୋଡିହେବା ଆରମ୍ଭ ‌‌‌‌‌କଲି କିନ୍ତୁ ଭାଙ୍ଗି ପଡିନଥିଲି

      ଆସ୍ତେ ଆସ୍ତେ ସମୟାନୁକ୍ରମରେ କୁ ଚକ୍ରାନ୍ତକାରୀ ମାନେ ଏହି ସଂଗଠନ ଗୁଡିକ କୁ ଭାଙ୍ଗି ଗୁଣ୍ଡ କରିବାକୁ ଚେଷ୍ଟା କଲେ ମୋ ଉପରେ ଆକ୍ରମଣ ଯୋଜନା କରି ବିଫଳ ହେଲେ ବୋଧେ ସତ୍ୟ ର ପୂଜାରୀ ବୋଲି ଠାକୁର ସାହା ହେଉଥିଲେ କେତେକ କହିଲେ ଅପା ଆପଣ ଙ୍କୁ କେଉଁଠି ଡାକି କେହି ସମ୍ମାନ

 ଜଣାଉନାହାନ୍ତି କଣ ସମାଜ ସେବା କରୁଛ?? ଆମେ ତୁମ ନାଁ କେଉଁଠାରେ ଶୁଣିବାକୁ ପାଉନୁତ?ଆଉ କେତେକ କହିଲେ ବୋଧହୁଏ ଆପଣଙ୍କ ର କାଗଜ ପତ୍ର ଠିକ୍ ନାହିଁ

ମୁଁ କେବଳ ହସିଦେଇ କହିଲି ମୁଁ କାଗଜ ଖଣ୍ଡକୁ ମୋର ଜୀବନର କର୍ତ୍ତବ୍ୟ ର ମୂଲ୍ୟ ରେ ମାପ ପାଇଁ ଆଶା କରି ବାନ୍ଧି ରଖିନାହି, ମୋର ଆତ୍ମା ର ଶାନ୍ତି ମୋ ପାଇଁ ପୁରସ୍କାର ଅଟେ।

      ଆଜି ମୁଁ ନାରୀ ସଶକ୍ତିକରଣର ବାଜା ଚାରିଆଡ଼େ ଶୁଣୁଛି ଯାହା କୋଡ଼ିଏ ବର୍ଷ ତଳେ ନିଜ ହାତରେ ସୃଷ୍ଟି କରିଥିଲି, ସେହି ନାରୀ ମାନେ ନୂତନ ନିୟମାନୁସାରେ ଅଗ୍ରଗତି କରିଛନ୍ତି, କେତେକ କ୍ଷେତ୍ରରେ ରାଜନୀତି ରେ ସକ୍ରୀୟ ସଦସ୍ୟ ହୋଇ ଆଗ ଧାଡିରେ ବସୁଛନ୍ତି, ମୁଁ କିଏ ସେମାନେ ବୋଧହୁଏ ଭୁଲି ଗଲେଣି, ଆଜି ମୁଁ କେବଳ ନୀରବ ହୋଇ ରହିଯାଇଛି ଅଭିମାନ ଭରା ମନଟିଏ ନେଇ,

ମୋ ଅନୁଷ୍ଠାନ ର କିଛି ସୁଭେଛୁ ବହୁ ଅନୁରୋଧ କରୁଛନ୍ତି

ଅପା ଆପଣଙ୍କ ପ୍ରେରଣା, ସ୍ନେହ ମମତା ବଳିଦାନ ଆମେ ଭୁଲିବୁନି ଆପଣ ଆସନ୍ତୁ ପୁଣି ମିଶିକି କାମ କରିବା

ମୁଁ ହସିଦେଇ କହିଲି ବାଟ ଦେଖେଇ ଦେଇଛି ଏଣିକି ତୁମେ ରଥ ଟାଣ ସ୍ବାମୀ ଙ୍କର ମହତ୍ ଉପଦେଶ କାନରେ ଶୁଭୁଥିଲା ସ୍ୱାର୍ଥପର ମଣିଷ ପାଇଁ କର୍ମ କରିବ ଫଳ ଆଶା କରିବ ନାହିଁ କଷ୍ଟ ପାଇବ ତୁମକୁ ତୁମ ପରିଶ୍ରମର ଫଳ କେବଳ ଇଶ୍ଵର ଦେବେ କିନ୍ତୁ ଏ ମନୁଷ୍ୟ ଠାରୁ କେବେ ଭି ଆଶା କରିବନି

              ଆଜି ବହୁଦିନ ପରେ ନିଜ ଜୀବନ ର କିଛି ଅନୁଭୂତି କୁ ମୋ ଲେଖା ମାଧ୍ୟମରେ ସମାଜ ଆଗରେ ଥୋଇଛି,ଇତି ମଧ୍ୟରେ ମୋ ସ୍ବାମୀ ଙ୍କୁ ମଧ୍ୟ ହରାଇଛି, ମୁଁ ଭାଙ୍ଗିନି ନିରବ ହୋଇଯାଇଛି, ମୁଁ ନାରୀ ସଶକ୍ତିକରଣ ପାଇଁ ଦୀର୍ଘ କୋଡ଼ିଏ ବର୍ଷ ଧରି କାମ କରି ବୟସର ମଧ୍ୟାହ୍ନ ରେ ପହଞ୍ଚିଛି, ନିନ୍ଦା, ଅପମାନ, ସମ୍ମାନ ସହିତ ଜୀବନ ରୁ ବହୁ ଶିକ୍ଷା ଭି ପାଇଛି, ସତ୍ ର ପଥକୁ ଜାବୁଡ଼ି ଧରି ଥିବାରୁ 

ଚକ୍ରାନ୍ତ କାରୀ ମାନଙ୍କ ର କବଳରେ କେବେବି ପଡ଼ିନାହିଁ

ତାଙ୍କ ଫନ୍ଦୀ ର ଜାଲରେ ପକାଇ ପାରିନାହାନ୍ତି, ଏହାହିଁ ମୋ

ସଂଘର୍ଷମୟ ଜୀବନର ଏକ ଫର୍ଦ୍ଦ ।

                      


Rate this content
Log in

Similar oriya story from Action