Balaram Barik

Drama

4  

Balaram Barik

Drama

ଜୀବନ ସଂଘର୍ଷ

ଜୀବନ ସଂଘର୍ଷ

5 mins
148



ଦଶବର୍ଷ ତଳେ ସେତେବେଳର ଗୁଡ଼ଗାଁଓ ଓ ଆଜିର ଗୁରୁଗ୍ରାମର ଏକ ଡିଷ୍ଟେମ୍ପର କମ୍ପାନୀରେ ଗୁଣବତ୍ତା ବିଭାଗରେ ପ୍ରମୁଖ ଭାବେ କାର୍ଯ୍ୟ କରୁଥିବା ଦିପେସ୍ ଚୌଧୁରୀ,ମୋଟା ଅଙ୍କର ଦରମା ସାଙ୍ଗକୁ ଦାମୀ କାର ତାଙ୍କର।ମୋ ଫ୍ଲାଟ ଓ ତାଙ୍କର ଗୋଟିଏ ଫ୍ଲୋରରେ।ତାଙ୍କର ଦୁଇଟି ଯମଜ କନ୍ୟା ସନ୍ତତି ଚିଙ୍କି ଓ ମିଙ୍କି।ମୁଁ ତାଙ୍କ ଠୁ ବୟସରେ ସାନ ହେବି କିନ୍ତୁ ମୋତେ ସେ ଭାଇ ଓ ମୋ ସ୍ତ୍ରୀକୁ ଭାବି ମା ବୋଲି ଡାକନ୍ତି।ଦିପେସ୍ ବାବୁଙ୍କ ସ୍ତ୍ରୀ ପୁଷ୍ପା ଦେବୀ ଅତ୍ୟନ୍ତ ଭଦ୍ର ନମ୍ର ଓ ସୁଧାର ମହିଳା।ଭାରି କର୍ମଠ।ସ୍ୱାମୀ ଏତେ ଦାମିକିଆ ଚାକିରୀ କରିଛନ୍ତି ସେଥିପାଇଁ ତାଙ୍କର ଗର୍ଵ ଟିକେ ନାହିଁ।ନିଜ ଦ୍ୱାରା ଯାହା ସମ୍ଭବ ସେ କରନ୍ତି।କଲୋନୀର ପିଲାଙ୍କୁ ସେ ମାଗଣାରେ ଟିଉସନ୍ ପଢ଼ାନ୍ତି।ସମସ୍ତେ ତାଙ୍କୁ ପଇସା ନେବାକୁ କୁହନ୍ତି କିନ୍ତୁ ସେ ମନା କରନ୍ତି।ଦିପେସ୍ ବାବୁ ଭାରି ଚିଡି ଚିଡି ହୁଅନ୍ତି ପୁଷ୍ପା ଦେଵୀଙ୍କ ଉପରେ।କହନ୍ତି ତୁମେ ଝିଅ ଦୁଇଟାଙ୍କ ଉପରେ ଧ୍ୟାନ ନଦେଇ କାହିଁକି ସେ ସମୟ ନଷ୍ଟ କରୁଛ ?

ପୁଷ୍ପା ଦେବୀ କହନ୍ତି ଘରେ ତ ସବୁକାମ କାମବାଲୀ କରିଦେଉଛି ମୋ ପାଇଁ କଣ ବାକି ରହୁଛି ଯେ କରିବି ?

3 ବର୍ଷର ଏ କୁନି ଝିଅ ଦୁଇଟାଙ୍କୁ କଣ ଯେ ଏତେ ସମୟ ଦେବି ?

ସେମାନଙ୍କ ଲାଳନ ପାଳନରେ କଣ ମୁଁ କେବେ ଅବହେଳା କରିଛି ?

ମୋତେ ସମୟ ନଷ୍ଟ କରିବାକୁ ଖରାପ ଲାଗେ।

ତା ଛଡା ମୋର ଇଚ୍ଛା ଥିଲା କୌଣସି ଏକ ସ୍କୁଲ କିମ୍ବା କଲେଜରେ ଅଧ୍ୟାପନା କରିବା, ଯାହା ତୁମେ ମନା କରୁଛ।ମୋ ଜ୍ଞାନ ଓ ପ୍ରମାଣ ପତ୍ର ସବୁ ଉଇ ଖାଇଲା।ମୋତେ ପିଲାଙ୍କୁ ପଢ଼ାଇବାକୁ ଖୁସି ଲାଗେ।

ପ୍ଲିଜ ମୋତେ ମନା କରନି।

ମୋତେ ଠିକ୍ ଲାଗୁଛି।

ଆତ୍ମା ଶାନ୍ତି ରହୁଛି।

ଦିପେସ୍ ବାବୁ ସବୁ ସମୟରେ ଏମିତି କହନ୍ତି ନାହିଁ।ଯେତେବେଳେ ଅଫିସରୁ କିଛି ଟେନ୍ସନ ନେଇ ଫେରିଥାନ୍ତି ଓ ଚିଙ୍କି-ମିଙ୍କି କାନ୍ଦୁଥାନ୍ତି ସେ ଦୃଶ୍ୟ ଦେଖି ଟିକେ ଚିଡନ୍ତି ପୁଷ୍ପା ଦେବୀଙ୍କ ଉପରେ।

        କଲୋନୀର ଯେଉଁ ଦଶଟି ପିଲାଙ୍କୁ ସେ ପାଠ ପଢ଼ାନ୍ତି ସେ ପିଲାମାନେ ନିଜ ନିଜ କ୍ଲାସ ଟପର।ଆମେ କେତେ ଥର ପୁଷ୍ପା ଦେବୀଙ୍କୁ କହିଛୁ ,

ଭାବୀ ଜୀ,ଆପ୍ ହମସେ କୁଛ ଫି ତୋ ଲେ ଲିଜିଏ।ହମାରେ ବଚେ ଆପକେ ୱଜହ ସେ କ୍ଲାସ ମେ ଆଛା କର ରହେ ହୈଂ।ଔର ଆପ୍ ହୈ ଏକ ଭି ଫୁଟି କୌଡି ବଦଲେ ମେ ନହିଁ ରଖ ରହେ ହୈଂ।

ସେ ସ୍ମିତ ହସି କହନ୍ତି ଏ ପିଲାମାନେ ବଡ଼ ହୋଇ ତାଙ୍କ ଲକ୍ଷ୍ୟରେ ସଫଳ ହେଇ ସାରନ୍ତୁ ମୁଁ ତାଙ୍କ ଠୁ ଦକ୍ଷିଣା ନେବି।

ପିଲା ମାନଙ୍କ ପାଠ ପଢା ଓ ତାଙ୍କ ସଫଳତାର କାହାଣୀ ଯେବେ ପୁଷ୍ପା ଦେବୀଙ୍କୁ ଶୁଣାଇବାକୁ କେହି ତାଙ୍କ ଘରକୁ ରବିବାର ଆସନ୍ତି ତାହା ଦିପେସ୍ ବାବୁଙ୍କୁ ଭଲ ଲାଗେନି।ସମସ୍ତେ ଗଲା ପରେ ସେ ପୁଷ୍ପା ଦେବୀଙ୍କୁ କହନ୍ତି ,ଅଲଗା ଦିନରେ ଯାହା କରୁଛ କରୁଛ ଅନ୍ତତଃ ପକ୍ଷେ ରବିବାର ପ୍ଲିଜ ଗହଳି କରାଅ ନାହିଁ।ତୁମେ ଜାଣିଛ ସନ୍ ଡେ ବି ମୋତେ ନୂଆ ନୂଆ ପ୍ରୋଜେକ୍ଟରେ କାମ କରିବାକୁ ପଡେ ।ମୁଁ ଡିଷ୍ଟର୍ବ ହେଉଛି। ଅନେକ ଥର ମନା କଲେଣି ଏ ଟିଉସନ୍ ବନ୍ଦ କରିବାକୁ।କିନ୍ତୁ ପୁଷ୍ପା ଦେବୀ ନିଜ ମନର ଶାନ୍ତିକୁ ବା କହିଁକି ଛାଡିବେ !!!


       ବାସ୍ ଏମିତି ଆମ ପଡ଼ୋଶୀଙ୍କ ଟିକି ଦୁନିଆ ସୁରୁଖୁରୁରେ ଚାଲିଥିଲା।ହସିଲା ଖେଳିଲା ସୁଖୀ ପରିବାରଟିଏ।ଦିପେସ୍ ଓ ପୁଷ୍ପାଙ୍କ ପରିବାର ନିୟମିତ ବ୍ୟବଧାନରେ ଆସନ୍ତି ଖୁସି ସେତେବେଳେ ସତଗୁଣିତ ହୁଏ।ଚିଙ୍କି-ମିଙ୍କି ଦୁଇ ରାଜକୁମାରୀ ପାଇଁ ପରିବାରରେ ନାହିଁ ନଥିବା ଖୁସି।ଯାତ୍ରା ଷ୍ଟାଇଲରେ ଯେମିତି ସବୁକିଛି ଠିକ୍ ଠାକ୍ ଚାଲିଥିବା ବେଳେ ଖଳନାୟକ ଏଣ୍ଟ୍ରିକରି ସବୁ ବିଗାଡି ଦିଏ ସେମିତି ଦିପେସ୍ ବାବୁଙ୍କ ମୁହଁ ବିଗିଡି ଯାଇଥିଲା ପରି ଲାଗିଲା ଜୁନ୍ ମାସର ତୃତୀୟ ସପ୍ତାହରେ।କାର ପାର୍କିଂରୁ ଢଳି ଢଳି ଚାଲିକରି ଆସନ୍ତି ଯେମିତି ସେ ଶକ୍ତ ଆଘାତ ପାଇ ଭିତରୁ ଦୋହଲି ଯାଇଛନ୍ତି।

ମୁଁ ବାଲକୋନିରେ ଥାଇ ପଚାରେ ....

ଭାଇ ସାହବ୍ କ୍ୟା ହୁଆ ?

କିଉଁ ମୁହଁ ଲଟକାଏ ହୁଏ ଆ ରହେ ହୋ ଆଜ୍ କଲ୍ ?

ସବ୍ ଠିକ୍ ହୈ ନା ??

ସେ ଅତ୍ୟନ୍ତ ସନ୍ତର୍ପଣରେ ଉତ୍ତର ଦିଅନ୍ତି ..

ଜି ଭାଇ ଜୀ ସବ୍ କୁଛ ଠିକ୍ ହି ହୈ।


ମୋତେ କିନ୍ତୁ ଠିକ୍ ଲାଗେନି।ଅଫିସରୁ ଫେରିବା ବେଳେ ନବେ ଦଶକର ରୋମାଣ୍ଟିକ ଗୀତ ଗାଇ ଗାଇ ସେ ସିଡ଼ି ପରେ ସିଡ଼ି ଚଢନ୍ତି।ଆଉ କିଛି ଦିନ ହେଲା ପୁରା ଶାନ୍ତ ଓ ଶାନ୍ତ...

ପାର୍କିଂରେ ତାଙ୍କ କାର ବି ଆଉ ଦିସୁନି।

ପିଜା ଵାଲା ଆଉ ପିଜା ଡେଲିଭରି ଦେବାକୁ ଆସୁନି।

ତାଙ୍କ ଘରେ ରହୁଥିବା କାମବାଲି ମଧ୍ୟ ଦିସୁନି।

ଦୀର୍ଘ ଚାରି ମାସ ହେଲା ଯେମିତି ତାଙ୍କ ଘରେ ସ୍ମସାନ୍ ଶୂନ୍ୟତା।

ଆମେ ପାରିବାରିକ ଭାବେ ଏତେ ଅନ୍ତରଙ୍ଗ ନହେଲେ ମଧ୍ୟ ହୋଲିରେ ରଙ୍ଗ ବୋଳାବୋଳି ହେଉ।ମିଠା ବଣ୍ଟା ବଣ୍ଟିଂ ହେଉ।

ଏ କରୋନା ସମୟରେ ମଧ୍ୟ ଭାଇଚାରା ଓ ସ୍ନେହ ଶ୍ରଦ୍ଧା ସବୁ ସୋସିଆଲ ଡିଷ୍ଟାଂସିଙ୍ଗ ଓ ସାନିଟାଇଜର ସଚେତନତା ଭିତରେ ଚାଲିଛି।

ଦିପେସ୍ ବାବୁ ଆଉ ଅଫିସ୍ ଯାଉ ନାହାଁନ୍ତି !

ବାଲକୋନୀରେ ସୂର୍ଯ୍ୟ ଦେବତାଙ୍କୁ ଜଳାର୍ପଣ କଲାବେଳେ ପଚାରିଲି।

-ଭାଇ ସାହେବ୍ ,ଆଜ୍ କଲ୍ ଅଫିସ୍ ନେହିଁ ଜା ରହେ ହୋ ?

ସେ ନକଲି ହସ ହସି ଉତ୍ତର ଦିଅନ୍ତି ,ଭାଇ ଜୀ ୱାର୍କ ଫ୍ରମ୍ ହୋମ୍ ଚଲ ରହା ହୈ। ଆପକୋ ତୋ ମାଲୁମ୍ ହୈ।ସବ୍ ଅଫିସୋଂ ମେ ୟହି ଚଲ୍ ରହା ହୈ।

-ହାଂ ମଗର....ଆପ୍ କେ ବିନା କ୍ୱାଲିଟି କୈସେ ଏନ୍ସିଉର୍ ହୋଜାତା ହୈ ?

ମେଂ ଅନ ଲାଇନ ଚେକ୍ କର ଲେତା ହୁଁ।ସେ ଉତ୍ତର ଦେଲାବେଳ ଅସହଜ ଅନୁଭବ କରୁଥିଲେ।

ମୁଁ ଆଉ କିଛି ପଚାରିଲି ନାହିଁ।ଠିକ୍ ହୈ ଭାଇ ଜୀ।କୋଇ ପ୍ରୋବ୍ଲେମ୍ ହୋ ତୋ ବତାନା ।ହମ୍ ଆପକେ ସାଥ ହୈଂ।କିଉଙ୍କି ହମ୍ ପଡୋଶୀହୈଂ।

ଜୀ ଭାଇ ଜୀ ଜରୁର...।


ଭାବିଲି ଟିକେ ତାଙ୍କ ଘର ଆଡ଼େ ବୁଲି ଆସେ ....

ଦିପେସ୍ ବାବୁ ନଥିଲେ।ମୁଁ ପୁଷ୍ପା ଦେବୀଙ୍କୁ ହାଲ ଚାଲ ପଚାରିଲି ।

ଶୁଣିଲା ପରେ... ଗଭୀର ଆଘାତ ଲାଗିଲା ମୋତେ।

ଆତ୍ମ ସମ୍ମାନ ହାନି ହେବା ଭୟରେ ଦିପେସ୍ ବାବୁ କିଛି କହୁନଥିଲେ।

ତାଙ୍କ ଘରର ରାଶନ ପାଣି ସବୁ ସରିବା ଉପରେ।

ଚାରି ମାସ ହେଲା ଦରମା ଆସୁନାହିଁ ଦିପେସ୍ ବାବୁଙ୍କର।

ଯାହା କିଛି ଦରମା ସେଭିଙ୍ଗ ଥିଲା ଖାଇବା ଖର୍ଚ୍ଚ ଓ ଘର ଭଡାରେ ଚାଲି ଗଲାଣି।

କେତୋଟି ଫିକ୍ସ ଡିପୋଜିଟ୍ ବଞ୍ଚିଛି।

ଦିପେସ୍ ବାବୁ ବହୁତ ଖର୍ଚୀ ।ଭାଇ ବନ୍ଧୁ କୁଟୁମ୍ବ ,ନୂଆ ଖାଇବା ପିନ୍ଧିବା ସୌକ ସବୁଥିରେ ପଇସା ପାଣି ଭଳି ଉଡାନ୍ତି।ପ୍ରାଇଭେଟ ସଂସ୍ଥାରେ ଚାକିରୀ ଯେଉଁଠି ଚାକିରୀର ସ୍ଥାୟୀତ୍ୱ ନାହିଁ।ସେଇଠି ଦିପେସ୍ ବାବୁଙ୍କ ଖର୍ଚୀ ମିଯାଜ୍।୫ ମାସ ଇ:ଏମ:ଆଇ ନଦେବାରୁ କାରଟି ଗଲା।

ଦିପେସ୍ ବାବୁ ଯେଉଁ ଛୋଟ ଡିଷ୍ଟେମ୍ପର କମ୍ପାନୀ କାମ କରୁଥିଲେ କରୋନା ପାଇଁ ତାହାର ଉତ୍ପାଦନ ବନ୍ଦ ଓ ମାର୍କେଟରେ ଆବଶ୍ୟକତା ମଧ୍ୟ ନାହିଁ।

ତେଣୁ କମ୍ପାନୀ ତାଙ୍କ ଭଳି ଅନେକ ଉଚ୍ଚ ପଦାଧିକାରୀଙ୍କୁ ମଧ୍ୟ ବିନା କୌଣସି ଦେୟରେ ଚାକିରୀରୁ ରହିତ କରିଛି।ଯଦି ଭବିଷ୍ୟତରେ ଉତ୍ପାଦନ ହୁଏ ପୁଣି ଡାକିବାର ନିର୍ଭର ପ୍ରତିଶୃତି ଦେଇଛି।


ମୁଁ ଦୀର୍ଘ ନିଶ୍ଵାସଟିଏ ମାରିଲି...

ଗୋଟିଏ ପୁରୁଷର ଧୈର୍ଯ୍ୟର ସୀମାକୁ ଦେଖିଲି।

ସତରେ ଦିପେସ୍ ବାବୁଙ୍କ ପରି ଅନେକଙ୍କ ଚାକିରୀ ଚାଲିଯାଇଛି ଏ ଲକ୍ ଡାଉନ୍,ସର୍ଟ ଡାଉନ୍ ଓ କରୋନା କଟକଣା ଯୋଗୁଁ।

କେମିତି ଚଳିବ ସତେ ତାଙ୍କ ପରିବାର ??

ସରକାର କହିଛି :ଇ :ପି:ଏଫ୍ ଉଠେଇ ନିଅ ।

ହେଲେ ତା ପରେ...

ସରକାର ଏ କରୋନା କାଳରେ ତ କେବଳ ଗରିବ ଲୋକଙ୍କୁ ଡାଲି ଚାଉଳ ବାଣ୍ଟୁଛି।

ହେଲେ ଦିପେସ୍ ବାବୁଙ୍କ ପରି ପ୍ରତିଭାବାନ୍ ଯୁବଶକ୍ତି ଯେଉଁମାନେ କରୋନା ଯୋଗୁଁ ଚାକିରୀ ହରାଇଛନ୍ତି କିଏ ଦେଵ ତାଙ୍କୁ ସାମାଜିକ ନିରାପତ୍ତା?

ଲାପଟାପ୍ ଆଗରେ ବସି ନୂଆ ଚାକିରୀଟିଏ ପାଇଁ ଦିନରାତି ଇଣ୍ଟରଭିୟୁ ଦେଉଛନ୍ତି।କେତେବେଳେ ଚିଙ୍କି ଆସି ତାଙ୍କ ଚୁଟି ଝିଙ୍କି ଦେଉଛି ତ କେତେବେଳେ ମିଙ୍କି ଆସି ତାଙ୍କ ଗାଲରେ ଚୁମା ଦେଇ ଚାଲିଯାଉଛି।

ପଛରୁ ପୁଷ୍ପା ଦେବୀଙ୍କ ଗମ୍ଭୀର କଣ୍ଠ...

ଚାୱଲ୍ ଖତମ୍....

ଦିପେସ୍ ବାବୁ ରାଗି ଯାଇ କହନ୍ତି ...

ଆରେ ଭାଇ ବନ୍ଦ କରୋ ଏ ସବ୍ ନୌଟଙ୍କି ।ମୁଝେ ଇଣ୍ଟରଭିୟୁ ଫେସ୍ କର୍ନେ ନେହିଁ ଦୋଗି କ୍ୟା ??


ଆମେ ସମସ୍ତେ ଏବେ ପୁଷ୍ପା ଭାବୀଙ୍କୁ ତାଙ୍କ ଟିଉସନ୍ ଫିସ୍ ଦେଇଆସୁଛୁ।ଛୁଆ ଗୁଡା ତ ଏବେ ଘରେ ...ଅଧିକ ସମୟ ତାଙ୍କ ପାଖରେ ପଢୁଛନ୍ତି।ଆମେ ସମସ୍ତେ ତାଙ୍କୁ ଅଧିକ ପଇସା ଦେଉଛୁ।

ବାସ୍ ତାଙ୍କ ଘର ଚଳିଯାଉଛି।କିନ୍ତୁ ଦିପେସ୍ ବାବୁ ସଂଘର୍ଷ ଛାଡି ନାହାଁନ୍ତି।ନୂଆ ଚାକିରୀଟେ ପାଇବା ପାଇଁ ଅଜସ୍ର ଚେଷ୍ଟା ଚଲେଇଛନ୍ତି।

ଲିଂକଡିନ୍ ,ନୌକରୀ ଆଦି ପ୍ଲେସମେଣ୍ଟ ସାଇଟରେ ତାଙ୍କ ପ୍ରୋଫାଇଲ ରେ ଓପନ ଟୁ ୱାର୍କ ଅପଡେଟ କରିଛନ୍ତି।


...........

------------

------------------


ଦିନେ ହଠାତ୍ ତାଙ୍କ ଘର ଭିତରୁ ଜୋରରେ ...ଆୱାଜ୍ ଆସିଲା ...

ୟେସ୍ ...

ୟେସ୍ ...

ୟେସ୍...

ବେବି ଆଇ ଗଟ୍ ଦ ଜବ୍ ...

ୟେସ୍ ନିଉ ଜବ୍



Rate this content
Log in

Similar oriya story from Drama