ଜୀବନ ସାଥୀ
ଜୀବନ ସାଥୀ
ଅଭିଯୋଗ ବାଢି କହିଲି ,ସଞ୍ଜୟ ଭଲ ଡକ୍ଟର ବନ୍ଧୁ ତୁମର ତ ? ତୁମ ଦେହ ଖରାପ ମେଡ଼ିସିନ୍ ଖାଇବି ମୁଁ ।ଏମିତି କଣ ହୁଏ ସଂଜୟ ମୋତେ ତାଙ୍କ କୋଳକୁ ଟାଣି ନେଇ କହିଲେ , ଅର୍ଦ୍ଧାଙ୍ଗିନୀ ତୁମେ ମୋର । ମୋ ଦେହ ଖରାପ ହେଲେ ତୁମେ ମେଡ଼ିସିନ୍ ଖାଇଲେ ମୋ ଦେହ ଭଲ ହୋଇଯିବ ପରା। ମୋତେ ବି ଦେଖୁନ କେତେ ମେଡ଼ିସିନ୍ ଦେଇଛି ଖାଲି କଣ ତୁମକୁ । ପିନାକୀ ମୋ ବେଷ୍ଟ ଫ୍ରେଣ୍ଡ୍ ଜାଣିଛ।
ଖାଲି ଦୁଷ୍ଟାମୀ କଥା ତୁମର ସଞ୍ଜୟ ।
ଡଃ ପିନାକୀ ବାହାରେ ଗାଡି ହର୍ଣ୍ଣ ଦେଲେ।
ହେଉ କଣ ଦିଟା ଖାଇ ମେଡ଼ିସିନ୍ ଟି ନେଇ ଶୋଇପଡ ।ପିନାକୀ ବୋଧେ କିଛି କହିବ ବୋଲି ବାହାରେ ଅପେକ୍ଷା କରି ହର୍ଣ୍ଣ ଦେଉଛି । ମୁଁ ଆସୁଛି କହି ସଞ୍ଜୟ ପିନାକୀଙ୍କ ପାଖକୁ ଗଲେ ।
ସଞ୍ଜୟ ! ତୋ ଅନୁମାନ ସତ୍ୟ । ଅରୁ ଏବେ ପୁରା ପାଗଳ କହିଲେ ଚଳେ । କିନ୍ତୁ ସେ କଣ କରୁଛନ୍ତି ଜାଣି ପାରୁ ନାହାନ୍ତି । ତାଙ୍କ ପିଲା ଦିନ ବନ୍ଧୁ ଦିତି ଯେ କୁଆଡେ ହଜିଛି କି ମରିଛି ତାକୁ ମନେ ପକାଇ ତାଙ୍କର ଏ ଅବସ୍ଥା। । ତୁ ଭଲ କଲୁ ନିଜ ଦେହ ଖରାପ ଅଭିନୟ କରି ମୋତେ ଡକାଇଲୁ । ଡରିବାର କିଛି ନାହିଁ । ନିୟମିତ ମେଡ଼ିସିନ୍ ସହ ରେଷ୍ଟ୍ ନେଲେ ସେ ପୁଣି ସ୍ୱାଭାବିକ ହୋଇଯିବେ ।
କିନ୍ତୁ ହୁସିଆର ସେ ଯେମିତି ନ ଜାଣନ୍ତି ମୁଁ ପାଗଳ ଡକ୍ଟର କିମ୍ବା ସେ ପାଗଳ ମେଡ଼ିସିନ୍ ଖାଉଛନ୍ତି । ଅତି ପ୍ରେମ ପୂର୍ଣ୍ଣ ବ୍ୟବହାର ତାର ଲୋଡ଼ା । ସେ ଯାହା କରିବ ତାକୁ ବାଧା ଦେବ ନାହିଁ । ସକାରାତ୍ମକ ପରିବେଶ ଓ ସ୍ନେହ ମମତା ତାଙ୍କର ଏବେ ନିହାତି ଆବଶ୍ୟକ । ତୁ ଅଧିକାଂଶ ସମୟ ତା ପାଖେ ପାଖେ ରହିବୁ । ତୋ ଘର ଲୋକେ ଅରୁକୁ ଦେଖି ପାରନ୍ତି ନାହିଁ । ସେମାନଙ୍କ ପାଖରୁ ତାଙ୍କୁ ଦୁରେଇ ରଖିବୁ ।
ପିନାକୀ ! ଅରୁ ମୋ ଜୀବନ । ସେ ଭଲ ହୋଇ ଯିବ ତ ?
ହଁ କଣ ହୋଇଛି କି ? ଏ ପେସେଣ୍ଟ ମାନେ ନର୍ମାଲ ବ୍ୟବହାର କରିଥାନ୍ତି । ଯାହା ଜିଦ୍ କରି କରନ୍ତି ତାକୁ ପୂର୍ଣ୍ଣ ବି କରନ୍ତି । ଦେଖିବୁ ଏଥରକ ପରୀକ୍ଷାରେ ସେ ଖୁବ୍ ଭଲ କରିବେ । ଅସୁବିଧା ହେଉଛି ଏପରି ଅବସ୍ଥା ଦୁଇ ତିନି ବର୍ଷ ଚାଲୁ ରହିଲେ ତେଣିକି ବିପଦ ନିଶ୍ଚିତ । ଏ ପରି ପେସେଣ୍ଟ ଭଲ ବ୍ୟବହାର କରୁଥିବାରୁ ରୋଗୀ ବୋଲି ଜଣା ପଡ଼ନ୍ତି ନାହିଁ ।କିନ୍ତୁ ଭିତରେ ଭିତରେ ମୁଣ୍ଡର କାମ କରିବା ଶକ୍ତି କମି କମି ଆସୁଥାଏ । ପେସେଣ୍ଟ ଡାକ୍ତରଙ୍କ ପାଖକୁ ଆସିଲା ବେଳକୁ ମୁଣ୍ଡ କାମ କରିବା ଶୁନ ହୋଇଯାଇଥାଏ । ଯେଉଁଟା ଅତି ମାରାତ୍ମକ ।
କିନ୍ତୁ ଅରୁ କେସ୍ ଅଲଗା । ଆରମ୍ଭରୁ ସେ ଚିକିତ୍ସିତ ହେଲେଣି ।ଛଅ ସାତ ମାସ ଭିତରେ ଭଲ ହୋଇଯିବେ। ସବୁଠାରୁ ଭଲ ହୁଅନ୍ତା ତାଙ୍କ ବନ୍ଧୁ ଦିତିକୃଷ୍ଣ ସହ ଯଦି ଦେଖା ହୋଇ ଯାଆନ୍ତା । ହେଉ ଦିତିଙ୍କୁ ଖୋଜିବାକୁ ଚେଷ୍ଟା କରିବି। ତୋତେ ଅରୁ ଲାଗିଲା ପିନାକୀ ।
ନିଶ୍ଚୟ । ସାଙ୍ଗ ତାହେଲେ ମୁଁ କଣ ପାଇଁ ହୋଇଛି। ତୁ ନିର୍ଦ୍ୱନ୍ଦରେ ରହ। ଭଲ ଆଶା ଶହେକୁ ଶହେ କହି ପିନାକୀ ଚାଲି ଗଲା।
ମୋ ପାଗଳ ହେବା କଥା ଦୁଇ ବନ୍ଧୁଙ୍କ ମଧ୍ୟରେ ସୀମିତ ରହିଲା । ମୁଁ ଏହାର ଟିକେ ବି ଟେର୍ ପାଇଁ ନଥିଲି ସେତେବେଳେ । ଅନେକ ବର୍ଷ ପରେ ସଂଜୟ ଏ ସତ୍ୟ ସହ ମୋତେ ପରିଚିତ କରାଇ ଥିଲେ।
ସେତେବେଳେ ପରୀକ୍ଷା ସରିବା ପର୍ଯ୍ୟନ୍ତ ମୁଁ ପ୍ରତିଦିନ ମେଡ଼ିସିନ୍ ନେଲି। ପ୍ରତି ମାସରେ ବି ଡ଼ଃ ପିନାକୀ ଆସି ମୋତେ ଚେକ୍ ଅପ୍ କରି ଯାଆନ୍ତି । ମେଡ଼ିସିନ୍ ନେଲା ଦିନୁ ଅଧିକ ସମୟ ଶୋଇ ରୁହେ ମୁଁ ।
କି ମେଡ଼ିସିନ୍ ଦେଉଛନ୍ତି ତୁମ ବନ୍ଧୁ ଯେ ମୋତେ ଖାଲି ନିଦ ହେଉଛି ମୁଁ ପଚାରେ।
ଶୋଇଲେ ଭଲ । ଉଠି ପଢିଲେ ସବୁ ମନେ ରହି ଯାଉ ନାହିଁ ତୁମର କୁହନ୍ତି ସଂଜୟ।
ହଁ ଯେ ଏତେ ଶୋଇଲେ ମଣିଷ ଆଳସ୍ୟର ଦାସ ହୋଇ ଯିବ ନାହିଁ ?
ଆଦୋୖ ନୁହେଁ ।ତୁମେ ଏକା ଥରେ ପରୀକ୍ଷା ରେ ପାସ୍ କରିବାକୁ ଇଚ୍ଛା ତ ?
ଇଚ୍ଛା କଣ ସଞ୍ଜୟ ମୁଁ ପାସ୍ କରି କି ଅଛି ଦେଖିବ।
ମୁଁ ଜାଣେ ମୋ ଅରୁ ପରି ମେଧାବିନୀ ଛାତ୍ରୀ ଏ ଖଣ୍ଡ ମଣ୍ଡଳରେ କେହି ନାହାଁନ୍ତି।
ବେଶୀ ଟିକେ ଟେକିବା ହୋଇ ଯାଉନାହିଁ ମିଷ୍ଟର ସଞ୍ଜୟ କହି ମୁଁ ସଞ୍ଜୟଙ୍କ ବେକରେ ହାତ ଛନ୍ଦି ଦେଲି ଗେହ୍ଲାରେ।
ପରେ ସଞ୍ଜୟ ଙ୍କ ଡାଇରୀ ପଢି ଜାଣିଲି ମୋ ସ୍ୱାମୀ ସଞ୍ଜୟ କେତେ ହଇରାଣ ହୋଇଛନ୍ତି ମୋତେ ଭଲ କରିବାକୁ। ଜଣେ ମାନସିକ ରୋଗୀ ସ୍ତ୍ରୀ କଜ ଏତେ ସ୍ନେହ ଓ ଯତ୍ନ କଲେ ଯେ ମୁଁ ଖାଲି ଭଲ ହେଲିନି ବରଂ କମ୍ପିଟେଟିଭ୍ ପରୀକ୍ଷାରେ ବି ଭଲ କଳଙ୍କ।
ସଞ୍ଜୟ ପରି ସ୍ୱାମୀ ହିଁ ପ୍ରକୃତ " ଜୀବନ ସାଥୀ"। ମୁଁ ନିଶ୍ଚିତ ସୌଭାଗ୍ୟ ବତୀ ଏପରି ସ୍ୱାମିରୁପକ ବନ୍ଧୁଟିଏ ପାଇ।