Satyabati Swain

Tragedy

4  

Satyabati Swain

Tragedy

ଡିଭୋର୍ସିର ରଙ୍ଗ

ଡିଭୋର୍ସିର ରଙ୍ଗ

6 mins
14



ବର୍ଷୁଥିଲେ ମାଆ ।


ଓଦା ହେଉଥିଲି ମୁଁ ।


      ତୋରି ଯୋଗୁଁ ମୋ ପୁଅ ଆଜି ମୋ ପାଖେ ନାହିଁ। ତୋ ପାଇଁ  ସ୍ୱାମୀଙ୍କୁ ହରାଇଛି । ତୁ ହିଁ ସବୁ  ନାଟର ଗୋବର୍ଦ୍ଧନ ।


   'ଲକ୍ଷ୍ୟ'ତୋର ସ୍ୱାମୀ ।ସିଏ ତ ତୋତେ ନେଇ ଖେଳିଲା କି ମାରିଲା ହାଣିଲା ସହି ଦେଇ ଥିଲେ ଟିକେ ହୋଇ ନଥାନ୍ତା  ? 


       ଟିକେ ! ବହୁତ ସହିଲି ମାଆ।  ସ୍ୱାମୀ  ବୋଲି ମୋତେ ଗୋଇଠା ବିଧା  ମାରି ଅତ୍ୟାଚାର କରିବେ ସହବାସ ପାଇଁ ଆଣିଛୁକ ହେଲେ ! ଆମେ କଣ  ପଶୁ କୁକୁର ବିଲେଇ !  ମୈଥୁନ ଆବଶ୍ୟକ। ଏହା ଅର୍ଥ ନୁହେଁ ମୈଥୁନ ଲାଳସା ଏକ ରୋଗ ହେବ !  ପୁଣି ମିଛ କୁହାଇ ଔଷଧ ଦେଇ ମୋର ଦୁଇ ଦୁଇଟି ପିଲା ଆବରସନ୍ କରେଇ ଦେବେ ଆଉ ସତ୍ୟ ଜାଣିଲା ପରେ ସେପରି ପାପୀ ପାଖେ ତାରି ଦେହ ସୁଖ ପାଇଁ ମୁଁ ପଡି ରହିଥାନ୍ତି !

    

    ଅତ୍ୟାଚାର କରୁଛି ତୋ ଉପରେ  ! ସ୍ୱାମୀ ସ୍ତ୍ରୀ ଉପରେ ଅଧିକାର ସାବ୍ୟସ୍ତ କରିବା କଣ ଅତ୍ୟାଚାର ! ସେଇଟା ନାରୀ ପୁରୁଷର ସଂସାର ଖେଳ। ଗନ୍ଧେଇଲା ତୋତେ। ତୋର ଯଦି ସହବାସ କରିବାରେ ଏତେ କୁଣ୍ଠା ବାହା ହେଉଥିଲୁ କାହିଁକି ? ରହି ଗଲୁନି ଅବିବାହିତ।ମୋ ପୁଅକୁ  ହତ୍ୟାକାରୀ ସଜେଇ  ଜେଲ ପଠେଇ ଦେଲୁ ! ତା ଛୁଆଙ୍କୁ ଜନ୍ମ ନ କରାଇ ଆବରସନ୍ କରି ମାରିଲା ତ ସେଥିରେ ତୋର କଣ ଯାଉଥିଲା ? ଚାହିଁଲେ ଆହୁରି ଛୁଆ ସେ ଦେଇ ପାରିଥାନ୍ତା।ମୁଣ୍ଡ ପାତି ସବୁ କଷ୍ଟକୁଦେହ ସୁହା କରି ଦେଇଥିଲେ  ଆଜି  ଏତେଗୁଡିଏ ଅଘଟଣ  ଘଟିଥାନ୍ତା କି ମୋ ସ୍ୱାମୀ ପୁଅର କୁତ୍ସିତ ଚିନ୍ତାଧାରା କଥା ଭାବି ଚାପ ଗ୍ରସ୍ତ ହୋଇ ହାର୍ଟ ଆଟାକରେ ମୋତେ ଏକା କରି ଯାଇଥାନ୍ତେ ?ବିଶାଳ କାୟ ଦୁଇ ତଳ ବିଶିଷ୍ଟ ଘରେ ଏପରି ଖାଁ ଖାଁ ରାଜୁତି କରୁଥାନ୍ତା ?

                

        ମାଆ ତୁମେ ଜଣେ ନାରୀ ହୋଇ ଏମିତି କହି ପାରୁଛ ?

      

      ହଁ କହୁଛି। ଦେଖିଲୁ କଷି ଛୁଆ ଦିଟା ମୁହଁକୁ ? ଲାଗୁନାହିଁ  ଦୟା ତୋତେ ? ନିଃଶବ୍ଦେ ଝୁରି ହେଉ ନାହାନ୍ତି ବାପା ସ୍ନେହ ! 

 

       ବାପା ! କେଉଁ ବାପା ! ଏ ଛୁଆ ଦୁହେଁ ମୋ ପେଟରେ ଅଛନ୍ତି ଜାଣି ଦେଇଥିଲେ ଗୋଇଠା ମାରି ମାରି ପେଟରୁ ମାରି ଦେଇଥାନ୍ତା ସେ ଚଣ୍ଡାଳ । ବାପା ସ୍ନେହ କଣ ତୁମ ପୁଅ ଜାଣନ୍ତି କି ? ପିଇବା , ନୂଆ ନୂଆ ଦେହ ସହ ଖେଳିବାରୁ ଫୁରୁସତ ମିଳିଲେ ତ ସେ ବାପା ହେବା କଥା ଭାବିବେ।


       ମାନୁଛି ସେଇଟା ମୋ ପୁଅର ଭୁଲ୍ । କାହିଁକି ଏପରି ଅମଣିଷ ହେଲା ? କେଉଁଠି ନା କେଉଁଠି ଏଥିପାଇଁ ଦାୟୀ ଆମେ। ପୁଅର ନୀତିଗତି ଦେଖି ଆମର ଭାବିବାର ଥିଲା  ।ମୂଳରୁ ଅଙ୍କୁଶ ଲଗେଇ ଥିଲେ ଆଜି ହୁଏତ ଜୀବନର ଅପରାହ୍ନରେ ବୋହୁ ଓ ନାତି ନାତୁଣୀ ଲାଲନ ପାଳନ ଗୁରୁ ଦାୟିତ୍ୱ ନେବାର ଅବକାଶ ଆସି ନଥାନ୍ତା ?ସେଥିପାଇଁ ତ ତେଜ୍ୟ ପୁତ୍ର ତାକୁ କରିଛୁ । ବାପା ନ ହେଉ ତୋ ସ୍ୱାମୀ ତ ହେଉଥିଲା ? ସତ କହ ତୁ କଣ ଝୁରୁନୁ ସ୍ବାମୀ ପ୍ରେମ ! କଞ୍ଚା ବୟସରେ ମନ ତୋର ଅମାନିଆ ହେଉନାହିଁ ?ଦେହଟାକୁ ଶାସନ କରି ଦେଉଛୁ ସିନା କିନ୍ତୁ ମନ ! ସେ କଣ ବେକାବୁ ହେଉନାହିଁ ବେଳ ଅବେଳରେ ? ବାହାରକୁ ଗଲେ ଉଛୁଳା ଯୌବନ ସାଙ୍ଗକୁ  ଯେଉଁ ଯୋଗୀ ମନ ଟାଳିଲା ପରି ରୂପ ଖଣ୍ଡକ ତୋତେ ଦଇବ ଦେଇଛି ସେ ପାଇଁ ହେଉନୁ ଶହଶହ ଆଖିର ଶିକାର ?


         ବୟସ କଣ ଫଳ ହୋଇଛି କଞ୍ଚା କି ପାଚିଲା ହେବ ! ହଁ ଜଣେ ଡିଭୋର୍ସି ଅନେକ ଟିକ୍କା ଟିପ୍ପଣୀର ସରବ୍ୟ ହୁଏ। ସମାଜ ଭଲ ଆଖିରେ ଦେଖେନି କେବେ । ସବୁବେଳେ ଦୋଷ ନାରୀର ଥାଏ ନିର୍ଦୋଷ ହୋଇ ବି । ବାକି ରହିଲା  ଶାରୀରିକ ସୁଖ କଥା । ତା  ପ୍ରତି ମୋର ବିତୃଷ୍ଣା ଆସି ଯାଇଛି। ବରଂ କୁହ ମୁଁ ଖୁବ୍ ଖୁସିରେ ଅଛି।


          ଖୁସିରେ ଅଛୁ ? ଲୋଡୁନୁ କାହାକୁ ତ ନିଜକୁ ଧନୀ ଦେଖାଇ ହେଉଥିବା ତୋର ସେ ଲେଖା ଯୋଖା କେଉଁ ପିଲାଦିନ ସାଙ୍ଗ ସିନ୍ଧୁ ଏଠିକୁ କାହିଁକି ଆସିଛୁ ବାରବାର ? ପଢିଛୁ ତା ଆଖି ! ଡିଭୋର୍ସି ଭାବି ତୋତେ ଫୁସୁଲେଉଛି । ତୋ ମନ ନେଇ ତୋତେ  ନିଜର କରିବାକୁ ଚାହୁଁଛି ଏଇଟା କଣ ତୁ ବୁଝି ପାରୁନୁ ? ତୁ ତୋ ଖୁସି ପାଇଁ ଦ୍ଵିତୀୟ ବିବାହ କରିବାକୁ ମନା ନାହିଁ।କିନ୍ତୁ ମୋ ଛୁଆ ଦିଟାଙ୍କର କଣ ହେବ ? ବାପା ନାହିଁ ପୁଣି ମାଆ ଛେଉଣ୍ଡ ହୋଇଯିବେ !

              

     ଚମକି ପଡିଲି। ମାଆ କଣ କହୁଛନ୍ତି ! ଏ କଥା ତ ମନକୁ କେବେ ଆଣି ନଥିଲି !ମାଆଙ୍କ କୌଣସି ପ୍ରଶ୍ନର ଉତ୍ତର କଣ ମୋ ପାଖେ କଣ ଅଛି ?ଆହୁରି  ସତ ଯେ ହୁଏତ ମାଆ ସିନ୍ଧୁ ମନର ଦୁରଭିସନ୍ଧି ବୁଝି ପାରିଛନ୍ତି ଅଥଚ ମୁଁ ନୁହେଁ କେମିତି ! 


       ମୋ ଶାଶୁଶଶୁର ପରି ମଣିଷ ବିରଳ। ନିଜ ଜନ୍ମିତ ପୁଅକୁ ସ୍ନେହପ୍ରେମ ଏବଂ ସମ୍ପତ୍ତିରୁ ନ୍ୟାୟାନୁଯାୟୀ ବେଦଖଲ କରି ବୋହୁ ଓ ଯାଆଁଳା ନାତିନାତୁଣୀଙ୍କୁ ଆଦରି ନେଇ ଘରେ ରଖିବା କେଇଟା ମଣିଷ ଏ ପୃଥିବୀରେ ମିଳିବେ ?


      ମାଆ ମୋ  ବିଚଳିତ ମୁହଁ ପଢି ଗୋଟେ ରହସ୍ୟମୟ କିନ୍ତୁ ତୃପ୍ତିର ହସ ହସୁଥିଲେ। 


କଣ ହୋଇ ପାରେ ଏ ହସର ରହସ୍ୟ !


        ବୋଧେ ତାଙ୍କ ପୁଅର ହୋଇ ରହିଲି ନାହିଁ ତ ଆଉ କେହି ମୋତେ ଭଲ ପାଉ ସହନ୍ତେ କେମିତି ! ମାଆ ବା ସେ। ଯେତେ ଖରାପ ହେଲେ ବି ପୁଅ ପ୍ରତି ସ୍ନେହ ଊଣା ହୁଅନ୍ତା କି ?


        ଠିକ୍ ଏତିକିବେଳେ ସିନ୍ଧୁ ଫୋନ୍ କଲା, ହାଲୋ, ହା   ଲୋ ।

          ଉଠାଇଲି ନାହିଁ ଫୋନ୍ । ମନେ ପକାଇଲି ସେ କହୁଥିବା କଥା ସବୁକୁ।କେଉଁଠି ନା କେଉଁଠି ସେ ସୁରାଗ ଦେଉଥିଲା ଯେ ସେ ମୋତେ ଭଲ ପାଏ। ଡିଭୋର୍ସ ନେଲା ପରେ ବି ମୋ ସ୍ୱାମୀ  ମୋ ଭିତରେ ଅଛନ୍ତି ଜାଣି ସେ ଉଦାସ ହୋଇଗଲା । ମୁହଁ ଶୁଖିଗଲା କାହିଁକି ? ବୋଧେ ମାଆ ଯାହା କହୁଛନ୍ତି ନିରାଟ ସତ କଥା। କିମ୍ବା ସିନ୍ଧୁ ମୋତେ ଦୟା ଦେଖେଇବା ଚେଷ୍ଟାରେ। ଛିଃ ବନ୍ଧୁ କହି ମୋ ଖରାପ ସମୟର ଫାଇଦା ଉଠାଇବାକୁ ଚାହୁଁଛି ; ଦୁଷ୍ଟ ! 

               

       ଫୋନ୍ ନ ଉଠାଇବାରୁ ମେସେଜ କଲା।କଣ କିଛି ଅସୁବିଧା ହୋଇଛି କି ? ମାଆଙ୍କର କଣ ହେଲା କି ? ରହ ମୁଁ ଏଇ ସଂଗେ ସଂଗେ ଯାଇ ପହଞ୍ଚୁଛି।

          

      ହେ ଭଗବାନ! ମହରଗରୁ ଯାଇ କାନ୍ତାରରେ ପଡିବା ଅବସ୍ଥା ହେଲା ମୋର। ସିନ୍ଧୁ ଏବେ ଯଦି ଆସିଯାଏ ମାଆ କଣ ନାହିଁ କଣ ଆହୁରି  ବକି ଯିବେ। ତା ପାଟିରୁ ମୋତେ ଭଲପାଏ  ନ ଶୁଣି ଅନୁମାନ ଲଗେଇ ତାକୁ କିଛି କହିବା ଉଚିତ ହେବ କି ? କଣ କରିବି ?  ତରବର ହୋଇ ମେସେଜ କଲି ସବୁ ଏଠି ଠିକ୍ ଅଛି। ମୁଁ କାମରେ ବ୍ୟସ୍ତ ଅଛି ସରିଲେ ଫୋନ୍ କରିବି।

         

     ନା ଅପେକ୍ଷା କଲା ନାହିଁ ସେ।ପୁଣି ଫୋନ୍ ରିଙ୍ଗ୍। ଓହୋ ଜୋକ ତ ।ଲାଗିଛି ମୋ ପଛରେ।

               

      କହିଲିନି ନା ପରେ ଫୋନ୍ କରିବି ? ସାଧାରଣତମ ଜ୍ଞାନ ନାହିଁ ତୋର ? ମନା କଲା ପରେ ବି ଫୋନ୍ କରୁଛୁ? 

        

      ତୋର ସେଠି ସବୁ ଠିକ୍ ଅଛି ଜାଣି ଆଶ୍ୱସ୍ତ ହେଲି।ନଚେତ୍ କେତେ କଣ ଭାବିଗଲିଣି।

               ମୋ କଥା ଭାବିବାକୁ ତୁ କିଏ ? କୌଣସି ଅସୁବିଧାରେ ପଡ଼ିଲେ ତୁ କାହିଁକି ଆଗତରା ଆବୋରି ପଡୁଛୁ ?  ମୁଁ କଣ ଛୁଆ ହୋଇଛି ? ଜଣେ ଅଧ୍ୟାପିକା ଦୁଇଟି ପିଲାର ମାଆ।ଯଥେଷ୍ଟ ବୟସ ହେଲାଣି ମୋର ନିଜ ତଥା ନିଜ ପରିବାର କଥା ବୁଝିବାକୁ।ତୁ କିଆଁ ଏତେ ମୁଣ୍ଡ ଖେଳାଉଛୁ ? ବନ୍ଧୁ ତୁ ବନ୍ଧୁ ହୋଇ ରହ। ସୀମା ଟପିଲେ ବିପଦ। ମୋ ମନର ଯେତେକ ରାଗ ସବୁ ଝାଡ଼ି ଦେଲି ତା ଉପରେ।  ହୁଁ ଆସିଲା ମୋର ହିତୈଷୀ ହେବାକୁ ?

                   

       ସେପଟୁ ଭାରି କଣ୍ଠରୁ ଶୁଭିଲା ଦ୍ରାକ୍ଷା ! ତୁ କଣ ପାଗଳ ହୋଇ ଯାଇଛୁ ? କଣ ଇଆଡୁ ସିଆଡୁ କହୁଛୁ ?କାହା ଉପରେ ରାଗିଛୁ କି ?ଅପେକ୍ଷା କର ଯାଇ ପହଞ୍ଚୁଛି।

                 ହଁ ରାଗିଛି  ତୋ ଉପରେ। ତୁ କାହିଁକି ଏଠିକୁ ବାରମ୍ବାର ଆସୁଛୁ ? ଜାଣିଛୁ ଏଇଟା ପୁରୁଷ ବିହୀନ ଘର। ତୁ ମୋ ସାଙ୍ଗ ସିନା ମୁଁ ଜାଣେ। ସମସ୍ତେ ତୋତେ ଜାଣନ୍ତି କି ? ଦେଖ୍ ଆଜିଠାରୁ ତୁ ମୋ ଜୀବନରେ ସ୍ୱପ୍ନରେ ସୁଦ୍ଧା ଆସିବାକୁ ସାହସ କରିବୁ ନାହିଁ। କହି ପାରିବୁ ମୋ ପ୍ରତି କାହିଁକି ଏତେ ଦରଦ ତୋର ଉଛୁଳୁଛି ?

                

       ଦ୍ରାକ୍ଷା ! ଏତେ ରୁକ୍ଷ ହେଉଛୁ କାହିଁକି? କଣ ଏମିତି ଭୁଲ୍ କରିଦେଲି ?

                

    ଭୁଲ୍ ତୋର ନୁହେଁରେ ସିନ୍ଧୁ। ମୁଁ ନିଜେ ଗୋଟିଏ ଭୁଲ୍ ।ତୋତେ ହାତ ଯୋଡୁଛି ଆସିବୁନି ଏଠିକୁ ମୁଁ ନ ଡାକିବା ଯାଏ।


କିନ୍ତୁ


         ରଖ ତୋ କିନ୍ତୁ ଫିନ୍ତୁ ତୋ ପାଖରେ କହି ଫୋନ୍ ବନ୍ଦ କରିଦେଲି। ଲୁହ କିନ୍ତୁ ବତୁରେଉ ଥିଲେ ମୋ ହୃଦୟ।


ବୁଝି ଯାଇଥିଲି ଜଣେ ଡିଭୋର୍ସିର ଜୀବନ ସଦା କାଗଜ ଖଣ୍ଡେ ମାତ୍ର।



Rate this content
Log in

Similar oriya story from Tragedy