Satyabati Swain

Tragedy

4  

Satyabati Swain

Tragedy

ଗ୍ରୀଷ୍ମ ଆସିବା ପୂର୍ବରୁ

ଗ୍ରୀଷ୍ମ ଆସିବା ପୂର୍ବରୁ

3 mins
14


ଗ୍ରୀଷ୍ମ ଆସିବା ପୂର୍ବରୁ କୋଇଲି ମୋ ଜୀବନରେ ଆସିଥିଲା। ଧରାକୁ ଗ୍ରୀଷ୍ମ ଆସିନି ମୋ ଜୀବନରେ ଗ୍ରୀଷ୍ମ କିନ୍ତୁ ଆସିଗଲା।


   ଏଇ ଦୁଇ ମାସ ପୂର୍ବରୁ ସକୋଇଲି ମୋ ଜୀବନରେ ଆସିଥିଲା।


ଇସ୍ ! ତୁମର କଣ୍ଠସ୍ୱର କି ମିଠା !


ମିଠା ! କହି ସେ ଖିଲି ଖିଲି ହସି ଦେଲା।


ମୁଁ ତୁମକୁ କୋଇଲି ଡାକିବି ?


କୋଇଲି ! କଣ ତୁମେ ଋତୁରାଜ ବୋଲି !


  ନା ମ ତୁମ କଣ୍ଠସ୍ୱର ମିଠା ବୋଲି । ତୁମକୁ ଗୀତ ଗାଇ ଆସେ ? ଗାଇଲ ଗୋଟେ ଗୀତ।


  ତୁଝେ ମୁଝସେ ପହେଲେ ଥା ନାତା କୋଇ ୟୁହିଁ ନେହି ଦିଲ୍ ଲୁଭାତା କୋଇ ।


  ଆରେ ବାଃ ସତରେ ତୁମେ ପେଷାଦାର ଗାୟିକା ପରି ବୋଲୁଛ ?ସେ ପୁଣି ସେଇ ଖିଲି ଖିଲି ହସିଦେଲ।


   ପ୍ରଥମ ଥର ଫୋନ୍ ଏପଟେ ମୁଁ ଫୋନ୍ ସେପଟେ ସେ ଆମେ କଥା ହେଉଥିଲୁ।


ମୁଁ ତୁମକୁ ତୁମେ କହି ପାରିବି ?


  ହଁ ତୁମେ କହି ପାରିବ ମୋ ନାଁ ଧରି ଡାକି ପାରିବ ବି ।


ଋତୁରାଜ ଡାକିବି? 


  ହଁ ତୁମେ କୋଇଲି ଆଉ ମୁଁ ଋତୁରାଜ। ଏମାନଙ୍କର କେଉଁ ଆବାହନ କାଳରୁ ଘନିଷ୍ଠ ସମ୍ପର୍କ।


  ହୁଁ ମଧୁମାସ,ଆମ୍ବ ବଉଳ ଓ କୋଇଲି ଏମାନେ ଖୁବ୍ ସାଙ୍ଗ।


ଠିକ୍ ସେମିତି ତୁମେ ଆଉ ମୁଁ।


  ଏମିତି ଅସ୍ମିତା ଓ ମୁଁ ପ୍ରତିଦିନ ଘଣ୍ଟାଘଣ୍ଟା ଚାଟ କରୁ କେବେ କେବେ ଗପୁ। ମୋତେ ଭାରି ଭଲ ଲାଗେ ତାଙ୍କ ସହ କଥା ହେଲେ। କଥାରେ ତାଙ୍କର ସତରେ ଯେମିତି ମହୁଗୋଳା ହୋଇଥାଏ । ମୁଁ ଅନ୍ୟମାନଙ୍କ ଗପ ୟୁଟୁବରେ ଶୁଣାଏ। ଚିତ୍ର ସହ ମୋ କଣ୍ଠର ଯାଦୁ ଅନେକ ଲୋକଙ୍କୁ ପାଗଳ କରେ । ମୋତେ କେହି ଦେଖି ନାହିଁ।କେବଳ ମୋ ସ୍ୱରକୁ ପ୍ରେମ କରନ୍ତି ହଜାର ହଜାର ଲୋକ। ସେମାନଙ୍କ ମଧ୍ୟରେ ଅସ୍ମିତା ଏକ ନମ୍ବରରେ । ସେ ମୋ ଗପର ପ୍ରଶଂସିକା ମୁଁ 

ତାଙ୍କ ଗୀତର। ସେ ୟୁଟ୍ୟୁବରେ ଗୋଟେ ଗୀତ ଚ୍ୟାନେଲ ଖୋଲିଥିବା ଲିଙ୍କ୍ ଦେଲେ।

     

   ଏପରି ପ୍ରତିଦିନ ଦିନ କଥା ହେବା ସେ ମୋ ଗପ ମୁଁ ତାଙ୍କ ଗୀତ ଶୁଣିବା ଆମର ରୁଟିନ ହୋଇଗଲା । କିଛି ଦିନ ପରେ ମୁଁ ଦିନେ କହିଲି କେବେ ଥରେ ଭେଟ ହୋଇ ପାରିବା କି ଏ ଜନ୍ମରେ ! ତୁମେ ତୁମ ଗୀତରେ ଫଟୋ ଦେଉଁନ ତ ?


ମୋତେ ଭଲ ଲାଗେନି ।


  ମୋତେ ବି। ସେଥିପାଇଁ ମୁଁ ବି ଗପରେ ଫଟୋ ଦିଏନି।


  ସେମ୍ ଚଏସ୍ ଆମର । ସେଥିପାଇଁ ଯୋଡି ହୋଇ ଯାଇଛେ ଆମେ।


 ହୁଁ କହି ସେ ହସିଦିଏ ପ୍ରତି କଥାରେ।


   ମୋ ଭେଟ ହେବ କଥା ଶୁଣି ସେ କହିଲା, ଏ ଜନ୍ମରେ କାହିଁକି ଏବେ ଚାହିଁଲେ ହୋଇ ପାରିବ।ଇଏ ଏମିତି କେଉଁ ବଡ଼ କଥା କି ? ଜହ୍ନରେ ପହଞ୍ଚିଲାଣି ମଣିଷ।କିନ୍ତୁ ତୁମେ ଚାହିଁଲେ ସମ୍ଭବ ହେବ।


ମୁଁ !


  ହୁଁ । ଝିଅ ପିଲାଟା ମୁଁ । କାହିଁ କେତେ ଦୂର ଯାତ୍ରା କରି ପାରିବି କି ? ତୁମେ ଆସିବନା। ଶୀଘ୍ର ଆସିବ କିନ୍ତୁ। ଡେରି କରିବା ଠିକ୍ ହେବ ନାହିଁ।


କେତେଦୂର !


ଗୁଗୁଲ ଖୋଜ ପାଇଯିବ।


ସବୁବେଳେ ଗୋଟେ ଜୋକ୍ । ଠିକଣା କହୁନ ?


  ଠିକଣା ....ହଁ ଲେଖ IVR ,625 / 11 ଦାମନ ଯୋଡି।


ଠିକ୍ ଅଛି ସମୟ ସୁବିଧା ଦେଖି ନିଶ୍ଚିତ ଯିବି।


ଆସିବା ପୂର୍ବରୁ ମୋତେ ଖବର କରିବ,ବୁଝିଲ।


  ନା ନା କହିବିନି। ହଠାତ୍ ପହଞ୍ଚି ତୁମକୁ ସରପ୍ରାଇଜ୍ ଦେବି।


    ବସ୍ ଷ୍ଟାଣ୍ଡ ହେଉ କି ରେଳଷ୍ଟେସନ ଆମ ଗାଁ ଠାରୁ ଅନେକ ଦୂର।କହିଲେ ସିନା ମୁଁ ତୁମକୁ କାହାକୁ ପଠାଇ ଆଣିବା ବନ୍ଦୋବସ୍ତ କରିବି।


ହେଉ କହିକି ଯିବିରେ ବାବା।


  କିନ୍ତୁ ମୁଁ କେଉଁ ଯାଇ ପାରିଲି । ସ୍ୱଚକ୍ଷୁରେ ଦେଖିବାକୁ ଥରେ କିନ୍ତୁ ଭାରି ଇଚ୍ଛା ଥିଲା।।


    କିଛି ଦିନ ଆଉ ସେ ଫୋନ୍ କଲେନି କି ୟୁଟ୍ୟୁବରେ କିଛି ପୋଷ୍ଟ ଦେଲେନି। ମୁଁ ଯେତେ ମେସେଜ ଦେଲି କି ତାଙ୍କୁ ଫୋନ୍ କଲି କିଛି ଉତ୍ତର ଆସିଲାନି।ହଠାତ୍ ଏମିତି ଅନ୍ତର୍ଦ୍ଧାନ ହୋଇଯିବା, ଫୋନ୍ ନ ଲାଗିବା ମୋତେ ଅସ୍ତ ବ୍ୟସ୍ତ କଲା। ୟାକୁ ତାକୁ ପଚାରି ବି କୌଣସି ଖବର ଜାଣି ପାରିଲିନି । ଓଃ କି ସାଂଘାତିକ ଝିଅଟା। ବାହା ସାହା ହୋଇଗଲାକି କଣ ?


ଏମିତି ଚିନ୍ତାରେ ଥାଏ।


  ହଠାତ ଦିନେ fb ଦେଖି କିଛି କ୍ଷଣ ପଥର ପାଲଟି ଗଲି। ତା ଫଟୋରେ ଲେଖାଥିଲା କ୍ୟାନ୍ସର ସହ ଲଢ଼ି ଲଢ଼ି ମୋ ଭଉଣୀ ଅସ୍ମିତା ବିଶୋଇ କାଲି ଆମ ଗହଣରୁ ଚିର ବିଦାୟ ନେଇଛନ୍ତି ।


   ଅସ୍ମିତା କ୍ୟାନ୍ସର ପିଡିତା ଥିଲା !! ଓଃ ଫାଟି ଗଲା ଛାତି । ମୁଣ୍ଡ ସ୍ଥାଣୁ ପାଲଟିଗଲା କିଛି କ୍ଷଣ। କୌଣସି ଦିନ ସୂଚନା ଦେଇନି ସେ। ସବୁବେଳେ ହସିହସି କଥା କୁହେ। କଥା ପଦକେ ଗୀତ ! ଯେତେ ଭିଡିଓ କଲ୍ କରିବାକୁ କୁହେ ସେ ଏଡେଇ ଦେଇ କୁହେ, ନା ଦେଖା ହେବା ତ ଫ୍ରଣ୍ଟ୍ ଟୁ ଫ୍ରଣ୍ଟ୍ ।

   

   ଭାବେ ଅସୁନ୍ଦରିଟେ ହୋଇ ଥିବ । ସେଥିପାଇଁ ପ୍ରୋଫାଇଲରେ ତାର ନିଜ ଫଟୋ ନଥାଇ ଖାଲି ଫୁଲ ଫଟୋ !ହେଉ ସେ ଯଦି ନ ଚାହୁଁଛି ମୁଁ କାହିଁକି ବାଧ୍ୟ କରିବି ? ସେ ଯେ ଶଯ୍ୟାଶାୟୀ ଥିଲା ଭିଡିଓ କଲେ ଜାଣିଦେବି ସେଥିପାଇଁ ଭିଡିଓ କଲ୍ ଏଡେଇ ଦେଉଥିଲା ! ଆଉ ମୁଁ ମୂର୍ଖ କଣ କଣ ଭାବୁଥିଲି !


   ଦୀର୍ଘଶ୍ଵାସଟିଏ ପକାଇ କହିଲି ମୋତେ କ୍ଷମା କରିଦେବ କୋଇଲି ଦେଖା କରିପାରିଲି ତୁମକୁ।


  ବୁଦୁ! ଏତେ ଯଦି ଭଲ ପାଉଥିଲୁ ଗଲୁନି ଦେଖା କରିବାକୁ ?


କେମିତି ଯାଇଥାନ୍ତି ସାଙ୍ଗ ? ଦେଖତ ମୋର ଅବସ୍ଥା।


ଏଁ ତୁମେ ଜଣେ ପକ୍ଷାଘାତ ରୋଗୀ !


   ହଁ । ହାତ ଗୋଡ଼ ଅଚଳ। ପାଟି ଓ ମୁଣ୍ଡଟି ଯାହା ଚଳ।


 ଏତେ ଭଲ ପାଉଥିଲି ଯେ ତାଙ୍କ ମନରେ ଦୁଃଖ ଦେବାକୁ ଟିକେ ଇଚ୍ଛା ନଥିଲା। ତାଙ୍କୁ ଖୁସି ରଖି

ବାକୁ ଅନେକ ବାହାଦୂର ଗପ ଗପେ। ସେ ଶୁଣି କାବା ହେବା ସହ ବହୁତ ଖୁସି ହୁଏ।କେମିତି ଛଡେଇ ଆଣିଥାନ୍ତି ତାଙ୍କ ଖୁସି ଟିକକ ! ମୋର ହାତ ଗୋଡ଼ ଅଚଳ,ଅର୍ଥବ ଏକଥା ଜାଣି ସେ କଣ ସହି ପାରିଥାନ୍ତେ ? 


   ବାଃ !ପରସ୍ପରକୁ ନ ଜାଣି ନ ଦେଖି ବି ଏତେ ପାଖରେ ଥିଲ ଏବଂ ଉଭୟେ ଉଭୟଙ୍କ ଖୁସି ପ୍ରତି ଯତ୍ନବାନ ଥିଲ !


   ସାଙ୍ଗରେ ! ଋତୁରାଜ ସବୁବେଳେ ତ କୋଇଲିର



Rate this content
Log in

Similar oriya story from Tragedy