Satyabati Swain

Inspirational

3  

Satyabati Swain

Inspirational

ଟୁପୁ

ଟୁପୁ

4 mins
2



  ଟୁପୁଲି ବିଲକୁଲ୍ ସ୍ୱାର୍ଥୀ ନୁହେଁ ଟିସୁ। ଫେରିଯାଅ ନିଜ ସଂସାରକୁ । ଅନ୍ୟର ବସା ଭାଙ୍ଗି ମୁଁ ଯେଉଁ ବସା ତିଆରି କରିବି ସେଠି ଖୁସି ରହିବ ତ ? କାହା ଖାଇବା ପାଖରୁ ପଖାଳ କଂସା ଛଡେଇ ଆଣି ସେ ଖାଦ୍ୟ ଖାଇଲେ ମୋର ହଜମ ହେବ କି ?


  ରାତି ଚାରିଟା। ଅନ୍ଧାର ପ୍ୟାକିଙ୍ଗ କରୁଥିଲା ।ତାର ଯିବାର ବେଳ ହୋଇ ଗଲାଣି। ଆଲୋକ ଓ

ଦିନର ଉପସ୍ଥିତି ତାର ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ମୂଲ୍ୟହୀନ କରିଦିଏ। ସେଇଥି ପାଇଁ ସେ ଏ ଦୁହିଁଙ୍କୁ ଆଦୌ ସହି ପାରେନି। ସେମାନେ ଆସିବ ପୂର୍ବରୁ ସେ ଚାଲିଯାଏ ତା ଘରକୁ। ଲୁଚି ବସେ ସେମାନେ ଯିବା ପର୍ଯ୍ୟନ୍ତ।


    ଠିକ୍ ସେତିକି ବେଳେ ଧାରେ ଆଲୁଅରେ 'ଟୁପୁଲି'ର ଘର ଆଲୋକମୟ ହୋଇଗଲା ଯଦିଓ ଘରର ବଲ୍ ,ଝରକା,ଦ୍ୱାର ସବୁ ବନ୍ଧ ଥିଲା।।କେଉଁଠୁ ଆସୁଛି ଏ ଆଲୋକ! ଆରେ କଣ ସବୁ ଝାପ୍ସା ଦେଖା ଯାଉଛି ସେ ଧାରେ ଆଲୁଅରେ!


କିଏ ତୁମେମାନେ ସେଠି ?

ମୁଁ ସ୍ବପ୍ନ

ମୁଁ ଆଶା

ମୁଁ ଖୁସି

ମୁଁ ଆନନ୍ଦ

ମୁଁ ବିଶ୍ୱାସ

ମୁଁ ସେହ୍ନ

ମୁଁ ପ୍ରେମ

ମୁଁ ସମ୍ପର୍କ

ମୁଁ ବନ୍ଧନ

ମୁଁ ମାୟା

ଏବଂ ମୁଁ ଜୀବନ।।


  କାହିଁକି ଆସିଛ ? ଯାଅ ମୁଁ ତୁମ ସଙ୍ଗେ କଥା ହେବିନି।


    ଏ କେମିତି କଥା ! ଆମକୁ ଛାଡି

 ତୁମେ କ୍ଷଣେ ଶ୍ବାସକ୍ରିୟା କରି ପାରିବ ? ନିମିଷେ ବଞ୍ଚି ପାରିବ ?


ତ............ ମୁଁ ବଞ୍ଚିବାକୁ କହୁଛି କି ?


ହା ହା ହସିଲେ ସେମାନେ।।


   ପାହାନ୍ତି ପହର ଦରନିଦ ସ୍ୱପ୍ନ। ଭୋର ହେବାକୁ ଆହୁରି କିଛି କ୍ଷଣ ଡେରି ଅଛି। କାଳି ଅନ୍ଧାର।


ଟୁପୁ !


ଉଁ...


   ମୋତେ କ୍ଷମା କରି ଦେଇ ଚଲା ବାଟର ସାଥି ବଟୋଇଟିଏ ହେବୁ କି?


କଣ କହୁଛ !


   ହଁ ଟୁପୁ ହେବୁ ମୋ ଜୀବନ ସାଥି ! କଣ୍ଠରେ ଆକୁଳତା 'ଟିସୁ'ର।


   ତୁମେ ଯେ ବିବାହିତ ! ' ଆସି ' ତୁମ ପତ୍ନୀ !


   ମୋ ହୃଦୟ ଉପରେ ମୋର କାବୁ ନାହିଁ। ସେ କେବଳ ତୋତେ ଭଲ ପାଏ।


   ଭଲପାଏ ! କାହିଁକି ସ୍ୱର୍ଗୀୟ ସୁଧା ଭର୍ତ୍ତି ଶବ୍ଦଟିକୁ କଳୁଷିତ କରୁଛ ? ଏତେ ଯଦି ଭଲ ପାଉଥିଲ କାହିଁକି ଛାଡ଼ିଦେଲ ମୋ ହାତ? କାହିଁକି ଆପଣେଇ ନେଲ 'ଆସି'କୁ? କାହିଁକି ଜାଳି ପୋଡି ମାରିଲ ଅନୁତାପ ନିଆଁରେ ମୋତେ ? ତା ଛଡା କେମିତି ଭାବି ପାରୁଛ ,ମୁଁ ରାଜି ହେବି ତୁମ ପ୍ରସ୍ତାବରେ!!ମୁଁ ଜଣେ ନାରୀ। ବୁଝିଛି ସେହ୍ନ,

ପ୍ରେମର ଦହନ ଜ୍ବାଳା କେତେ। ତୁମେ କହିବ ଆଉ ମୁଁ ନର୍କ କରିଦେବି 'ଆସି' ଜୀବନ! ଅନ୍ତତଃ ଏ ଜନ୍ମରେ ଏହା ନିହାତି ଅସମ୍ଭବ।ଚାଲିଯାଅ ଚାଲିଯାଅ ଏ କୁତ୍ସିତ ମନକୁ ନେଇ। ତୁମେ ଦିନେ ମୋ ସହିତ ଏମିତି କରିଥିଲ 'ଆସି'ସୌନ୍ଦର୍ଯ୍ୟରେ ବିମୋହିତ ହୋଇ। ଆସି ଧନ,ସମ୍ପଦି, ରାଜ

ଧାନୀର କୋଠା ଲୋଭରେ।


   କଣ କହିଥିଲ " ମୁଁ ଜଣେ ଗୁପ୍ ଚୁପ୍ ବିକାଳୀର ଲୋ ଷ୍ଟାଣ୍ଡର୍ଡ଼ ଝିଅ ! ମୋ ପରି ଝିଅ ସହ ଖେଳା ଯାଏ କିନ୍ତୁ ଜୀବନ ସାଥି କରି ହୁଏନି। ମୁଁ କଣ ଜାଣିଥିଲି ତୁମେ ମୋ ସହ ଖେଳୁଥିଲ ? ପ୍ରେମ କଣ ଗୋଟେ ଖେଳ !


    ନିଜକୁ ବୁଝେଇ ସଳଖି ଠିଆ ହେବାକୁ ଚେଷ୍ଟା କଲା ବେଳେ ଆଜି ପୁଣି କେଉଁ ଖେଳ ଖେଳିବାକୁ ମୋ ଦ୍ୱାରସ୍ଥ ବନ୍ଧୁ ? ମେରୁଦଣ୍ଡ ତ ଚୁନା କରି ଦେଇଥିଲ । ଯୋଡ଼ିଯାଡ଼ି ଘୁଷୁରୀ ଚାଲିଲା ବେଳକୁ ଏ କି ନାଟ ! ଲଜ୍ଜା ଲାଗୁଛି ମୋତେ ଯେ ତୁମକୁ ଦିନେ ମୋର ଇସ୍ପିତ ପୁରୁଷ ଥିଲ ।


   ତୋ ମନ ଇଚ୍ଛା ଯା ପାଉଛୁ ତା କହ ଟୁପୁ।ମୁଁ ମୋ ଭୁଲ ପାଇଁ ଅନୁତପ୍ତ।।ମୁଁ ଜାଣି ନଥିଲି ଆସି ମୋତେ ଜଳାଇବ ତା ଧାସରେ ! ସେ ଗୋଟେ ବାଜେ ଝିଅ। ହଜାରେ ପୁରୁଷ ବନ୍ଧୁ ତାର। ସୌନ୍ଦର୍ଯ୍ୟ , ଧନ କି କୋଠା ଜୀବନରେ ଖୁସି ଦିଏନି ଟୁପୁ । ଏକଥା ମୁଁ ବୁଝି ପାରିଛି। ଆସି ମୋତେ ତାଙ୍କ ଘର କୁକୁର ହେନେରୀ ଠାରୁ ବି ହୀନ ଭାବେ । ବାଟ ଭୁଲି ଯାଇଥିଲି ଟୁପୁ । ଏବେ ସବୁ ଠିକ୍ କରିଦେବି। ବାହାର କରି ଦେବି ତାକୁ ମୋ ଜୀବନରୁ। ତୋତେ ନେଇ ଗଢିବି ମୋ ଜୀବନର ଖୁସିର ମହଲ। ଖାଲି ତୁ ରାଜି ହୋଇ ଯା ଟୁପୁ।


  ଇସ୍!କି ପ୍ରସ୍ତାବ । ସତରେ ମୁଁ ଅପେକ୍ଷା କରିଥିଲି ତ ଏଇ ଦିନ..


ମାନେ ତୁ ରାଜି !


ଟିସୁ !ତୁମେ ସତରେ ମୋତେ ଭଲ ପାଅ!!


ନିଃସନ୍ଦେହ।


   ବେଶ୍ ପ୍ରତିଜ୍ଞା କର ମୁଁ ଯାହା କହିବି ମାନିବ ?


କହିକି ଦେଖେ।


   ଆସି ଧାସ ସହି ତାକୁ ବଦଳାଇବାକୁ ଚେଷ୍ଟା କର। ସେହ୍ନପ୍ରେମ ବଳରେ ବାଘ ବସ୍ ଉଠ୍ ହେଉଛି ନା ? ତା ଠୁ କଣ ଭୟଙ୍କର ଆସି ! ବନ୍ଧୁରେ ପୁରୁଷ ନାରୀ କାହିଁକି ଦେଖୁଛ ? ବଡ଼ ଘରର ଉଚ୍ଚଶିକ୍ଷିତ ସୁନ୍ଦରୀ ଝିଅ । ତା ଚଳଣି ତୁମ ଚଳଣିରେ ଆକାଶ ପାତାଳ ପାର୍ଥକ୍ୟ । ତା ସହ ନିଜକୁ ଖାପ୍ ଖୁଆଇ ଚାଲିବା ଶିଖ ।'ଆସି' ବନ୍ଧୁଙ୍କୁ ତୁମେ ନିଜେ ବନ୍ଧୁ ଭଳି ବ୍ୟବହାର କର। ଖୁସି ' ଆସି' ପାଖରେ ଖୋଜ ।।ସେଇଟା ତୁମ ପାଇଁ ଶୁଭଙ୍କର। ପ୍ଲିଜ଼ ସତରେ ଯଦି ମୋତେ ଭଲ ପାଉଥାଅ ଯାଅ 'ଆସି'କୁ ଏମିତି ଭଲ ପାଅ ଯେ ସେ ତା ତାତି, ଧାସ ଛାଡି ଶୀତଳ ଆଲୋକ ଦେବ।।ସେଇ ତୁମ ଠିକଣା।।


ଟୁପୁ !


  ହଁ ଟିସୁ ! ମୁଁ କୌଣସି ମତେ ଆଉ ଏକ ନାରୀ ଜୀବନର ଦୁଃଖର କାରଣ ହେବାକୁ ଚାହେଁନା।।ଚାହେଁନା କା ଭାଗର ସୁଖ ଛଡାଇ ଆଣି ନିଜେ ସୁଖୀ ହେବାକୁ। ଏଇ ସୁଖରେ ଅମୃତ ନୁହେଁ ଖାଲି ଅଶାନ୍ତି ବିଷ,ମନସ୍ତାପ ହିଁ ସାର ହେବ। ମୁଁ ତ ସ୍ବର୍ଗୀୟ ହୃଦୟର ପ୍ରେମ ଚାହିଁଥିଲି ।ସେଇତକ ମୋ ଭାଗ୍ୟରେ ଜୁଟିଲା ନାହିଁ। ଆସି ଯଦି ତୁମ ମନ ଲାଖି ହୋଇଥାନ୍ତା ଆଜି କଣ ତୁମେ ମୋ ପାଶକୁ ଫେରିଥାନ୍ତ!!ସତ କୁହ ପାରି ଥାନ୍ତ!!!


ଟିପୁ !


  ତୁମେ ମୋର ନିଶ୍ଚିନ୍ତ ଭଲ ବନ୍ଧୁ। ହଁ କେବେ ସ୍ୱପ୍ନ ଦେଖିଥିଲି ତୁମ ସହ ବସାଟିଏ ବାନ୍ଧିବାକୁ।ଗୁପଚୁପ୍ ବିକାଳୀ ଝିଅକୁ ପ୍ରେମ କରିବା ମନା ବୋଲି ମୋ ଆଦ୍ୟ ଯୌବନର କୋମଳ ମନ କଣ ଜାଣିଥିଲା ! ଭଳି ଯାଇ ଭୁଲ୍ କରି ଦେଇଥିଲି । ସୌନ୍ଦର୍ଯ୍ୟ ଓ ଅର୍ଥର ଚଢା ଦର ଦେଇ ତୁମ ପରି ଜଣେ ଅଫିସରକୁ କିଣିବା ସାମର୍ଥ୍ୟ ମୋ ବାପାର କାହିଁ ?


    ମୁଁ ସବୁ ପୋଛି ଦେଲେଣି ମୋ ମନ ସିଲଟରୁ ।ଫେରିଯାଅ ଆସି ଜୀବନକୁ,ତୁମ ସଂସାରକୁ। ଏବେ ନିଃସଙ୍ଗତାକୁ ପ୍ରେମ କରିବା ଶିଖିଗଲିଣି। ନିଃସଙ୍ଗତାର ଭଲ ପାଇବା ମୋହ ଆଉ ମୁଁ ଏଡାଇ ପାରିବିନି। ସେ ମୋ ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ମୋ ସାଥୀ ରେ ରହିବ।।ତାକୁ ମୋଠାରୁ ଆଉ କେହି ଛଡାଇ ନେଇ ପାରିବେ ନାହିଁ।ସେ ମୋର ଏକାନ୍ତ ନିଜର । ଗୋଟିଏ ଡେଣାରେ ଆକାଶ ଖେଦିବା ଅପୂର୍ବ ଏକ ଆନନ୍ଦ । ତୁମେ ସେ ସବୁ ବୁଝି ପାରିବିନି ଟିସୁ । ଯାଅ ସଜାଡି ନିଅ ଉଜୁଡ଼ା ସଂସାର ।


ଟୁପୁ ତୁ ଝିଅଟିଏ ତ ! ଏତେ ଭଲ କେମିତି ହେଲୁ ? 


ଗୁପ ଚୁପ୍ ଝିଅ ନା ସେଥିପାଇଁ।


ଟୁପୁ !




Rate this content
Log in

Similar oriya story from Inspirational