Satyabati Swain

Tragedy

3  

Satyabati Swain

Tragedy

ବୋଧେ

ବୋଧେ

1 min
12


ତୁମେ ତାକୁ ପ୍ରେମ କରୁଥିଲୁ !


ପ୍ରେମ ! ଜାଣିନି।


କିନ୍ତୁ ଦୁଇବର୍ଷ ଭିତରେ ଖୁବ୍ ନିକଟ ହୋଇ ଯାଇଥିଲୁ ଆମେ।


  ଥରେ କହିଲି କୁହନ୍ତୁ ତ କେବେ ଭେଟ ହୋଇ ପାରିବା ଆମେ !


   କାହିଁକି ନୁହେଁ ! ଚାହିଁଲେ ହୋଇ ପାରିବା।ତେବେ ହଁ ଚାହିଁବ ତୁମେ । 


ମୁଁ !


   ହୁଁ । ରୋଗିଣୀ ମଣିଷଟି ମୁଁ ସେଥିରେ ଝିଅଟିଏ । କାହିଁ କେତେ ଦୂର ଯାତ୍ରା କରି ପାରିବି କି ? 


କେତେଦୂର !


ଗୁଗୁଲ୍ ଖୋଜ ପାଇଯିବ।


ଠିକଣା ?


  ଠିକଣା ହଁ ଲେଖ IVR ,625 / 11 ଦାମନ ଯୋଡି।


ଠିକ୍ ଅଛି। ସମୟ ସୁବିଧା ଦେଖି ନିଶ୍ଚିତ ଯିବି।


  ହଠାତ ଦିନେ ଫେସବୁକ୍ ଦେଖି କିଛି କ୍ଷଣ ପଥର ପାଲଟି ଗଲି। ସମସ୍ତେ ବାଢୁଥିଲେ ତା ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।ଦେଖା କରି ପାରିଲିନି ପ୍ରିୟ ମଣିଷଟିକୁ ରେ ସମୟ ! ଅବ୍ୟକ୍ତ ଯନ୍ତ୍ରଣାରେ ଛାତି ଫାଟି ଯାଉଛି ବନ୍ଧୁ।


  ମୁହୂର୍ତ୍ତ ! ଏତେ ଯଦି ଭଲ ପାଉଥିଲ ଗଲଣି ଦେଖା କରିବାକୁ ?


  କେମିତି ଯାଇଥାନ୍ତି ? ଦେଖ୍ ମୋ ଅବସ୍ଥା।ଭିଡିଓ କରି ପଠାଇଲି ଫୋନ୍ ସେ ପାଖରେ ଥିବା ବନ୍ଧୁ ସମୟ ପାଖକୁ ।


ଏଁ ତୁମେ ଜଣେ ପକ୍ଷାଘାତ ରୋଗୀ !


  ହଁ ।ହାତ ଗୋଡ଼ ଅଚଳ। ପାଟି ଓ ମୁଣ୍ଡଟି ଯାହା ଚଳ।


   ସେ କଣ ତୁମ କଥା ଜାଣି ନଥିଲା ? ତୁମେ ପକ୍ଷଘାତ ରୋଗୀ ବୋଲି କହି ନଥିଲ ?


  ନା ।ମୁଁ ତାକୁ ଏତେ ଭଲ ପାଏ ଯେ ତା ମନରେ ଦୁଃଖ ଦେବାକୁ ଟିକେ ଇଚ୍ଛା ନଥିଲା। ତାକୁ ଖୁସି ରଖିବାକୁ ଅନେକ ବାହାଦୂର ଗପ ଗପେ। ସେ ଶୁଣି କାବା ହେବା ସହ ବହୁତ ଖୁସି ହୁଏ।କେମିତି ଛଡେଇ ଆଣିଥାନ୍ତି ତା ଖୁସି ଟିକକ ! ମୋର ହାତ ଗୋଡ଼ ଅଚଳ,ଅର୍ଥବ ଏକଥା ଜାଣି ସେ କଣ ସହି ପାରିଥାନ୍ତା ?


  ବାଃ !ପରସ୍ପରକୁ ନ ଚିହ୍ନି ନ ଦେଖି ବି ଏତେ ପାଖରେ ଥିଲ ଏବଂ ଉଭୟେ ଉଭୟଙ୍କ ଖୁସି ପ୍ରତି ଏତେ ଯତ୍ନବାନ ଥିଲ !


ଇଏ ବି ଜୀବନର ଗୋଟିଏ ରଙ୍ଗରେ ସମୟ। 


ପ୍ରେମରେ ଥିଲେ ଏମିତି ହୁଏ !


ବୋଧେ ।



Rate this content
Log in

Similar oriya story from Tragedy