STORYMIRROR

Sujat Kumar Sahoo

Fantasy

4  

Sujat Kumar Sahoo

Fantasy

ଝିଅ ନୁହେଁ ସିଏ ହୀରାଟିଏ

ଝିଅ ନୁହେଁ ସିଏ ହୀରାଟିଏ

3 mins
12

     

ଶୀତୁଆ ସକାଳ । ବାହାର ବଗିଚାରେ ଏକ ଝୁଲାଣା ସଦୃଶ ଦୋଳିରେ ବସଥାନ୍ତି ବିଶୁ ବାବୁ । ଏହା ତାଙ୍କର ନିତିଦିନିଆ କଥା । ସେଠାରେ ପ୍ରାୟତଃ ଘଣ୍ଟାଏ କାଳ ବସନ୍ତି । ସକାଳ ସୂର୍ଯ୍ୟ କିରଣ ଶରୀର ପାଇଁ ହିତକାରୀ ବୋଲି ତାଙ୍କର ପ୍ରଗାଢ଼ ବିଶ୍ୱାସ । ସେହି ସମୟରେ ଚାହା ସହିତ ଖବରକାଗଜ ପଢ଼ା ମଧ୍ୟ ହୋଇଯାଏ । ଆଜି ଚାହା ଆସିବାରେ ଡେରି ହୋଇଗଲାଣି ,ତେଣୁ ଡାକ ପକାଇଲେ ଧର୍ମ ପତ୍ନୀଙ୍କୁ, ସୁନିତା ସୁନିତା .....ସେପଟୁ ମଧୁର ସ୍ୱରରେ ଶୁଭିଲା ହଁ ଯାଉଛି ଯାଉଛି...ସୁନିତା ଦେବୀ ଚାହା ଦେଇ ଚାଲିଗଲେ ଚାହା ଢୋକେ ନେଇ ପୁଣି ଫେରି ଆସିଲେ ସେହି ଖବରକାଗଜ ର ପୃଷ୍ଠାକୁ । ନଜର ପଡ଼ିଗଲା ଏକ କୁନି ଝିଅର ଫୋଟୋ ଉପରେ,ତଳେ ଲେଖା ଥିଲା, ଆମ ସୁବର୍ଣ୍ଣପୁର ଗ୍ରାମର ସୁନା ଝିଅ ସେଫଳି । ସୁବର୍ଣ୍ଣପୁର

ନାମ ପଢ଼ି ବିଶୁ ବାବୁ ଟିକିଏ ଚମକି ପଡିଲେ ,ସୁବର୍ଣ୍ଣପୁର ଗ୍ରାମ ସହିତ ତାଙ୍କର ପୁରୁଣା ସ୍ମୃତି ଟିଏ ଯୋଡ଼ି ହୋଇ ରହିଛି ଯାହା ତାଙ୍କୁ ସବୁବେଳେ ବ୍ୟସ୍ତ ବିବ୍ରତ କରିଥାଏ ।ପୁଣି ଆଜି ମଧ୍ୟ ସେହି ଗ୍ରାମର ସ୍କୁଲ କୁ ଯିବାର ଅଛି ,ମୁଖ୍ୟ ଅତିଥି ହୋଇ, ଯେହେତୁ ବିଦ୍ୟାଳୟର ବାର୍ଷିକ ଉତ୍ସବ ।


ସୁପ୍ତ ହୋଇ ରହିଥିବା ସେହି ପୁରୁଣା ସ୍ମୃତି ପୁନର୍ବାର ଜାଗ୍ରତ ହୋଇ ଉଠିଲା । ମନେ ପଡ଼ିଗଲା ସେଦିନର ସେହି ଦୁଃଖ ମିଶା ଯନ୍ତ୍ରଣାର କଥା , medical bed ଉପରେ ପ୍ରସବ ଜନିତ ଯନ୍ତ୍ରଣାରେ ଜର୍ଜରିତ ସୁନିତା ଦେବୀ । ଡାକ୍ତର ତାଙ୍କୁ ନେଇଯାନ୍ତି OT Room କୁ । କିଛି ସମୟ ପରେ ସମ୍ବାଦ କରନ୍ତି ଆଜ୍ଞା ଝିଅ ହୋଇଛି । ଭାଙ୍ଗି ପଢ଼ିଲେ ବିସୁବାବୁ ,ଯେହେତୁ ଆଗରୁ ଦୁଇଟି ଝିଅ ଅଛି, ତେଣୁ ଆଶା ରଖିଥିଲେ ପୁଅଟିଏ ପାଇଁ ,କୂଳ ରକ୍ଷା ହେବ ବୋଲି । ନା ତାହା ବି ହେଲା ନାହିଁ ।

ପାଖ room ରୁ କାନ୍ଦି ଶୁଣି ଚାଲିଗଲେ ସେଠାକୁ, ଦେଖିଲେ ସୁବର୍ଣ୍ଣ ପୁର ବିଦ୍ୟାଳୟରେ ଥିବା ଶିକ୍ଷକ ଗିରିଶ ବାବୁଙ୍କୁ ,ପତ୍ନୀ ମୂର୍ଚ୍ଚିତା ଗିରିଶ ବାବୁ କହିଲେ sir ଇଏ ଚତୁର୍ଥ ପ୍ରସବ କେହିବି ଜୀବିତ ନୁଁହନ୍ତି ୟେ ମଧ୍ୟ ମୃତା ।ଏବେ ପତ୍ନୀ କୁ ବଞ୍ଚାଇବା ପ୍ରାୟ ସନ୍ଧେହ ଘେରରେ ।

କିଛି ସମୟ ନିରବ ରହି ବିସୁବାବୁ କହିବାକୁ ଆରମ୍ଭ କଲେ, ଶୁଣନ୍ତୁ ମୁଁ ଯାହା କହୁଛି ତାହା କେବଳ ଆମ ଦୁଇଜଣଙ୍କ ମଧ୍ୟରେ ସୀମିତ ରହିବ, ତୃତୀୟ କାନ ଯେପରି ନ ହୁଏ । ଗିରିଶ ବାବୁ କିଛି ପଚାରିବା ପୂର୍ବରୁ ବୁସୁବାବୁ କହିଲେ ଚାଲ ବିଳମ୍ବ ନକରି ଛୁଆ ଦୁହିଁଙ୍କର ସ୍ଥାନ ପରିବର୍ତ୍ତନ କରିଦେବା ।

 ବାସ.........ସେହି ଅକୁହା ଦୁଃଖ..... ବିସୁବାବୁଙ୍କ ଆଜିପର୍ଯ୍ୟନ୍ତ ଅଲିଭା ଗାରରେ ପରିଣତ ।

ଘର ଭିତରୁ ଶବ୍ଦ ଆସିଲା ସମୟ ହେଲାଣି ....

ଇତସ୍ତତଃ ହୋଇ ବିସୁବାବୁ ଚାଲିଲେ ନିତ୍ୟକର୍ମ ଶେଷ ପାଇଁ । ତାପରେ ବାହାରିଲେ ସୁବର୍ଣ୍ଣ ପୁର । 

ବିଦ୍ୟାଳୟ ଅତ୍ୟନ୍ତ ସୁନ୍ଦର ଭାବରେ ସୁସଜିତ, ପିଲାମାନେ ପୁଷ୍ପ ମାଲ୍ୟ ଦ୍ୱାରା ପାଛୋଟି ନେଲେ ତାଙ୍କ ନିମନ୍ତେ ଆଚ୍ଛାଦିତ ହୋଇଥିବା ଆସନ ନିକଟକୁ । 

ଅଭିଭାଷଣ । ଅଭିଭାଷଣ ପରେ ଉପହାର ପ୍ରଦାନ କାର୍ଯ୍ୟକ୍ରମ। ଉପହାର ଗୁଡ଼ିକୁ ପିଲାମାନଙ୍କୁ ଦେଉଥାନ୍ତି ସ୍ୱୟଂ ବିସୁବାବୁ । ସେହି ସମୟରେ ସେ ଅନୁଭବ କଲେ ଗୋଟିଏ କୁନି ଝିଅ ବାର ବାର ଆସି ଉପହାର ନେଉଥାଏ ,ସତେ ଯେମିତି ସେ ହିଁ କେବଳ ଏହି ସ୍କୁଲରେ ଜଣେ ପାର୍ଟିସିପେଣ୍ଟ ,  ଶେଷ ଉପହାର ଦେବା ସମୟରେ ଝିଅଟିର ହାତ ଧରିନେଇ କିଛି ସମୟ ତାକୁ ଦେଖିବାକୁ ଲାଗିଲେ, ସେତେବେଳେ ତାଙ୍କ ଦେହସାରା ଏକ ଶିହରଣ ଖେଳିଗଲା ଯେମିତିକି ଆପଣାର ଆପଣାର, ଆଉ ମନେ ମନେ ଭାବିଲେ ଅରେ ହଁ ଇଏ ତ ସେହି ଝିଅ ଯାହାର ଫଟୋ ସିଏ ଆଜି ଖବରକାଗଜ ରେ ଦେଖିଥିଲେ ,ପଚାରିଲେ ଆଲୋ ମାଆ ତୁମ ଘର କେଉଁଠି, ତୁମ ବାପାଙ୍କ ନା କଣ ? 

ଝିଅ ଟି ଉତ୍ତର ଦେଲା ସାର୍ ମୋ ଘର ଏହି ଗାଁ ରେ ,ଆଉ ବାପାଙ୍କ ନା ଗିରିଶ ବଳିଆରସିଂ । ଚମକି ପଡ଼ିଲି ବିସୁବାବୁ ଅମାନିଆ ଲୁହଗୁଡ଼ାକ ତାଙ୍କ ଆଖିରୁ ଧାରା ଧାର ହୋଇ ବହବାକୁ ଲାଗିଲା । 

ସେହି ବାଷ୍ପରୁଧ କଣ୍ଠରୁ ତାଙ୍କ ଅଜାଣତରେ ବାହାରି ଆସିଲା ନାହିଁ ଲୋ ମା ତୁ ସୁନା ନୁହେଁ ତୁ ତ ହୀରଟିଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy