ପୂର୍ବ ପଶ୍ଚିମ
ପୂର୍ବ ପଶ୍ଚିମ
ଆଜି ମଧୁବନ ବିଦ୍ୟାପୀଠ ର ପ୍ରତିଷ୍ଠା ଦିବସ । ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରିତ ହୋଇଛନ୍ତି ସୁଶ୍ରୀ ଶିପ୍ରା ଦେବି । ସେ ଜଣେ ଉଗ୍ର ଆଧୁନିକ ବାଦୀ ମହିଳା । ସ୍ବାଧୀନ ମହିଳା ସଙ୍ଘର ସଭାପତି ଭାବେ ପରିଚିତ ।
ସଭାକାର୍ଯ୍ୟ ଆରମ୍ଭ ହେଲା । ସଭାପତି ତାଙ୍କ ର ବକ୍ତବ୍ୟ ପ୍ରଦାନ କଲେ ,ଆଧୁନିକ ବାଦ ଉପରେ । ତାପରେ କିଛି କିଛି ଭାଷଣ ଦେବାର କାର୍ଯ୍ୟକ୍ରମ ଆରମ୍ଭ ହେଲା । ଦୁଇ ଚାରି ଜଣ ଛାତ୍ର ଛାତ୍ରୀ ଙ୍କ ପରେ ଛୋଟ ଝିଅ ଟିଏ ଆରମ୍ଭ କଲା ତାର ବକ୍ତବ୍ୟ
ଆଜି ରାମୁ କାକାଙ୍କର ପୁଣ୍ୟ ତିଥି ।ତାଙ୍କ ପୁଣ୍ୟ ତିଥିରେ ଏହି ବିଦ୍ୟାପୀଠ ର ପ୍ରତିଷ୍ଠା । ଏହି ବିଦ୍ୟାପୀଠ ଥିଲା ତାଙ୍କର ମାନସ ସନ୍ତାନ । ଜୀବନର ଅର୍ଜିତ ସମସ୍ତ ଧନ ସମ୍ପତ୍ତି କୁ ସେ ଦାନ କରି ଦେଇଥିଲେ ଏହି ବିଦ୍ୟାପୀଠ କୁ । ତେଣୁ ଗ୍ରାମବାସୀ ଙ୍କ ଇଛନୁସାରେ ରାମୁ କାକାଙ୍କ ଜନ୍ମ ତିଥିରେ ବିଦ୍ୟାପୀଠ କୁ ଲୋକାର୍ପଣ କରାଯାଇଥିଲା । ସେପରି ମହାନ ଆତ୍ମାଙ୍କୁ ମୋର ମଥା ନତ ଶତ ଶତ ପ୍ରଣାମ । ତାଙ୍କ ବିଷୟରେ କିଛି କହିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ।
ରାମୁ କାକା ଥିଲେ ଅସାଧାରଣ ମଣିଷ । ବିବାହ କରିଥିଲେ ଜଣେ ମହିୟସୀ ମହିଳା ଙ୍କୁ । ରାମୁ କାକା ଭଲ ପାଉଥିଲେ ଧର୍ମ ,ସଂସ୍କୃତି ,ଗାଁ ପରମ୍ପରା କୁ । କିନ୍ତୁ ତାଙ୍କ ପତ୍ନୀ ଥିଲେ ସମ୍ପୁର୍ଣ୍ଣ ଓଲଟା । ଉଗ୍ର ଆଧୁନିକା , ଖୋଲା ପତଙ୍ଗ ପରି ବୁଲିବା ଥିଲା ତାଙ୍କର ଅଭ୍ୟାସ । କେବଳ ସଭା ସମିତିରେ କାଟନ୍ତି ସମୟ । ତେଣୁ ବେଶି ଦିନ ତିଷ୍ଠି ନଥିଲା ବିବାହ ବନ୍ଧନ । ମାତ୍ର ଦୁଇ ବର୍ଷ ପରେ ହୋଇଥିଲା ବିଚ୍ଛେଦ ।ତାପରେ ରାମୁ କାକା ଚାଲି ଆସିଥିଲେ ଗାଁ କୁ ।
ପିଲା ବେଳୁ ଆଧ୍ୟାତ୍ମ ପ୍ରତି ପ୍ରବଳ ଉତ୍ସାହ ଥିଲା ରାମୁ କାକାଙ୍କର । ଗାଁ ମାଟି ତାଙ୍କୁ ବହୁତ ଭଲ ଲାଗେ । ଟିକେ ସମୟ ପାଇଲେ ପ୍ରାୟେ ଚାଲ ଆସୁଥିଲେ ଗାଁ କୁ । ଉଗ୍ର ଆଧୁନିକତା ତାଙ୍କୁ ପସନ୍ଦ ନଥିଲା । ତାଙ୍କ ମତରେ ଆମ ସଂସ୍କୃତି ଓ ପରମ୍ପରା ଯୋଗୁଁ ,ଆମେ ଆଜି ବିଶ୍ୱ ଦରବାରରେ ପରିଚିତ ।
ଆମ ଧର୍ମ କହେ ଧୈର୍ଯ୍ୟ ରଖ । ସଂସ୍କୃତି କହେ ବସୁଦେବ କୁଟୁମ୍ବକଂ । ଏହାହିଁ ଆମ ପରମ୍ପରା । ଆମ ସଂସ୍କୃତି ରେ ପରିବାର ବାଦର ପ୍ରଚଳନ । ଆମର ଅଛି ଭାଇ ଭଉଣୀ ର ସମ୍ପର୍କ । ଆମ ସଂସ୍କୃତି କହେ ଗୁରୁଜନଙ୍କୁ ପ୍ରଣାମ କର । ଲଘୁଜନଙ୍କୁ ସ୍ନେହ ଶ୍ରଦ୍ଧା କର । ଲଜ୍ୟାୟାଂ ନାରିଣାମ ଭୂଷଣଙ । ନାରୀଟିଏ ଯେତେ ସୁନ୍ଦର ହୋଇ ଥାଉ , କିମ୍ବା ପ୍ରାଚୁର୍ଯ୍ୟ ଭରା ପରିପାଟିରେ ସଜେଇ ହୋଇଥିଲେ ମଧ୍ୟ ,ଯଦି ତା ନିକଟରେ ଲଜ୍ୟା ବୋଧତା ନା
ହିଁ , ତେବେ ସେ କଦାପି ସୁନ୍ଦର ଲାଗିବ ନାହିଁ ।
ରାମୁ କାକା ସର୍ବଦା କହନ୍ତି ପିଲାଏ ମନେ ରଖ --- ସୁନ୍ଦରତା ବାହାରେ ନଥାଏ ,ଥାଏ ନିଜ ଭିତରେ । ଆମ ଋଷିମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଋଷି ଥିଲେ ଅଷ୍ଟ ବକ୍ର ଋଷି । ତାଙ୍କ ଶରୀର ଥିଲା ସମ୍ପର୍ଣ୍ଣ କୁସ୍ଚିତ ।ବଙ୍କା ତେଢ଼ା । କିନ୍ତୁ ତାଙ୍କ ଜ୍ଞାନ ଆଗରେ ସମସ୍ତ ଋଷିଗଣ ଥିଲେ ନତ ମସ୍ତକ । ମନେରଖ ବାହାର ସୁନ୍ଦରତା କ୍ଷଣସ୍ଥାୟୀ ,କିନ୍ତୁ ଭିତର ସୁନ୍ଦରତା ଚିରସ୍ଥାୟୀ ଏବଂ କାଳଜୟୀ । ଆଧୁନିକତା ନାମରେ ଉଦ୍ଧତ ,ଉତ୍ସଚ୍ରୁଙ୍ଖଳ ,ସ୍ୱେଚ୍ଛାଚାରିତା କୁ ସେ ନାପସନ୍ଦ କରନ୍ତି । ତାଙ୍କ ମତରେ ଆଧୁନିକ ହେବା ଦୋଷାବହ ନୁହେଁ ,କିନ୍ତୁ ମାତ୍ରାନୁଯାୟୀ ହେବା ଆବଶ୍ୟକ ।
ଯେମିତିକି ଜଳ ବିହୁନେ ସୃଷ୍ଟି ନାଶ ,ଜଳ ବହୁଳେ ସୃଷ୍ଟି ନାଶ । ଜଳ ବିନା ଆମେ ବଞ୍ଚି ପାରିବା ନାହିଁ ,କି ଅଧିକ ଜଳରେ ବଞ୍ଚି ପାରିବା ନାହିଁ ।
ଏ ଜୀବ ଜଗତରେ ମଣିଷ ଶ୍ରେଷ୍ଟ ଜୀବ । ତାର ଦୁଇଟି ହାତ ଅଛି ,ଦୁଇଟି ଗୋଡ଼ ଅଛି ଏବଂ ଗୋଟିଏ ବୁଦ୍ଧି ବା ଜ୍ଞାନ ଅଛି । ସେଥିପାଇଁ ସିଏ ବିଚାରଶିଳ ଏବଂ ମାନନଶିଳ । ଭଲ ଭେଲ ବିଚାର କରିବାର ଶକ୍ତି ତାର ଅଛି । ଏହି ଶକ୍ତିକୁ ଆମେ ଲୋପ କରି ପାରିବାକି ?
ଥରେ ଭାବ --- ଆମ ଦେହରେ ଦୁଇଟି ହାତ ଏବଂ ଦୁଇଟି ଗୋଡ଼ ଅଛି । ସେମାନେ ଯଦି ଆଧୁନିକ ବାଦରେ କହିବେ - ଆମେ ଦୁହେଁ ସମାନ ,ଆମର ସମାନ ଅଧିକାର ଅଛି । ଆମେ ସମାନ୍ତରାଳ ରେ ଗତି କରିବୁ - ମାନେ ଦୁଇଟି ଯାକ ହାତ ଏକ ସଂଘରେ ଆଗକୁ ଏବଂ ପଛକୁ ହେବା , ଗୋଡ଼ ଦୁଇଟା ଏକ ସଙ୍ଗେ ପଢ଼ିବ ଏବଂ ଉଠିବ । ତାହା ହେଲେ ଆମେ କୌଣସି କାମ କରିବାକୁ ସମର୍ଥ ହୋଇ ପାରିବା କି ?
ତେଣୁ ଆମ ସଂସ୍କୃତି ,ଆମ ପରମ୍ପରା ରେ ଏଭଳି ସମାନ ବୋଧତା ନାହିଁ । ଜାହା ପ୍ରକୃତି ଦତ୍ତ ,ତାହାହିଁ ଆମ ସଂସ୍କୃତି ପ୍ରଦତ୍ତ । ସେଥିପାଇଁ ବାମ ଅଙ୍ଗ ପାଇଁ ବାମର କାର୍ଯ୍ୟ ,ଏବଂ ଦକ୍ଷିଣ ନିମନ୍ତେ ଦକ୍ଷିଣ ର କାର୍ଯ୍ୟ ଅଛି ।
ଯୁଦ୍ଧରେ ଜଣେ ବିଜୟ ଏବଂ ଜଣେ ପରାଜୟ ତ ନିଶ୍ଚୟ ହେବ । ଆମକୁ ଶାନ୍ତି ଶୃଙ୍ଖଳା ରେ ଚାଲିବାକୁ ହେଲେ ଆଗ ପଛ ହୋଇ ଚାଲିବା ନିହାତି ଆବଶ୍ୟକ । ଅନ୍ୟଥା ବିଶୃଙ୍ଖଳା ସୃଷ୍ଟି ହୋଇଥାଏ । ଭୁଗୋଲୋକରେ ଯଦି ଦିନ ରାତି ନ ହୁଅନ୍ତା ,ତେବେ ଆମକୁ ଚଳିବା କେତେ କଷ୍ଟ ହୁଅନ୍ତା , ଥରେ ଚିନ୍ତା କର ।
ଏହା ହେଉଛି ଆମ ସଂସ୍କୃତି ,ପରମ୍ପରା ।ଏହା ଆମ ଧର୍ମର ଶିକ୍ଷା ।
ଏତିକି ବେଳେ ଶୁଭିଲା କାନ୍ଦିବାର ଶବ୍ଦ । ହତବାକ ସମସ୍ତେ । କାନ୍ଦୁଛନ୍ତି ମୁଖ୍ୟ ଅତିଥି । ଅତି ବିକଳ ଭାବରେ ।