Sujat Kumar Sahoo

Others

3  

Sujat Kumar Sahoo

Others

ଗୁରେଇର ହସ

ଗୁରେଇର ହସ

4 mins
263


ଅମାନିଆ ଗତିରେ ଧାଇଁଛି । ଧାଇଁଛି ଯେ ଧାଇଁଛି । କୁଆଡ଼େ ଧାଉଁଛି । କୋଉଠିକି ଧାଉଁଛି ? ନିଘା ନାହିଁ କାହାକୁ । କେବଳ ଧାଉଁଛି ଆଉ ଧାଉଁଛି । ପଣତ ତଳକୁ ଖସି ଯାଉଛି । ତୋଳି ପୁଣି ଧାଉଁଛି । ଗୋଟିଏ ଶୁଖିଲା ପତ୍ର ପରି ଉଡ଼ୁଛି । ପର ହଲିଲା ପରି ଖିଲି ଖିଲି ହସ । ସେ ହସ ବାଢ଼ ବତା କିଛି ମାନୁନି । ଖାଲ ଢ଼ିପ କିଛି ଦେଖୁନି । କେବଳ ଆନନ୍ଦର ହସ । ଆନନ୍ଦ ଅସୁମାରୀ ଦୌଡ଼ୁଛି ଚକ ଗଢିଲା ପରି । ନିର୍ବିକାର ଭାବରେ । ସତେ ଯେମିତି ପାଇଯାଇଛି କୋଟି ଧନ ଗଣ୍ଠି । ସେ କୋଟି ଧନ କେତେ ।ତାକୁ ବି ଜଣା ନାହିଁ । ଖାଲି ଧାଉଁଛି ।


ପିଠିରେ ବାନ୍ଧିଛି ତାର ପୁଅକୁ ,ଆଣ୍ଟେଇକି । ଛୋଟ ପୁଅ ଟାକୁ । ପୁଅ କାନ୍ଦୁଛି । ସେଥିରେ ମଧ୍ୟ ତାର ନିଘା ନାହିଁ । ଦୁଃଖରେ କାନ୍ଦୁଛି କି ଭୋକରେ କାନ୍ଦୁଛି । ଜଣା ନାହିଁ ତାକୁ । କେବଳ ଜାଣୁଛି ପୁଅ ତାର କାନ୍ଦୁଛି । ମନରେ ଭାବୁଛି , ହଁ କାନ୍ଦୁ ,ଚୁପ ହୋଇ ଯିବନି ଯେ । ତାକୁ ଭୋକ ଲାଗିବଣି । ମୁଁ ପହଁଚିଲେ ତାକୁ କ୍ଷୀର ପିଆଇ ଦେବି । 


ସମସ୍ତେ ଅନେଇ ଥାଆନ୍ତି । ଆଶ୍ଚର୍ଯ୍ୟ ହୋଇ । କିଏ କହୁଥାଏ ,ଆରେ ଏଇଟା ପାଗଳି ହୋଇଗଲା ନା କଣ । ପଛରୁ କିଏ ଡାକଟିଏ ପକାଇଲା ।

ଆଲୋ ହେ.... ଗୁରେଇ ....କୁଆଢ଼େ ଧାଉଁଛୁ ? 

ଫେରି ଚାଂହିନି ଗୁରେଇ । କେବଳ ବୁଲି ଚାହିଁଥିଲା । ପୁଣି ଦୌଡ଼ି ଥିଲା । ତାର ଫଳି ଥିବା ସୁନାର କ୍ଷେତକୁ ।


ନା ତାର ଗୁରୁବାରି । କନ୍ଧ ମାଇପି ଟିଏ । ଦୁଃଖ ତାର ସହଚରି । ବାନ୍ଧବି ଥିଲା । ତା ସାଥିରେ ସବୁବେଳେ ଖେଳିଛି । ତାକୁ କେତେବେଳେ କନ୍ଦେଇଛି ତ କେତେବେଳେ ହସେଇଛି । ଗରିବ ର ଖେଳ ଖେଳିଛି । ନିଆରା ସେ ଖେଳ । ନା କହି ହୁଏ ,ନା ସହି ହୁଏ । ଏମିତି ଖେଳ ଯେ ସେଥିରେ ଖାଲି କାନ୍ଦିବ । ଲୁଚେଇ ଲୁଚେଇ କାନ୍ଦିବ । ଆଖି ମଳି ମଳି କାନ୍ଦିବ । ଲୁହ ତ ବାହାରୁ ଥିବ ,କିନ୍ତୁ ଆଖି ତଳକୁ ଆସୁ ନଥିବ । ଏ ଗରିବିର ଖେଳ । ଏ ଖେଳ ଯିଏ ଖେଳିଛି, ସେ ହିଁ ଜାଣିଛି । ଅନ୍ୟ ମାନେ ବା କାଁହୁ ଜାଣିବେ ।


ପାହାଡ଼ ପର୍ବତ ଘେରା ପାହାଢି଼ଆ ଗାଁ । ସେଇଠି ଗୁରୁବାରି ର ଜନ୍ମ । ପିଲାଟି ବେଳରୁ ମା କୁ ଦେଖିନି । ବା କୋଳରେ ବଢ଼ିଛି । ବଡ଼ ହୋଇଛି । ଜନମ ହୋଇଥିଲା ଗୁରୁବାର ରେ । ସେଥିପାଇଁ ନା ତାର ଗୁରୁବାରି । ଗାଁ ମାଇପେ କହିଥିଲେ ଲଖମୀ ଆସିଛି । କିନ୍ତୁ ନା ତାଠୁ ତ ଲକ୍ଷ୍ମୀ ଛାଡ଼ି ଚାଲି ଯାଇଥିଲେ । ବଡ଼ ହେବା ପରେ ଗାଁ ଲୋକେ ତାକୁ, ମା ଖାଇ କହିଲେ । ସେତେବେଳେ ସେ ବହୁତ କାନ୍ଦେ । ଅମାନିଆ କାନ୍ଦ । ବୁକୁ ଫଟା କାନ୍ଦ ନୁହେଁ । କଣ୍ଠ ରୋଧ କରୁଥିବା କାନ୍ଦ । ବା ବୁଝାଏ କାନ୍ଦେ ନା ଲୋ । ଏ ମାଇପି ଗୁଡ଼ା ଭଲ ନୁଁହ । ମୋ ପିଲା ଟାକୁ ଖାଲି କନ୍ଦଉଛନ୍ତି । ଗୁରୁବାରି କିଛି ବୁଝେନି । ଖାଲି କାନ୍ଦେ । ସକେଇ ସକେଇ କାନ୍ଦେ । ଛୋଟ ପିଲା ପରି କାନ୍ଦେ । ବା କୋଳରେ ମୁଣ୍ଡ ରଖି ଶୋଇ ଯାଏ ।


ବାହା ହୋଇଛି ଗୁରୁବାରି । ସେହି ଗାଁ ର ଯୁବା ଭେଣ୍ଡିଆ ସନିଆକୁ । ସନିଆ ତାକୁ ସରଧାରେ ଗୁରେଇ ଡାକେ । ସନିଆ ଗାଁ ବିଲରେ ପାଇଟି କରେ । ନିଜର ନୁହେଁ । ଅନ୍ୟ ମାନଙ୍କର । ତାର ଗୋଟିଏ ଜମି ତ ଅଛି । କିନ୍ତୁ ପାହାଡ଼ିଆ । ଟାଙ୍ଗରା ଭୂଇଁ । ପୁରା ଟାଙ୍ଗରା । ଦୁବ ଘାସ ବି ଉଠେନି ସେଥିରେ । ସେତିପାଇଁ ସେମିତି ପଡ଼ି ରହିଛି ସେ ଜମି । ମୁଲରୁ ଯାହା ମିଳେ , ଦୁଃଖେ ସୁଖେ ଚଳି ଯାଆନ୍ତି ଦୁଇ ପ୍ରାଣି । ପେଜ ତୋରାଣିର ସଂସାର । ଯାହା ଯେମିତି ଚଳିଯାଏ । ଦୁଃଖ ନ ଥାଏ । କି ସୁଖ ବି ନ ଥାଏ । 


ବରସକ ପରେ ପିଲା ଟିଏ ତା କୋଳକୁ ଆସିଛି । ସେଥିପାଇଁ ସନିଆ ଦୁଇ ବେଳା କାମ କରିଛି । ସକାଳେ ମୁଲ କରିଛି । ରାତିରେ ବିଲ ଜଗିଛି । ଜଂଗଲି ହାତୀ ଭାଲୁଙ୍କ ଠାରୁ ରକ୍ଷା କରିବା ପାଇଁ । ଏମିତି ଦିନ ଦିନ ଗଢ଼ି ଯାଇଛି । ସାନିଆକୁ ମନା କରେ ଗୁରେଇ । ରାତିରେ ବିଲରେ ନ ଶୋଇବା ପାଇଁ । କହେ ଦେଖ --- ତୁଇ ରାତକେ ଯାଉଛେ ,ଆର ସକାଲୁ ସକାଲୁ ଫେରୁଛେ । ମୋତେ ଡର ଲାଗୁଛେ । ତୋର କିଛି ହୋଏ ଗଲେ , ମୁଁଇ କି କରମା । କିନ୍ତୁ ସନିଆ ମାନେନି । କହେ ---ଆଲୋ ତୁଇ ହୁଣ୍ଡିଟା ଯେ । ଆମାର ପିଲାକେ ହାକିମ କରମାକେ ,ମୁଁଇ ଯାଉଛେ ,ନଇଁଲେ ନାଇଁ ଯାନ୍ତି ।

ଗୁରେଇ ସେଥିରେ ଗେଲେହ ଯାଏ । ସନିଆ ଛାତିରେ ମୁଣ୍ଡ ରଖିଦିଏ । ମୁଣ୍ଡରେ ହାତ ବୁଲେଇ ଦିଏ । ଖୁସିରେ ବୁଲେଇ ଦିଏ । ପ୍ରେମରେ ବୁଲେଇ ଦିଏ । ଲାଜେଇ ଲାଜେଇ ହସି ଦିଏ ।


ଏମିତି ଦିନେ ରାତିରେ ଶୋଇ ଥିବା ସମୟରେ ଭାଲୁ ଆକ୍ରମଣ କଲା । ସେତେବେଳେ ସନିଆ ଭାଲୁ କବଳରୁ ରକ୍ଷା ତ ପାଇଗଲା , କିନ୍ତୁ ଭାଲୁ ଚଟାରେ ତା ହାତ ଦୁଇଟି ଅକର୍ମଣ୍ୟ ହୋଇଗଲା । ସେ ଆଉ କାମ କରିବାରେ ଅସମର୍ଥ ହେଲା। କଣ କରିବ ଗୁରେଇ । ଗୁରେଇ କୁ ଦୁଃଖ ପୁଣି ଥରେ ମାଡ଼ି ଆସିଲା । ସବୁଆଡେ ଅନ୍ଧାର ଦେଖା ଗଲା । ଅମା ଅନ୍ଧାର । ଜହ୍ନ ନାହିଁ କି ତାରା ନାହିଁ । କେବଳ ଅନ୍ଧାର ଆଉ ଅନ୍ଧାର । କେମିତି ଚାଲିବ ତେଲ ଲୁଣର ସଂସାର । ଅଣ୍ଡିରା ଟା ଅକାମି ହୋଇଗଲା । କଣ କରିବ ସିଏ । ମୁଲକୁ ଯାଆନ୍ତା , ହେଲେ ସାହୁକାର ଟା ଭଲ ଲୋକ ନୁହେଁ । ଖାସ ତା ଉପରେ ଖରାପ ନଜର ରଖିଥାଏ । କେତେ ଲୋଭ ଦେଖେଇଛି । ଧମକେଇଛି । ସାନିଆକୁ ହଇରାଣ ବି କରିଛି । ଗୁରୁବାରି କିନ୍ତୁ ଡରି ଯାଇନି । ଜବାବ ଦେଇଛି ମୁଁହରେ ମୁଁହରେ । ସେତେବେଳେ ସାହୁକାର କହିଛି --ବେଲ ଆସବା ,ତୁଇ ମୋର ଗୁଡ଼କେ ତଲେ ନାଇଁ ଆସବେ ବେଲେ ଦେଖମା । 


ତେଣୁ କଣ କରିବ । ମୁଣ୍ଡ ଘୁରେଇ ଯାଉଛି । ସତେ ଯେମିତି ଚକା ଭଉଁରି ଖେଳ ପରି । ଘିରି ଘିରି ବୁଲୁଛି । ଗୁରେଇ ଜାଣି ପାରୁନି । ସତରେ ତା ମୁଣ୍ଡ ଘୁରୁଛି ନା କିଏ ଘୁରୋଉଛି । ମୁଣ୍ଡକୁ ଦୁଇ ହାତରେ ଚାପି ଧରିଲା । ନା ତ କେହି ବୁଲୋଉ ନାହାନ୍ତି । ସିଏ ବୁଲୁଛି । ମନକୁ ମନ ବୁଲୁଛି ।


କିଛି ସମୟ ନିରବ ।


ସେତିକି ବେଳେ ମନେ ପଢ଼ିଛି ତାର ।ସେହି ଟାଙ୍ଗରା ଜମି କଥା । ଆଖି ତାର ତାରାଟିଛି । ତାରା ଭଳି ଚିକ ଚିକ କରିଛି । ବଢ଼ ବଢ଼ କରି । ହଁ .... ହଁ ମିଳିଗଲା । ହଜିଯାଇଥିବା ଧନ ମିଳିଗଲା । ଚିନ୍ତା ତାର ସମାଧାନ ହୋଇଗଲା । ସେ ନିଷ୍ପତ୍ତି ନେଇଛି । ସେହି ଟାଙ୍ଗରା ଜମିକୁ ଚାଷୀବ । ନିଜେ ହଳ କରିବ ।ନିଜେ ରୋଇବ । ଫଳେଇବ ଫସଲ । ଫସଲ ନୁହେଁ ତ ,ଖାଣ୍ଟି ସୁନା । ହସିବ ସଂସାର । ହସିବ ସନିଆ । ହସିବ ତାର ପୁଅ ।



Rate this content
Log in