STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ଝିଅ ହେବ ତ ଏମିତି

ଝିଅ ହେବ ତ ଏମିତି

3 mins
9

ବାପା ମାଆ ଓ ଗୁରୁ ଗୁରୁଜନ କେତେ ଶିଖେଇ ବତେଇ ଶିଖାକୁ ହଷ୍ଟେଲ ଛାଡିଲା ବେଳେ କହିଥିଲେ ଏ ସମୟ ନିଜକୁ କେବଳ ପାଠ ଆଉ ପାଠ ଭିତରେ ବୁଡାଇ ରଖିବୁ କିନ୍ତୁ ଶିଖା ଗୋଡ଼ ଖସାଇଲା. ଦେବକୁ ଭଲପାଇ ତା ଆଖିରେ ଆଖି ମିଶାଇଲା. ପାଠ ପାଠ ଆଉ ପାଠକୁ ଶିଖୁ ଶିଖୁ ପ୍ରେମ ପାଠ ଶିଖିଗଲା ଭିତରେ ଜାଣି ସାରିଥିଲା ଦେବ ତା ସହିତ ଛଳନା କରୁଛି. ତା ରୁମରେ ଥିବା ଅନ୍ୟ ଦୁଇଜଣ ଝିଅଙ୍କୁ ମଧ୍ୟ ସେ ଭଲପାଇବାର ନାଟକ କରୁଛି. ଏଥର ନିଜକୁ ସଂଯତ କଲା ଶିଖା. ସେତିକିବେଳକୁ ବୋଉ ବାପାଙ୍କ କଥା ମନେପଡ଼ିଲା ତ ନିଜକୁ ବୁଡେଇ ରଖିଲା ସେଇ ପାଠ ପାଠ ଆଉ ପାଠ ଭିତରେ. ଡିଷ୍ଟର୍ବ କରିବାକୁ ନା ଥିଲା ଦେବ କଲେଜରେ ନା ହଷ୍ଟେଲରେ. ଉଡ଼ିବୁଲୁଥିବା ଭଅଁର ପରି ଉଡିଯାଇଥିଲା ନୂଆ ଫୁଲର ସନ୍ଧାନରେ ନିଶ୍ଚୟ. ଏତିକିରେ କଥାଟା ସରିଯିବ ଭାବି ନିଜକୁ ପରୀକ୍ଷା ପାଇଁ ପ୍ରସ୍ତୁତ କରି ରଖିବା ଭିତରେ ହଲରେ ଶିଖାର ଠିକ ପଛ ନହେଲେ ମଧ୍ୟ କଡରେ ବସିଥିବା ଦେବ କୁ ଦେଖି ଚମକି ପଡିଲା ଶିଖା. ଦେବ ମଧ୍ୟ ଆହୁରି ଚମକେଇ ତା ଖାତା ନେଇ ଟିପୁଥିଲା ଯେତେବେଳେ କି ସେ ଆଡିସିନାଲ ନେଇ ଲେଖୁଥିଲା. ପୁଣି ଆଡିସିନାଲ ଆଣି ଲେଖିଲା ବେଳକୁ ପ୍ରଥମଟିକୁ ଜୋର ଜବରଦସ୍ତ ଉଠାଇନେଇ ଲେଖୁଥିଲା ଦେବ ତ ଶିଖା କୋଉ ପ୍ରଶ୍ନର କୋଉ ପଏଣ୍ଟ ଯାଏଁ ଲେଖିଛି ଜାଣି ନପାରି ନିଜ ଖାତା ମାଗୁଥିଲା ଦେବକୁ ତ ଦେବ ଦେଉନଥିଲା. ଇନଭିଜିଲେଟର ପଡ଼ିଥିବା ସାର ଦେଖିନେଇ କଥାଟା କଣ ଜାଣିବାକୁ ଆଗେଇ ଆସିବା ପୂର୍ବରୁ ଦେବ ରୁମ ଛାଡ଼ି ଚମ୍ପଟ. କଥାଟା ସେଦିନ ସିନା ସେତିକିରେ ସରି ଯାଇଥିଲା କିନ୍ତୁ ତା ପର ପର ଦିନର ପରୀକ୍ଷାକୁ ନେଇ ଖାଲି ଆଶଙ୍କା ନୁହେଁ ବରଂ ଡରରେ ଥିଲାବେଳେ ଦେବ ପରୀକ୍ଷା ଡ୍ରପ କରିସାରିଥିଲା. ରେଜଲ୍ଟ ଆସି ବ୍ୟାଙ୍କିଙ୍ଗ ଦେଇ କୃତକାର୍ଯ୍ୟ ହୋଇ ପୋଷ୍ଟିଙ୍ଗ ହେଲାବେଳେ ସେ କଥା ପୁରୁଣା ହୋଇଯାଇଥିଲା ଶିଖା ପାଇଁ. ସୁଦୂର ବଲାଙ୍ଗୀରରେ ପୋଷ୍ଟିଙ୍ଗ ପରେ ଜଏନ କରି ଗାଁରେ ଥିଲା ବେଳେ ଦୁଇଟି ଦୁର୍ଘଟଣା ଶିଖାକୁ ଖୁବ ଦୁଃଖିତ କରିଥିଲା. ଅନ୍ଧାର ରାସ୍ତାରେ ମଣିଷର ଗହଳି ପୂର୍ଣ୍ଣ ଛକରୁ କିଏ ତାଙ୍କ ଗାଁ ଝିଅଟିକୁ ଉଠାଇ ନେଇ କଳାର କଳଙ୍କ ଏମିତି ପିନ୍ଧାଇଦେଲା ଯେ ବାପା ମାଆ ଓ ଝିଅ ଦୁଆର କିଳି କାନ୍ଦୁଥିବା ଭିତରେ ସାଇର ଆଉଗୋଟିଏ ଝିଅ ଘରେ ଗୁଣ୍ଡା ପଶି ତାକୁ ଧର୍ଷଣ କରିବା ଫଳରେ ବାପା ଭାଇ ଝିଅର ଭୁଲ ଦେଇଥିଲେ ଓ ଭାଇ କହିଥିଲେ ଗୁଣ୍ଡା ସହିତ ଆମ ଭଉଣୀର ନିଶ୍ଚୟ କିଛି ସମ୍ପର୍କ ଥିଲା ତ ଏଇ ଏଇ ରାକ୍ଷୀ ବାନ୍ଧିଦେଇଥିବା ଭଉଣୀର ରକ୍ଷାକର୍ତ୍ତା ପରିବର୍ତ୍ତେ ପରୋକ୍ଷରେ ଭାଇ ଜଲ୍ହାଦ ସାଜିଥିଲା କାରଣ ଦେହରେ ନିଆଁ ଲଗେଇ ଆତ୍ମାହୁତି ଦେଇଥିବା ଭଉଣୀ ଆତ୍ମହତ୍ୟା କରିଛି ବୋଲି ସମସ୍ତେ କହୁଥିଲେ.ଶିଖା କାନ୍ଦିପକେଇଥିଲା ଗାଁ ସାଙ୍ଗ ଭଉଣୀ ମୃତ୍ୟୁରେ.
    ଟ୍ରାଂଜିଟ ପିରିଅଡ ସରିବାକୁ ଆଉ ସାତ ଦିନ ବାକିଥିବା ଭିତରେ ଶିଖା ମୋବାଇଲକୁ ଆସିଯାଇଥିଲା ଦେବ ସହ ତାର କେତେକ ଯୁଗ୍ମ ତଥା ଅନ୍ତରଙ୍ଗ ଫଟୋ ତ ଡର ଓ ଭୟ ଦୁହେଁ ସନ୍ତ୍ରାସ ଓ ଆତଙ୍କ ସାଜିଥିବା ବେଳେ ଫୋନ ଆସିଥିଲା ଦେବଠାରୁ. ଧମକ ଦେଇଥିଲା ଏ ଫୋଟୋ ସବୁ ଭାଇରାଲ ହେବା ପୂର୍ବରୁ ମୋ ସର୍ତ୍ତ ତୋ ଦରମାର ଚାଳିଶ ପରସେଣ୍ଟ ମୋ ଆକାଉଣ୍ଟକୁ ସବୁ ମାସରେ ଆସିବା ଦରକାର ନଚେତ ଫୋଟୋ ସବୁ ଭାଇରାଲ ହେବାକୁ ଦୁଇଦିନ ବି କାଫି ତଥାପି ସାତ ଦିନ ସମୟ ଦେଉଛି.ଏଥର ଶିଖାକୁ ଲାଗୁଥିଲା ତା ଜୀଵନ ଶିଖା ଜଳିବ ହୁତ ହୁତ ହୋଇ. କାହାକୁ କିଛି କହିପାରୁନଥିଲା ଶିଖା କାରଣ ଗୁଣ୍ଡା ଦ୍ୱାରା ଅତ୍ୟାଚାରିତ ହୋଇଥିବା ଗାଁ ଝିଅ ଜଳିଗଲା ପରେ ପ୍ରଥମ ଝିଅଟି ନିଜେ ଓ ତା ବାପା ମାଆ ତିନି ଜଣ ଯାକ ଆତ୍ମହତ୍ୟା କରିସାରିଥିଲେ ଗାଁରେ ଏଭିତରେ. ସେ କଥା ପରେ ନା ବାପା ମାଆଙ୍କୁ ଏସବୁ କହିଥିଲା ନା ପୋଲିସ ଥାନା ଫାଣ୍ଡିକୁ ଯାଇ ପାରିଥିଲା ଶିଖା! କୁହୁଳି କୁହୁଳି ଶୁଣୁଥିଲା ପାଠ ପାଠ ଆଉ ପାଠ ଭିତରେ ଝିଅ ନିଜ ଗୋଡ଼ ଖସେଇବାର ଫଳାଫଳ କେଡେ ସାଙ୍ଘାତିକ ହୋଇପାରେ. କିଏ କହୁଥିଲା ଏସବୁ? ଇଶ୍ୱର ନିଜେ କହୁଥିଲେ ଏକଥା. କାରଣ ଅନେକ ପୀଡିତା ତାଙ୍କୁ ଘେରି ପ୍ରଶ୍ନ କରୁଥିଲେ ଗୋଟେ ହାତରେ ତାଳି ବାଜୁନଥିବା ଭଳି ପ୍ରେମରେ ପୁଅ ଦୋଷୀ ନହୋଇ ଝିଅ କାହିଁକି ଦୋଷୀ ଠାକୁର? କେମିତି ବଞ୍ଚିବେ ବେବିନା, ସୌମ୍ୟା ସହ ଆମ ଗାଁ, ସହର ତଥା ଦେଶର ଝିଅମାନେ!ଇଶ୍ୱର କହିଲେ ପୁଅ ଓ ଝିଅ ଭିତରେ ଗଢ଼ାଯାଇଥିବା ପାର୍ଥକ୍ୟ ପାଇଁ ସେ ମାତୃତ୍ୱ ଲାଭ ପାଇଁ ସୁସ୍ଥ ପରମ୍ପରା ନଆପଣେଇ ଦୁସ୍ଥ ପରମ୍ପରାକୁ ଆପଣେଇ ଭୁଲ କରୁଛି ଆଉ ପୁରୁଷ ପୁଅଙ୍କୁ କିନ୍ନର କରି ଛାଡ଼ି ଚେତେଇ ଦେଲେ ମଧ୍ୟ ସେମାନେ ସଚେତନ ହେଉନଥିବାରୁ ଉପାୟ ତୁମ ନିଜ ହାତରେ. ନିଦଟା ଭାଙ୍ଗିଗଲା. ତା ନିଜ ହାତରେ ତାର ସୁରକ୍ଷା!କେମିତି? କିପରି? ସେ ଝିଅ ହୋଇ କାହାକୁ ମାରି ପାରିବ ନାହିଁ. ଝିଅଟିଏ ମମତାର ନଈ ପରି କଳକଳ ଓ ଛଳଛଳ ହୋଇ କେମିତି ମାରି ପାରିବ କାହାକୁ ବିଷ ଦେଇ ବା ଗୁପ୍ତାଙ୍ଗ କାଟି ବରଂ ବୁଝେଇ ପାରିବ. ଯୋଉଠି ବୁଝେଇବା ଅବସ୍ଥା ନଥିବ ସେଠି କଣ କରାଯାଇପାରିବ ଭାବି ସେଦିନ ଶିଖା ପହଞ୍ଚିଗଲା ଦେବ କାମ କରୁଥିବା କମ୍ପାନୀରେ. ଦେବ ର କଲର ଭିଡି ସାର୍ଟ ପକେଟରୁ ବାହାର କରିଆଣିଲା ମୋବାଇଲଟିକୁ ତାର ଓ ପେଟ୍ରୋଲ ପକେଇ ଜାଳିଦେଲା ବେଳେ ପ୍ରମାଣ ସବୁ ଥିଲା ତା ନିଜ ମୋବାଇଲରେ. ସମସ୍ତେ ତଟସ୍ଥ ହୋଇ ମୋବାଇଲର ଜଳନ୍ତା ହୁତ ହୁତ ଶିଖା ଦୃଶ୍ୟ ଦେଖୁ ଦେଖୁ ଶିଖା ହସୁଥିଲା ବିଜୟିନୀର ହସ.ଦୂରରୁ ଗଣେଷ ଚତୁର୍ଥୀ ପୂଜାର ସ୍ତୋତ୍ର ଓ ମନ୍ତ୍ର ଭାଷିଆସୁଥିଲା କେବଳ.



Rate this content
Log in

Similar oriya story from Action