Jyotipuspa Das

Drama Romance Tragedy

2  

Jyotipuspa Das

Drama Romance Tragedy

ଝଡ ପର ରାତି

ଝଡ ପର ରାତି

7 mins
117


ଝଡ଼ ମୁହାଁ ରାତିିରେ କ୍ରମଶଃ ତୀବ୍ର ହେଉଥିଲା ଆକସ୍ମିକ କରାଘାତର ଦୁର୍ବିପାକ! ଅବଶ୍ୟ, ମୋସୁଲ୍ ସହର ଆକାଶରେ କେବେ ଠାରୁ ତାଣ୍ଡବ କରୁଥାଏ କାଳ, ଯେଉଁଠି ମୃତ୍ୟୁ ଅର୍ଥ ମୁକ୍ତି ।


ତେଣୁ ଏ କରାଘାତ ଯେ ଆଗତ ମୃତ୍ୟୁ ହୋଇଥିବ, ଅମିର ଆଶ୍ଚର୍ଯ୍ୟ ହେବ ନାହିଁ......

__


ଘର ଲୋକଙ୍କ ବିରୋଧ ସତ୍ତ୍ଵେ ଅାମୀର୍ ପଛ ଦରଜା ଖୋଲି ଦେଖେ : ରାତ୍ରୀର ଶୂନଶାନ୍ ଆକାଶ ତଳେ ନିଶ୍ୱାସ ନେଉଥିବା ନୀଳଜହ୍ନ l


:- ମୋତେ ବଂଚାଅ ପ୍ଲିଜ୍.....


ୟେ ତ ସେଇ,ନୀଳ ନୟନା !?


ନୀଳ ନୟନାକୁ ସେ ପ୍ରଥମେ ଆବିଷ୍କାର କରିଥିଲା ମାସେ ତଳେ, ମୋସୁଲର କୁବିଖ୍ୟାତ ଶେଖଙ୍କ ଘରେ। ଯେଉଁଠି ଏକତ୍ରିତ ଥିଲେ ଅମିର ପରି ଅନେକ ଯୁବକ। ଉଦ୍ଦେଶ୍ୟ ?


ଶେଖ୍ କହୁଥିଲେ :- ଆଇଏସଆଇଏସର ଆବିର୍ଭାବ ପଛର କାହାଣୀ, ସ୍ୱର୍ଗ ହୁର୍_କି_ ପରୀ ମାନଙ୍କ ସୁଲଭ୍ୟତା କଥା ।  


ସିଏ ନିଜେ ଏହି ସ୍ୱର୍ଗ ଚିଜ ଲାଭ କରିଛନ୍ତି କ୍ରେତା ହୋଇ l ଉଦାହରଣ ସ୍ୱରୂପ : ଉପସ୍ଥିତ ସଦ୍ୟ କ୍ରୟ ହୋଇଥିବା ୟାଜିଦି ପରୀ l 


ଅମିର ପରି ଅନ୍ୟମାନଙ୍କ ପଲକ ପଡ଼ୁ ନଥିଲା ଭୋଗ ଐଶ୍ଚର୍ଯ୍ୟ ସାମ୍ନାରେ ଭେଟି। 


------------


ଗୃହ ଯୁଦ୍ଧରେ ପେଶି ହେଇ ଯାଇଥିବା ଇରାକୀ ଭବିଷ୍ୟତ ଆଉ ଇସଲାମିକ ଷ୍ଟେଟ୍ର ଅତ୍ୟାଚାର ବିରୋଧରେ ସବୁଠୁ ସହଜ ଉପାୟ ଥିଲା ନିଜେ ଅତ୍ୟାଚାରୀ ହେଇଯିବା । 


ଅର୍ଥାତ୍ ଆଇଏସଆଇଏସରେ ଯୋଗଦାନ କରି ଆତଙ୍କକୁ ଈଶ୍ୱର କହିବା । 


ଅମିରକୁ ଦିଶୁଥିଲା ୟାଜିଦୀ ସୁନ୍ଦରୀର ଦେହ ମୁହଁ ସାରା କ୍ଷତ, ଦାନ୍ତ ଆଉ ସିଗାରେଟ୍ ଚେଙ୍କର ଦାଗ । ଶ୍ଵେତାଙ୍ଗୀ ହେତୁ ଜଣା ପଡ଼ୁଥିଲା ବହୁ ଦୂରରୁ ମଧ୍ୟ....


ତଳ ମୁହାଁ ନାଜିଆ ହଠାତ୍ ଅନେଇ ଦେଲା ତାକୁ ......ଓଃ ! 


ଅମିର ହୃଦୟ ଟା ପୋଡ଼ି ଯିବ କି ଆଉ? ମୁହଁ ତଳକୁ ପୋତିଦେଲା ସିଏ ନ କରିଥିବା ଦୋଷ ପାଇଁ ବି ଦୋଷୀଟିଏ ହୋଇ ବରଂ।

____


ଏବେ ସାମ୍ନାରେ ପ୍ରେତାତ୍ମା ପରି ଛିଡ଼ା ହେଇଥିବା ସେଇ ଶରୀରଟି ନାଜିଆର । ମାଗୁଛି ଶରଣ ଆମୀରକୁ, ଫେରାର ହେଇ ଆସିଛି ଶେଖ୍ ବାହାରକୁ ଯାଇଥିଲା ବେଳେ କୌଣସି ମତେ ।


ଅମିର ସ୍ତବ୍ଧ । ଭିତରକୁ ଯଦି ଆଣିବ ସିଏ ସିଧା ଆଇଏସଆଇଏସ ଦ୍ରୋହୀ ହେବ । ବାହାରେ ଛାଡ଼ି ଦେଲେ ତା କୋରି ହେଇଯାଇଥିବା ହୃଦୟ , ମଣିଷପଣିଆ ଟିକକ କବର ନେବ। 

__


ରୁହ ....


ମୋସୁଲ୍ ଏବଂ ଇରାକୀ କୁର୍ଦ୍ଦିସ୍ଥାନ ସୀମାରେ ଜିହାଦୀ ସୈନିକଙ୍କ କଡ଼ା ନଜର । ସ୍ୱାମୀ - ସ୍ତ୍ରୀ ଯୋଡିଙ୍କୁ ଅଟକେଇ ପଚାରି ଯାଉଥିଲେ, ନିରେଖି ନିରେଖି । 


ଅନର୍ଗଳ କୁର୍ଦିଶ୍ରେ କହିଯାଉଥିଲା ବୁର୍ଖା ପିନ୍ଧା ସ୍ତ୍ରୀଟି, ତା ସ୍ୱାମୀ ଆଉ ବାହାରେ ଥିବା ପୁଅର ଦୁଃଖକଥା। ଚୁପଚାପ୍ ଛିଡ଼ା ହୋଇଥିଲା ସ୍ୱାମୀଟି ଏକ ନିହତ ଶୂନ୍ୟ ଚାହାଣୀରେ ......


ସୀମା ସେପଟେ ବୋଧହୁଏ ମୁକ୍ତି , ନହେଲେ ଜୀବନ ! 


___


ପାଟ୍ରିଓଟିକ୍ ୟୁନାଇଟେଡ଼ କୁର୍ଦ୍ଦିସ୍ଥାନ୍ର ପାର୍ଟି ଅଫିସ୍ରେ ସେଇ ସ୍ୱାମୀ- ସ୍ତ୍ରୀ ଯୋଡ଼।


ଆମୀର୍ର ହାତ ଧରି ଏକା ନିଶ୍ବାସରେ ନାଜିଆ କହି ଚାଲିଥିଲା ତା କାହାଣୀ -


ଅଗଷ୍ଟ ୨୦୧୪। ସାଧାରଣ ଜୀବନ ନେଇ ବଞ୍ଚୁଥିବା ୟାଜିଦୀ ଗ୍ରାମ କୋଚରେ, ଅଚାନକ ନର ପିଶାଚ ହେଇ ପଶି ଆସିଲେ ଜହ୍ଲାଦ ମାନେ।


ହତ୍ୟା ହେଲେ ବୃଦ୍ଧ, ବୃଦ୍ଧା । ଅପହୃତ ହେଲେ ଶିଶୁମାନେ ଦେବରୁ ଦାନବ ହେବା ପାଇଁ। ବନ୍ଧା ହେଲେ ଯୁବକ ସବୁ ଜଲ୍ହାଦ ଗୋଷ୍ଠୀରେ ମିଶିବା ପାଇଁ।  


ଆଉ ନାଜିଆ ମାନେ .....?


ଆଖିରେ ଦେଖିଲେ ନିଜ ପିତା, ମାତା, କୁଟୁମ୍ବଙ୍କ ଗଣ ହତ୍ୟା । ଆଉ ନିଜେ ପାଲଟିଗଲେ ଯୌନ .....


ୟା ପରର କାହାଣୀ, କାହାଣୀ ନୁହେଁ ରକ୍ତ ଝରା ବିଭୀଷିକା। ପ୍ରତି ଝିଅର ଅଙ୍ଗପ୍ରତ୍ୟଙ୍ଗରେ ଛାପ ଅତ୍ୟାଚାରର, ଯୌନ ଆକ୍ରମଣର ବିଭତ୍ସ ଫୁତ୍କାର, ଆତ୍ମାର ଶଈତାନୀ ବଳାତ୍କାର। 


______


ନାଜିଆ ଆଖିରୁ ଖସି ପଡ଼ୁଥିଲା ଲୁହ ଧାରା । ତା ହାତଟି ଓଦା ହେଇ ଯାଉଥିଲା ଅମିର ହାତ ମୁଠା ଭିତରେ । 


ପାଟ୍ରିଓଟିକ୍ ୟୁନାଇଟେଡ଼ କୁର୍ଦ୍ଦିସ୍ଥାନ୍ ଦଳ ରେକର୍ଡ଼ କରୁଥିଲା ଏକ ବିଂଶ ଶତବ୍ଦୀର ବିଭତ୍ସ କ୍ରୀତଦାସ , ଆତଙ୍କବାଦ ଆଉ ଧ୍ଵଂସର ଆଖି ଦେଖା ବିବରଣୀ । 


____


ପରଦିନ ବିଶ୍ଵ ଶୁଣିଲା ବିଭୀଷିକାର କ୍ରିତଦାସୀ ମୁହଁରୁ ମଣିଷର ଘୃଣ୍ୟତମ ପାଶବିକତା......


************


ବିଭୀଷିକାର କ୍ରୀତଦାସୀ ନାଜିଆ ମୁହଁରୁ ବିଶ୍ଵ ଶୁଣିବା ପାଇଁ ପ୍ରସ୍ତୁତ ଥିଲା ଈଶ୍ୱରଙ୍କ ଶ୍ରେଷ୍ଠତମ ବୋଲାଉଥିବା ମଣିଷର ଘୃଣ୍ୟତମ ପାଶବିକତା......


ଅମିର ନିଃଶ୍ୱାସରେ ଭଉଁରୀ ଖେଳୁଥିଲା କୁହେଳିକା !


ପାଟ୍ରିଓଟିକ୍ ୟୁନାଇଟେଡ଼ କୁର୍ଦ୍ଦିସ୍ଥାନ୍ର ପାର୍ଟି ଅଫିସ୍ରେ ନାଜିଆର ଝାଳୁଆ ହାତ ମୁଠେଇ ଧରିବା ମଧ୍ୟରେ ବି ସିଏ ଭୋଗୁଥିଲା ଅହୋନର୍କ ।


ନୀଳ ନୟନା ନାଜିଆକୁ ଦେଖିବା ପୂର୍ବରୁ ସିଏ ମଧ୍ୟ ବାହାରିଥିଲା ଆଇଏସ୍ଆଇଏସ୍ରେ ଜିହାଦୀ ହେବାକୁ । ପ୍ରତିଜ୍ଞା କରୁଥିଲା ଶେଖ୍ଙ୍କ ଘରେ ବାରମ୍ବାର ପୃଥିବୀ ଉପରୁ ନିଜ ସଂପ୍ରଦାୟ ଛାଡ଼ି ବାକି ସବୁ ମ୍ଳେଚ୍ଛମାନଙ୍କୁ ସମୂଳେ ନିପାତ କରିବା ପାଇଁ । 


ଘରେ ଧର୍ମ ପ୍ରାଣା ମାଆ ଏବଂ ବଡ଼ ଭାଇ । 


ଅମିରକୁ ବୁଝାନ୍ତି ୟେ ଧର୍ମଗ୍ରନ୍ଥ ନୁହେଁ ୟେ ଶୈତାନ୍ ଲିପି । ଧର୍ମାନ୍ଧତା ସାମ୍ରାଜ୍ୟ ନାମରେ ନିଜ ରାଜନୈତିକ ଏକଛତ୍ରବାଦ ଲାଳସା ପୁରାଣ କରୁଛି ଜଣେ ଧାର୍ମିକ ଜହ୍ଲାଦ ଅମିର ପରି ନିରୀହ ମାନଙ୍କ ବଳି ଦେଇ । 


ବଦଳରେ ,ଜୀବନ ଭିକ୍ଷା ନହେଲେ କିଛି ଅର୍ଥ । ମୃତ୍ୟୁ ୟାଠୁ ଶ୍ରେୟସ୍କର ନୁହଁ ?


କିନ୍ତୁ ଅମିର ବୁଝେ କି? ମାତା ଭାଇଙ୍କୁ ବଞ୍ଚେଇ ରଖିବା ପାଇଁ ଯଦି ତାକୁ ଜାହାନ୍ନୁମ୍ ଯିବାକୁ ପଡ଼େ, ସେ ଯିବନି କି? ସାନ ବୋଲି କଣ ସବୁବେଳେ ଦୁର୍ବଳ, ଆଶ୍ରିତ ହୋଇ ରହିବ। 


ସବୁ ବିରକ୍ତି,ବାରଣ ସତ୍ତ୍ୱେ ସିଏ ଯାଇ ହାଜିର୍ ହୁଏ ଶେଖ୍ ଘରେ । ଶପଥ ନିଏ ନରପିଶାଚ ହେବାର ଓ ସାମିଲ୍ ହୁଏ ଚଣ୍ଡାଳ ପ୍ରଶିକ୍ଷଣରେ ।


ଆଉ ଅଳ୍ପ ଅପେକ୍ଷା ! ଅମିର ପ୍ରଶିକ୍ଷିତ ଏବେ ରକ୍ତଭୋଜି ଘାତକ ସାଜିବାକୁ । 


ମୃତ୍ୟୁ ସହ ରାଜିନାମା ସ୍ୱାକ୍ଷର କରିଦେଲା ପରେ ନିଜ ପରିବାର ସୁରକ୍ଷା ପାଇଁ ଡର ଶେଷ । ମାଆ, ଭାଇ ଏବେ ମୋସୁଲ୍ରେ ସୈନିକ ପରିବାର ଭାବେ ରହିବେ ରକ୍ତମୁଖା ଆଖି ଅଢୁଆଳେ.....


___


କିନ୍ତୁ...... ସେଦିନ .... ଶେଖ୍ ଘରେ,


ତଳ ମୁହାଁ ନାଜିଆ ହଠାତ୍ ଅନେଇ ଦେଲା ତାକୁ ......ଓଃ ! ଅମିର ହୃଦୟ ଟା ପୋଡ଼ି ଗଲା କି ଆଉ?


ନାଜିଆ !


ସରଳ ରେଖା ପରି ତା କଳାଗାର ଜୀବନରେ ଅଚାନକ ନୀଳ ବକ୍ର ଟାଣି ଦେଲା। ତା ପ୍ରତି କରି ନଥିବା ଅପରାଧ ବୋଧ ନେଇ ଜଡ଼ସଡ଼ ହିଁ ହେଉଥିଲା ଅମିର କି ସେଦିନ ରାତିରେ ତା ଦ୍ଵାର ସାମ୍ନାରେ ଅର୍ଦ୍ଧଚନ୍ଦ୍ର ସମ ଉଭା ହେଲା ଭିକ୍ଷା ମୁଦ୍ରାରେ ସୁନ୍ଦରୀ ।


ଅମିରର ବାକି ଥିବା ଟାଣ ପଣ ବିକଟାଳ ଚିତ୍କାର କରି ତାକୁ ଛାଡ଼ି ଗଲା । ଗୋଟେଇ ଧରିଲା ତାକୁ ନୀଳ ଆଖିରେ ଆଖିଏ ପ୍ରଶ୍ନ ବାଣ । 


ପଥର ପରି ଛିଡ଼ା ହେଇ ଥିଲା ସେ ଦ୍ୱାର ଖୋଲି। 


______


ମୋସୁଲର ପ୍ରତି କବାଟରୁ ଫେରିଥିବା ନାଜିଆ ହତବାକ୍ । ସେଦିନ ତାକୁ ଏକ ଲୟରେ ଅନେଇ ଥିବା ତାଲିମ୍ ପ୍ରାପ୍ତ ଘରେ ହିଁ ସିଏ ଶରଣ ପଶିଛି ? 


ୟେ ପ୍ରୟାସ ମଧ୍ୟ ବିଫଳ ହେବ ! ୟେ ମୋତେ ନେଇ ସିଧା ସମର୍ପିବ ଶେଖ୍ ପାଖରେ !? 


ଯନ୍ତ୍ରଣା ଆଉ ହତାଶବୋଧରେ ନାଜିଆ ସତେ କି ପାତାଳକୁ ପଶିଯିବ.....ପରଦିନ ଆବିଷ୍କାର କଲା ନିଜକୁ ଏକ ଉଷୁମ ଶେଯରେ । 


ପାଖରେ ଜନନୀ ତୁଲ୍ୟଙ୍କ ହାତ ସ୍ପର୍ଶ ...…..ଗତ ରାତିରେ ଚେତା ହରେଇବା ବେଳେ ଏଇ ସ୍ପର୍ଶ ସିଏ ଅନୁଭବ କରିଥିଲା ନା !! ନିଜ ମୃତ ମାଆ କଥା ମନେ ପଡ଼ିଲା ତାର। ବାକି ଥିବା ଲୁହରୁ କିଞ୍ଚିତ୍ ନିଗାଡ଼ି ଦେଲା ସିଏ। 


_______


:-ଏ ସେଇ ଅମିର ତ ମାଆ ଯିଏ ଜହ୍ଲାଦ ସେନାରେ ଭର୍ତି ହେବା ପାଇଁ ତାଲିମ୍ ନଉଥିଲା ?


ବଡ଼ ଭାଇଙ୍କ ପ୍ରଶ୍ନରେ ମାଆ ଖାଲି ଉପରକୁ ଦୁଇ ହାତ ଟେକି ଦୁଇ ଆଖିରେ ଆଙ୍ଗୁଳି ଛୁଇଁଲେ । 

ନାଜିଆର ଆଶ୍ରୟରେ ତାଙ୍କୁ କୋଳପୋଛା ଅମୀର ର ରକ୍ଷାସୁତ୍ର ଦିଶୁଥିଲା। 


ଅମିର ଯେ ନାଜିଆ ନୟନରେ ବିଗଳିତ, ମାତୃପ୍ରାଣ ୟା ବି ବୁଝି ସାରିଥିଲା । ବାସ୍ ଏବେ ଖାଲି ଅପେକ୍ଷା, ସାବଲୀଳ ପଳାୟନ କୁ.......


____


ମୋସୁଲ୍ ଏବଂ ଇରାକୀ କୁର୍ଦ୍ଦିସ୍ଥାନ ସୀମାରେ ଜିହାଦୀ ସୈନିକଙ୍କ କଡ଼ା ନଜର । ସ୍ୱାମୀ - ସ୍ତ୍ରୀ ଯୋଡିଙ୍କୁ ଅଟକେଇ ପଚାରି ଯାଉଥିଲେ, ନିରେଖି ନିରେଖି । 


ଜାଲ୍ ପରିଚୟ ପତ୍ର ବନେଇବାର ସବୁଠୁ ସହଜ ଆଉ ଦ୍ରୁତତମ ଉପାୟ ନିକାହ୍ ( ବିବାହ)। ଏଇ ମିଛି ମିଛିକା ନିକାହରେ ସତ ସତିକା ଖୁସି ହେଉଥିଲେ କିନ୍ତୁ ଜଣେ ଜୀବନ ଭିକ୍ଷୁଣୀ, ଜଣେ ଅମନଯୋଗୀ ଯୁବକ ଆଉ ଜଣେ ଅସହାୟ ଜନନୀ ।


ନିକାହ୍ କରିବା ପାଇଁ ଯୋଡ଼ା ମାନେ ପଳାୟନ କରନ୍ତି। ଏଠି କିନ୍ତୁ ପଳାୟନ କରିବା ପାଇଁ ନିକାହ୍ ହେଉଥିଲା ।


ଭବିଷ୍ୟତ ? 

ଗୋଟିଏ ସାଧାରଣ ଜୀବନ ବଞ୍ଚିବାର ମୁକ୍ତି ବୋଧହୁଏ......


ସଦ୍ୟ ବିବାହିତା ନାଜିଆ ହାତକୁ ଧରି ମିଛ ପରିଚୟ ନେଇ ପାଟ୍ରିଓଟିକ୍ ୟୁନାଇଟେଡ଼ କୁର୍ଦ୍ଦିସ୍ଥାନ୍ର ପାର୍ଟି ଅଫିସ୍ ପର୍ଯ୍ୟନ୍ତ ଟାଣି ହେଇ ଯାଉଥିବା ଅମିରକୁ ଏବେ ଘାରୁ ଥିଲା ମାଆ ଭାଇଙ୍କ ମୁହଁ ।


ଶେଷ ପର୍ଯ୍ୟନ୍ତ ମାଆ ଆଖିରେ ଲୁହ ନଥିଲା .....

କିନ୍ତୁ ଅପଲକ ଚାହାଣୀରେ ଦୁହେଁ ଦେଖୁଥିଲେ ଅମିରକୁ ସିଏ ଆଖି ଆଗରୁ ଲୁଚିବା ପର୍ଯ୍ୟନ୍ତ .....


**********


ଅମିର ମାଆ ଆଖିରେ ଲୁହ ନଥିଲା .....


ମୋସୁଲର ଶେଖ୍ କବଳରୁ ବର୍ତ୍ତିବା ପାଇଁ ପୁଅ ଅମିରକୁ ୟାଜିଦୀ ଯୌନଦାସୀ ସହ ନିକାହ୍ କରେଇ ଦେବାରେ କୌଣସି ଆପତ୍ତି ନଥିଲା ମାଆ ମନରେ। 


ଜ୍ୟେଷ୍ଠ ଭ୍ରାତା, ପିତୃହରା ଅମିର ଚଣ୍ଡାଳ ହେବା ପରିବର୍ତ୍ତେ ପଳାତକ ସାଜିବା ବୋଧହୁଏ ଶ୍ରେୟସ୍କର ଭାବୁଥିଲେ । 


ସେଥିଲାଗି ଯନ୍ତ୍ର ତୁଲ୍ୟ କରି ଚାଲିଥିଲେ ସବୁ ଯୋଗାଡ଼....... ମିଛ ପରିଚୟଠୁ ଆରମ୍ଭ କରି ଲୁଚାଛପା ନିକାହ୍ ପର୍ଯ୍ୟନ୍ତ ।


ଅମିର ସେ ଯାଏଁ ଜାଣି ପାରୁ ନଥିଲା ସିଏ କାହାକୁ ମୁକ୍ତି ଦଉଛି ! ନାଜିଆକୁ ? ନା ନିଜ ପରିବାରକୁ ? ନା ନିଜକୁ ?


ନାଜିଆ ସହ ତାର ସମ୍ପର୍କ ସମୀକରଣ କଣ? ସ୍ୱାମୀ ସ୍ତ୍ରୀ ନା ମିଛ ନାଆଁରେ ଗଢ଼ି ଉଠିଥିବା ଏକ ଦ୍ୱିଧାର ପଳାତକ ପରିସ୍ଥିତି ?


ପୁଣି ତାକୁ ଲାଗୁଥିଲା ତାକୁ ପରିବାର ଦୂରେଇ ଦେଇଛନ୍ତି ଜାଣିଶୁଣି। କିନ୍ତୁ ! ଏଇତ, ଅପଲକ ଚାହାଣୀରେ ଦୁହେଁ ଦେଖୁଥିଲେ ଅମିରକୁ ସେମାନେ ଆଖି ଆଗରୁ ଲୁଚିବା ପର୍ଯ୍ୟନ୍ତ .....


___________


ପାଟ୍ରିଓଟିକ୍ ୟୁନାଇଟେଡ଼ କୁର୍ଦ୍ଦିସ୍ଥାନ୍ର ପାର୍ଟି ଅଫିସ୍ ! ତଥାକଥିତ ଶରଣାର୍ଥୀ ଅଥବା ଆଇଏସ୍ଆଇଏସ୍ କବଳରୁ ବର୍ତ୍ତିଥିବା କତିପୟ ବିକଳଙ୍କ ଏକମାତ୍ର ଆଶ୍ରା ସ୍ଥଳ ।


ଗୃହ ଯୁଦ୍ଧରେ ଧ୍ୱସ୍ତ ଦେଶ, ହୃତ ଭବିଷ୍ୟ ନେଇ ଗଠିତ ଏଇ ଯୁଦ୍ଧ କାଳୀନ ଦଳଟି ବିଶ୍ଵ ଆଉ ସଦ୍ୟ ପାଲଟି ଥିବା ନର୍କ ମଧ୍ୟରେ ଏକ ମାତ୍ର ଯୋଗ ସୂତ୍ର ।


କଥା ହେଲା - 

ନାଜିଆ ଆଉ ଅାମୀର୍ଙ୍କ ବୟାନ ସମେତ ସମସ୍ତ ବିବରଣୀ ପଠାଯିବ ଇଉରୋପୀୟ ସଂଘ ନିକଟକୁ । ତେଣିକି ଈଶ୍ୱର ଭରସା, କେଉଁ ଦେଶ ଶରଣ ଦେବ ।


ସେତିକି ସମୟ ଯାଏ ପରିଚୟ ଲୁପ୍ତ ରଖି ଗୁପ୍ତ ରହିବାକୁ ହେବ ପାର୍ଟି ଅଫିସ୍ରେ ।

 

ରେକର୍ଡ଼ିଂ ସମାପ୍ତ.....


ଆଶ୍ରୟ କୋଠରୀ ଭିତରେ ଆଶ୍ରିତ ଯୋଡ଼ା ନିଜ ନିଜ ମୁକ୍ତି ସମୟ ଗଣୁଥିଲେ ବୋଧହୁଏ । 


_____


ଶେଷରେ ଶରଣ ସ୍ଵୀକୃତି ଦେଇଛି ଜର୍ମାନୀ । 

ଆଃ, କେବେ ବିଶ୍ଵକୁ ହିଟଲାରୀୟ ତାଣ୍ଡବରେ ଡରାଉ ଥିବା ଜର୍ମାନୀ ଏବେ ଯେ ଶାନ୍ତି ସଂରକ୍ଷକ, ୟା ଇତିହାସକୁ ବିଶ୍ଵାସ ହେବ ନାହିଁ । 


ଦୁଇ ଦିନର ଏ ଅପେକ୍ଷା ନାଜିଆ ଆଉ ଅମିର ପାଇଁ ଯେ ଦଶନ୍ଧିଠୁ କଷ୍ଟକର ଥିଲା, ଏହା କେବଳ ସେମାନେ ଜାଣନ୍ତି । 


ଏବେ?


ମୁକ୍ତି ? ବିଦାୟ ? ବିଚ୍ଛେଦ ? 


ନିଜ ଚିନ୍ତାରେ ଅମିର ହସିଦେଲା ନିଜକୁ ତାତ୍ସଲ୍ୟ କରି । ମିଳନ କେବେ ହେଇଥିଲା ଯେ ବିଦାୟ ପାଇଁ ସେ ଚିନ୍ତିତ.......


_________


ଜର୍ମାନୀ ଦୂତାବାସ । ନାଜିଆ ଏବଂ ଅମିରଙ୍କୁ ଦିଆଗଲା ଭିନ୍ନ ଭିନ୍ନ ଠିକଣା, ଦୁଇଟି ନୂଆ ଫୋନ୍ ଓ ଦୁଇ ସହାୟକ । 


ଅମିର ପୁଣି ଚାହିଁ ଥିଲା ନାଜିଆକୁ ଅପଲକ ନେତ୍ରରେ । 


ନାଜିଆ କଣ ଭାବୁଛି ଏବେ ? କହିବକୁ ତାକୁ ସାଙ୍ଗରେ ଯିବା ପାଇଁ ? ନା କହିବନି । ସାଙ୍ଗରେ କେତେଦୂର ବା ନେଇ ପାରିବ ଏଇ ନୂଆ ଦେଶରେ ।


ବରଂ ଏହି ପଳାୟନ ସମୟ ,ଧୂସର ଜୀବନରେ କିଞ୍ଚିତ୍ ରଙ୍ଗ ଭରି ରହୁ । 


ନୀଳ ଉପତ୍ୟକାର ମୋହ ତ୍ୟାଗି ବୁଲିଗଲା ସିଏ ନିଜ ଧୂସରିତ ଧରାକୁ.......


ୟେ କଣ ? ସ୍ପର୍ଶ .... ନା ବିଦ୍ୟୁତ୍ ଆଘାତ !


ରେକର୍ଡିଂ ସମୟରେ ଥରୁଥିବା ହାତ ୟେ ନୁହେଁ ତ । ୟେ ସ୍ପର୍ଶ ମୃତ ପ୍ରାଣରେ ଜୀବନ ସଞ୍ଚରି ପାରେ, ଅମିର ତ ଛାର ଜୀବନ୍ତ । 


ଏଥର ମୁହଁ ଟେକି ଚାହିଁ ଦେଲା ଅମିର । ନାଜିଆର ନୀଳ ଆଖିରେ ଜଳ ତରଙ୍ଗ ଢେଉ ଖେଳୁଥିଲେ । କିଛି କିଛି ବାହାରି ଆସୁଥିଲେ ଅମାନିଆ ହେଇ, କିଛି ଫେରି ଯାଉଥିଲେ ପୁଣି କଟୋର ?କୁ । 


ନାଜିଆ କଣ ଭାବୁଥିଲା କେଜାଣି ? 


ତା ଅଶ୍ରୁରେ ଅମିର ପାଇଁ ପ୍ରେମ ଥିଲା ନା କୃତଜ୍ଞତା ବୁଝିବା ଅସମ୍ଭବ । ଆଜି ଯାଏଁ କେବଳ ନିଜ ନିଜ ଅସହାୟତାକୁ ପ୍ରକାଶ କରିଥିଲେ ଦୁଇ ହୃଦୟ । ତା ମଝିରେ ମିଛ ନିକାହ୍ ଟିଏ ଯାହା .....


ଅମିର ଜଡ଼ସଡ଼ ଧରି ପକେଇଲା ନାଜିଆର ହାତ ! 


____________


ଧଇଁସଇଁ ହେଇ ଜଣେ ଦୂତାବାସ ସଦସ୍ୟ ଦଉଡ଼ି ଆସିଲେ। ଅମିରକୁ ଜାବୁଡ଼ି ଧରି କାନରେ କହିଲେ କିଛି।  


ନିଜ କେଶକୁ ଜାବୁଡ଼ି ଧରି ଲଥ୍ କିନା ବସିଗଲା ତଳେ ।

 

:- ମାଆ ! ମାଆ ! ମାଆ ମୋର ....... ଭାଇ ମୋର........


ଅମିରର ବିକଳ ଚିତ୍କାରରେ ୟା ଛଡ଼ା ଆଉ କିଛି ଶବ୍ଦ ନଥିଲା । ନାଜିଆକୁ ବଞ୍ଚେଇ ଥିବା ଏବଂ ତାକୁ ମୋସୁଲରୁ ନିଜେ ଉଦ୍ଧାର କରି ଆଣିଥିବାର ଖବର ପାଟ୍ରିଓଟିକ୍ ୟୁନାଇଟେଡ଼ କୁର୍ଦ୍ଦିସ୍ଥାନ୍ ଅଫିସ୍ର କେହି ଜଣେ ବିଶ୍ଵାସ ଘାତୀ ଶେଖ୍ ପାଖରେ ପହଞ୍ଚେଇ ଦେଇଥିଲା ।


ପରିଣତି ? 


ଆଇଏସ୍ଆଇଏସ୍ ଦ୍ରୋହୀ ଭାବରେ ଅମିରର ଫୋଟୋ ସହର ଏବଂ ସୀମାରେ ୱାଣ୍ଟେଡ ଭାବେ ବିତରିତ । ଯେଉଁ ମାନଙ୍କୁ ରକ୍ଷା କରିବା ପାଇଁ ଆଜି ଯାଏଁ ଅମିର ନିଜକୁ ବାଜି ଲଗେଇ ଥିଲା ସେଇ ମାଆ ଓ ଭାଇ ଆଇଏସ୍ଆଇଏସ୍ ଜହ୍ଲାଦ ମାନଙ୍କ ହାତରେ ଅତ୍ୟାଚାରିତ, ଧର୍ଷିତ ଏବଂ ମୃତ.....


ଏବେ ???


କ୍ରମଶଃ...










Rate this content
Log in

Similar oriya story from Drama