STORYMIRROR

Jyotipuspa Das

Abstract Drama Inspirational

3  

Jyotipuspa Das

Abstract Drama Inspirational

ଟେକ୍ନୋ କିଲର୍

ଟେକ୍ନୋ କିଲର୍

2 mins
205


ବିଶ୍ୱାସର ପୃଥିବୀ କଣ ପକ୍ଷପାତୀ ଓ ଅବିଶ୍ୱାସ ହିଁ ଉଦ୍ଭାବନର ଜନନୀ l କିଏ ଭାବିଥିଲା ,ଟେସ୍ଲାଙ୍କ ବିଚାର ଚୋରାଇ ମାର୍କୋନୀ ପୃଥିବୀରେ ରେଡ଼ିଓ ଜନକ ଭାବେ ପ୍ରସିଦ୍ଧ ହେବେ l


ସମୟ ମାର୍ଚ୍ଚ ୨୦୦୪....


ବିଶ୍ୱର କୋଣ ଅନୁକୋଣର ଶ୍ରେଷ୍ଠ ପ୍ରତିଭା ମାନେ ଏକତ୍ରିତ ହୋଇଥିବା ହାବର୍ଡ ବିଶ୍ୱବିଦ୍ୟାଳୟ ପରିସର। 


ପୁରାତନ ଓକ୍ ଗଛ ତଳେ କୌଣସି ମହତ କାରଣବଶତଃ ଏକତ୍ରିତ ହୋଇଥାନ୍ତି , ଭାରତୀୟ ବଂଶଜ ସ୍ମିତ୍ ସାନ୍ୟାଲ୍, ଯମଜ ଭ୍ରାତା ମାର୍କ୍ ଓ ଷ୍ଟିଭ୍ ଟେଲର୍ ।

 

ଘମାଘୋଟ ଆଲୋଚନା ଚାଲିଥାଏ ଓ ସମାନ ଭାବେ ଲାପଟପ୍ ସ୍କ୍ରିନ୍ ଉପରେ ତୀବ୍ର ବେଗରେ ଚାଲିଥାଏ ଗବେଷକ ହାତ।


ଇନପୁଟ୍( ଦିଆ ଯାଉଥିବା କୋଡ୍)...

ପ୍ରସେସିଂ...

ବଗ୍( ଭୁଲ୍) ...

ଡି ବଗ୍...

ଆଉଟ୍ ପୁଟ୍( ପରିଣତି).....


- ନା ନା ! ଏଥିରେ ହେବନି ସନ୍ୟାଲ୍। ରିଜେକ୍ଟ୍ ଇଟ୍ ପ୍ଲିଜ୍ !! 


ପୁଣି ଆଲୋଚନା, କୋଡ଼ିଂ ଆଉ ଆଉଟ୍ ପୁଟକୁ ନେଇ ଚର୍ଚ୍ଚା। ଆଖିରେ କେବଳ ଡ୍ରିମ୍ ପ୍ରୋଜେକ୍ଟ୍ ।


ଶତାବ୍ଦୀର ଶ୍ରେଷ୍ଠ ଆବିଷ୍କାର କିପରି ପରିଗଣିତ ହେବ, ସେହି ଅଭିଳାଷ ନେଇ ବ୍ୟସ୍ତ, ନ୍ୟସ୍ତ ଏବଂ ପରିବ୍ୟାପ୍ତ, ବିଗତ ଚାରି ବର୍ଷ ଧରି ଏହି ତିନି l


ବିଶ୍ଵ ବିଦ୍ୟାଳୟରେ ଚର୍ଚ୍ଚା ,ଏହି ତିନି ଜଣଙ୍କ ଦିନ କେତେବେଳେ ସରେ କିମ୍ବା ଆରମ୍ଭ ହୁଏ କେହି ଜାଣିନଥାନ୍ତି। 


____


' ହାବର୍ଡ୍ କନେକ୍ଟ୍ '


ସାନ୍ୟାଲ୍ ଙ୍କୁ ଲାଗୁଥିଲା ତାଙ୍କ ଦଳଟି ସବୁ ଦୃଷ୍ଟି ରୁ ସନ୍ତୁଳିତ। ମାତ୍ର ପାସ୍ ଆଉଟ୍ ବର୍ଷ ହେଇଥିବା ଯୋଗୁଁ ସେମାନେ ପ୍ରୋଜେକ୍ଟଟିରେ ଠିକରେ କାମ କରିପାରୁ ନଥିଲେ। 


ସେମାନଙ୍କ ସମୟ ଉପଯୋଗୀ ବିଚାର ଥିଲା , ସବୁ କନସେପ୍ଟକୁ କୋଡ଼ିଂ ରୂପ ଦେଇ, କ୍ଷୀପ୍ର ଗତିରେ ଆଉଟ୍ ପୁଟ୍ କାଢ଼ିବା ପାଇଁ ଲୋଡ଼ା ଏକ ଦକ୍ଷ ପ୍ରୋଗ୍ରାମର। 


ସାନ୍ୟାଲ୍ ଦଉଡ଼ି ଗଲେ ତାଙ୍କ ଗୁରୁ, ମାର୍ଗଦର୍ଶକ ପ୍ରଫେସର୍ ଗୋଡୋନ୍ ରିଡଙ୍କ (କ୍ୟାମ୍ପସ ର ସବୁ ଦକ୍ଷ ଛାତ୍ରଛାତ୍ରୀ ମାନଙ୍କ ଠିକଣା ଯାହାଙ୍କ ପାଖରେ ଥାଏ ) ପାଖକୁ । 


- ସାନ୍ୟାଲ୍ ! ୟୁ ନିଡ୍ ଏ ଫ୍ରେସ୍ ଟାଲେଣ୍ଟ୍ !?


- ୟେସ୍ ପ୍ରଫେସର୍ ! ଏନ୍ ୟୁନିକ ୱାନ ।


ପ୍ରଫେସରଙ୍କ ଠାରୁ ବିଶ୍ଵ ବିଦ୍ୟାଳୟର ନୂଆ କରି ଆଡମିଶନ୍ କରିଥିବା ଷ୍ଟାର୍କ୍ ୱିନ୍ ବର୍ଗଙ୍କ ନମ୍ବର ନେଇ ଫୋନ୍ ଲଗେଇଲେ ସାନ୍ୟାଲ୍। 


ଶୁଣିଲା ମାତ୍ରେ ଅତ୍ୟୁତ୍ସାହରେ ଦେଖା କରିବାକୁ ରାଜି ହୋଇଗଲା ଷ୍ଟାର୍କ୍ । କିଏ ବା ନ ଚାହିଁବ ,ବିଶ୍ଵ ବିଦ୍ୟାଳୟର ଶ୍ରେଷ୍ଠ ତଥା ସିନିୟର୍ ଛାତ୍ର ଗୋଷ୍ଠୀଙ୍କ ପ୍ରୋଜେକ୍ଟରେ ସାମିଲ୍ ହେବାକୁ !


-----------


ଟେଲର୍ ଭ୍ରାତା ଦ୍ୱୟ କିନ୍ତୁ ରାଜି ନଥିଲେ ଗୋଟିଏ ନୂଆ ଅଜଣା ପିଲାକୁ ନିଜ ସ୍ବପ୍ନ ସହ ସାମିଲ୍ କରିବାକୁ । ସାନ୍ୟାଲ୍ କିନ୍ତୁ ଷ୍ଟାର୍କଙ୍କ ପାଇଁ ଦାୟିତ୍ଵ ନେଲେ ଆଉ ଚାରି ଜଣ ଦେଖା ହେବା ପାଇଁ ତୁରନ୍ତ ଆୟୋଜନ କରିଲେ ।


-------------


ଗତ ଛଅ ମାସ ଭିତରେ ସାନ୍ୟାଲ୍ ତଥା ଟେଲର୍ ଭ୍ରାତାଙ୍କ ସବୁଠୁ ପ୍ରିୟ ହେଇ ସାରିଥିଲେ ଷ୍ଟାର୍କ୍ ।


ବିଶ୍ଵ ବିଦ୍ୟାଳୟର ଜଣା ଅଜଣା ଛାତ୍ରଛାତ୍ରୀଙ୍କୁ ଗୋଟିଏ ପ୍ଲାଟଫର୍ମ ରେ ଯୋଡ଼ିବା ପାଇଁ ପ୍ରସ୍ତୁତ ହେଉଥିଲା ଏକ ବଡ଼ ୱେବ୍ ପୋର୍ଟାଲ୍ ଯାହା ଯାହା ଅର୍କୁଟ୍ ଓ ମେଲ୍ ଠାରୁ ଭିନ୍ନ। 


ଚାରି ଜଣ ଗବେଷକ ,ଦିନ ରାତି ଏହାକୁ ସାକାର ରୂପ ଦେବା ପାଇଁ ଶୋଧରେ ଲାଗିଥିଲେ ଏବଂ ସଫଳତା ପାଇଁ ବାକି ଥିଲା ଅଳ୍ପ କିଛି ଦିନର ପ୍ରୋଗ୍ରାମିଙ୍ଗ୍ l


ତାପରେ ...ଇଣ୍ଟରନେଟରେ ଚହଳ ପଡ଼ିବ। ବିଶ୍ଵ ବିଦ୍ୟାଳୟରେ ସୀମିତ ନ ରହି ସମଗ୍ର ବିଶ୍ଵରେ ଆଲୋଡ଼ନ ସୃଷ୍ଟି କରିବ ଏହି ଯୁଗାନ୍ତ ଆବିଷ୍କାର, ହାବାର୍ଡ୍ କନେକ୍ଟ। 


ସେଥିପାଇଁ ହିଁ ଆଶା,ଆଶଙ୍କା, ଉନ୍ମାଦନାରେ ବିହ୍ୱଳିତ ଥିଲେ ସମସ୍ତେ,ଗର୍ବିତ ବି ନିଜର ମାନସପୁତ୍ର ପାଇଁ l

_


ସେଦିନ,ଗବେଷଣା କକ୍ଷରେ,ତଥ୍ୟ ସବୁ କୋଡିଂର କିଛି କାଗଜରେ ତ ଆଉ କିଛି ଗୋଟେ ଧଳାପଟା ରେ ଅସ୍ତବ୍ୟସ୍ତ ହେଇ ପଡ଼ିଥିଲେ l


ଏଥର ଟେସ୍ଲା ତିନିଜଣ ଥିଲେ ।  

କିନ୍ତୁ ମାର୍କୋନୀ ସମାନ ଜଣେ ?


ହାଵର୍ଡ୍ କନେକ୍ଟର ହତ୍ୟା ହୋଇଛି ବୋଲି କେସ୍ 

କରିବାକୁ ଗବେଷକ ସାନ୍ୟାଲ୍ ଧଇଁସଇଁ ହୋଇ ଦୌଡ଼ୁଥିଲେ ଟେଲର୍ ଭ୍ରାତାଙ୍କ କକ୍ଷ ଦିଗରେ ଓ ସମାନ ଭାବରେ ସେମାନେ ମଧ୍ୟ l


ହତ୍ୟାକାରୀ ଫେସନୋଟ୍.କମର ମାଲିକ ଓରଫ୍ ବିଶ୍ୱାସୀ ଆତତାୟୀ !




Rate this content
Log in

Similar oriya story from Abstract