Jyotipuspa Das

Tragedy

3  

Jyotipuspa Das

Tragedy

ପୁରା ଚୁପ୍ ପର ର କାହାଣୀ

ପୁରା ଚୁପ୍ ପର ର କାହାଣୀ

1 min
202


ଦଉଡ଼ି ଦଉଡ଼ି ଯାଉଥିଲି ମୁଁ ବଗିଚା ଭିତରେ । ଝୁଣ୍ଟି କରି ପଡ଼ିଗଲି । ନିଧି ମଉସା ଆସି ଉଠେଇଲେ ଆଉ ଆଉଁସି ପକେଇଲେ ମୋ ହାତ ଗୋଡ଼ । ବୋଉ ଦେଖି ନେଇ ଆସି କରି ମୋତେ ଏକ ରକମ ଝିଙ୍କି କରି ନେଇ ଗଲା । କହିଲା - ବଡ଼ ଝିଅ ହେଲୁଣି । ଏମିତି ଅଣ୍ଡିରୀଙ୍କ ପରି ଦୌଡୁଚୁ କଣ। ଆଉ ଆଜିଠୁ ଦୌଡିବୁନି ।

ମୁଁ କହିଲି କଣ ପାଇଁ।

ଆଖି କୁ ବଡ଼ କରି ବୋଉ ମୋତେ କହିଲା " ପୁରା ଚୁପ୍ ! ଯେତିକି କହୁଛି ସେତିକି କରେ।"

ଚଉଠି ପରଦିନ ଶାଶୁ ଆସି ଖଟ ସାରା ଖୋଜି ଗଲେ କଣ ଗୋଟିଏ ଅଣ୍ଡାଳିଲା ପରି । ବେଡ଼ସିଟ୍ ସାରା ଲେନ୍ସ ପକେଇଲା ପରି ଦେଖିଗଲେ। ଶେଷରେ ଏକ ବିରକ୍ତିକର ମୁହଁ ନେଇ ଚାଲିଗଲେ ଦୁମଦୁମ୍ ହେଇ।

ମୋ ଆଖି ସାରା ଲୁହ ଭରି ଯାଇଥିଲା। ଉଚ୍ଚ ଶିକ୍ଷିତ ମୋ ସ୍ବାମୀଙ୍କୁ କହିଲି - " ମା କଣ ଏମିତି କରୁଛନ୍ତି? ଏଇଟା କଣ ଠିକ୍।"

ଏକ ଗମ୍ଭୀର ସ୍ୱର ରେ ନବ ବିବାହିତ ମୋ ସ୍ବାମୀ କହିଲେ

" ପୁରା ଚୁପ୍ ! ମା କୁ ଯାହା ଠିକ୍ ଲାଗୁଛି କରୁ। ତୁମେ ଆଉ ମୁଁ କହିଲେ ଖାଲି ତା ମନରେ କଷ୍ଟ ହେବ, ଆଉ କିଛି ନୁହେଁ।"


ପୁଅ ବୋହୂ କଳି ଲାଗିଥିଲେ । ରାଗ ରେ ପୁଅ ବୋହୁ ର ବାପା ମାଆ ଙ୍କୁ ଗାଳି ଦେଲା । ତାକୁ କହିଲି "ପୁଅ ! ତୋ ବାପା ମାଆ ଙ୍କୁ କିଏ ଏମିତି କହିଲେ ସହି ପାରିବୁ। "

ରଡ଼ ନିଆଁ ପରି ଆଖି କରି ପୁଅ କହିଲା " ପୁରା ଚୁପ୍ ! ଆମ ଭିତରେ ପଶନି ତୁମେ । ନହେଲେ ରାଗ ରେ ତୁମକୁ ବି କହି ଦେବି କଣ ନାଇଁ କଣ।"


Rate this content
Log in

Similar oriya story from Tragedy