ଝଡ ପର ରାତି : ଭାଗ ଏକ
ଝଡ ପର ରାତି : ଭାଗ ଏକ
ଝଡ଼ ମୁହାଁ ରାତିିରେ କ୍ରମଶଃ ତୀବ୍ର ହେଉଥିଲା
ଆକସ୍ମିକ କରାଘାତ ର ଦୁର୍ବିପାକ! ଅବଶ୍ୟ, ମୋସୁଲ୍ ସହର ଆକାଶ ରେ କେବେ ଠାରୁ ତାଣ୍ଡବ କରୁଥାଏ କାଳ, ଯେଉଁଠି ମୃତ୍ୟୁ ଅର୍ଥ ମୁକ୍ତି ।
ତେଣୁ ଏ କରାଘାତ ପଛର ହାତମାନେ ଯେ ଆଗତ ମୃତ୍ୟୁ ହୋଇଥିବ, ଆମୀର୍ ଆଶ୍ଚର୍ଯ୍ୟ ହେବ ନାହିଁ......
ଘର ଲୋକଙ୍କ ବିରୋଧ ସତ୍ତ୍ଵେ ଆମୀର୍ ପଛ ଦରଜା ଖୋଲି ଦେଖେ : ରାତ୍ରୀର ଶୂନଶାନ୍ ଆକାଶ ତଳେ ନିଶ୍ୱାସ ନେଉଥିବା ନୀଳଜହ୍ନ l
:- ମୋତେ ବଂଚାଅ ପ୍ଲିଜ୍.....
ୟେ ତ ସେଇ,ନୀଳ ନୟନା !?
ନୀଳ ନୟନାକୁ ସେ ପ୍ରଥମେ ଆବିଷ୍କାର କରିଥିଲା ମାସେ ତଳେ, ମୋସୁଲର କୁବିଖ୍ୟାତ ଶେଖଙ୍କ ଘରେ। ଯେଉଁଠି ଏକତ୍ରିତ ଥିଲେ ଆମୀର୍ ପରି ଅନେକ ଯୁବକ। ଉଦ୍ଦେଶ୍ୟ ?
ଶେଖ୍ କହୁଥିଲେ :- ଆଇଏସଆଇଏସର ଆବିର୍ଭାବ ପଛର କାହାଣୀ, ସ୍ବର୍ଗ ହୁର୍_କି_ ପରୀ ମାନଙ୍କ ସୁଲଭ୍ୟତା କଥା ।
ସିଏ ନିଜେ ଏହି ସ୍ବର୍ଗ ଚିଜ ଲାଭ କରିଛନ୍ତି କ୍ରେତା ହୋଇ l ଉଦାହରଣ ସ୍ୱରୂପ : ଉପସ୍ଥିତ ସଦ୍ୟ କ୍ରୟ ହୋଇଥିବା ୟାଜିଦି ପରୀ l
ଆମୀର୍ ପରି ଅନ୍ୟମାନଙ୍କ ପଲକ ପଡ଼ୁ ନଥିଲା ଭୋଗ ଐଶ୍ଚର୍ଯ୍ୟ ସାମ୍ନାରେ ଭେଟି।
------------
ଗୃହ ଯୁଦ୍ଧ ରେ ପେଶି ହେଇ ଯାଇଥିବା ଇରାକୀ ଭବିଷ୍ୟତ ଆଉ ଇସଲାମିକ ଷ୍ଟେଟ୍ ର ଅତ୍ୟାଚାର ବିରୋଧରେ ସବୁଠୁ ସହଜ ଉପାୟ ଥିଲା ନିଜେ ଅତ୍ୟାଚାରୀ ହେଇଯିବା ।
ଅର୍ଥାତ୍ ଆଇଏସଆଇଏସରେ ଯୋଗଦାନ କରି ଆତଙ୍କକୁ ଈଶ୍ୱର କହିବା ।
ଆମୀର୍ କୁ ଦିଶୁଥିଲା ୟାଜିଦୀ ସୁନ୍ଦରୀ ର ଦେହ ମୁହଁ ସାରା କ୍ଷତ, ଦାନ୍ତ ଆଉ ସିଗାରେଟ୍ ଚେଙ୍କ ର ଦାଗ । ଶ୍ଵେତାଙ୍ଗୀ ହେତୁ ଜଣା ପଡ଼ୁଥିଲା ବହୁ ଦୂରରୁ ମଧ୍ୟ....
ତଳ ମୁହାଁ ନାଜିଆ ହଠାତ୍ ଅନେଇ ଦେଲା ତାକୁ ......ଓଃ !
ଆମୀର୍ ହୃଦୟ ଟା ପୋଡ଼ି ଯିବ କି ଆଉ? ମୁହଁ ତଳକୁ ପୋତିଦେଲା ସିଏ ନ କରିଥିବା ଦୋଷ ପାଇଁ ବି ଦୋଷୀଟିଏ ହୋଇ ବରଂ।
ଏବେ ବର୍ତ୍ତମାନକୁ ଫେରି ଆମୀର୍ ସାମ୍ନାରେ ପ୍ରେତାତ୍ମା ପରି ଛିଡ଼ା ହୋଇଥିବା ନାଜିଆକୁ ଦେଖୁଛି l ମାଗୁଛି ଶରଣ, ଫେରାର ହେଇ ଆସିଛି ଶେଖ୍ ବାହାରକୁ ଯାଇଥିଲା ବେଳେ କୌଣସି ମତେ ।
ଆମୀର୍ ସ୍ତବ୍ଧ । ଭିତରକୁ ଯଦି ଆଣିବ ସିଏ ସିଧା ଆଇଏସଆଇଏସ ଦ୍ରୋହୀ ହେବ । ବାହାରେ ଛାଡ଼ି ଦେଲେ ତା କୋରି ହେଇଯାଇଥିବା ହୃଦୟ , ମଣିଷପଣିଆ ଟିକକ କବର ନେବ। ରୁହ ....
----------
ପଳାତକ ହେବା, ଛଦ୍ମମୁଖା ପିନ୍ଧିବା ବି ବେଳେବେଳେ ଜୀବନରକ୍ଷା କରିବାର ଏକମାତ୍ର ବାଧ୍ୟବାଧ୍ୟକତା ହୋଇପଡେ l
---------------
ମୋସୁଲ୍ ଏବଂ ଇରାକୀ କୁର୍ଦ୍ଦିସ୍ଥାନ ସୀମା ରେ ଜିହାଦୀ ସୈନିକଙ୍କ କଡ଼ା ନଜର । ସ୍ବାମୀ - ସ୍ତ୍ରୀ ଯୋଡିଙ୍କୁ ଅଟକେଇ ପଚାରି ଯାଉଥିଲେ, ନିରେଖି ନିରେଖି ।
ଅନର୍ଗଳ କୁର୍ଦିଶ୍ ରେ କହିଯାଉଥିଲା ବୁର୍ଖା ପିନ୍ଧା ସ୍ତ୍ରୀଟି, ତା ସ୍ବାମୀ ଆଉ ବାହାରେ ଥିବା ପୁଅ ର ଦୁଃଖକଥା। ଚୁପଚାପ୍ ଛିଡ଼ା ହୋଇଥିଲା ସ୍ବାମୀଟି ଏକ ନିହତ ଶୂନ୍ୟ ଚାହାଣୀ ରେ ......
ସୀମା ସେପଟେ ବୋଧେ ମୁକ୍ତି , ନହେଲେ ଜୀବନ !
ପାଟ୍ରିଓଟିକ୍ ୟୁନାଇଟେଡ଼ କୁର୍ଦ୍ଦିସ୍ଥାନ୍ ର ପାର୍ଟି ଅଫିସ୍ ରେ ସେଇ ସ୍ବାମୀ- ସ୍ତ୍ରୀ ଯୋଡ଼ା।
ଆମୀର୍ ର ହାତ ଧରି ଏକା ନିଶ୍ବାସ ରେ ନାଜିଆ କହି ଚାଲିଥିଲା ତା ଜୀବନକାହାଣୀ -
-------------
ଅଗଷ୍ଟ ୨୦୧୪। ସାଧାରଣ ଜୀବନ ନେଇ ବଞ୍ଚୁଥିବା ୟାଜିଦୀ ଗ୍ରାମ କୋଚରେ, ଅଚାନକ ନର ପିଶାଚ ହେଇ ପଶି ଆସିଲେ ଜହ୍ଲାଦ ମାନେ।
ହତ୍ୟା ହେଲେ ବୃଦ୍ଧ, ବୃଦ୍ଧା । ଅପହୃତ ହେଲେ ଶିଶୁମାନେ ଦେବରୁ ଦାନବ ହେବା ପାଇଁ। ବନ୍ଧା ହେଲେ ଯୁବକ ସବୁ ଜଲ୍ହାଦ ଗୋଷ୍ଠୀ ରେ ମିଶିବା ପାଇଁ।
ଆଉ ନାଜିଆ ମାନେ .....?
ଆଖିରେ ଦେଖିଲେ ନିଜ ପିତା, ମାତା, କୁଟୁମ୍ବ ଙ୍କ ଗଣ ହତ୍ୟା । ଆଉ ନିଜେ ପାଲଟିଗଲେ ଯୌନ .....
ୟା ପର ର କାହାଣୀ, କାହାଣୀ ନୁହେଁ ରକ୍ତ ଝରା ବିଭୀଷିକା। ପ୍ରତି ଝିଅର ଅଙ୍ଗପ୍ରତ୍ୟଙ୍ଗରେ ଛାପ ଅତ୍ୟାଚାରର, ଯୌନ ଆକ୍ରମଣର ବିଭତ୍ସ ଫୁତ୍କାର, ଆତ୍ମାର ଶଈତାନୀ ବଳାତ୍କାର।
ନାଜିଆ ଆଖିରୁ ଖସି ପଡ଼ୁଥିଲା ଲୁହ ଧାରା । ତା ହାତଟି ଓଦା ହେଇ ଯାଉଥିଲା ଆମୀର୍ ହାତ ମୁଠା ଭିତରେ ।
ପାଟ୍ରିଓଟିକ୍ ୟୁନାଇଟେଡ଼ କୁର୍ଦ୍ଦିସ୍ଥାନ୍ ଦଳ ରେକର୍ଡ଼ କରୁଥିଲା ଏକ ବିଂଶ ଶତବ୍ଦୀର ବିଭତ୍ସ କ୍ରୀତଦାସ , ଆତଙ୍କବାଦ ଆଉ ଧ୍ଵଂସର ଆଖି ଦେଖା ବିବରଣୀ ।
ପରଦିନ ବିଶ୍ଵ ଶୁଣିଲା ବିଭୀଷିକାର କ୍ରୀତଦାସୀ ମୁହଁରୁ ଈଶ୍ୱରଙ୍କ ଶ୍ରେଷ୍ଠ ସୃଷ୍ଟି ମଣିଷର ଘୃଣ୍ୟତମ ପାଶବିକତା......
କ୍ରମଶଃ.....