କ୍ରମଶଃ
କ୍ରମଶଃ
କ୍ରମଶଃ....ସ୍ୱପ୍ନ ସବୁ ମିଳେଇ ଯାଉଥିଲା !
ପୁର୍ବାଂଶ୍ କୁ ନେଇ ପିତା ତାହାର ଫେରି ଆସୁଥିଲେ ଡେରାଡୁନର ପଢାସ୍ୱପ୍ନ ବିଶ୍ୱବିଦ୍ୟାଳୟରୁ , ମିଛ ଚାକଚକ୍ୟ ଆଭିଜାତ୍ୟରୁ ।
ଫେରିବା ବାଟରେ,ପୋଲିସ୍ ଷ୍ଟେସନ୍ ସାମ୍ନାରେ ଗାଡି ରଖି ମୁହାଁଇଥିଲେ ଏଫଆଇଆର୍ ଦେବାକୁ ...କ୍ରମଶଃ !
----------------
ହୋସକୁ ଆସି ମନେପକାଇଛି ପୁର୍ବାଂଶ୍....
ଆଇ ୱାଣ୍ଡର୍ , ଇଫ୍ ଆଇ ଆମ୍ ବିଙ୍ଗ୍ ରିଅଲ୍
ଡୁ ଆଇ ସ୍ପିକ୍ ଟ୍ରୁଥ୍, ଓର୍ ଡୁ ଆଇ ଫିଲଟର୍......
ଶନ୍ ମାଣ୍ଡିସ (ପପ୍ ମ୍ୟୁଜିକ)ର ପ୍ରତି ବିଟ୍ କୁ ଢଳି ଢଳି ମଜା ନେଉଥାଏ ତା ପତଳା ଦେହ ; ଗୁଚି କ୍ୟାପ୍ , ଆରିଷ୍ଟୋ ଜାକେଟ୍ ସହ ମିଲେନିଆଲ୍ ଆଭିଜାତ୍ୟ ଝଲକି ଦିଶୁଥିଲା ।
ଆଖି ଯୋଡ଼ିକ ଅଧା ଖୋଲା କି ଅଧା ବନ୍ଦ୍ କହିବା ମୁସ୍କିଲ । ବାସ୍ ପୂର୍ବାଂଶ୍ ନିଜ ଦୁନିଆରେ ଥିଲା ଶେଷ ଗୀତ ବାଜିବା ଯାଏଁ .....
_____________
ସପ୍ତାହାନ୍ତ (ସଟର ଡେ ନାଇଟ୍ )ପାଇଁ ପୂର୍ବ ଦିନ ଅପେକ୍ଷା ସାସି_ମଫିନ୍ ପଵ୍ ରେ ଭିଡ଼ ସାମାନ୍ୟ ଅଧିକ।
ସହରର ଏଇ କୋଣ ଲାଗେ ଛୋଟିଆ ପୃଥିବୀଟିଏ। ସାଇବେରିଆର ବିହଙ୍ଗ ପରି ଶୁଭ୍ର ଇଉରୋପୀୟ ସୁନ୍ଦରୀ, ଟାଙ୍ଗୋ ଧୂନ୍ ରେ ତ୍ରିଭଙ୍ଗ ନାଚୁଥିବା ବ୍ରାଜିଲ, ଆଫ୍ରିକାର କୃଷ୍ଣ, ବାଦାମୀ ସୁନ୍ଦରୀ ସବୁ ଏଇଠି ଜମା।
ପବ୍ ର ମୁଖ୍ୟ ଆକର୍ଷଣ ; କଳରବରେ କଳ କଳ ଗୁଞ୍ଜରି ଉଠୁଥିବା ଭାରତୀୟ ସୁନ୍ଦରୀ ମାନେ ।
ଜିଦ୍ ଧରିଲେ ସେମାନେ, ଡିଜେ, ୱଷ୍ଟର୍ଣ୍ ରକ୍ ପପ୍ ଛାଡ଼ି ବଲିଉଡ଼ ତଡକା ଲଗେଇବ, କହିଲେ ପୁଣି ଜାଜ୍......
ଏଲିଜବଲ୍ ବ୍ୟାଚେଲର୍ ମାନେ ଏଠି ଭିଡ଼ କରନ୍ତି ରଂଗ ବେରଂଗ ପ୍ରଜାପତି ମାନଙ୍କୁ ଦେଖି ମନ ଭରିବା ପାଇଁ । ଆଉ ଅଧା ଆସିଥାନ୍ତି ନିଜ ନିଜର ପ୍ରିୟତମାମାନଙ୍କ ପ୍ରିୟ ବୋଲି, ଗର୍ବକୁ ପ୍ରତିପତ୍ତି ଭେଟ କରାଇବାକୁ ।
ବ୍ୟାଚେଲର୍ ; ଅଧା ଦିନେ ଭିତରେ ପଶିବା ପାଇଁ ମିଛ ପ୍ରେମ କରିବାକୁ ପଡ଼େ । କପଲ୍ ଓନଲି ଦିନରେ ଏ ହତଭାଗ୍ୟ ଗୋଠ ଛଡ଼ାମାନଙ୍କୁ କିଏ ପଚାରେ ? ଅଯଥାରେ ଭିଡ କରିବେ ଯାହା......
__________
ସେ କିନ୍ତୁ ପ୍ରତିଦିନ ଆସେ l
କପଲ୍ , ସିଂଗଲ୍ , ଗ୍ରୁପ୍ ସବୁ ତା ଏକାକୀତ୍ଵ ପାଇଁ ସମାନ। ଆସୁଥିଲା ନାବାଳକ ଥିଲା ବେଳେ ମିଛ ଆଇଡି ଦେଖେଇ ।
ତିନି ମାସ ପୂର୍ବେ ଅଷ୍ଟାଦଶ ବସନ୍ତ ପୂର୍ତ୍ତିରେ ପିତା ଉପହାରରେ ବିଟିଲ୍ ଦେଲା ପରେ, ମୋହର ଲାଗିଗଲା ପଵ୍ ର ନିୟମିତ ଗ୍ରାହକ ଭାବେ ।
ସେ ହଳଦିଆ ରଙ୍ଗର ବିଟଲ୍ କାର... ଓଃ !
ପିତା ତାକୁ ଅପମାନ କରିବା ପାଇଁ ବୋଧେ ଏଇ ଝିଅ ପସନ୍ଦ ଗାଡ଼ି ଦେଲେ । ୟାକୁ ନେଇ ତା ବନ୍ଧୁ ମାନେ ତାତ୍ସଲ୍ୟ କରନ୍ତି ମେଲ୍ କେଟି ପେରି କହି । କି ଲଜ୍ୟା....
ଡେରାଡୁନର ଆନ୍ତର୍ଜାତୀୟ ବିଶ୍ୱ ବିଦ୍ୟାଳୟ , ଚକାଚକ୍ ଭିଡ଼ ବାହାରେ ଥଣ୍ଡା ପରିବେଶର ଏକ ନିଆରା ବିଦ୍ୟାଳୟ ।
କାରଣ ଯାହାକି,ସାରା ପୃଥିବୀରୁ ଅଭିଭାବକ ମାନେ ଛାଡ଼ନ୍ତି ନିଜ ନିଜର ସନ୍ତାନସନ୍ତତିଙ୍କୁ ଏଠି ପଢ଼ିବା ପାଇଁ ।
କୋଉ ଚୀନା କୋଟିପତି ନିଜ ଦେଶ ରାଜନୀତିରୁ ପୁଅକୁ ଦୂରେଇ ରଖିବାକୁ ଏଠି ଛାଡେ, ତ କୋଉ ଲଣ୍ଡନ ରାଜବଂଶଜ ନିଜ ଝିଅକୁ ରାଜପରିବାର ପରିଚୟ ବିନା ସାଧାରଣ ସ୍କୁଲ୍ ଶିକ୍ଷା ଦେବାକୁ ଚାହେଁ ।
କିନ୍ତୁ କସ୍ତୁରୀ ବାସ ନ ଲୁଚିବା ପରି ଆଭିଜାତ୍ୟ ବଂଶକ୍ରମିକ ମଧ୍ୟ କେବେ ଲୁଚି ରହେନି ।
ପଢ଼ୁଥିବା ଭବିଷ୍ୟତମାନଙ୍କ ରୁଚିକୁ ଦେଖି ସେଇ ବିଦ୍ୟାଳୟ ଆଖପାଖରେ ଗଢ଼ି ଉଠିଛି କ୍ରମଶଃ ଛୋଟ ଆଭିଜାତ୍ୟର ସହରଟିଏ ।
ସୀମିତ କେତୋଟି ଡିଜାଇନର ବୁଟିକ୍, କଂଟିନେଟଲ୍ ରେଷ୍ଟୋରାଁ ସହିତ ଦୁଇ ତିନୋଟି ପବ୍ କୁ ନେଇ ଡେରାଡୁନର ସେଇ ଖଣ୍ଡଟି ପରିବର୍ତ୍ତିତ ହେଇ ଯାଇଛି ସ୍ବପ୍ନ ଦୁନିଆ ପରି।
ସେଇ ଦୁନିଆର ଏକ ନିଆରା ଅଂଶ ପାଲଟିଛି ପୂର୍ବାଂଶ୍ ଦିନକୁ ଦିନ ; ଯୋଧପୁର ରୟାଲ ହୋଟେଲ୍ ମାଲିକ ଆରୋହନ୍ ସିଂହଙ୍କ ଏକମାତ୍ର ଉତ୍ତରାଧିକାରୀ ।
_________
ବିଗତ ଛଅ ମାସରୁ ସେ ପବରେ ଆସି ଷ୍ଟେଲାର ବାର୍ କାଉଣ୍ଟର ପାଖରେ । କାର୍ଯ୍ୟବ୍ୟସ୍ତ ଷ୍ଟେଲା ତାକୁ ଚାହିଁ ହସି ଦିଏ ଆଉ ମୁଣ୍ଡ ହଲେଇ ' ନୋ ' କୁହେ ।
ପୁର୍ବାଂଶ୍ ସେମିତି ଚାହିଁ ବସେ ତାକୁ..... ନହେଲେ ସେଇ ପାଖରେ ଧୀରେ ଧୀରେ ଏକା ଝୁମୁ ଥାଏ ।
ବ୍ରାଜିଲ୍ ସୁନ୍ଦରୀ ଷ୍ଟେଲା ! ଗହମ ରଙ୍ଗ, ଗହଳ କେଶ ଆଉ ବାଦାମୀ ଆଖିର ଏ ଝିଅଟି ଅଚାନକ୍ ଭାରତୀୟ,ଭାରତୀୟ ଲାଗେ ।
ଛଅ ମାସ ତଳେ ପବ୍ ବନ୍ଦ୍ କରି ଯାଉଥିବା ବେଳେ ରାସ୍ତା କଡ଼ରେ କିଶୋରଟିଏ (ବେହୋସ୍
ପୂର୍ବାଂଶ୍ )ନିଜକୁ ଆବିଷ୍କାର କରିଲା ଷ୍ଟେଲା ନଜରରେ ।
- ଡୁଡ୍ ! ୟୁ ଗୋଟା ଚେକ୍ ୟୌର୍ ଡ୍ରିଙ୍କ୍ !
ପୂର୍ବାଂଶ୍ ସେଵେଠୁ ଷ୍ଟେଲା ପ୍ରେମରେ ।
ଷ୍ଟେଲା ପ୍ରଥମେ ଶୁଣି ହସିଦେଲା । ତା ପ୍ରେମିକ ରୁଫଲ୍ କୌତୁକିଆ ଦୃଷ୍ଟିରେ ପୂର୍ବାଂଶ୍ କୁ ଅନେଇ କହିଲା ' ଅଲ୍ ଲଭ୍ ମାଃ ଲଭ୍।'
ପୂର୍ବାଂଶ୍ ବି ଜାଣିଥିଲା ରୁଫଲ୍ ପରି ସୁନ୍ଦର ଆମେରିକୀୟ ପ୍ରେମିକକୁ ଛାଡ଼ି ଷ୍ଟେଲା ତା ପରି ନହନହକା କିଶୋରକୁ ଅାପଣେଇବ ବା କଣ ପାଇଁ ।
ଦୈବାତ୍ ସିଏ ଭୁଲି ପାରୁ ନଥିଲା ଷ୍ଟେଲାକୁ, ତା ହସକୁ । ବେଶୀ କିଛି ନୁହେଁ, ସିଏ ଷ୍ଟେଲା ସହ ଗୋଟିଏ ଡେଟ୍ ଚାହୁଁ ଥିଲା ।
ସେତିକି ପାଇଁ ପ୍ରତିଦିନ ଆସି ଆଖିରେ ପଚାରୁ ଥିଲା ,
:- ଷ୍ଟେଲା ! ଆଜି ଡେଟ୍ ରେ ଯିବା ?
:- ନା ପୂର୍ବାଂଶ୍ । ତୁମେ ସାନ ବହୁତ୍ ଏବଂ ମୁଁ କମିଟେଡ୍। ( ଗୋଟିଏ “ନୋ” ରେ ଷ୍ଟେଲା କୁହେ ।)
___________
ମେଲ୍ କେଟି ପେରୀରୁ ଏବେ ପୂର୍ବାଂଶ୍ ର ନାଁ 'ଷ୍ଟେଲା ସିଣ୍ଡ୍ରୋମ୍' ହେଇ ଯାଇଥିଲା ହଷ୍ଟେଲରେ ।
ଏଇ ଏକପକ୍ଷ ପ୍ରେମ ପାଇଁ ଅନେକ ତାତ୍ସଲ୍ୟ ସତ୍ତ୍ୱେ ପୂର୍ବାଂଶ୍ କିନ୍ତୁ ନିଜ ଜିଦରେ ଅଚଳ ।
ଏଇ ବୟସ ରେ ପ୍ରେମ ସବୁ ଏମିତି ଲାଗନ୍ତି ବୋଧେ..... ରୁଫଲ୍ ଶେଷ ରେ ଦିନେ କହିଲା ଷ୍ଟେଲାକୁ,
:- ଜଷ୍ଟ୍ ଗୋ ୱିଥ୍ ହିମ୍ ଫର୍ ଏ ଡେ (ଡେଟ୍) !
ଅବଶେଷ ରେ ପୂର୍ବାଂଶର ବହୁ ପ୍ରତୀକ୍ଷିତ ଦିନଟି ଆସିଲା ।
ତା ପ୍ରଥମ ପ୍ରେମ, ସୁନ୍ଦରୀ ଷ୍ଟେଲା ଆଜି ତା ସହ ଡିନର ପାଇଁ ରାଜି ହେଇଛି ଓ ଘର କୁ ଡାକିଛି କ୍ୟାଣ୍ଡଲ୍ ଡିନର ପାଇଁ ।
ପୂର୍ବାଂଶ୍ ମଗେଇଥିଲା ଏକ ସୁନ୍ଦର ତୁଲିପ୍ ଗୁଚ୍ଛ, ଯୋଗାଡ଼ି ଥିଲା ଗୋଟେ ଦୁର୍ଲଭ ଶାମ୍ପେନ୍, ନେଇଥିଲା ଲୁଇ ଭ୍ୟୁଟୋନର ଏକ ବିରଳ ଭେନିଟି ବ୍ୟାଗ୍ ଉପହାର ପାଇଁ ।
ଅର୍ଥ ପ୍ରାଚୁର୍ଯ୍ୟ ତା ପାଇଁ ଏମିତିରେ ମାଟି ଗୋଡ଼ି, ମାତ୍ର ଆଜି ଏଇ ପ୍ରଥମ ଡେଟ୍ ରେ ସବୁଦିନ ପାଇଁ ଷ୍ଟେଲା ମନରେ ଘର କରି ନେବାକୁ ଚାହେଁ .....
______
ଷ୍ଟେଲା ର ଦ୍ଵାର ! ଅପ୍ରସ୍ତୁତ ହେଲା ପୂର୍ବାଂଶ୍ । ବେଲ୍ ମାରିବ ? ଏଇ ତ ଦ୍ଵାର ଖୋଲିଲା ଷ୍ଟେଲା ।
:- ଓଃ ଗୁଡନେସ୍ !
ନାଲି ଡ୍ରେସରେ ଷ୍ଟେଲାକୁ ଦେଖି ପୂର୍ବାଂଶ୍ ପାଟି ରୁ ୟା ବ୍ୟତୀତ ଆଉ କିଛି ବାହାରିଲା ନାହିଁ ।
ତା ହାତ ଧରି ଭିତରକୁ ଟାଣି ନେଇଗଲା ଷ୍ଟେଲା। ପୂର୍ବାଂଶ୍ ଆଉ କଣ ନିଜ ଆୟତ୍ତ ରେ? ସିଏ ଏବେ ଯନ୍ତ୍ରାଂଶଟିଏ ମାତ୍ର ....
_______
ହାଲକା ନୀଳ ରଙ୍ଗ ଥିମର ସେଇ ଡାଇନିଂରେ ଧୀରେ ଧୀରେ ଷ୍ଟେଲା ପରଷିଥିବା ଷ୍ଟେକ୍ ଆଉ ପେଗ୍ ପର ପେଗ୍ ରମର ମଜା ନେଉଥିଲା ପୂର୍ବାଂଶ୍ ।
ନିଶା ଜୋର୍ ଧରିଥିଲା ....ପରୀଟିଏ ହସୁଥିଲା ତା ସାମ୍ନା ରେ । ତା ସ୍ବପ୍ନ ସାର୍ଥକ ହେବାକୁ ଯାଉଥିଲା ଯେବେ ଲାଲ୍ ରଂଗ ,ବଡି କଲରକୁ ରୂପାନ୍ତରିତ ହେଲା l
:- ଓ.......ଷ୍ଟେଲା !
________
:- ଓ.....ଷ୍ଟେଲା !
ଆଖି ଖୋଲିଲା ବେଳକୁ ପୂର୍ବାଂଶ୍ ତା ହଷ୍ଟେଲରେ ବେଡରେ। ପାଖରେ ମାଆ ବସିଥିଲେ । ଉଠିବାକୁ ଚେଷ୍ଟା କରି ଉଠି ପାରୁନଥିଲା ସେ l
ଅବଶ ଦେହ। ଦିନ ବାର କେତେ ? ଷ୍ଟେଲା କାହିଁ ! ମାଆ ଏଠି,କେମିତି ଏଠି .....?
:- ପାପା ,ସ୍କୁଲ୍ ଚେୟାରମ୍ୟାନଙ୍କ ଅଫିସରେ !
__________
ଚେୟାରମ୍ୟାନଙ୍କ ଅଫିସ୍ -
:- ଦେଖନ୍ତୁ ମିଷ୍ଟର୍ ଅାରୋହନ୍ ! ଆପଣଙ୍କ ପୁଅ ପାଇଁ ଆମେ ,ଆମ ବିଦ୍ୟାଳୟର ଆନ୍ତର୍ଜାତୀୟ ଭାବମୂର୍ତ୍ତି ନଷ୍ଟ ହେବାକୁ ଦେଇ ପାରିବୁନି ।
ବୁଝୁଛି ଯେ ପିଲାଟି ଫସିଯାଇଛି, କିନ୍ତୁ ଆମେ ୟା କୁ ପୋଲିସ୍ ରେ ଦେଇ ପାରିବୁ ନାହିଁ ।
ଆପଣଙ୍କୁ ଯଦି ପୁର୍ବାଂଶ୍ ର ଯୌନ ଭିଡ଼ିଓଟି ଯାଇ ନଥାନ୍ତା .....
ଆଉ ତାକୁ ନିଶା ଦ୍ରବ୍ୟ ଦେଇ ବିନାନୁମତିରେ ଶୁଟ୍ ହେଇଥିବା ଏହି ପର୍ଣଟି ଭଇରାଲ୍ କରା ଯିବାର ଧମକ ମିଳି ନଥାନ୍ତା ତେବେ ଆମେ ବ୍ୟକ୍ତିଗତ ସ୍ତରରେ କିଛି କରିଥାନ୍ତୁ ।
କିନ୍ତୁ ଏବେ ଆମେ କିଛି କରିବା ଅର୍ଥ ବିଶ୍ଵ ର ପ୍ରତ୍ୟେକ ପର୍ଣ ସାଇଟ୍ ରେ ' ଟିନ୍ , ଗେ ' ବିଭାଗ ରେ ଏଇ ଭିଡ଼ିଓଟି ଘୁରି ବୁଲିବ ।
ଏମାନଙ୍କୁ ଆରେଷ୍ଟ୍ କରେଇ ଦେଲେ ମଧ୍ୟ ଭାବନ୍ତୁନି ଭିଡ଼ିଓ ନଷ୍ଟ ହେବ। ଏମାନେ ନିଜ ଡାଟା କୁ ୟା ଭିତରେ ନିଜ ନେଟୱର୍କ ରେ ସୁରକ୍ଷିତ କରି ସାରି ଥିବେ ।
ଓଲଟି ଗିରଫ ହେଲେ, ଏମାନେ ନିଜ ନିଜ ନେଟୱାର୍କକୁ ବେଶୀ ସଂଚାଳିତ କରିବେ ।
ଯଦି ଆପଣ ଆମ କଥା ମାନିବେ ମାନନ୍ତୁ । ନତୁବା....
ସେମାନଙ୍କୁ ସେମାନଙ୍କ କହିବା ମୁତାବକ ଅର୍ଥ ଦେଇ ଦିଅନ୍ତୁ । ନହେଲେ ନିଜେ ବଦନାମ୍ ହେବେ ଆଉ ଆପଣଙ୍କ ପୁଅ ଏ ହରକତ୍ ଲାଗି ଆମ ବିଦ୍ୟାଳୟ ମଧ୍ୟ ।
___________
କୁବେର ପିତାଙ୍କ ହୃଦୟ ଏବେ ପୁତ୍ର ମୋହରେ ଦରଦୀ ଭିକ୍ଷୁଟିଏ ।
ଅଲିଅଳ ପୁଅ ଯେ ଭଲ ପାଠପଢ଼ା ନାଁ ରେ ଦିନେ ନିଶା ଧର୍ଷିତ ରାକେଟର ଶିକାର ହେବ, ସେ କଥା, ପିତା ହିସାବରେ କଳ୍ପନା ବି କରିନଥିଲେ ।
ଏବେ ଉପାୟ ? ପୁର୍ବାଂଶ୍ ପାଖରେ ଯାଇ ବସିଲେ ପିତା... । ମୁଣ୍ଡ ସାଉଁଳେଇ ଦେଲେ । ପୂର୍ବାଂଶ୍ କାନ୍ଦୁଥିଲା ଡର ରେ ।
:- ପୁଅ ତୁ ଭଲ ପାଇଥିଲୁ । ତୋ ବୟସ ରେ ମୁଁ ବି ଭଲ ପାଇବାକୁ ନେଇ ଅନେକ ଠକିଚି । ଏତିକି ତୋ ଭୁଲ୍ ! ଆଉ କିଛି ନୁହେଁ । ବିଦ୍ୟାଳୟ ର ନାଁ ତୋ ନିଜସ୍ଵ ଅସ୍ତିତ୍ଵଠୁ ବଡ଼ ନୁହେଁ ।

