STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ଜେଜେଙ୍କ ବିଶ୍ୱାସ

ଜେଜେଙ୍କ ବିଶ୍ୱାସ

3 mins
9

   ଶୀତ ସରିଗଲେ ବଣଭୋଜିର ମଜ୍ଜା ସରିଯିବ ଭାବି ଗାଡି ବରାଦ କଲେ ପିନାକୀ ବାବୁ. ସମସ୍ତେ ତରବର କରି କାମ ସାରିଲା ବେଳକୁ ଜେଜେମା ପକ୍ଷୀ ଗିନାରେ ଖୁଦ ଓ ପାଣି ଭରୁଥିଲେ. ବୋଉ ବିଲେଇ ଗିନାରେ ମାଛ ଭାତ ଚକଟି ରଖୁଥିଲା ଆଉ କୁନୁମୁନି ତା କୁକୁର ପାଇଁ ଗୋଟେ ଥାଲିଆରେ ପାଣି, ଆଉ ଗୋଟେ ଥାଲିଆରେ ଖାଦ୍ୟ ସଜାଡୁ ସଜାଡୁ ପିନାକୀବାବୁ ଡାକ ଛାଡୁଥିଲେ ତ କୁନୁମୁନିର ବାପା ମଧ୍ୟ ଗତକାଲି ରାତିରେ ଉଦ୍ଧାର କରି ଆଣିଥିବା କୁକୁରଟିର ଦାଇତ୍ୱ ନେଉ ନେଉ ଡେରି ହେଉଥିଲା. ପିନାକୀ ବାବୁ ଗାଡିରେ ବସିପଡି ଡ୍ରାଇଭରକୁ କହିଲେ ଜୋର ଜୋର ହର୍ଣ୍ଣ ବଜେଇବାକୁ ତ ଆଗ ବାହାରି ଆସିଲେ ଜେଜେମା କହିଲେ ଠାକୁରଙ୍କ ପୂଜା ନସାରି କେମିତି ବାହାରିବି ଯେ ମୁଁ ?ପିନାକୀ ବାବୁ କହିଲେ ଠାକୁର ଖାଲି ଆମ ଦିଅଁ ଘରେ ନାହାଁନ୍ତି ବରଂ ସବୁଆଡେ ଅଛନ୍ତି. ଏଇ ଗଛରେ, ନହେଲେ ଏତେ ଫୁଲ କୋଉଠୁ ଆସୁଛି ପ୍ରତିଦିନ ସକାଳୁ? ବୈଜ୍ଞାନିକ କଣ ଗଛ ଲଗାଇ ଫୁଲ ଫୁଟେଇ ପାରିବେ? ଦଉଡି ଆସିଲା କୁନୁମୁନିର ବୋଉ, ଶଶୁରଙ୍କ ବିରକ୍ତି ଭରା ମୁହଁକୁ ଚାହିଁ ହସିଦେଇ କହିଲା, ବିଲେଇ ପାଇଁ ଖାଦ୍ୟ ନରଖି ଗଲେ ସେ କଣ ଖାଇବ ବାପା? ଆରେ ହଜାର ହଜାର ବିଲେଇ ବାହାରେ ବୁଲୁଛନ୍ତି ତାଙ୍କୁ କଣ କେହି ଖାଇବାକୁ ଦେଉଛନ୍ତି, ସେମାନେ ପୁଣି ବଞ୍ଚୁଛନ୍ତି ନା ନାହିଁ? ହଁ ଯେ ବାପା ହେଲେ ଯାହାକୁ ଆମେ ପୋଷିଛେ ତା କଥା ବୁଝିବା ଆମର ଦାଇତ୍ୱ ନା ନାହିଁ? ଶଶୁର କହିଲେ ଦେଖ ସୂର୍ଯ୍ୟଙ୍କୁ? ଚାହିଁ ପାରୁଛୁ ତାଙ୍କୁ? ନାହିଁ ନା,କିନ୍ତୁ ସେ ହିଁ ଦେବତା. ଯାହାର ଟିକେ ଆଲୋକ ଆମେ ସହି ପାରୁନେ ତାଙ୍କୁ କଣ ଆମେ ବାରଣକରିପାରିବା? ତାଙ୍କ ତେଜ ପ୍ରଖର ହେଲେ ଆମେ ବୁଲାବୁଲି କରିପାରିବା ନାହିଁ.ବୋହୁ ହସିଦେଇ କହୁଥିଲା ଶୀତ ଦିନ ଖରା କାଟେନାହିଁ ବାପା. ଶଶୁର ତଥାପି କହି ଚାଲିଥିଲେ ବିଲେଇ ତା ନିଜ ଖାଦ୍ୟ ଯୋଗାଡ଼ କରିପାରିବ. ବୋହୁ ହସି ହସି ବସି ଗଲା ପରେ, ପିନାକୀ ବାବୁଙ୍କ ପୁଅ କହୁଥିଲା ବିଚରା କୁକୁରଟା ମରିଯାଇଥାନ୍ତା ବାପା. କାଲି ରାତିର ଶୀତରେ କେହି ତାକୁ ରାସ୍ତା ପାଖ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ଦେଇ ଚାଲି ଯାଇଥିଲା.ତାକୁ ରକ୍ଷା କରି କାଲି ଆଣିବା ପରେ ତାର ଟିକେ ଯତ୍ନର ଆବଶ୍ୟକତା ରହିଛି ବାପା. ପିନାକୀବାବୁ କହୁଥିଲେ ରଖେ ହରି ତ ମାରେ କିଏ? କାଲି ଯଦି ସେ ବଞ୍ଚିଗଲା,ଆଜି ବି ବଞ୍ଚିଯାଇପାରିବ ଯଦି ବଞ୍ଚିବା ତା ଭାଗ୍ୟରେ ଥାଏ . ତଥାପି ମଣିଷ ପଣିଆ ରହିବା ଉଚିତ ନା ନାହିଁ ବାପା?ପୁଅ ମୁହଁରୁ ଏମିତି କଥା ଶୁଣି ଭିତରେ ଭିତରେ ଖୁସି ହେଉଥିବା ବାପା ପିନାକୀ ଉପରକୁ ରାଗୁ ଥିଲେ ବି ଭିତରେ ଭିତରେ ଖୁସି ହେଉଥିଲେ ତାଙ୍କ ପରିବାରର ସଦସ୍ୟ ମାନଙ୍କର ଜୀବେ ଦୟା ପ୍ରବୃତ୍ତିରେ. ଖାଲି ଚଞ୍ଚଳ ନବାହାରିଲେ ଏ ଯେଉଁ ଥଣ୍ଡା, ପୁଣି କୋହଲା ପବନ ସାଙ୍ଗକୁ ଶୀତ! ସେଇଥିପାଇଁ ଯାହା ସଚେତନ କରୁଥିଲେ.ଗାଡି ଛାଡିଲା ଶେଷରେ.।

     କୁନୁମୁନି କହିଲା ଜେଜେ ତୁମର ବିଜ୍ଞାନ ବିଷୟରେ କଣ ମତାମତ? ଜେଜେ ପିନାକୀ କହିଲେ ବିଜ୍ଞାନ ହେଲା ବିକାଶ କିନ୍ତୁ ବିକାଶ ପାଇଁ ଇଶ୍ୱର ବିଶ୍ୱାସ ସହିତ ଭାଗ୍ୟ ଓ କର୍ମ ପରସ୍ପର ପରସ୍ପର ସହିତ ଜଡିତ. ତୁମ କଥା ମୁଁ ବୁଝି ପାରୁନି. ଜେଜେ ଏଥର ଆଉ ଟିକେ ସହଜ ହୋଇ କହିଲେ ବିଜ୍ଞାନ ଆମ ଭିତରେ ଓ ବାହାରେ ରହିଛି. ଆମେ ଇଶ୍ୱରଙ୍କୁ ମୁଣ୍ଡିଆ ମାରି, ପାଠ ପଢି,ଜ୍ଞାନ ବୁଦ୍ଧି ଓ କୌଶଳ ବଢ଼ାଇ ପାରିଲେ ମଧ୍ୟ ବିଶେଷ ଜ୍ଞାନ ବଳରେ କିଛି କରିପାରିବା ହିଁ ବିଜ୍ଞାନ . ବିଜ୍ଞାନକୁ ବଞ୍ଚାଇ ରଖି ନିଜେ ବଞ୍ଚିବାକୁ ଇଶ୍ୱରଙ୍କ କୃପା ଓ କରୁଣା ନିହାତି ଆବଶ୍ୟକ.ବାଜି ରାଉତ ଓ ଧରମା ଏତେ ବୈଜ୍ଞାନିକ କୌଶଳ ଜାଣିଥିଲେ ଯେ ଜଣେ ଡ଼ଙ୍ଗା ଚଳାଇପାରିବା ସହ ଅନ୍ୟ ଜଣେ ବାରଶହ ବଢ଼େଇ କରିପାରୁନଥିବା କାମ, ମନ୍ଦିରର ମୁଣ୍ଡି ମାରିଦେଇଥିଲା କିନ୍ତୁ ଆୟୁଷ ଯେତିକି ସେହି ଅନୁସାରେ ଜୀବନ ଦୀପ ଲିଭିଗଲା କାରଣ ସେମାନଙ୍କ ଭାଗ୍ୟରେ ତାଙ୍କ ପାଇଁ ସେତିକି ବର୍ଷ ଆୟୁଷ ହିଁ ଲେଖା ଥିଲା. ଏଥର ସମସ୍ତେ ଟିକେ ଚିନ୍ତିତ ଦେଖାଗଲେ. ଶିକ୍ଷା,ଦୀକ୍ଷା ଓ ବିଜ୍ଞାନ, ଭଗବାନଙ୍କ କରୁଣା ବ୍ୟତିରେକେ ମୂଲ୍ୟହୀନ ବୋଲି ଭାବିବାକୁ ଲାଗିଲା ବେଳେ ଜେଜେମା କହିଥିଲା ପକ୍ଷୀ ଗୁଡାକ ଖୁଦ ଖାଉ ଖାଉ ଝରକାର କବାଟରେ ଚାପି ହୋଇ ତାଙ୍କ ଭିତରୁ କାହାର ପକ୍ଷ ଛିଣ୍ଡି ଯିବନିତ? ବୋଉ କହୁଥିଲା ବିଲେଇଟା ପଡୋଶୀ ଘର ଝରକା ଡେଇଁ ପଶିବାକୁ ଚେଷ୍ଟା କରି ଗୋଡ଼ ଭାଙ୍ଗି ପଡ଼ିବନି ତ?ବାପା କହୁଥିଲେ ବିଚରା କୁକୁରଟା ଗୋଟେ ମାଲିକର ରୁକ୍ଷ ବ୍ୟବହାର ସହିବା ପରେ, ଖାଦ୍ୟ ଖାଇବାକୁ ଡରୁ ନଥିବତ? କୁନୁମୁନି ମଧ୍ୟ ଆଶଙ୍କାଗ୍ରସ୍ତ ଥିଲା ଯେ ତା ପୋଷା କୁକୁରକୁ,ବାପାଙ୍କ ଦ୍ୱାରା ଉଦ୍ଧାର ହୋଇ ଆସିଥିବା ନୂଆ କୁକୁର ଭୁକି ଉଠି ଡରାଇବନାହିଁ ତ? ସମସ୍ତେ ଏମିତି ଭାବି ଭିତତସ୍ତ୍ର ହେଉଥିଲା ବେଳେ ଜେଜେ ପିନାକୀ ବାବୁ କହୁଥିଲେ, ଯାହାକୁ ରଖିବେ ଅନନ୍ତ ତାର କି କରିପାରେ ବଳବନ୍ତ? ମୋଟେ ବ୍ୟସ୍ତ ହୁଅନାହିଁ. ଆମେ ଠାକୁର ଦର୍ଶନ କରିବାକୁ ଯାଉଛେ ତେଣୁ ଠାକୁର ଆମର ସାହାୟକ ହେବେ ନିଶ୍ଚୟ.।


Rate this content
Log in

Similar oriya story from Action