shibananda barik

Classics Inspirational

4.0  

shibananda barik

Classics Inspirational

ଜେଜେ ତୁମେ ଗାନ୍ଧୀ କି

ଜେଜେ ତୁମେ ଗାନ୍ଧୀ କି

3 mins
238



ଵୁଢା ଆଉକେତେ ଦିନ ଗାଁ କୁଡିଆଟାରେ ପଡି ରହିଵ? ?ଵୁଢୀ ହାତ ଛାଡି ଯିଵାର ଢେର ଦିନ ହେଲାଣି । ଏଣିକି ଵୁଢା ଆପଣା ପେଟକୁ ଦିଓଳି ରନ୍ଧା ଵଢା ପାଇଁ ଵି ତାକତ ପାଉନି । ତାଛଡା ରାତି ଅଧ ,ଭଲମନ୍ଦ ଦିହ ପା' କଥା ,ପାଖରେ କେହିଗୋଟେ ନ ଥିଲେ ଅଵସ୍ଥା ଅସମ୍ଭାଳ । ! ସେମିତି ରେ ଵୁଢା ଦିହ ଵିଶେଷ ଆଉ ଭଲ ରହୁନି ଏଣୁ କମଳ ହାତରେ ପୁଅ ପାଖକୁ ଵାରଵାର ଫୋନ୍ ଦେଇ କାକୁତି ମିନତି ହେଇ କିଛି ଦିନ ସାଙ୍ଗ ରେ ଘେନିଯିଵାକୁ କହେ । ସାହିଭାଇ ଵି କମଳ କୁ ଵୁଢାର ହାଲାତ ଦେଖି ପାଖକୁ ନେଇଯିବାକୁ ପରାମର୍ଶ ଦିଅନ୍ତି । ଵୁଢା ଜାଣେ ଭୂଵନେଶରିଆ ପାଣି ଆଉ ପୁଅ ଵୋହୁଙ୍କ ଘର ଭାତତୁଣ ତା' ଦେହରେ ସହଜରେ ଯିଵନି । ସଵୁଵେଳେ କେରେ କେରେ । । କଲେ କଲା ଆଉ ନ କଲେ କଲାନି । ଵୁଢା ଏସଵୁ ଖୁଵ୍ ଦେଖି ଦେହସୁହା ହେଲାଣି ଏଣୁ ସେଠିକି ଗଲେ ଵି ଵିଶେଷ ଦିନି ରହି ନ ପାରି ଭିଟାମାଟି କୁ ଉଡିଆସେ ।  


     ଏଇଥର କିନ୍ତୁ କାନମୁଣ୍ଡାକୁ ଆଉଁସି ଯେତେ ଯା ହେଲେ ଵି ରହିବ ଭାଵିଛି ;ଜୀଵନ ମରଣ କଥା । ଏଠି ଏକଲା ମଣିଷ ଦହଗଞ୍ଜ ହେଵାଠୁ ସେଇଠି ସହି ପାତି ରହିଯିବାଟା ଶ୍ରେୟସ୍କର ଵୋଲି ଵୁଢାର ଧାରଣା ।  ତା ଛଡା ସାତ ଵରଷର ନାତି ଟୋକାଟା ଵୁଢାର କଲିଜା, ନିରିମାୟା କଅଁଳିଆ ମେଣ୍ଢାଟା ।  


       ପହଞ୍ଚିଵାର ଦି ଓଳି ପରଠୁ ଯଥାରିତି ମଡର୍ଣ୍ଣ ମାଁ 'ଙ୍କର ନାଟକୀୟ ଢଙ୍ଗରେ ଅତ୍ୟାଚାର । କେଵେ ପ୍ରତକ୍ଷ୍ୟ ଵଚଷା କେଵେ କାନ୍ଥ ଵାଡ ଆଳରେ ଦୁନିଆ ଵହେଣି ତ ଆଉକେଵେ ଓଷଧ ରାଗ ତାଟିଆସମ୍ଭାଳିଲା ପରି କଵାଟ ଚୌକି କଂସାଵାସନ ଛେଚା କଚଡା ଶଵ୍ଦ ରୁ ଵୁଢା ଅଭାଷାରେ ଠିକ୍ ଠଉରେଇନିଏ । ଚୁପ୍ ଚାପ କିନି ସହିଵ ଵୋଲି ତ ପଣ ନେଇ ଅଟିକି ଆସିଛି କରିଵ ଆଉ କଣ? ଏଵେ ତ ନାତି ଟୋକା କୁ ଵି ଆକଟ ! ! ଵୁଢାପାଖକୁ ଗଲେ କାଳେ ରୋଗ ମାଡିଵ ଵୋଲି ପୁଅ ରୋକଠୋକ୍ ଵୁଢାକୁ ତାଗିତ୍ କରିଛି । ଖାଲି ସ୍କୁଲରୁ ନେଵା ଆଣିଵା ଵେଳତକ ଵୁଢାର ନାତି ସହ ଯାହା ଜମେ । ଏମିତି ଏମିତି ସାଧାରଣ ସାମାଜିକ ଅତ୍ୟାଚାରିତ ଅଵହେଳିତ ଜୀଵନର ଅପରାହ୍ନ । କହିବ ଅଵା କାହାକୁ?? ଆଉ ଶୁଣିଵ ଵା କିଏ?? ତୁମ ଆମ ଭଳି ଶିକ୍ଷିତ ପାଇଁ ସେମାନେ ତ ଅଲୋଡା ଆଉ ଆଶ୍ରମ ଵାସୀ, ଠିକ୍ ଵୁଢା ପାଇଁ ଵି ଯାହା ସ୍ଥିର କରାହେଇଛି ।  ଡୋନେସନ ଵି ଦିଆ ସରିଲାଣି । ଖାଲି ଯିଵାକୁ ଯାହା ଵାକି ରହିଲା । ଵୁଢା ଲୁଚେଇ ଲୁଚେଇ ଖୁଵ୍ କାନ୍ଦେ ଅତୀତକୁ ମନେପକେଇ । ଵୁଢୀ ଆଜି ପାଖରେ ଟିକେ ଥାଆନ୍ତାକି?? ମାଣ୍ଡିଆ ଜାଉ ଖାଇ ଭିଟାମାଟି କୁଡିଆ ରେ ପଡି ରହନ୍ତା ।  ଛାଡ । । !ଶେଷଵେଳେ ଆଉ ଏତେ ଭାଵି କି ଲାଭ ।  


       ରଵିଵାର ଦିନ ପୁଅକୁ ସମୟ ମିଳିଲା । ଵୁଢା ଆଗରୁ ଚାରିଖଣ୍ଡ ଧୋତି , ଗାଧୁଆ ପାଣି ପାଇଁ ଟିଣ ଡଵା ଖଣ୍ଡେ, ନାସ ଦାନି ଟି, ଥାଳି ତାଟିଆ ଯୋଡିଏ । ଏମିତି କରି ଅଳପ କିଛି ଝୋଟ କାନ୍ଧଗଳା ମୁଣିଟିରେ ଭରିଦେଇ ସକାଳୁ ସକାଳୁ ପ୍ରସ୍ତୁତ ପ୍ରାୟ । ଉପରକୁ ସିନା ଚୁପ୍ ଭିତରଟା କିନ୍ତୁ କୁରୁଳି ଉଠୁଛି ସୁଵିଧା ପାଇଲେ ଜାଲୁ ଜାଲୁଆ ଆଖିରେ ଵନ୍ୟା ସ୍ରୁଷ୍ଟି କରିଦେଵା ପାଇଁ । ଚାହୁଁ ଚାହୁଁ ଆଶ୍ରମ ଆସିଗଲା । ଆଗରେ ପୁଅ ଵୋହୁ ପଛେ ପଛେ ନାତି ଟୋକାକୁ କୋଳେଇ ଧରି ଵୁଢା ଚାଲିଛି ପାଦ ଗଣି ଗଣି ।  ଟୋକା ଵାଲୁ ଵାଲୁ ହେଇ ଗପି ଚାଲିଚି । ହଠାତ୍ ଆଶ୍ରମ ଅଫିସ ଆଗରେ କିଛି ଗେଣ୍ଡୁଫୁଲ ଗଛ ଆଢୁଆଳ ରେ ଛଅଫୁଟ ଉଚ୍ଚା ମହାତ୍ମାଙ୍କ ଲାଠି ଧରା କଳା ମୁଗୁନି ପଥରର ମୂର୍ତ୍ତି ଟି ଦେଖି ସେ ଆଡକୁ ଆଙ୍ଗୁଳି ଦେଖେଇ ନାତି ଖନେଈ ଖନେଈ ପଚାରିଲା -


  # ଜେଜେ! ଜେଜେ! । । ସେ ଵୁଢା ଟା କିଏ?


  - "ସିଏ! ସିଏ ପରା ଗାନ୍ଧୀ ମାହାପୁରୁ । । ଜାତିରପିତା । " 


  # ଜେଜେ ମୋ ଵୁକ୍ ରେ ଵି ତାଙ୍କ ଫଟୋ ଅଛି ।  


  - ହଁ । । ରେ ଟୋକା ସିଏ ମାଡ ଖାଇ, ଜେଲ ଯାଇ, ଚୁପଚାପ କେତେ କଷ୍ଟ  ସହି ଆମକୁ ଗୋରା ଲୋକଙ୍କ ଠୁ ମୁକୁଳିଲେ ପରା । !! ମୁଣ୍ଡିଆ ହ ।

  

   "ଓହୋ । । !! ଜେଜେ ତମେ ଵି କଣ ଗାନ୍ଧୀ କି? ? ଗୋରା ଗୋରା ମୋ ମମି ପାପାଙ୍କ ଗାଳି କଥା ସହୁଛ ! ତମେ ଵି ମାହାପୁରୁ ନା! ସେଥିପାଇଁ ଆଶ୍ରମ ଆସିଲ! ସେ ଵୁଢାଟା ଭଳିଆ?


  - " ଆଁ । । । । ,,,,,,,,,,,,,( ଵୁଢା ମୁହଁ ରେ ଆଉ ଉତ୍ତର ନାହିଁ । ଖାଲି ଢଳ ଢଳ ଚାହାଣୀ ରେ ଛାନିଆ ହେଇ ଚାହିଁ ରହିଛି । ପୁଅ ଵୋହୁ ଵି ଅଟକି ଯାଇ ନିସ୍ତଵ୍ଧ । ସଭିଙ୍କ ଆଖି ଛଅ ଵରଷର ପିଲାଟି ଉପରେ)


କହୁନ ଯେ । ପ୍ଲିଜ୍?? ମୋ ପାପା ଵି ଗାନ୍ଧୀ ହେଵେ କି?... ସେ ଵି କଣ ତୁମଭଳି ଆଶ୍ରମ ଆସିଵେ କି?  ଜେଜେ କୁହନା ପ୍ଲିଜ୍ । । । ।  


କାହାରି ମୁଁହ ରେ ଆଉ ପାଣି ନାହିଁ । ଵୁଢା ନାତିକୁ ଟାଣି ନେଇ ଜାଵୁଡି ଧରିଲା । ଏତିକିଵେଳେ ଆଟେନଣ୍ଡାନ୍ଟ ଆସି ଵୁଢା ହାତ ରୁ ହସି ହସି ମୁଣି ଖଣ୍ଡିକ ନେଇ ଵୁଢା ହାତ ଧରି ଵଡ ଆଦରରେ "ଆସନ୍ତୁ" ,,,"ଆସନ୍ତୁ" କହି ଭିତରକୁ ନେଇଗଲା ଵେଳେ ନାତି ଜୋର୍ ରେ ପାଟିକରି ଉଠିଲା -

   " ଜେଜେ ;ମୋ ପାପା ଵି ଆଶ୍ରମ ଆସିଵେ ¡!¡¡!!!ତମ ପରି ଵଡ ହେଲେ" । । । । । !!! ଵାଏ ଜେଜେ । । । !!;;;;;;;;;


         


Rate this content
Log in

Similar oriya story from Classics