ହନୁମାନ ବାବା
ହନୁମାନ ବାବା
ରାତି ତିନିଟାରୁ ଉଠି ନିତ୍ୟକର୍ମ ଶେଷ କରି ମଦିରକୁ ବାହାରିଲେ।କୃଷ୍ଣ ମଉସା ।ମନ୍ଦିର କହିଲେ ହନୁମାନଙ୍କର ।ମୃତ୍ତି ପ୍ରାୟ ଦଶଫୁଟ ଲମ୍ବ ।ସାରା ଦେହରେ ହନୁମାନକଂ ରଙ୍ଗ। ଗଦାଟି ଭୁଇଁ ଛୁଇଁଛି।ବେକରେ ମିନାକ।ମକରା ଝିଲମିଲ ଦିଶୁଥିବା ହାର ନାଇଛନ୍ତି ।ମୁଖ ବଡଉପରକୁ ରଖି ବାହାରକୁ ନଜର ଦେଉଛନ୍ତି । ଗେରୁଲୁଗା ପିନ୍ଧିଭନ୍ତି ।ଜେକେଉଁ ଭକ୍ତ ଦେଖିଲେ ଅନ୍ତରରେ ଭକ୍ତି ଆସିଯିବ ।ଚନ୍ଦନ ଘୋରି ଚନ୍ଦନ ଜଳରେ ସିନାନ କରେଇଦେଉଛନ୍ତି ମନ୍ତ୍ର ପଢି । ବାଳ ଭୋଗ ଲଗେଇ ମନ୍ଦିର କବାଟ ବନ୍ଦ ନକରି ସର୍ବ ସାଧାରଣ ଦର୍ଶନ କରିବା ପାଇଁ ଖୋଲା ରଖି ଫେରୁଛନ୍ତି ।ସେତେବେଳକୁ ସକାଳ ପାଞ୍ଚଟା ।ଘରକୁ ଫେରି ଚାହା ମାଉସୀ କରି ରଖିଥାନ୍ତି । କପେ ଚାହା ଓ ଚୁଡା କି ମୁଢି ଭଜା ଖାଇ ପୁଣି ଫେରନ୍ତି ମନ୍ଦିର ।ଏହିପରି ସକାଳ ଓଳି ନୀତି କଟେ ।ପୁଣି ମନ୍ଦିରରେ ବସି ଭକ୍ତକୁଁ ତୁଳସୀ ପାଦୁକା ଦିଅନ୍ତି । ସେତିକି। ବେଳେ କିଏକେମିତି ଦଶଟଙ୍କା କି ଦୁଇ ଟଙ୍କା ଥାଳିରେ ଥୁଅନ୍ତି ।ମନସ୍କାମନା ପୂରଣ ହେଲେ ଅଧିକା ଟଙ୍କା ଦାନ କରନ୍ତି ।ଆଉ ହନୁମାନ ବାବାକୁଂ ପ୍ରଶଂସା କରି ଯାଆନ୍ତି । ଶୀତଦିନେ ହନୁବାବା ଶୀତରେ ଥରି ଥରି ହନୁମାନଙ୍କ ପୂଜା ଆଳତି କରନ୍ତି ।ଖରାବେଳେ ପ୍ରସାଦ ରାନ୍ଧି ଭୋଗ ଲଗାନ୍ତି ।ରାତିରେ ବି ବାଳ ଭୋଗ ଦିଅନ୍ତି ।ଏହିପରି ତାଙ୍କର ନିଇଦିନିଆ କାର୍ଯ୍ୟ ।ଏହିସବୁ ଦେଖି ପାଖ ଲୋକମାନେ ହନୁମାନ ବୁଢା ବୋଲି ଡାକନ୍ତି। ଦୁରଲୋକ ମାନେ ହନୁମାନ ବାବା ବୋଲି କୁହନି ।ବିଶେଷ କଥା ହେଲା ,ହନୁମାନ କଂ ପରି ବାବା କଂ ମୁଖଟି ଦେଖିବାକୁ ।ଦିନେ ଦୁଇଜଣ ସ୍ୱାମୀ ସ୍ତ୍ରୀ ଆସି ବାବାଙ୍କ ଗୋଡ଼ତଳେ ପଡି କାନ୍ଦୁଥିଲେ । ସେ କାନ୍ଦ ଥିଲା ଆନନ୍ଦର । ବାାବା ତାଙ୍କୁ ଧଣ୍ଡା ଦେଇ କହିିି କହିିଥିିଲେ,ତୁମର ପୁୁତ୍ର ହେଲେ ଏଠି ଆସିବ।ପୁୁରଣ ହୋଇଛି ।ପୁତ୍ରକୁୁ ଧରି ଆସିଛନ୍ତି ।