Sriman Bapu

Drama Inspirational

3.9  

Sriman Bapu

Drama Inspirational

ହାଣ୍ଡିଶାଳର ମସଲା

ହାଣ୍ଡିଶାଳର ମସଲା

3 mins
24.2K



ଚକ୍ରଧରର ବାହାଘର ବର୍ଷେ ପୁରିନି ଦିନେ ତାଙ୍କର ଭାରି ଇଚ୍ଛା ହେଲା ଜାଣିବାକୁ କି ସ୍ତ୍ରୀ ତାଙ୍କୁ ଶ୍ରଦ୍ଧାରେ ମନେମନେ କେଉଁ ନାରେ ସମ୍ଭୋଦନ କରୁଛନ୍ତି , ସ୍ତ୍ରୀ ଆଉ କ'ଣ ସ୍ୱାମୀ ଆଗରେ ନା ଧରିବ ? ଯେତେ ପଚାରିଲେ ବି ସ୍ତ୍ରୀ କହିଲାନି, ଚକ୍ରଧର ଅର୍ଦ୍ଧାଙ୍ଗିନୀଙ୍କର ସ୍ୱାମୀ ଭକ୍ତି ଦେଖି ମନେମନେ ଗର୍ବ ଅନୁଭବ କଲେ। ଦିନେ ସ୍ତ୍ରୀ ପାଖରେ ନଥିବା ବେଳେ ତାଙ୍କ ମନରେ ଗୋଟିଏ ଜିଜ୍ଞାସା ଜାଗ୍ରତ ହେଲା କି ସ୍ତ୍ରୀ କେଉଁ ନାଁରେ ତା' ନମ୍ବର ସେଭ୍ କରିଛନ୍ତି ଦେଖିବା, ଫୋନ୍ ଲକ୍ ଖୋଲିବା ଜଣାନାହିଁ ତେଣୁ ସ୍ତ୍ରୀଙ୍କୁ ଯାହା 'ଜାନୁ' ନାମରେ ସେଭ୍ ଥିଲା କଲ୍ କଲେ, କଲର ଟ୍ଯୁନ୍ ବାଜିଲା " ମେଁ ଜମିନ୍ ତୁ ଆଶମାନ୍, ମେଁ ଦାଗ୍ ହୁଁ ତୁ ଚାନ୍ଦ୍ ସା " ରିଙ୍ଗଟ୍ଯୁନ୍ ଶୁଣି ଚକ୍ରଧରବାବୁ ପ୍ରୀତ ହେଲେ କିନ୍ତୁ ମୋବାଇଲରେ ତାଙ୍କ ନାମଟିକୁ ଦେଖି ମନଟା ଏକଦମ୍ ଖଟା ହୋଇଗଲା ! ଲେଖା ଯାଇଥିଲା ଚକରା କଲିଙ୍ଗ୍..... ! 

 

 ସେଦିନ ରବିବାର ଥିଲା ଚକ୍ରଧରବାବୁ ମଟନ୍ ଆଣିଥିଲେ ତା ସହ ସ୍ତ୍ରୀ ଙ୍କ ମନପସନ୍ଦ ମସଲା କମ୍ପାନୀର ମଟନ୍ ମସଲା,ଗରମ୍ ମସଲା,ଜିନ୍ଜର ଗାରଲିକ୍ ପେଷ୍ଟ,ବାକି ଆହୁରି କେତେ ପ୍ରକାରର ବିଭିନ୍ନ ତରକାରୀ ପାଇଁ ଅଲଗା ଅଲଗା ମସଲା। ସ୍ତ୍ରୀ ବି ମନ ପ୍ରାଣ ଦେଇ ରାନ୍ଧିଥିଲେ,ସାହି ପଡ଼ିଶାଙ୍କ ନାକରେ ବାସ୍ନା ବାଜି ପାଟିରୁ ଲାଳ ବୁହାଇ ଥିଲା। ବୋଉ ତାଙ୍କର ପ୍ରଥମେ ପ୍ରଥମେ ଏ ମସଲା ସବୁ ଦେଖି ଚିଡ଼ୁଥିଲେ , ବିରୋଧ ବି ବହୁବାର କରିଥିଲେ ହେଲେ ଶେଷରେ ଚକରାର ଖୁସି ଦେଖି ଘରର ଏ ଅନାବଶ୍ୟକ ଅତିରିକ୍ତ ଖର୍ଚ୍ଚକୁ ବରଦାସ୍ତ କରିବାକୁ ବାଧ୍ୟ ହେଲେ, ପୁଣି ଚକରା ବି କେବେ କେବେ ମୁହେଁ ମୁହେଁ ଶୁଣାଇ ଦିଅନ୍ତି ମା'କୁ, ହେ ! କାହିଁ ଗେରେ ଗେରେ ହେଉଛୁ ? ତୁ ଟା ମାନ୍ଧାତା ଅମଳର ଲୋକ, କାହୁଁ ଜାଣିବୁ ଏବେକା ପ୍ୟାକେଟ୍ ମସଲାର ଗରିମା। ସ୍ତ୍ରୀ ତାଙ୍କର ଏଭଳି ଆଚରଣ ଦେଖି ଖୁସି ହୁଅନ୍ତି। ହେଲେ ସେଦିନ ଚକ୍ରଧରଙ୍କୁ ମଟନ୍ ଜମା ଭଲ ଲାଗିଲା ନାହିଁ, ସ୍ତ୍ରୀ ଆଉ ମାଆ ଯେତେ ବାଧ୍ୟ କଲେବି ଖଣ୍ଡେ ଦୁଇ ଖଣ୍ଡ ଖାଇ ପେଟଟା ଟିକେ ଭଲ ଲାଗୁନି ବାହାନା କରି ଉଠିଗଲେ।


  ମସଲା ଆଉ ମଣିଷର ସଂପର୍କ ବଡ଼ ଘନିଷ୍ଠ ଜଣାନାହିଁ କେଉଁ ଆବାହମାନ କାଳରୁ ଚଳି ଆସୁଛି।ଅନ୍ୟର ମନ ଜିଣିବା ପାଇଁ ଖାଦ୍ୟ ଏକ ସର୍ବୋକୃଷ୍ଟ ପନ୍ଥା।ଝିଅ ଟିକେ ବଡ଼ ହେଲେ ମା ତାଲିମ୍ ଦେବା ଆରମ୍ଭ କରିଦିଏ। ରୋଷେଇ କଳା ପୁଣି ମସଲା ସହ ମଣିଷର ଦେହ,ମନ ଆଉ ହୃଦୟ ସହ ସୁକ୍ଷ୍ମ ଅଦୃଶ୍ୟ ସଂପର୍କର ରହସ୍ୟ। ଏସବୁ ମା ଝିଅକୁ ବୁଝାଏ ତା ଅଲେଖା ଭାଷାରେ। 



  ସେଦିନ ବୋଉ ତା'ର ବାଡ଼ିପଟେ ଟୁକୁରା କାଠସବୁ ଏକାଠି କରୁଥିଲେ , ଚକ୍ରଧର ଯାଇ ବୋଉ ପାଖରେ ବସି ପଡ଼ିଲେ ଆଉ ପଚାରିଲେ ବୋଉ ,ଆଇମା କେଉଁ ସବୁ ମସଲା ପକେଇ ମାଂସ କରୁଥିଲା? ମାଆ ଅନୁଭବ କରିପାରିଲେ କିଛି ଗୋଟାଏ ହେଇଛି ପୁଅର ହେଲେ ସେ ବିଷୟରେ କିଛି ନପଚାରି ତାଙ୍କ ମା'ର ରୋଷେଇ ବିଷୟରେ କହିଲେ, ସେତେବେଳେ ମସଲା ସବୁ ଗୋଟା ଆଉ ବଟା । ସୋରିଷ, ପୋସ୍ତ,ଜିରା,ଧଣିଆ,ହଳଦି,ଅଦା,ପିଆଜ ଆଉ ରସୁଣ ମୁଖ୍ୟ। ସବୁ ଗୋଟା ଆସେ ବାଟିକୁଟି କରୁଥିଲେ,ସେ ସମୟର ମସଲା , ପନିପରିବା କି ମାଛ ମାଉଁସ ସବୁ ଦେଶୀ ଆଉ ଶୁଦ୍ଧ ,ସେକାଳ ପଖାଳ ଆଉ କ'ଣ ଅଛି ? ସବୁ ତରକାରୀ ପାଇଁ ଅଲଗା ପ୍ରକାରର ମସଲା ବଟାକୁଟା ,ପାଲିସ୍ କରା, ଦର ଛେଚା । ଏବେ କିଏ ଆଉ ସେ ପରିଶ୍ରମ କରୁଛି ନା ସେ ଜିନିଷ ଆଉ ମିଳୁଛି ? ଏବେତ ସବୁ ଗୁଣ୍ଡ ମସଲା,ଗ୍ରାଉଣ୍ଡର ବଟା, ସେତେବେଳେ କେଉଁ ଡାକ୍ତରଖାନା ଥିଲା ନା ଡାକ୍ତର ଥିଲେ ନା ଲୋକେ ଏତେ ବେମାରରେ ପଡ଼ୁଥିଲେ , ଯାହା ଛୋଟମୋଟ ଥଣ୍ଡା କାଶ, ଝାଡ଼ା ଜ୍ୱର ହେଉଥିଲା ସେଇ ହାଣ୍ଡିଶାଳରୁ, ବାଡ଼ିରୁ ଔଷଧ ମିଳି ଯାଉଥିଲା । ସ୍ତ୍ରୀ କେତେବେଳେ ଆସି ପଛରେ ଠିଆ ହୋଇ ଏ ଆଲୋଚନା ଶୁଣୁଥିଲେ ଚକ୍ରଧରଙ୍କ ଲକ୍ଷ୍ୟ ନାହିଁ। 

 

   ରାତିରେ ଶୋଇଥିଲା ବେଳେ ଚକ୍ରଧର ଚିନ୍ତା କଲେ ସତରେ ଆଧୁନିକତାର ଦୌଡ଼ରେ ମଣିଷ ତଥାକଥିତ ଶିକ୍ଷିତ ହୋଇ ପିଢ଼ି ତର ପିଢ଼ି ଚଳି ଆସୁଥିବା ପାରମ୍ପରିକ ଜ୍ଞାନକୁ ମାନ୍ଧାତା ଅମଳର ଅନ୍ଧବିଶ୍ୱାସ କହି ସବୁ ପାଶୋରି ସାରିଲେଣି ।ଏବେ ଖାଲି ଆଇମା ଆଉ ମା'ର ହାତରନ୍ଧା ରୋଷେଇ କଥା ମନେ ପକାଇଲେ ହେବନି, ଯୁଗ ସହ ତାଳ ଦେଇ ଚାଲିବାକୁ ତ ହେବ ହେଲେ ତଥାକଥିତ ଆଧୁନିକତାର ଅନ୍ଧାନୁକରଣ ନକରି ବୈଜ୍ଞାନିକ ମନୋବୃତ୍ତି ହୋଇ ଯାହା ଆମ ସମାଜ ଆଉ ସ୍ୱାସ୍ଥ୍ୟ ପ୍ରତି ଉପଯୋଗୀ ଆଉ କଲ୍ୟାଣକାରୀ ତାହା ଜାଣିବା ନିହାତି ଜରୁରୀ ତାହା ସହ ନିଜ ମସଲାକୁ ବି ଭଲଭାବେ ଚିହ୍ନିବା ଜରୁରୀ ।


ସ୍ତ୍ରୀର ଫୋନରେ ତାଙ୍କର ଚକରା ନାମଟି ଆଉ ତାଙ୍କୁ ଖରାପ୍ ଲାଗିଲାନି ଓଲଟା ଭାବିକି ହସ ଲାଗିଲା, ଲାଇଟ୍ ଜଳୁଥାଏ , ସ୍ତ୍ରୀ ତାଙ୍କର ଗଭୀର ନିଦ୍ରାରେ ।ସେ ବି ଭାବିଲେ ଶୋଇଯିବେ । 




Rate this content
Log in

Similar oriya story from Drama