ହାକ
ହାକ
ଆଜିକାଲି ଜଣେ ଲୋକର ଗୋଟିଏ ନୁହେଁ ବରଂ ସ୍ଥଳ ବିଶେଷରେ ଚାରି କି ପାଞ୍ଚଟା ଜନ୍ମଦିନ. ମାଆ ବାପାଙ୍କ ଆଖିର ସାକ୍ଷୀ ହୋଇ ଜନ୍ମଦିନ ସିନା ତିଥି,ବାର,ମାସ, ବର୍ଷ ଓ ଦିନ ଅନୁଯାଇ ଗୋଟିଏ ହେଲେ, ସାର୍ଟିଫିକେଟରେ ଆଉ ଗୋଟେ ଜନ୍ମ ଦିନ ତ ସୋସିଆଲ ଆକାଉଣ୍ଟ ମାନଙ୍କରେ ଭିର୍ନ୍ନ ମାସ ବର୍ଷ, ବାର ଓ ମସିହା ନେଇ ଭିର୍ନ୍ନ ଜନ୍ମଦିନ. ସେଥିରେ ପୁଣି କିଏ କୋଉ ପରିସ୍ଥିତିରେ ଗୋଟାଏ ଜାଗାରେ ଦୁଇ ତିନିଟା ଜାତକ କରୁଛନ୍ତି. କିଏ ହୁଏତ ମଙ୍ଗଳ ଦୋଷ ଘୋଡେଇ କିଏ ହୁଏତ ବୟସ ବଢ଼େଇ କି କମେଇ.କୃଷ୍ଣଙ୍କର ଆଜି ଜନ୍ମ ଦିନ. ଆଜିର ଦିନରେ ହିଁ ଛୁଟି ଥିବାରୁ ଛୁଟିରେ ଝିଅ ଦେଖିବାକୁ ଆସୁଛନ୍ତି ବିଭୁଦତ୍ତଙ୍କ ପରିବାର. ଏଯାଏଁ ବାସନ୍ତିର ଦେଖା ନାହିଁ.ଝିଅ ଦେଖା ହେବାର ଅଛି କିନ୍ତୁ ଝିଅ ଲିସାର ଯାଏ ଆସେ ନାହିଁ. ମୋବାଇଲ ଆଡ଼େଇବାରେ ଲାଗିଛି ସେଇ ସକାଳୁଟାରୁ. ବ୍ୟସ୍ତ ହୋଇ ମାଆ ଗୋଟାକ ପରେ ଗୋଟେ କାମ ତୁଟାଉଛନ୍ତି. କୁଣିଆ ପହଁଚିଲେ. ଜଳଯୋଗ, ଚା ପାନ ପରେ ଝିଅ ଦେଖା ପର୍ବ. ଝିଅ ଆସିବା ପରେ ଚମକି ପଡି ବିଭୁଦତ୍ତ ଉଠିପଡ଼ି କହୁଥିଲେ ନୀଳିମା ମ୍ୟାଡାମ, ଆପଣ?? ତା ପରେ ପରେ ପୁଅଘର ଫେରିଗଲେ କଥା ଆଗକୁ ବଢିଲାନାହିଁ.ଭଲ ପ୍ରସ୍ତାବ ଥିଲା. ଝିଅ ସୁନ୍ଦର, ଶିକ୍ଷିତା ହୋଇ ମଧ୍ୟ ବାହାଘରଟା ଏମିତି ଠପ ହେଇଯିବ ଭାବିନଥିଲେ ବାପା ମାଆ. କିଏ କହୁଥିଲା ବୋଧେ ଯୌତୁକ ପାଇଁ, କିଏ କହୁଥିଲା ମଧୁସୂଦନବାବୁଙ୍କ କଞ୍ଜୁସୀ ଓ ବଦରାଗୀ ଗୁଣ ପାଇଁ ତ କିଏ କେତେ ଗୁଜବ ଭିତରେ ଥିଲେ. ଲିସା କିନ୍ତୁ ଖୁବ ଖୁସି ଥିଲା ଯା ହେଉ ସେ ଅଧିକା ପାଠ ପଢିବା ଲକ୍ଷ ପୂରଣ କରିପାରିବ ।
ସେଦିନ ଟୁନା ଦଉଡି ଆସି କହୁଥିଲା ଲିସାକୁ ଅପା ଜାଣିଛୁ ଆଜି ସାନମାମୁଁଙ୍କର ଜନ୍ମଦିନ.ହସିଲା ଲିସା କହିଲା ତାଙ୍କର ସେଇଟା ମିଛ ଜନ୍ମ ଦିନ. ଟୁନା କହିଲା ମାନେ? ଲିସା କହିଲା ସାନଭାଇକୁ ତୁ ଆଗ ତାଙ୍କ ଜନ୍ମଦିନ ଆଜି ବୋଲି କେମିତି ଜାଣିଲୁ କହ?? ମୋ ମୋବାଇଲ ଦେଖିଛୁ ଆଜି ବାପାଙ୍କ ଆଗେ କହିବି ରହ. ଟୁନା କହିଲା ତୋ ପାଇଁ ମୋବାଇଲ କିଣା ଯାଇଛି ମୋ ପାଇଁ କାହିଁକି ନାହିଁ?? ଭାଇ ଭଉଣୀଙ୍କ ପାଟି ଶୁଣି ଦଉଡି ଆସିଲେ ମାଆ. ଟୁନା କହୁଥିଲା ଦେଖିଲ ମାଆ, ସାନମାମୁଁଙ୍କର ଆଜି ଜନ୍ମ ଦିନ ବୋଲି ଢେର ସାରା ଲୋକ ତାଙ୍କୁ ଶୁଭେଚ୍ଛା ଜଣାଇଲା ବେଳେ ଆମେ ଜଣେଇବା କଥା ନା ନାହିଁ? ସେହିକଥା ଅପାକୁ କହିବାରୁ ସେ ରାଗୁଛି ମୋ ଉପରେ, କହୁଛି ତୁ ମୋ ମୋବାଇଲ କାହିଁକି ଦେଖିଲୁ? ଆଛା ମାଆ ଅପା ପାଇଁ ମୋବାଇଲ କିଣା ହେଉଛି ମୋ ପାଇଁ କାହିଁକି ନୁହେଁ. ମୋ ପାଖରେ ଥିଲେ ହୁଏତ ମୁଁ ଆଜି ସାନମାମୁଁଙ୍କୁ ଶୁଭେଚ୍ଛା ଜଣାଇ ପାରିଥାନ୍ତି.ମାଆ ଟିକେ ସମୟ ଚୁପ ରହି କହିଲେ, ପ୍ରଥମତଃ ସାନମାମୁଁର ଆଜି ଜନ୍ମଦିନ ନୁହେଁ. ମୋ ଆଖିର ସାକ୍ଷୀ ହୋଇ ମୋ ଆଗରେ ସେ ଜନ୍ମ. ମୁଁ ଠିକ ଜାଣେ ତାର ଖଳିଲାଗି ଏକାଦଶୀ ଦିନ ଶୁଭ ଜନ୍ମଦିନ. ଦ୍ୱିତୀୟରେ ମୋବାଇଲ କିଣିବା କଥା. ତୁ ଏବେ ଛୋଟ ପିଲା, ମୋବାଇଲ ଧରିଲେ ଏମିତି ମିଛ ଗୁଜବ ସବୁ ବିଶ୍ୱାସ କରି ପାଠ ପଢ଼ିବୁ ନା ନାନୀ ସଙ୍ଗେ କଜିଆ କରିବୁ. ଟୁନା କହୁଥାଏ ମୋ ସାଙ୍ଗମାନେ ନେଟ ବ୍ୟବହାର କରି ମୋବାଇଲରୁ କେତେ ସତ ସତ କଥା ଜାଣି ପଢି ଶିଖି ପାରୁଛନ୍ତି ମୋ ବେଳକୁ ଗୁଜବ.ଲିସା ହସୁଥିଲା ଚୁପି ଚୁପି.ମାଆ ଟୁନାକୁ ତାଗିଦ କରୁଥିଲେ ପାଠ ପଢା ସାରିବାକୁ.କିନ୍ତୁ ହଠାତ ନିଜର ଶେଷ କେଇପଦ ନିଜକୁ ଚମକାଇ ଦେଲା ତ ଅଟକି ଗଲେ ମାଆ, ପଚାରିଲେ ଲିସାକୁ ଆଛା ମୋବାଇଲରେ ଏମିତି ମିଛ ଜନ୍ମଦିନ ସବୁ ବାହାରିବା ସତ? ଲିସା କହୁଥିଲା ହଁ ମାଆ ଦୁଇଟା ଯାକ କଥା ସତ. ବ୍ୟକ୍ତିଗତ କଥା ସବୁ ଯଥା ଜନ୍ମଦିନ, ବୟସ, ବୃତ୍ତି ଇତ୍ୟାଦି କଥା ମିଛ ଲେଖାଯାଇ ଥାଏ. ମାଆ ପଚାରୁଥିଲେ କାହିଁକି ତ ଲିସା କହୁଥିଲା କାରଣ ଜଣେ ବ୍ୟକ୍ତିର ସବୁ ବ୍ୟକ୍ତିଗତ ତଥ୍ୟ ଚୋରୀ ବା କେହି ହାକ କରି ତାକୁ ଅସୁବିଧାରେ ପକାଇ ପାରେ ଯେମିତିକି ବ୍ୟାଙ୍କ ଆକାଉଣ୍ଟରୁ ପଇସା ଗାଏବ ବା କୌଣସି ଆଶାମାଜିକ ବ୍ୟକ୍ତି ଅନ୍ୟ ଜଣଙ୍କ ନାମରେ କିଛି ଅନ୍ୟାୟ ଅନୀତି ଦୁର୍ନୀତି କରି ତାକୁ ଫସେଇବାକୁ ଚେଷ୍ଟା କଲେ ପ୍ରମାଣ ବେଳେ ସେ ବ୍ୟକ୍ତି ନିର୍ଦୋଷ ହୋଇପାରିବ. ଏସବୁ ବ୍ୟତିରେକେ ଟୁନା ଯାହା ସବୁ କହୁଥିଲା ଯେ ନେଟ ମାଧ୍ୟମରେ ବହୁ ଜ୍ଞାନ ଆହରଣ କରିହେବ, ତା ମଧ୍ୟ ସବୁ ସତ ମାଆ. ଆଜିକାଲି, ଇଣ୍ଟନେଟ ଯୁଗରେ ମୋବାଇଲ, ଲାପଟପ, କମ୍ପ୍ୟୁଟର ଭଳି ଇଣ୍ଟରନେଟ ମାଧ୍ୟମ ଯୋଗୁଁ ପୃଥିବୀ ଆଜି ଗୋଟିଏ ଗ୍ରାମ ବା ଗ୍ଲୋବାଲ ଭିଲେଜରେ ପରିଣତ ହୋଇଛି. ପ୍ରତ୍ୟକ ଗ୍ରାମ,ଜିଲ୍ଲା, ସହର, ନଗର, ରାଜ୍ୟ, ଦେଶ ଓ ବିଦେଶମାନଙ୍କର ଖବର ଯଥା ପାଣିପାଗ ଯୋଗାଯୋଗ ଇତ୍ୟାଦି ସମ୍ଭବ ହେବା ସହ ବର୍ତ୍ତମାନ ମହାକାଶକୁ ଯିବା ଓ ମହାକାଶ ଗବେଷଣାରେ, ଆମ ଦେଶ ଭାରତ ବର୍ଷ ଇସ୍ରୋ ଵିଜ୍ଞାନୀ ମାନେ ଏହି ଇଣ୍ଟରନେଟ ଯୋଗୁଁ ଏଠି ବସି ମହାକାଶରେ, ରୋଭର ପ୍ରଜ୍ଞାନକୁ ମଧ୍ୟ ନିୟନ୍ତ୍ରିତ କରିପାରୁଛନ୍ତି. ଲିସାର ଏତେ ବୁଝେଇବା ଭିତରେ ମାଆଙ୍କର କିନ୍ତୁ ଠିକ ମନେପଡୁଥିଲା ସେଦିନ, ତାଙ୍କ ଝିଅକୁ ଦେଖିବାକୁ ଆସିଥିବା ପୁଅ ବିଭୁଦତ୍ତ ନୀଳିମା ମ୍ୟାଡମ ସମ୍ବୋଧନ କରିବା କଥା.ଆଉ ବୁଝିସାରିଥିଲେ ନିଜ ବେକରେ ନିଜେ କୁରାଢ଼ି ମାରି ଝିଅ ତାଙ୍କର ହାକ ହେଇଯାଇଛି. ବାସନ୍ତୀ ଡାକରେ ଉଠିଯାଉ ଯାଉ ମାଆ କହୁଥିଲେ ଟୁନା ହାତକୁ ଯେପରି ମୋବାଇଲ ନଯାଏ ସେ ବ୍ୟବସ୍ଥା ବାପାଙ୍କୁ କହି କରିବାକୁ ପଡିବ. ଲିସା କିନ୍ତୁ ହସୁଥିଲା ସେମିତି ଚୁପି ଚୁପି.ମାଆ କହୁଥିଲେ କି ଯୁଗ ହେଲା ଝିଅ ମୋର ଗୁରୁ ହୋଇଗଲା ।
