STORYMIRROR

Jharana Pradhan

Drama Inspirational Others

4  

Jharana Pradhan

Drama Inspirational Others

ଗୁରୁବାର ଓଷା

ଗୁରୁବାର ଓଷା

1 min
403

ସକାଳୁ ଘର ମାଲିକ କହି ଦେଇ ଗଲେ ଯେ ଆଜି ଟାଙ୍କି ସଫା ହେଉଛି, ପାଣି ଆସିବ ନାହିଁ। ଏ କଥାରୁ ବସୁନ୍ଧରାକୁ ମନେ ପଡ଼ିଲା, ୨୦୧୬ ମସିହାରେ ଚେନ୍ନାଇରେ ବାତ୍ୟା କଥା। କରେଣ୍ଟ ନାହିଁ କି ପାଣି ନାହିଁ। ବର୍ଷା ଲାଗିରହିଛି। ଶେଷରେ ପାଣି ଗାଡି ଵାଲା ଆସିଲା। 


ବଟକୃଷଙ୍କୁ କହିଲେ, "ମୁଁ ପାଣି ବୋହି ଦେଉଛି। ଉପର ମହଲା କୁ ତମେ ମାନେ ଟେକି ପାରିବନି।" ବସୁନ୍ଧରା ଅଣ୍ଟା ଦରଜ ଯୋଗୁ ଡାକ୍ତର ଭାରି ଜିନିଷ ଉଠେଇବାକୁ ମନା କରିଛି। ଏପଟେ ବୋଉ ବୁଢ଼ୀ ଲୋକ। ବଟକୃଷ୍ଣ କହିଲେ, "ତମେ ମାନେ ଟିକେ ଟିକେ ଗାଧେଇ ପଡିବ। ତାପରେ କିଛି ରଖିଦେବା।" ତାପରେ ବଟକୃଷ୍ଣ ବାବୁ ପାଣି ଆଣିଲେ। ବୋଉ ଆଉ ବସୁନ୍ଧରା ଗାଧେଇ ସାରିଲେ। 


ବସୁନ୍ଧରା ମଧ୍ୟ ଛୋଟ ବାଲଟିରେ ପାଣି ଆଣି ଆଣି ରୋଷେଇଘର କାମ ପାଇଁ ପାଣି ରଖିଦେଲେ। ଘରେ ଏମିତି ବି ବର୍ଷକର ଛୋଟ ଛୁଆ । ପାଣି ତ ରଖିବାକୁ ହେବ। ବୋଉ କହିଲେ "ବଟିଆ ! ପାଣି ଟିକେ ଦେ, ମୁଁ ଘର ପୋଛା ମାରିଦିଏ। ଆଜି ଗୁରୁବାର ଟା ପରା।" ବଟକୃଷ କଣ କହିବେ ବୁଝି ପାରୁ ନ ଥାନ୍ତି। ପାଣି ବୋହି ବୋହି ଥକି ଗଲେଣି। ବିରକ୍ତ ହେଇ କହିଲେ, "ଭଗବାନ ବି ଆମ ପରିସ୍ଥିତି ବୁଝି ପାରୁଛନ୍ତି। ସେ ଖରାପ ଭାବିବେନି।" 


ଏତିକି ବେଳେ ତଳ ଘର ସ୍ତ୍ରୀ ଲୋକଟି ଆସି କହିଲା,"ଭାଇନା, ଟିକେ ପାଣି ଦେବେ କି, ଛୁଆ କାନ୍ଦୁଥିଲା ଯେ ମୁଁ ପାଣି ରଖି ପାରିଲିନି। ମୋ ସ୍ୱାମୀ ବି କମ୍ପାନୀରେ ଫସି ରହି ଯାଇଛନ୍ତି। ରାସ୍ତାରେ ପାଣି ଯାମ।" ବଟକୃଷ ବାଲଟିଏ ପାଣି ଦେଲେ। ବୋଉ କହିଲେ, "ତୁ ମୋତେ ପୋଛା ମାରିବାକୁ ଦେଲୁନୁ, ତାଙ୍କୁ ଦେଲୁ।" 


ବଟକୃଷ କହିଲେ, "ତାଙ୍କ ଘରେ ବି ଛୁଆ ଅଛି। ଏକୁଟିଆ ସ୍ତ୍ରୀ ଲୋକ ହେବେ। ତୋତେ ଏଠି ପୋଛା ମାରିବାକୁ ପାଣି ଦରକାର ! ରୋଷେଇ ଘରେ ଥାଇ ବସୁନ୍ଧରା ଭାବୁଥାନ୍ତି ଏ ପାଣି ବେଶି ହେଲେ ବି ନାଟ, କମ ହେଲେ ବି ନାଟ !"


Rate this content
Log in

Similar oriya story from Drama