STORYMIRROR

Jharana Pradhan

Inspirational

4  

Jharana Pradhan

Inspirational

ଯୋଗୀ ର ପ୍ରତିପୋଷଣ

ଯୋଗୀ ର ପ୍ରତିପୋଷଣ

3 mins
381

ସେଦିନ ବିଶ୍ୱରଂଜନ ସାର ଚାକିରିର ୧୫ ବର୍ଷ ପୁରା କରିବାରୁ ସମସ୍ତେ ଶୁଭକାମନା ଜଣାଇବାକୁ ତାଙ୍କ କ୍ୟାବିନ ପାଖରେ ପହଂଚି ଗଲୁ। ସେତିକି ବେଳେ ମୁଁ ନୂଆ ଥାଏ। ମନରେ ପ୍ରଶ୍ନ ଆସିଲା ଯେ ଲୋକ ତ ପାଞ୍ଚ ବର୍ଷରେ ପାଞ୍ଚ ଥର କମ୍ପାନୀ ବଦଳେଇ ଦିଅନ୍ତି। ସାର କାହିଁକି ୧୫ ବର୍ଷ !!

ମନ କଥା ମନରେ ରଖେ ନାହିଁ ମୁଁ, ଶେଷରେ ପଚାରିଦେଲି, "ଆଜି କାଲି ଯୁଗରେ ବି ଆପଣ ଏତେ ବର୍ଷ କେମିତି ଗୋଟିଏ କମ୍ପାନୀ ରେ ରହିଛନ୍ତି ! ଆପଣଙ୍କୁ ତ କେତେ ଭଲ ଚାକିରୀ ମିଳିବ। ସେହି ଅନୁସାରେ ପୋଜିସନ, ଦରମା ବି ବେଶି ମିଳିବ।" ବିଶ୍ୱରଂଜନ ହସିକରି କହିଲେ, "ବହୁତ ଲୋକ ଭାବନ୍ତି ମୋତେ ଅନ୍ୟ ଚାକିରୀ ମିଳୁନି ବୋଧେ ତେଣୁ ଏଠି ପଡି ରହିଛି। କିମ୍ବା ଏଠି କାମ କମ ତେଣୁ। କାହା ଭାବନା କୁ ତ ବଦଳି ହେବନି। କିନ୍ତୁ ତା ପଛରେ ମୋର କିଛି କାରଣ ଓ କାହାଣୀ ରହିଛି।"

କଳିଲେ "ପ୍ରଥମ ୩ ବର୍ଷ ରେ ଅନ୍ୟ ବହୁ ଜାଗାରେ ଚାକିରୀ ସବୁ ପାଇଥିଲି। ବାପାଙ୍କୁ କହିଲି ଯେ କମ୍ପାନୀ ବଦଳେଇବି । ବାପା ପଚାରିଲେ କଣ ପାଇଁ ଅନ୍ୟ ଚାକିରୀ ଖୋଜୁଛୁ। କହିଲି ଏଠି ବହୁତ ହଇରାଣ। ବାପା ପଚାରିଲେ ତୁ କେବେଠୁ ହଇରାଣ କୁ ଡରୁଛି ! ପୁଣି କହିଲି ଯେ ଏଠି କମ ଦରମା ପରା। ପୁଣି ବାପା ପଚାରିଲେ ଯେ ତୁ କେବେଠୁ ପଇସା ପଛରେ ଗୋଡାଉଛି ! ଆଉ କାହିଁକି ଦୌଡୁଛୁ ! ତୋର ଜୀବନ ଆରାମରେ କଟିଲା ଭଳି ଦରମା। ଅଧିକା ରୋଜଗାର କଲେ ନିଜ ଖର୍ଚ୍ଚକୁ ସେତିକି ରଖି ଅଧିକା ଦାନ କରିବା କଥା। ବାପାଙ୍କ କଥା ମୁଁ ବୁଝି ପାରିଥିଲି ତେଣୁ ଆଉ ଅନ୍ୟ ଚାକିରୀ କଥା ନ ଭାବି ଏହିଠାରେ କିପରି ଭଲ କରିପାରିବି ଧ୍ୟାନ ଦେଲି।" ବୁଝିପାରିଲିନି ଯେ ବିଶ୍ୱରଂଜନ ସାର କଣ ବୁଝି ପାରିଲେ। "କଣ ବୁଝି ପାରିଲେ ସାର !" ପଚାରିଲି।

ସାର ଆରମ୍ଭ କଲେ....

"ମୁଁ ଯେତେବେଳେ ଛୋଟ ଥିଲି, ବାପାଙ୍କ ଅଫିସ କ୍ଷତି ରେ ଚାଲିଥାଏ। ବହୁତ ଲୋକ ସଂଗଠନ ରୁ ସ୍ବେଚ୍ଛାକୃତ ଅବସର ନେଇ ଗଲେ। ବାପା କିନ୍ତୁ ରହିଲେ। ୩ ମାସରେ ଥରେ ମାସକର ଦରମା ମିଳେ। ବାପା କହନ୍ତି "ଏଇଠି ମୋର ବୃତ୍ତିର ଅଭିବୃଦ୍ଧି ହେଲା। କେତେ କଣ ଶିଖିଲି। ଏବେ ସେ ସବୁ ଶିକ୍ଷା ଯାଇ ଆଉ କାହା କାମରେ ଲଗେଇବି କେମିତି। ଭଲ ସମୟରେ ଅଫିସ ମୋର, ଖରାପ ସମୟ ବୋଲି ମୁଁ କେମିତି ସଙ୍ଗଠନ କୁ ଛାଡ଼ି ଦେବି !" ବାପା କେବେ ଚାକିରୀ ଛାଡିଲେନି। କାମ ମାନେ କାମ। ପୁରା ନିଷ୍ଠା ର ସହ। ଲୋକଙ୍କୁ ସାହାଯ୍ୟ ବି କରନ୍ତି। ମାଆ ବେଳେବେଳେ କହେ ଯେ ଦରମା ନାଇ, ଅନ୍ୟ କୁ ଦେଲେ କେମିତି ଚଳିବା ! ବାପା କହିବେ ଜଣେ ବିଶ୍ୱାସ ରେ ମାଗିଛି। ଥାଇ କରି ବି ନ ଦେଲେ କଣ ଭଲ ହେବ, ତାଙ୍କର ବି ସଂସାର ଅଛି। ପାଠ ପଢି ପାରିଲେନି ବୋଲି ଛୋଟ ଚାକିରୀ କରୁଛନ୍ତି। ତାଙ୍କ ନିଷ୍ଠା ର ବି ସମ୍ମାନ କରିବା କଥା। ଆମର ତ ଆମେ ଚଳି ପାରୁଛେ ନା ! ଛୁଆ ପଢୁଛନ୍ତି, ଖାଇବାକୁ ହେଉଛି। ଖାଲି ମନୋରଞ୍ଜନ କାର୍ଯ୍ୟକ୍ରମରେ ବ୍ୟୟ ହେଇ ପାରୁନି। ଚଳିଯିବ। "

ପୁଣି ବିଶ୍ୱରଂଜନ ଶେଷରେ କହିଲେ, "ସେଇ କର୍ମ ଯୋଗୀ ବାପା ର ପୁଅ ମୁଁ। ବାପାଙ୍କର ଏବେ ଟଙ୍କାର ଅଭାବ ନାଇ। କିନ୍ତୁ ଚାକିରୀରୁ ବିରତି ପରେ ମଧ୍ୟ କଣ୍ଟ୍ରାକ୍ଟରେ ସେହି ଅଫିସରେ ଅଳ୍ପ ଦରମାରେ କାମ କରୁଛନ୍ତି। କଣ ନା ମୁଁ କର୍ମ ଯୋଗୀ। ଖାଲି ବସି ପାରିବିନି। ଯାହାକୁ ସାହାଯ୍ୟ ଦରକାର, ନିଜ ଆଡୁ ପଇସା ଯାଚି ଦେବେ। ତାଙ୍କ ପୁଅ କିପରି ନିଜ ଶିକ୍ଷା କୁ ଭୁଲିଯିବି ! ତାଙ୍କର ପ୍ରତିପୋଷଣ ମୁଁ। ମୋ ଜୀବନର ଉଦ୍ୟେଶ ଅନ୍ୟ ମାନଙ୍କ ଭଲ କାମ ପାଇଁ ବୋଲି ସ୍ଥିର କରି ସାରିଛି । ଯାହାର ସାହାଯ୍ୟ ଦରକାର କରିବି, ଯାହା ହକ ତାକୁ ମିଳୁନି ତା ପାଇଁ ଲଢ଼ିବି। ମୋ ହକ ନ ମିଳିଲେ ଲଢ଼ିବି ମାତ୍ର ମୋ କର୍ତ୍ତବ୍ୟ, ମୋ କର୍ମରେ ହେଳା କରିବିନି। ମୋ ବାପା କହିଥିଲେ ଥରେ...


କର୍ମ ଯୋଗ

ତୁମର କାମ ତୁମର ଦାୟିତ୍ୟ ,

ଏହାର ଫଳାଫଳ ନୁହେଁ |

ତୁମର କାର୍ଯ୍ୟର ଫଳ କେବେ ବି ଆଶା ନାହିଁ |

ତୁମେ ସବୁବେଳ ଉଦ୍ଦେଶ୍ୟ ହୁଅ

କାର୍ଯ୍ୟର ଫଳାଫଳ ତମର ଉଦ୍ୟେଶକୁ

ବଦଳାଇବା ଉଚିତ ନୁହେଁ |

ନିଜ ଭିତରେ ଲକ୍ଷ ସୁଦୃଢ କର, ତୁମର କାମ କର,

କୌଣସି ବାହ୍ୟ ଜିନିଷ ସହିତ ସଂଲଗ୍ନ ହୁଅନି |

ସଫଳତାରେ ସଜାଗ ରୁହନ୍ତୁ,

ଏବଂ ବିଫଳତାରେ ସ୍ଥିର ରୁହନ୍ତୁ

ତାହା ହେଉଛି ପ୍ରକୃତ ଯୋଗ |"


ବିଶ୍ୱ ସାର ଏହା କହି ପୁଣି ନିଜ କାମରେ ଲାଗି ପଡିଲେ। ସତରେ ସମାଜ ଖାଲି କର୍ମ ଯୋଗୀ ମାନଙ୍କୁ ଚିନ୍ହି ପାରିଲେ ହେଲା।


Rate this content
Log in

Similar oriya story from Inspirational