ଥାଞ୍ଜବୁର କଣ୍ଢେଇ
ଥାଞ୍ଜବୁର କଣ୍ଢେଇ
ସହକର୍ମୀଙ୍କ ବ୍ୟବହାରରେ ବ୍ୟସ୍ତ ହେଇ ବସୁନ୍ଧରା ବିରକ୍ତ ହେଇ ଭାବିଲା ଭେଙ୍କଟେଶ୍ୱରନ ସାରଙ୍କୁ ଯାଇ କମ୍ପ୍ଲେନ କରିବ। ସମସ୍ତେ ନିଜ କାମ ତା ଉପରେ ଲଦି ଦେଉଛନ୍ତି। ସାର ଫୋନରେ ବ୍ୟସ୍ତ ଥିବାରୁ ବସିବାକୁ ଠାରିଦେଲେ। ସାରଙ୍କ ଟେବୁଲରେ ଦୁଇଟି କାଠ କଣ୍ଢେଇ ଦେଖି ବସୁନ୍ଧରା ଆଗ୍ରହରେ ଛୁଇଁ ଦେଲା, କଣ୍ଢେଇ ଟି ହଲିବାରେ ଲାଗିଲା। ସାରଙ୍କୁ ପଚାରିଦେଲା ବସୁନ୍ଧରା, "ସାର, କଣ୍ଢେଇ ଦୁଇଟି କୋଉଠୁ ଆଣିଲେ, ଭାରି ସୁନ୍ଦର ହେଇଚି।"
ଭେଙ୍କଟେଶ୍ୱରନ ସାର କହିଲେ, "ମୋ ଗାଁ ପାଖରେ ମିଳେ। ବହୁତ ପ୍ରସିଦ୍ଧ। ତାକୁ ଥଂଜାଭୁର କଣ୍ଢେଇ (ବୋମେଇ) କୁହନ୍ତି । ଥାନଜାଭୁର କଣ୍ଢେଇ ତାମିଲନାଡୁର ଚେନ୍ନାଇର ଥାନଜାଭୁର ଅଞ୍ଚଳର ଏକ ପାରମ୍ପାରିକ ହସ୍ତତନ୍ତ | ଏହା ଏକ ପ୍ରକାର ହସ୍ତତନ୍ତ ପୋଷାକ ଯାହାକି ଅତି କମ୍ ଯାନ୍ତ୍ରିକ ଉପକରଣ ବ୍ୟବହାର କରି ପାରମ୍ପାରିକ ପଦ୍ଧତି ବ୍ୟବହାର କରି ତିଆରି ହୋଇଥାଏ | ବିଶେଷ ବଶିଷ୍ଟ ଯାହା ଏହି ଡଲ୍ କୁ ଅନ୍ୟମାନଙ୍କଠାରୁ ଭିନ୍ନ କରେ ଏହାର ବବଲ୍ ହେଡ୍ ଏବଂ ଡଲ୍ ର ମୁଣ୍ଡ ଶରୀରଠାରୁ ବଡ, ତେଣୁ ଏହା ଏକ ପେଣ୍ଡୁଲମ୍ ଭଳି କାର୍ଯ୍ୟ କରେ ଏବଂ ପାର୍ଶ୍ୱରେ ପଡ଼େ ନାହିଁ | କୁଶଳୀ କଳାକାରମାନଙ୍କ ଦ୍ୱାରା ନିର୍ମିତ ଏବଂ ହାତରେ ଚିତ୍ରିତ | ଡଲ୍ ର ୪ଟି ଭିନ୍ନ ଅଂଶ ଅଛି ଯାହା ସେମାନଙ୍କୁ ସେମାନଙ୍କର ଅନନ୍ୟ ଗତି ଦେଇଥାଏ: ଗୋଡ, ମୁଣ୍ଡ, ଉପର ଶରୀର ଏବଂ ତଳ ଶରୀର |
ସାର ପଚାରିଲେ "କଣ କାମରେ ଆସିଥିଲ କୁହ।" ଯାହା କହିବାକୁ ଆସିଥିଲା ନ କହି କହିଲା। ସାର ଆପଣ କହିଥିବା ପ୍ରୋଜେକ୍ଟ ରିପୋର୍ଟଟି ଆଜି ସାରିଦେବି। ଆପଣ ଟିକେ ଦେଖିଦେବେ ଠିକ ଅଛି ନା ନାଇ।" ସାର କହିଲେ, "ନିଶ୍ଚିତ, ଏଥିରେ କହିବାର କଣ ଅଛି।" ବସୁନ୍ଧରା ଫେରି ଆସିଲା ସିଟକୁ। ଭାବିଲା କଣ୍ଢେଇ ଦୁଇଟି ବି କେତେ କଥା ଶିଖେଇ ଦେଉଛନ୍ତି। କଣ୍ଢେଇ ଟିକୁ ଛୁଇଁ ଦେଲେ ହଲୁଛନ୍ତି ମାତ୍ର ଶେଷରେ ନିଜ ପୂର୍ଵ ସ୍ଥିତି କୁ ଆସି ଯାଉଛନ୍ତି। ଜୀବନ ବି ସେହି ପରି। କେତେ ଲୋକ ଆସି ହଇରାଣ କରିବେ। ମାତ୍ର ସେଥି ପାଇଁ ଆମେ ନିଜ ପ୍ରକୃତ ଲକ୍ଷ୍ୟରୁ ହଟିଯିବା କଥା ନୁହେଁ।
