STORYMIRROR

Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର

5 mins
5

ତୁଣ୍ଡ ବାଇଦ ସହସ୍ର କୋଶ. କଥାଟା ଯାଇ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ପାଖରେ ପହଁଚିଲା. ପୃଥିବୀ ପୃଷ୍ଠରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ରୂପେ ଲୋକେ ମାନୁଥିବା ବେଳେ ଗୋଟେ ଗ୍ରାମରେ ଶ୍ରୀଚରଣ ନାମକ ଗୁରୁଙ୍କୁ ଏବେ ସମସ୍ତେ ପୂଜା କରିବା ସହ ତାଙ୍କର ସୁକ୍ଷାତି ଗାଁରୁ ସହର, ବଜାର, ଜିଲ୍ଲା, ରାଜ୍ୟ ବ୍ୟାପୀ ଦେଶରେ ପ୍ରଚାର ପ୍ରସାର ଲାଭ କରି ସ୍ୱର୍ଗରେ ପହଁଞ୍ଚିବା ପରେ ତ୍ରିନାଥ ଗୋସେଇଁ ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର ସେହି ଗୁରୁଙ୍କୁ ଭେଟିବା ଅପେକ୍ଷାରେ ରହିଥାଆନ୍ତି. ଗୁରୁ ଜଣଙ୍କ ପ୍ରଥମେ ଶିଷ୍ୟକୁ ପରୀକ୍ଷା କରିବା ପାଇଁ କିଛି ପ୍ରଶ୍ନ ପଚାରିଥାଆନ୍ତି ଯଥା ତୋର ଲକ୍ଷ କଣ ଵା ବଡ଼ ହେଲେ ତୁ କଣ ହେବାକୁ ଚାହୁଁଛୁ? ଯିଏ କହେ ଡାକ୍ତର କି ଇଞ୍ଜିନିଅର କି ଅଫିସର ତାକୁ ଗୁରୁ ଶିଶ୍ୟ ରୂପେ ଗ୍ରହଣ କରନ୍ତି ନାହିଁ. ଯିଏ କୌଣସି ସୃଷ୍ଟିରେ ଥିବା ସଜୀଵ ଵା ନିର୍ଜୀଵ ବସ୍ତୁ କି ପଦାର୍ଥ ପରି ହେବାକୁ କହେ ଗୁରୁ ପଚାରନ୍ତି କାହିଁକି ତୁ ତା ପରି ହେବାକୁ ଚାହୁଁ? ସେ ଯେବେ ଗୁରୁଙ୍କ ପ୍ରଶ୍ନର ଉତ୍ତର ଠିକ ରଖେ ତେବେ ଶିଷ୍ୟ ଵନିଯାଏ ନଚେତ ଫେରେ. ଗୁରୁ କେବଳ ପାଠ ନୁଁହଁ ବରଂ ଶାଠ ଅର୍ଥାତ ମଣିଷପଣିଆ ଗୁଣ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି.
   ଗୋଟେ ପିଲା ଦିନେ ଡରି ଡରି କହିଥିଲା ମୁଁ ପନିକି ପରି ହେବି. କାହିଁକି ଉତ୍ତରରେ କହିଥିଲା ପନିକି ଯେମିତି ସବୁ ପରିବା ଉପର ଚୋପା ରୂପୀ ଅଳିଆ କାଢି କେବଳ ସାର ଅଂଶ ରଖେ ମୁଁ ସେହିଭଳି ସବୁ ନକାରାତ୍ମକ ଚିନ୍ତାଧାରା ଫୋପାଡି ସକାରାତ୍ମକ ଚିନ୍ତାଧାରା ରଖିବି. ସେହି ବାଳକ ଶିଷ୍ୟ ବନିଗଲା ପରେ କିଏ କହେ ମୁଁ ଛୁରୀ ହେବି ତ କାହିଁକି ପ୍ରଶ୍ନରେ ମତେ ନେଇ ବାହାରକୁ ଯାଇ ହେବ. ବିଦେଶରେ ଥିବା ଆତ୍ମଘାତି କାର୍ଯ୍ୟକଳାପକୁ କାଟି ବିଦେଶ ମାଟିରୁ କିଛି ଶିକ୍ଷା ଗ୍ରହଣ କରି ଦେଶକୁ ଫେରିବି. ସେମିତି କିଏ କହେ ଗୋଲାପ ହୋଇ କ୍ଷଣସ୍ଥାୟୀ ଜୀଵନରେ ବାସ ଚହଟେଇ ଅଳ୍ପ ସମୟର ଜୀବନକୁ ଅନ୍ୟର ଖୁସି ପାଇଁ ବିନିଯୋଗ କରିବି ତ କିଏ କହେ ବରଗଛ ପରି ହୋଇ ପକ୍ଷୀ କୂଳଙ୍କୁ ଆଶ୍ରୟ ଓ ବରଫଳ ଖାଦ୍ୟ ଯୋଗେଇଦେବି. କିଏ କହେ ତାଳ ଗଛ ହୋଇ ଘଡଘଡି ଚଡଚଡି ରୁ ମଣିଷ ପଶୁ ପକ୍ଷୀଙ୍କୁ ରକ୍ଷା କରିପାରିବି. ଏମିତି ମନକୁ ପାଇଲା ଭଳି କେତେ କିଏ ଛାତ୍ର ଛାତ୍ରୀ ହୋଇଯାଉଥିବା ବେଳେ କେତେ ଛାତ୍ର ଛାତ୍ରୀ ଫେରିଯିବା କଥାବି ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କୁ ଅଛପା କି ଅଜଣା ନଥିଲା.
       ଅପେକ୍ଷାର ଅନ୍ତ ଘଟେଇ ଗୁରୁଦିବସ ଦିନ ତିନିଜଣ ଠାକୁର ବେଶ ବଦଳେଇ ଉପସ୍ଥିତ ହେଲେ ଗୁରୁଙ୍କ ପାଖରେ ତ ପ୍ରଥମେ ଗୁରୁ ବ୍ରହ୍ମାଙ୍କୁ ଡାକି ପଚାରିଲେ ତୁମେ ଭବିଷ୍ୟରେ କଣ ହେବାକୁ ଚାହଁ ତ ମୁଁ ବ୍ରହ୍ମାଙ୍କ ପରି ହେବି କହିବାରେ ଗୁରୁ କହିଲେ କଣ ଖାଲି ସୃଷ୍ଟି କରିଦେଇ ବସିଗଲେ ଚଳିଯିବ!ଯୁଦ୍ଧ, ସନ୍ତ୍ରାସ, ଆତଙ୍କ ବଢୁଥିବ ତୁମେ ମଜ୍ଜା ଦେଖୁଥିବ ପାଳନ କର୍ତ୍ତା ହୋଇ. ଯାଅ ଯାଅ କହିବାରୁ ତାଙ୍କ ପରେ ଶିବ ଆସି କହିଲେ ଆଜ୍ଞା ମୁଁ ମୁଁ ଶିବଙ୍କ ପରି ଆଶୁତୋଷ ରୂପରେ ସମସ୍ତଙ୍କୁ ବର ପ୍ରଦାନ କରିବି. ଗୁରୁ ଚିହିଁକି ଉଠି କହିଲେ କୋପେ ବର ନହେଲେ ତପେ ବର ଦେଇ ଶିବଙ୍କୁ ଯେମିତି ଭସ୍ମାସୁର ଗୋଡ଼େଇଥିଲା ତୋ ଅବସ୍ଥା ସେମିତି ହେବରେ ପୁଅ, ଫେରିଯା. ଏଥର ବିଷ୍ଣୁ କହିଲେ ତୁମ ଦୁହିଁଙ୍କ କଥା ଶୁଣି ମତେ ଲାଗୁଛି ବିଷ୍ଣୁଙ୍କ ପରି ସୃଷ୍ଟି କର୍ତ୍ତା ହେବି କହିଲେ ଗୁରୁ ଗାଳି ଦେଇ କହିବେ ଦଶ ଅବତାର ପାଇ ନିଜକୁ ଶ୍ରେଷ୍ଠ ପ୍ରତିପାଦିତ କରି ନିଜ ସୃଷ୍ଟିକୁ ନିଜେ ସଂହାର କରିବୁ ନାଇଁ!ଏମିତି ଭାବି କହିଲେ ମୁଁ ପଞ୍ଚୁ ପାଣ୍ଡମାନଙ୍କ ଜ୍ୟେଷ୍ଠ ଭ୍ରାତା ଯୁଧିଷ୍ଠିଙ୍କ ପରି ହେବି. ତ ଗୁରୁ କହିଲେ ଆରେ ସେ ନ୍ୟାୟବନ୍ତ, କର୍ତ୍ତବ୍ୟପରାଣ ଓ ଦାନୀ ହୋଇ ମଧ୍ୟ ଆଜି କାମ ଆଜି କରିନପାରି ଜଣେ ଗରୀବ ବ୍ରାହ୍ମଣଙ୍କୁ ଫେରେଇ ଦେଇଥିଲେ କାଲି ଆସ କହି. ସାନ ଭାଇ ଭୀମ ସେକଥା ମନେପକାଇବାରୁ ଯାଇଁ ବୁଝିଥିଲେ. ଯାଅ ଯାଅ କହି ବିଷ୍ଣୁଙ୍କୁ ଫେରେଇଦେବା ପରେ ଗୁରୁ ମାଟମାଆଙ୍କୁ ପୂଜା କରିବାକୁ ବାହାରି ପଡିଲେ ଗୁରୁଦିବସରେ.
        ଅଦିନ ବର୍ଷା ହୋଇ ଚାରିଆଡେ ପାଣି ପଚ ପଚ ସାଙ୍ଗକୁ ଖସଡ଼ାରେ ଗୋଡ଼ ଖସିଗଲା ଗୁରୁ ଶ୍ରୀଚରଣଙ୍କର ତ ପଙ୍କରୁ ଉଠି ପାରୁନଥିବା ବେଳେ କେହି ଦଉଡି ଆସି ତାଙ୍କୁ ଗଛ ପରି ଠିଆ କରେଇଲା ତ କିଏ ମାଆ ପରି କାଦୁଅ ପୋଛି ପାଛି ଶୁଖିଲା ପିନ୍ଧେଇଲା. କିଏ କଳସୀ ପରି ତାଙ୍କ ପାଦ ଧୋଇଦେଉଥିଲା ତ କିଏ ବାପଙ୍କ ପରି ମୁଣ୍ଡ ପୋଛି ଆକଟ କରୁଥିଲା କିଏ ପୁଣି ଡାକ୍ତର ସାଜି ଖଣ୍ଡିଆରେ ଔଷଧ ଲଗେଇ ଦେଉଥିଲା ତ କିଏ ସବୁ ମିଶି ମଧୁବାବୁଙ୍କ ଭଳି ରାସ୍ତାରେ ଗୋଡମାଟି ପକେଇ ସଜାଡ଼ିବାକୁ ବସିଥିଲେ କିନ୍ତୁ ସେମାନଙ୍କ ଭିତରେ କେହି ଜଣେ ତାଙ୍କ ଛାତ୍ର ନଥିଲେ. ସେ ଏଥର ନିଜ ଭୁଲ ବୁଝିଗଲେ ଯେ ମଣିଷପଣିଆର ଅର୍ଥ ବହରେ ବାକ୍ୟରେ ଥିଲେ ମଧ୍ୟ କାମରେ ଦେଖାଇବା ଲୋକ ହିଁ ପ୍ରକୃତ ଶିଷ୍ୟ. ଠିକ ଆରୁଣୀ ଓ ଉପମନ୍ୟଙ୍କ ପରି. ଏବେ ଦିବ୍ୟ ଦୃଷ୍ଟିରେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ତାଙ୍କ ଛାତ୍ର ହେବାକୁ ଆସିଥିବା ଜାଣି କ୍ଷମା ପ୍ରାର୍ଥନା ମାଗୁଥିଲେ ଯେ ପ୍ରଭୁ ମତେ ସଦବୁଦ୍ଧି ଦିଅ. ସେପଟେ ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର ସମୟକୁ ଅପେକ୍ଷା କରି ଭାବୁଥିଲେ ସୃଷ୍ଟି ଗଢିବା, ପାଳିବା ଓ ସଂହାର କରିବାରେ କିଛି ପରିବର୍ତ୍ତନ ଲୋଡ଼ା.
     ଏଣିକି ଛାତ୍ରମାନେ ଵା ଛାତ୍ରୀମାନେ କେହି ଗୁରୁ ଶ୍ରୀଚରଣଙ୍କ ଦ୍ୱାରରୁ ଫେରିଯାଉନଥିଲେ କାରଣ ଅନେକ ଅନୁଭୂତିରୁ ଗୁରୁ ବୁଝିଯାଇଥିଲେ ଯେ କହିବା କଥା ଵା ରଖିଥିବା ପ୍ରତିଶ୍ରୁତି ସ୍ଥାନ କାଳ ପାତ୍ର ଦେଖି ବଦଳି ଯାଏ. ସେଦିନ ଗୁରୁଙ୍କୁ ଦେଖା କରିବାକୁ ବହୁତ ଦୂର ବାଟରୁ ଜୈନିକ ଅଭିଭାବକ ଅବା କେହି ଭଦ୍ରବ୍ୟକ୍ତି ଆସି ଗୁରୁ ଶ୍ରୀଚରଣ ଙ୍କୁ ସାକ୍ଷାତ କରିବାକୁ ଚାହିଁବାରୁ ନିଜେ କବାଟ ଖୋଲିଥିବା ଗୁରୁ ଶ୍ରୀଚରଣ କହିଲେ ମୁଁ ସେହି ଗୁରୁ. ଲୋକଟି ଶ୍ରୀଚରଣଙ୍କୁ ଆପାଦ ମସ୍ତକ ଚାହିଁ ଦେଖିଲା ଯେ ଦେହରୁ ମାଟି ପାଣି କାଦୁଅ ଛାଡ଼ି ନଥିବା, ମୁଣ୍ଡରେ ଠେକାଟିଏ ଭିଡ଼ିଥିବା, ପାଦରେ ହଳେ ଘୋଷରା ଚପଲ ଦେଖି ଲୋକଟି କହିଲା ଦୟା କରି ମତେ ଟିକେ ଗୁରୁ ଶ୍ରୀଚରଣ ଙ୍କୁ ଦେଖା କରେଇ ଦିଅନ୍ତୁ. ଏଥର ବାଧ୍ୟ ହୋଇ ଗୁରୁ ନିଜେ ଶ୍ରୀଚରଣ କହିଲେ ତେବେ ଆପଣ ଅପେକ୍ଷା କରନ୍ତୁ ମୁଁ ଡାକିଦେଉଛି. ଏଥର ଶ୍ରୀଚରଣ ସେଠାରୁ ପ୍ରତ୍ୟାବର୍ତ୍ତନ କଲେ ଓ କିଛି ସମୟ ପରେ ଜଣେ ସୁଶୀଳା ସ୍ତ୍ରୀ ଲୋକ ସର୍ବତ ହାତରେ ଧରି ପ୍ରବେଶ କଲେ. ଅତିଥି ଜଣଙ୍କ ବହୁବାଟ ପଥଶ୍ରାନ୍ତ କରି ଆସି ପୁଣି ଅପେକ୍ଷା ଜନିତ କ୍ଲାନ୍ତିରେ ହାଲିଆ ହୋଇଥିଲା ବେଳେ ମା ପରି ପ୍ରତ୍ୟେୟମାନ ହେଉଥିବା ମହିଳା ସର୍ବତ ଆଣି ଆସିଥିବାରୁ ସେ ଉଠିବସି ହାତ ବଢ଼େଇ ଦେଖନ୍ତି ତ ଦୁଇଟି ଗ୍ଲାସ. କାଚ ପରି ସ୍ବଛ ଗ୍ଲାସ ଭିତରେ ଜୁସ ଓ ଅନ୍ୟ ଏକ ଷ୍ଟିଲ ଗ୍ଲାସରେ ଲେମ୍ଭୁ ସର୍ବତ. ଅତିଥି ଜଣଙ୍କ ଲେମ୍ଭୁ ସର୍ବତ ଗ୍ଲାସଟିକୁ ଉଠେଇ ନେଇ କହିଲେ ଓଃ କି ଶାନ୍ତି. ହଁ ଆମ ବାଡ଼ିରେ ଫଳିଥିବା ଲେମ୍ବୁ ଗଛର ଲେମ୍ବୁ ଏଇଟା. ହଁ ମା ସେଥିପାଇଁ ଖୁବ ବାସ୍ନା ଓ ସୁସ୍ୱାଦୁ. ଏହା ଭଳି ଜୁସରେ ସ୍ୱାଦ ନଥାଏ. ଉପର ଚକ ଚକ ଭିତର ଫମ୍ପା ପରି ଜୁସ ଥିଲା ବେଳେ ଲେମ୍ବୁ ସର୍ବତ ଦେହ ମନକୁ ସୁସ୍ଥ ରଖିଥାଏ. ହଉ ମାଆ ଟିକେ ଗୁରୁ ଶ୍ରୀଚରଣଙ୍କୁ ଡାକିଦେବେ. କୋଉ ଗୁରୁ ଶ୍ରୀଚରଣ ଙ୍କୁ ଦେଖା କରିବାକୁ ଚାଁହାଁନ୍ତି ଆପଣ!ସୁଟ ବୁଟ ଟାଇ ପିନ୍ଧା ଉପରକୁ ସ୍ବଛ ଦେଖାଯାଉଥିବା ଜୁସ ଭଳି ନା ଯିଏ ମାଟି ମାଆ କୋଳରେ ସକାଳୁ ଓ ସନ୍ଧ୍ୟାରେ ଦୁଇ ଘଣ୍ଟା ପରିଶ୍ରମ କରି, ମୁଣ୍ଡରେ ଠେକା ଭିଡି ଛାତ୍ର ଛାତ୍ରୀଙ୍କୁ କେବଳ ଗ୍ରନ୍ଥ କୀଟ ନୁଁହଁ ବରଂ ମାଟିର ମୂଲ୍ୟ ଶିକ୍ଷା ଦେଇ ମାଟି ମାଆ ବକ୍ଷରୁ ଫଳାଇ ପାରନ୍ତି ମଣିଷ ଜୀବନର ସମସ୍ତ ଆବଶ୍ୟକତା!ଲେମ୍ବୁ ଏକ ସାମାନ୍ୟ ଉଦାହରଣ ମାତ୍ର. ଏଥର ଆଗନ୍ତୁକ ଇତସ୍ତତ ହେଉଥିଲା ବେଳେ ପ୍ରବେଶ କଲେ ପୂର୍ବର ସେହି ଆଣ୍ଠୁ ଲୁଚୁନଥିବା ପୋଷାକ, ମୁଣ୍ଡରେ ଠେକା, ଦେହସାରା ଠାକୁ ଠା ମାଟି ଲାଗିଥିବା ଵ୍ୟକ୍ତି. ଏଥର ଗୋଡ଼ତଳେ ଲମ୍ବ ହୋଇ ପଡ଼ିଥିଲେ ଅଭିଭାବକ ଓ ଖୁବ ଶୀଘ୍ର ତାଙ୍କ ପୁଅକୁ ଛାତ୍ର ରୂପେ ଗ୍ରହଣ କରିବାକୁ ପ୍ରତିଶ୍ରୁତି ପାଇ ଫେରିଯିବାପୂର୍ବରୁ ଗୁରପତ୍ନୀଙ୍କୁ ମୁଣ୍ଡିଆ ମାରିବାକୁ ଭୁଲି ନଥିଲେ.

     ସେପଟେ ସ୍ୱର୍ଗର ଦେବତାମାନେ ଏକତ୍ରିତ ହୋଇ ମାଟିମାଆ ପାଖରେ ଅଭିଯୋଗ କରୁଥିଲେ କି ମାଆ ତୁମେ ପ୍ରଥମ ଗୁରୁ ହୋଇ ମଣିଷର ସମସ୍ତ ଆବଶ୍ୟକତା ପୁରଣ କରିଦେଉଥିବା ଯୋଗୁଁ ମଣିଷମାନେ ଆଉ ଆମକୁ ମାନୁ ନାଁହାଁନ୍ତି. ମାଟି ମାଆ ହସିଲେ ଓ କହିଲେ ସୃଷ୍ଟିକୁ ବଞ୍ଚାଇ ରଖିବାକୁ ମଣିଷର ବିଦ୍ୟା ଓ ବୁଦ୍ଧି ସାଙ୍ଗକୁ ପରିଶ୍ରମ ଦରକାର. ପରିଶ୍ରମ କରି ଧାନ ଆଦି ଶଶ୍ୟ ଉତ୍ପାଦନ କରିବାକୁ ମୁଁ ଧରଣୀ ମାଆ ଆପଣମାନଙ୍କୁ ହିଁ ପରୋକ୍ଷରେ ସାହାଯ୍ୟ କରି ଆପଣଙ୍କ ନିର୍ଦ୍ଦେଶରେ ମୋରି ବକ୍ଷରେ ମଣିଷର ଜୁଇ ଜଳାଇଥାଏ. ସୃଷ୍ଟିର ନିୟମ ମାନିବାକୁ କଥା ଦେଇଥିଲି ବୋଲି କଥା ରଖିbସୃଷ୍ଟିକୁ ପାଳନ କରି ପୁଣି ସଂହାର ବେଳେ ମୋରି ବକ୍ଷ ଭିଜେଇ କେବେ ବନ୍ୟା, ବିତ୍ପାତ, ସୁନାମୀ ଆସିଛି ତ କେବେ ମୋ ବକ୍ଷ ଜଳାଇ ମରୁଡି ବାତ୍ୟା ଭଳି ପ୍ରଳୟ ସୃଷ୍ଟି କରିବାକୁ ମାଆ ହୋଇ ମଧ୍ୟ ଆପଣଙ୍କ ଉଦେଶ୍ୟ ପୁରଣ କରୁଛି. ଏହା କହି ମାଟି ମାଆ ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱରଙ୍କୁ ଅନୁନୟ ବିନୟ କରି ନେଇ ଦେଖାଇଦେଇଥିଲେ ଗୁରୁ ଶ୍ରୀଚରଣଙ୍କୁ. ଯିଏ ଛାତ୍ର ଛାତ୍ରୀମାନଙ୍କୁ ପଢେଇବାକୁ ହେଉ ଵା ମାଟି ବକ୍ଷରେ ମଞ୍ଜିରୁ ଗଛ କରିବାକୁ ହେଉ ଵା ନିଜର ଦୈନିକ କାର୍ଯ୍ୟ କଳାପ ପୂର୍ବରୁ ପ୍ରଥମେ ଇଶ୍ୱରଙ୍କୁ ପ୍ରଥମେ ନିଜକୁ ଓ ନିଜ କର୍ମକୁ ତଥା ଖାଦ୍ୟକୁ ଅର୍ପଣ କରି ପରେ ଖାଉଥିଲେ. ସେଦିନ ଗୁରୁଦିବସରେ ମଧ୍ୟ ଅପେକ୍ଷା କରିଥିଲେ ଗୁରୁ ଯଜ୍ଞ ସମାପନ କରି ଆବାହନ କରିଥିବା ସମସ୍ତ ଇଶ୍ୱର ଓ ଇଶ୍ୱରୀମାନଙ୍କୁ ଭୋଗ ଲଗାଇବା ପରେ ପ୍ରସାଦ ସେବନ କରିବାକୁ. ବୁଝିଯାଇଥିଲେ ତିନିଠାକୁର.

   



Rate this content
Log in

Similar oriya story from Classics