STORYMIRROR

Himalini Hota

Comedy Fantasy

4  

Himalini Hota

Comedy Fantasy

ଗୁପତ ପ୍ରେମ

ଗୁପତ ପ୍ରେମ

5 mins
362

ଶ୍ରୀମତୀ ମୋର ଘରେ ନ ଥାନ୍ତି। ଗୋଟେ ତୋଫାନିଆ ଗ୍ରସ୍ତ ରେ ମାତୃ ଆଳୟ ଗମନ କରିଥାନ୍ତି।ଏତେ ଦିନରେ ଶ୍ରୀମତୀ ଙ୍କର ଘର ପିଞ୍ଜରା ର ଘାଇଲା ବାଘ ଟା (ମୁଁ) ଫିଟି ପଡିଥାଏ।ମୋ ମଲା ମନଟା ଏତେ ଦିନକେ ଟିକେ ଚାଙ୍ଗା ହୋଇ ଉଠିଥାଏ।ବାରମ୍ବାର ଠାକୁର ଙ୍କୁ ଡାକୁଥାଏ, ଆମର ତାଙ୍କେ କେମିତି ଆଉ ଦଶ, ବାର ଦିନରେ ଘର ମୁହାଁ ନ ହୁଅନ୍ତେ।ଶ୍ରୀମତୀ ନଥାନ୍ତି ଯେହେତୁ ମୋ ବେକର ପଘା ବି ନଥାଏ।ଓଲେଇ ଗାଈ ପରି ଆଜି ମାଛ ତ କାଲି ମାଉଁସ, ସିନେମା ଦେଖା, ବନ୍ଧୁ ଚର୍ଚ୍ଚା, ନଈକୂଳ ଇତ୍ୟାଦି ସବୁ ଚାଲିଥାଏ ବିନା ପ୍ରତିବନ୍ଧକ ରେ।ସେ ଥିଲେ ତ ସବୁ ବନ୍ଦ।ସିନେମା ଗଲେ କୁଆଡେ ବଜାରି ଛତରା ହୋଇଯିବି।ନଦୀ ପାଖା ପାଖି ଯେହେତୁ ଘର, ନଈକୂଳ ରେ ଘଡ଼ିଏ ଯଦି ବସିଯିବି ଶ୍ରୀମତୀ ଙ୍କର କଡା ନିର୍ଦ୍ଦେଶ ବଜାର ସଉଦା କରିବ କିଏ ? ପରିବା ଆଣିବ କିଏ?ଯେମିତି କି ଗୋଟେ ଦିନ ନଈ କୂଳରେ ବସି ପଡିଲେ ଯୁଗ ଟା ଉଭାନ ହୋଇ ଯାଉଛି।ସବୁବେଳେ ଏ ଅଧମ ପ୍ରତି କଟକଣା।କେବଳ ଅଫିସ ଯାଓ, ଫେର, ବଜାର କର। ଆଉ ଘରେ ବସ। କୁଆଡେ ଯିବା ଦରକାର ନାହିଁ।ଯଦି କୁଆଡେ ଯିବ ତେବେ ପନ୍ଦର କି କୋଡିଏ ମିନଟ।ଯଦି ସୁବିଧା ଅସୁବିଧା ରେ ଶ୍ରୀମତୀ ଦେଇଥିବା ସମୟ ରୁ ଟିକେ ବି ଏପଟ କି ସେପଟ ହୋଇଯାଇଛି ତେବେ ଘରର ସଦର ଦରଜା ସବୁ ବନ୍ଦ । ବାଡଉଉଥା ରାସ୍ତା ଟା ରେ ଠିଆ ହୋଇ କବାଟ ...ଘଣ୍ଟେ, ଦୁଇ ଘଣ୍ଟେ ମନ ନ ମାନିଲା ଯାଏଁ.....। ହାଏ ହାଏ ସେ କି କଷ୍ଟ ....କି ଲଜ୍ଜ୍ୟା।ସାହି ଲୋକ ପଚାରୁଥିବେ "କଣ ଆଜି ଘର ମଣି ରାଗିଛନ୍ତି କି?"

"ହୋ..ମୁଁ ନ ହେଲେ ତାଙ୍କର ସର୍କସ ର ବାଘ।

ଆଖି ଦେଖେଇଦେଲେ ବସ ..ଉଠ..ଯାଅ।" ସେ ହିସାବରେ ଦେଖିବାକୁ ଗଲେ ଶ୍ରୀମତୀ ନ ଥାନ୍ତି ବୋଲି ମତେ ସ୍ୱର୍ଗ ଜମା ଆଉ ଚାଖଣ୍ଡେ ମନେ ହେଉଥାଏ।ଘରେ ଶଳା ସାଆନ୍ତେ ମୋର ସବୁ କାମ ତୁଲାଉଥାନ୍ତି।ବାସନ ଧୁଆ, ରୋଷେଇ ବାସ ଇତ୍ୟାଦି ଇତ୍ୟାଦି ଯେତେ ଶ୍ରୀମତୀ ଙ୍କ କାମ ସବୁ ସେ ଚଳେଇ ଦେଉଥାନ୍ତି।ମୋର କିଛି ବି ଅସୁବିଧା ହେଉ ନଥାଏ।ଅଫିସ ରୁ ଘରକୁ ଆସିଲା ପରେ ଖଟ ଉପରେ ବସି ଗୋଡ଼ ଉପରେ ଗୋଡ଼ ଥୋଇ ଅର୍ଡର ଝlଡ଼ିବା ଥିଲା କେବଳ ମୋର କାମ।ସତ କହିବାକୁ ଗଲେ ମୋ ଶଳା ସାଆନ୍ତେ ଟିକେ ଭିନ୍ନ ଧରଣର ଲୋକ।ଟିକେ ଲାଜ କୁଳା। ଯାହାକୁ ଆମ ର ଏ ଛତରା, ବଜାରି ଲୋକେ କହିବେ ମାୟା।

ଦିନକର କଥା ..

ସେ ଦିନ ଥାଏ ଶୁକ୍ରବାର।ଭଲ ଭାବରେ ମାଉଁସ ତୁଣ ଟିକିଏ ଖାଇ ହେକୁଟି ମାରି ଅଫିସ ଯିବାକୁ ବାହାରିଛି ଦେଖିଲି ଶଳା ସାଆନ୍ତେ କଣ କହିବେ କହିବେ ବୋଲି ଖାଲି ନୁଁଗୁରୁ ପୁଙ୍ଗୁରୁ ହେଉଛନ୍ତି ।ଜୋର କରି ପଚାରିଦେଲି କଥା କଣ?ସାଆନ୍ତେ କହିଲେ ଭାଇନl ..କଥା କଣ କି ? କଲେଜ ରେ କଣ ଗୋଟିଏ ଫେନ୍ସି ଡ୍ରେସ ପ୍ରତିଯୋଗିତା ହବାର ଅଛି। ତେଣୁ ସାଆନ୍ତେ ଙ୍କ ମନ ସକ ସକ ସେ ଟିକେ ବାହାରନ୍ତେ ଯଦି ଶ୍ରୀମତୀ ଙ୍କ.... ଦେଖିଲି ପିଲା ଟା ମତେ କେବେ କିଛି କହେ ନାହିଁ କି ମାଗେ ନାହିଁ ।ଏତେ ଦିନରେ ଶ୍ରୀମତୀ ଙ୍କ ର ଶାଢ଼ୀ, ସାୟା, ବ୍ଲାଉଜ ଟିକେ ମାଗୁଛି । ଦେବି କି ନ ଦେବି ଟିକେ ଦ୍ଵିଧା ରେ ପଡିଲି।ଯଦି ମନ ନ ଧରିବି ସାଆନ୍ତେ ଙ୍କର ରୋଷେଇ ବାସ ... ପୁଣି....ମୋର ବସି ଖିଆ ଟା ବନ୍ଦ ହେଇଯିବ।ଏପଟେ ଯଦି ଦେବାକୁ ରାଜି ହୋଇଯାଏ ଶ୍ରୀମତୀ ଙ୍କର କଟାକ୍ଷ ର ସାମ୍ନା କରିବାକୁ ପଡିବ। ସେ ପୁଣି ସାଧାରଣ କଟାକ୍ଷର ସାମ୍ନା ନୁହେଁ, ଠିଆରେ ତଣ୍ଟି କଣା କରି ରକ୍ତ ପିଇଲା ପରି ହେବେ ସେ ।କାରଣ ଶ୍ରୀମତୀ ମତେ ବାରମ୍ବାର ତାଗିଦ କରିଥାନ୍ତି ତାଙ୍କ ଅନୁପସ୍ଥିତ ରେ ଆଲମାରୀ ନ ଖୋଲିବାକୁ।କାଳେ ତାଙ୍କେ ଲୁଚେଇ ଚୋରେଇ ରଖିଥିବା ଟଙ୍କା ପଇସା ଧରା ପଡିଯିବା ଭୟରେ ବୋଧେ ।ଡରି ଡରି,ଥରି ଥରି ଶ୍ରୀମତୀ ଙ୍କ ଶାଢ଼ୀ, ବ୍ଲାଉଜ, ସାୟା ଇତ୍ୟାଦି ଇତ୍ୟାଦି ବାହାର କରିଦେଲି। ହଠାତ ନଜର ରେ ପଡିଲା ଖଣ୍ଡେ ଚିଠି।କୌତୁହଳ ବଶତଃ ବାହାର କରିଆଣିଲି ଦେଖିଲି , ଚିଠି ତ ନୁହେଁ ଖାଣ୍ଟି ପ୍ରେମ ପତ୍ର ଟିଏ ।ସେ ପୁଣି ମୋ ଶ୍ରୀମତୀ ଙ୍କ ନା ରୋଗର ରେ କଲିଜା ମୋର ଥରିବାକୁ ଲାଗିଲା। ଚିଠି ଟିକୁ ଖୋଲି ପକେଇ ଦେଖିଲି ଲେଖା ଅଛି -ମୋ ପ୍ରିୟ ଚମ୍ପି.....(ଏ ଅଧମର ଧର୍ମ ପତ୍ନୀ ଙ୍କ ନାମ ଚମ୍ପlବତୀ)

ତଳକୁ ତଳକୁ ଆଖି ପହଁରେଇ ଆଣିଲି ଗୋଟିଏ ଜାଗାରେ ଲେଖା ଅଛି "ଚମ୍ପି ମୋ ହୃଦୟ ର ରାଣୀ ଏଇ ମଙ୍ଗଳବାର ମୁଁ ତୁମ ଗାଁ କୁ ଯାଉଛି, ତୁ ନିଶ୍ଚେ ଆସିବୁ ..ନ ଆସିଲେ ଜାଣିବି ତୁ ମତେ ଭୁଲି ଗଲୁଣି।"ଇତି ତୋର... ଆଉ ନା ଦେଖିବାକୁ ଧର୍ଯ୍ୟ ନଥିଲା ମୋର।

ଆଖି ରୁ ମୋର କ୍ରୋଧଗ୍ନି ଖାଲି ଉଦ୍ଗିରଣ ହେଉଥିଲା ।ହାଁ ପିତେଇଶୁଣି ରାଣ୍ଡି ମୋ ପିଠି ପଛରେ ଗୁପତ ପ୍ରେମ ଲଗେଇଛି। ସେଥିପାଇଁ କୁହା ନାହିଁ ବୋଲା ନାହିଁ, ହଠାତ ତୋଫାନିଆ ଗ୍ରସ୍ତ ରେ ଚାଲି ଯାଇଛି ବୋପା ଘରକୁ ।ମତେ ଏଣେ ତାରି ଆଖି ଆଗରେ ସର୍କସ ର ବାଘ ପରି ନଚେଇ ରଖିଛି।ଆଉ ସେ ଯାଇଛି ଚୋରା ପୀରତି କରିବାକୁ ପ୍ରେମିକ ପାଖକୁ।ଆସୁ ଦଉଛି ତାକୁ ପାନେ କହି, ଚିଠି ଖଣ୍ଡିକ ପକେଟ ରେ ପୁରେଇଲି ପ୍ରମାଣ ଲାଗି।

ଶଳା ସାଆନ୍ତେ ଏଣେ ଶାଢ଼ୀ ପିନ୍ଧି ସାରିଥିଲେ ।ରାଗରେ ଶଳା ସାଆନ୍ତେ ଙ୍କୁ ସେ କପଟୀ ମାଇକିନିଆ ର ପାଉଡର, ସ୍ନୋ, ସିନ୍ଦୁର, କୁଂକୁମ, ଅତର ସବୁ ଲଗେଇଦେଲି।ଆହା.. ଶଳା ସାଆନ୍ତେ ଙ୍କୁ ଆଉ ଚିନ୍ହିବା ମୁସ୍କିଲ ହୋଇ ପଡ଼ିଲା।ଅପୂର୍ବ ସୁନ୍ଦରୀ ଦେଖାଯାଉଥିଲେ ସେ । ରମ୍ଭା ,ଉର୍ବଶୀ ବି ସେ ସୁନ୍ଦରତା ତୁଳନାରେ ହାର ମାନି ଯିବେ ।ମନ ଭିତର ଟା କେମିତି କଣ ହୋଇଗଲା ।ସେ ଖୁସୀ ରେ ମିଠା ପାନ ଖଣ୍ଡେ ଭାଙ୍ଗି ତାଙ୍କ ମୁହଁ ରେ ଗୁଂଜିଦେଲି।ଦଇବ ଯୋଗ କୁ କରେଣ୍ଟ ଟି କଟି ଗଲା।

ଠିକ ଏହି ସମୟରେ ହଟାତ କାହାର ବଜ୍ର ପରି ଘାଗଡା କର୍କଶ ଧ୍ୱନି ମୋର କର୍ଣ୍ଣ କୁ ଚିରି ପକେଇଲା।ମୁଁ ଆଶ୍ଚର୍ଯ୍ୟ ...କିଛି ଭାବି ପାରୁନଥାଏ।

ଆ...ହା...ହା.....ହା ...ହା ମତେ ଘରକୁ ପଠେଇ ବେସ ନବରଙ୍ଗ ସୁଆଙ୍ଗ ଚାଲିଛି ଏଠାରେ ନାହିଁ।ଗୁପତ ପ୍ରେମ ଚାଲିଛି।ମୋରି ଶୋଇବା ଘରେ କୁଆଡୁ କାର ବଜ୍ଜlତ ମାଇକିନିଆ ପୁରେଇ ମୋର ଜିନିଷ ପିନ୍ଧିବାକୁ ଦିଆ ଯାଇଛି ।ଅଲାଜୁକ .....ବେହିଆ...।( ପାଟିରେ ନ ଧରିବା ଭାଷା ସହ ସଂସାର ଯାକର ଗାଳି)

ଆହା ...ହା...ଏ ଦିନ ଦେଖିବା ଆଗରୁ ମୋ ପ୍ରାଣ କାହିଁ ନେଇ ନ ଗଲ ହେ ପ୍ରଭୁ...(ବାହୁନି ବାରେ ଲାଗିଲେ ସେ)

ମୁଁ ଦେଖିଲି ଏ ତ ମୋର ଶ୍ରୀମତୀ ଙ୍କର ପାଟି... ଟିକେ ଶଙ୍କି ଗଲି ମୁଁ ...।ହଟାତ ମୋର ମନ ପଡିଗଲା ପକେଟ ରେ ଚାରି ଚଉତା ଭାଙ୍ଗ ପଡି ଶୋଇ ରହିଥିବା ଚିଠି ର କଥା ।ମୋ ମିଞ୍ଜlସ ଟା ସାଙ୍ଗେ ସାଙ୍ଗେ ବିଗିଡି ଗଲା।ଖୁବ ଚିଲ୍ଲେଇ କହିଲି ରଖ ରଖ ହୋ ତୁମ ସତୀ ପଣିଆ ଦେଖ ..ଦେଖ ଏହି ଚିଠି...ଭଲ ପ୍ରେମ ପୀରତି ଦିଆନିଆ ସାରି ଆସିଲ ତ ଗାଁ ରୁ।

କଣ ?ପ୍ରେମ ଦିଆନିଆ ଚାଲିଛି ମୋର ନା ତୁମର।ଦେଖୁଛି ଦେଖୁଛି... (ଶ୍ରୀମତୀ ଙ୍କର ଆକ୍ଷେପ ମୋ ପ୍ରତି)ଦଇବ ଯୋଗ କୁ ଖଜୁରୀ ଝାଡୁଟିଏ ପଡିଲା ଶ୍ରୀମତୀ ଙ୍କ ହାତରେ ,ସେଇ ଅନ୍ଧାର ଘର ଟା ରେ ପିଟି ଦେଇ ଗଲେ...ଜାଗା ଅଜାଗା ଦେଖିଲେ ନାହିଁ ବି ।ମୋ ନଜର ରେ ବି କବାଟ କୋଣ ରେ ଆଉଜା ହୋଇଥିବା ମୋ ଅତି ପ୍ରିୟ କାଠ ବେଣ୍ଟିଆ ଛତା ଟିଏ ପଡିଗଲା।ମୁଁ କି ଆଉ ଛାଡେ ...ତାହାର ପୂର୍ଣ୍ଣ ମାତ୍ରାରେ ସଦୁପଯୋଗ କରିଦେଲି ଆଉ ପିଠି କି ହାତ କିଛି ଦେଖିଲି ନାହିଁ ଯୁଆଡୁ ପଡିଲା ମାରି ଚାଲିଲି।ବାସ ... ଲାଗିଗଲା ଝାଡୁ ଓ ଛତା ଭିତରେ ମହାଭାରତ ଲଢେଇ, ଘମାଘୋଟ ଭାବରେ ସେହି ଅନ୍ଧାର କୋଠରୀ ଭିତରେ ।ଯୁଦ୍ଧ ଗୋଟେ ଜାଗାରେ ନ ରହି ଶୋଇବା କୋଠରୀ ରୁ ବାହାରି ହାଣ୍ଡି ଶାଳ ପର୍ଯ୍ୟନ୍ତ ଗଲା।ଡିକଚି ପତ୍ର ,ବେଲନା ପିଢ଼ା ,ବାଡ଼ି ,ପିଠିପାତିଆ କିଏ ଆଉ ବାଦ ପଡିଲେନି ସବୁ ଶୂନ୍ୟ ଶୂନ୍ୟ ରେ ଉଡିଲେ ।

ହଟାତ ଯୋଗ କୁ କରେଣ୍ଟ ଟି ଚାଲି ଆସିଲା ।

ଶାଳକ ମହାଶୟ ଭୟଙ୍କର ଭାବରେ ବରଡ଼ା ପତ୍ର ପରି ଥରୁଥାନ୍ତି ଖଟ ତଳେ ଲୁଚି ରହି। ଲାଇଟ ଆଲୁଅ ଶାଳକ ଙ୍କ ଉପରେ ପଡିବାରୁ  ଶ୍ରୀମତୀ ନିଜ ଭାଇ କୁ ଦେଖି ଆଁ କରି ଅନେଇ ରହିଲେ ।ହାତ ଲମ୍ବର ଜିଭ କାଢି କହିଲେ ହଇରେ ଚମ୍ପୁ ...ତୁ ....(ହଁ ଲୋ ନାନୀ ମୁଁ)କେଡେ କଥା ଟେ ନ କଲି ମୁଁ ରେ ଚମ୍ପୁ ...ଅଜାଣତରେ ତୋର ଭାଇନା ଙ୍କୁ ଟିକେ ହାତ ଉଠେଇ ଦେଲି ରେ। ମୁଁ ସାତ ଜନ୍ମ ପର୍ଯ୍ୟନ୍ତ କୁମ୍ବିପାକ ନର୍କ ରେ ପଡିବି ରେ...ଚମ୍ପୁ। ଏତିକି ଭ୍ରାତା ଶ୍ରୀ ଙ୍କୁ କହି ,ହଟାତ ଲମ୍ବ ହୋଇ ମୋ ଗୋଡ଼ ତଳେ ପଡିଗଲେ ସେ ।

(ବଜ୍ଜାତି ମାଇକିନିଆ କହୁଛି -ଟିକିଏ ହାତ ଉଠେଇ ଦେଲି ମୁଁ ..  )ମାଡ଼ ଖିଆ ଦରଜରେ ଏପଟେ ମୋ ଦେହ ହାତ ଫାଟି ପଡୁଛି।ସେ ଯାହା ହେଉ ମୁଁ କିନ୍ତୁ କିଛି ବି ଶୁଣିବାକୁ ପ୍ରସ୍ତୁତ ନଥାଏ ।ମୋ ହାତରେ ଥାଏ ଚିଠି ଏବଂ ମୁଁ କେବଳ ତାର ଉତ୍ତର ଅପେକ୍ଷା ରେ ଥାଏ। କିଏ ସେହି ପ୍ରେମିକ ପ୍ରବର?ଯାହାର ଗୋଟିଏ ଡାକରା ରେ ଶ୍ରୀମତୀ ଦୌଡ଼ି ଯାଇଥିଲେ ?।ଗୋଡ଼ ହାତ ଧରି ଶ୍ରୀମତୀ କହିଲେ ..ମତେ କ୍ଷମା କରିଦିଅ ପ୍ରାଣ ନାଥ ମୋ ହାତରେ ବହୁତ ବଡ଼ ଭୁଲ ଟିଏ ହୋଇଗଲା।ମୁଁ ଆଉ କେବେ ତୁମ୍ଭ ଉପରକୁ ହାତ ଉଠେଇବି ନାହିଁ ।ମୁଁ କି ଆଉ ଶୁଣେ? ଚିଠିକୁ ଧରି ଚିଲ୍ଲେଇ ଚାଲିଥିଲି।ସିଏ ମତେ ବୁଝେଇ ଚାଲିଥିଲେ । ଇଏ ମୋର କୌଣସି ପ୍ରେମିକ ନୁହେ ମୋ ମାମୁଁ ପୁଅ ଭାଇ।ସେ ମତେ ମଜାରେ ଚମ୍ପି ହୃଦୟର ରାଣୀ ଡାକେ। ଏ ଥର ସେ ଗାଁ କୁ ଆସୁଥିବାରୁ ଦେଖା କରିବା ପାଇଁ ମତେ ଜଣେଇଥିଲା।ତଥାପି ବି ମୋର କ୍ରୋଧ ଶାନ୍ତ ହୋଇ ନଥାଏ।ଏ ମାଇକିନିଆ ଜାତିକି କି?ବିଶ୍ୱାସ ! ଦୁଇ ଚାରିଦିନ ଗଲା ଉତ୍ତାରୁ ଘଟଣା ସରଗରମ ହେବାରୁ ଖୋଦ ଶ୍ବଶୁର ଆସି ଘଟଣା ର ସତ୍ୟତା ବିଷୟରେ କହିବାରୁ ଓ ସତ କେଉଁଟା ମିଛ କେଉଁଟା ଉପଲବ୍ଧି କରିବାରୁ ଯାଇ ମୋର କ୍ରୋଧ ପ୍ରଶମିତ ହେଲା ।


Rate this content
Log in

Similar oriya story from Comedy